Saturday 31 July 2021

ସେ ଯେଉଁ ମିଠା କଷ୍ଟ ହୁଏ

 ବନ୍ଧୁଙ୍କୁ ବନ୍ଧୁକ ମାରୁ ମାରୁ 

ଯଦି ହୃଦୟେରେ ଗଲା ବାଜି 

ସେ ଯେଉଁ ମିଠା କଷ୍ଟ ହୁଏ 

ପ୍ରକୁତ ବନ୍ଧୁଟେ ପାରିବ ବୁଝି 




Friday 30 July 2021

ନ ଯାଉ କିଏ ନେଇ

 ମୋର ନ ହେଲ ନାହିଁ 

ନିଜର ଥାଅ ହୋଇ 

ସ୍ୱାଭିମାନକୁ ଧରିଥା

ନ ଯାଉ କିଏ ନେଇ  




ଧର୍ମ ଉଧାରଣେ କଳ୍କୀ

 ପଛରେ ଯିଏ ରହିଗଲ

ଧର୍ମକୁ ଧରିଥା ଭିଡି  

ଧର୍ମ ଉଧାରଣେ କଳ୍କୀ 

ଆସୁଅଛି ଘୋଡା ଚଢି  





Thursday 29 July 2021

ମାତ୍ରା ହେଲେ ଅଧିକ

 ମମତା ପକାଏ  ବାନ୍ଧି 

କ୍ଷମତା ପକାଏ  ଛନ୍ଦି 

ମାତ୍ରା ହେଲେ ଅଧିକ

ସଭିଏଁ ପକାନ୍ତି କାନ୍ଦି  





Metal age of Intervention Cardiology

 In the metal age of intervention cardiology 

Metal shaped to tube, coil, button and petal 

Most of the cardiac issues are bailed out 

When  surgeon is very high or near  fatal 






Wednesday 28 July 2021

କେବଳ ନ୍ୟାୟ ଗୋଟିଏ ବାଟ

 ଯେଉଁ ବ୍ୟବସାୟ କରୁଛ କର 

ଏ ସଂସାର ଏକ ମାତ୍ର ହାଟ

ନିରାପଦରେ ଫେରିବା ପାଇଁ 

କେବଳ ନ୍ୟାୟ ଗୋଟିଏ ବାଟ 



Sunday 25 July 2021

ରାଜାଙ୍କୁ ଅଡୁଆ ମେଳି

 ଘରକୁ ଅଡୁଆ କଳି

ରାଜାଙ୍କୁ ଅଡୁଆ ମେଳି

ଲଢ଼ିବାକୁ ଗଲେ ଏକା

ନିଶ୍ଚୟ ପଡିବ ବଳି 




ଚାମୁଚା କଥାରେ ପ୍ରଜାଙ୍କୁ ଦଣ୍ଡନ୍ତି

 ରାଜା କରି ପାରନ୍ତିନି ଅନ୍ଧାରି ବିଜେ 

ତାଙ୍କର ଅଛି ଭୀଷଣ ଆଣ୍ଠୁଗଣ୍ଠି ବାତ

ଚାମୁଚା କଥାରେ ପ୍ରଜାଙ୍କୁ ଦଣ୍ଡନ୍ତି 

ମାରି ପାରନ୍ତିନି ଦେଶର କାତ





ବାବାଜୀ ହେବା ଭାରି ଅଡୁଆ

 ଦେହ ପିନ୍ଧିଲେ  ପିନ୍ଧୁ ଗେରୁଆ 

ଇନ୍ଦ୍ରିୟ ଖାଇଲେ ଖାଉ ଅରୁଆ 

ମନ ଯଦି ନ ଥୟ ହଉନି 

ବାବାଜୀ ନ ହେବା ବଢିଆ 







Saturday 24 July 2021

Autonomous Institute

It's autonomous institute

The CEO is the boss

Until unless caught 

Truth suffers the loss ...[1]

Hungry for  extension

To secure chair & power

Oracle of  the corruption  

 Blesses all the unfair ....[1]

Don't want to die  

As doing very well

The vision is visible 

Ethics  go to the hell....[3]











Friday 23 July 2021

ଆଜୀବନ ମନରେ ଲାଗେ ଦ୍ଵନ୍ଦ

ଅପରାଧୀକୁ ଘୋଡେଇ ରଖିଲେ  

ଚର୍ତୁଦିଗ କେବଳ ଅପରାଧର ଗନ୍ଧ 

ଭଲ ମଣିଷର ସର୍ବନାଶ କଲେ 

ଆଜୀବନ ମନରେ ଲାଗେ ଦ୍ଵନ୍ଦ 





Wednesday 21 July 2021

ଏକ ପତିକୁ ତିନି ନାରୀ

 ନିବୃତି ମାଗଇ ତ୍ୟାଗ 

ପ୍ରବୃତି ମାଗଇ ଭୋଗ 

ଏକ ପତିକୁ ତିନି ନାରୀ 

ସାଧି ନ ପାରଇ ଯୋଗ 




ମଣିଷର ଗାର ତ୍ରିପୁର ଛୁଇଁଲା

 ଲକ୍ଷ୍ମଣ ଟାଣିଲା ଭୁଇଁରେ ଗାର

ଜଣକ ନନ୍ଦିନୀ  ଉଦ୍ଧାର ଲାଗି 

ମଣିଷର ଗାର ତ୍ରିପୁର ଛୁଇଁଲା 

ନ ହେବାକୁ କାହା ଦୁଃଖରେ ଭାଗୀ 




ପଲିଥିନ ଜରିରୁ ଜାଣିବ

 ପାତାଳ ମେଦିନୀ ଆକାଶ 

ସବୁଠି ମଣିଷର  ପ୍ରକାଶ

ପଲିଥିନ ଜରିରୁ ଜାଣିବ  

କେତେ ଦୀର୍ଘାୟୁ ଏ ବିକାଶ   




ତୁମ ପାଳି ପଡିବା ବେଳକୁ

 ମୁଁ କାନ୍ଦୁଥିଲା ବେଳେ ଏକା

ତୁମେ ବସି ମାରୁଥିଲ ଉଁ

ତୁମ ପାଳି ପଡିବା ବେଳକୁ 

ମୋତେ ମାରିବାକୁ କହୁଛ ହୁଁ  








ମଞ୍ଜିର ବଳ ଚୋପା

 ମଞ୍ଜିର ବଳ ଚୋପା

ବୃକ୍ଷର  ବଳ ମୂଳ

ମଣିଷ ବଳ ବୁଦ୍ଧି 

ବିଜ୍ଞ୍ୟାନ ବଳ କଳ




Monday 19 July 2021

ବିଦାୟ ବେଳରେ ନିଶ୍ଚେ ଲାଗିବ ଗହଳି

 ବିଦାୟ ବେଳରେ ନିଶ୍ଚେ ଲାଗିବ ଗହଳି 

କିଏ ଦେବ ଫୁଲମାଳ କିଏ ଦେବ କାଳି

ଧର୍ମରୁ ଅଧର୍ମ  ଯଦି ଭାରି ପଡୁଥିବ

ଯମଦୂତେ ବସିବେ  ପଥକୁ ଓଗାଳି 






ଭାଗ କରେ କିଛି ମୋର ଦୁଃଖ

 ବନ୍ଧୁ ବୋଲି ଡ଼ାକିଥିଲ ଯେଣୁ

ଭାଗ କରେ କିଛି ମୋର ଦୁଃଖ

ଏତେ ଦୁଃଖ ଅଛି ବୋଲି ଜାଣି  

ବନ୍ଧୁ କେବେ ହେବନି ବିମୁଖ 



Sunday 18 July 2021

ଦୁଃଖ ସୁଖ ବଣ୍ଟାବଣ୍ଟି ପରେ

 ସମୟ ପାଇଲେ ଭେଟିବା 

ପାଖରେ ପାଖରେ ବସିବା

ଦୁଃଖସୁଖ ବଣ୍ଟାବଣ୍ଟି ପରେ 

ଶାଗ ପଖାଳରେ ରସିବା






Saturday 17 July 2021

ଡାକ୍ତରକୁ ଡରେ ଜର

 କମ୍ବଳକୁ ଡରେ ଶୀତ 

ଜହ୍ନକୁ ଡରେ ଚୋର

ଛେଳି ଡରେ ପାଣିକି

ଡାକ୍ତରକୁ ଡରେ ଜର 




ହେଜିବା ଭଜିବା ଡେରି ହୋଇଗଲା

 ଅଭିମାନ ଛାଡି ଯେବେ ହେଲା ସୁନାପିଲା 

ଆସନ୍ତା କାଲିର ବି  ଭାଳେଣି ନ ଥିଲା 

ରାମ ନାମ ସତ୍ୟ ହେ ହରି ନାମ ସତ୍ୟ

ହେଜିବା ଭଜିବା  ଡେରି ହୋଇଗଲା 






Friday 16 July 2021

ଦେଖିଲା କେବଳ ସାଇତା ସ୍ମୃତି

 ସମୟ ଖୋଲନ୍ତେ ମନର ଗଣ୍ଠିଲି

ଦେଖିଲା କେବଳ ସାଇତା ସ୍ମୃତି

ଲିଭାଇ ନପାରି ଫେରାଇ ଦେଲା 

ଯାହା ଥିଲା ମୋର ନିଜସ୍ୱ ଅତି  






Thursday 15 July 2021

Anyone can be a queen

 All that glitters is not gold 

You have to dig goldmine 

Not must  to marry a king

Anyone can be a queen





Wednesday 14 July 2021

Mango in off season

Mango in off season
Faith without a reason 
If  dispatching  home  
Pack well with vision 






Monday 12 July 2021

People in power only can marry

Few have weakness for corruption

People in power only can marry 

Because marriage dowry is a jail

Either parties are always in hurry




Sunday 11 July 2021

Ratha Yatra 2021

 ସର୍ବେ ହାତରେ ରଖିକି ହାତ 

ଉଚ୍ଚ ସ୍ୱରରେ କୁହ ଜୟଜଗନ୍ନାଥ

ସମସ୍ତେ ସମସ୍ତଙ୍କ ଉନ୍ନତ୍ତି ଚାହିଁବା 

କେବେ ପଛୁ ମାରିବାନି ଲାତ 






Thursday 8 July 2021

ଦେବାକୁ ପଡିବ ମୂଲ

 ପଛକୁ ଫେରି ଚାଁହୁଛ 

ଦେବାକୁ ପଡିବ ମୂଲ

ଭୁଲରେ ଚାହିଁ ଥିଲେ 

ଆଗକୁ ଆଗକୁ ଚାଲ 




Monday 5 July 2021

ପ୍ରକୃତି ଉପରୁ ନଜର ଉଠେଇ

ପ୍ରକୃତି ଉପରୁ ନଜର ଉଠେଇ 

ବିଧାତା  ପାଦରେ  ଥାପିଲି 

ମହାମାୟା ବାଟ ଛାଡିଦେଲେ 

ପୂର୍ଣ୍ଣବ୍ରହ୍ମ  ଯାଇ ଭେଟିଲି  



ଦେଖିକି ଚାଖିକି ରଖି ହୁଏନାହିଁ

 ଜୀବନଟା ଗୋଟେ ବାଲି ଗରଡ଼ା

ଯେମିତି ଗଛର ତାଳ ବରଡା

ଦେଖିକି ଚାଖିକି ରଖି ହୁଏନାହିଁ 

ଯେମିତି ନଦୀର ମାଟି ଅତଡ଼ା  





ଜୀବନ ମୁଁ ବଞ୍ଚିବାକୁ ପାଏ ଭଲ

 ଅନ୍ୟ ମଙ୍ଗଳକୁ ଚାହିଁ 

ହେଲି ବଡ କଲବଲ 

ଜୀବନ ମୁଁ ଜୀବନ 

ବଞ୍ଚିବାକୁ ପାଏ ଭଲ 




Sunday 4 July 2021

ଯୋଗ ସମାଧିକୁ ଚକା ଆସନ

 ଗଛ ତଳ ଛାଇ ଥଣ୍ଡା ଚନ୍ଦନ 

ନୂଆ ନୂଆ ପ୍ରେମ ମନ ପବନ

ପଖାଳ ସାଙ୍ଗକୁ ଶାଗ ବଢିଚୁରା 

ଯୋଗ ସମାଧିକୁ ଚକା ଆସନ  




Saturday 3 July 2021