A flower with 4 petals
Saturday, 25 July 2026
ଅନେକ ମୁନୀମାନଙ୍କ ଅନେକ ମତ
ଅନେକ ମୁନୀମାନଙ୍କ ଅନେକ ମତ
କେଵଳ ଛନ୍ଦା ଚରଣ ଆତ୍ମାକୁ ସତ୍ୟ
ଏକା ନୀଳାଦ୍ରୀ ଵିହାରୀ ଅଖିଳ ବନ୍ଧୁ
ନିଷ୍କାମ ପ୍ରେମରେ କୃଷ୍ଣ ଚଳନ୍ତି ନିତ୍ୟ
କିଏ ଝୁରି ମରୁଥାଏ ଥରେ ଦର୍ଶନ ପାଇଁକି
କିଏ ଝୁରି ମରୁଥାଏ ଥରେ ଦର୍ଶନ ପାଇଁକି
ଆଉ ତୁମେ କାହାର ପିତା ପୁତ୍ର ନାତି ପତି
କିଏ ତୁମ୍ଭଙ୍କୁ ସଦା ମାଗୁଥାଏ ଚାରି ଅପଵର୍ଗ
ଅଧାଗଢା ଛନ୍ଦା ପାଦରେ ମୋର ମୋ ମତି
ଯେଉଁ ଛନ୍ଦା ଚରଣ ବେନି
ଯେଉଁ ଛନ୍ଦା ଚରଣ ବେନି ଏହି ପାତକୀ ଚର୍ମ ଚକ୍ଷୁକୁ ଅଦୃଶ୍ୟ
ସେହି କମଳା ସେବିତ ଚରଣରେ ଭାବ ଦିବସ ରଜନୀ ବନ୍ଧା
ଯେଉଁ ଦୀର୍ଘ ଆରତ୍ତନାଶନ ବାନାକୁ ଏହି ହସ୍ତ ଛୁଇଁ ପାରିବନି
ସଦା କେଡେ ଭରସିଛି ରାମ ଛେଉଣ୍ଡର ହୃଦୟ କମଳ କନ୍ଦା
ବିକାର ପରିଣାମ କେବଳ ଯମର ଯାତନା
ବିକାର ପରିଣାମ କେବଳ ଯମର ଯାତନା
ଅତି ଦୁର୍ଲଭ ମନୁଷ୍ୟ ଜନ୍ମ କରେ ଅକାରଣ
ସକଳ ଦାନର ପରିଣାମ ଥାଏ ସମର୍ପଣରେ
ନିଷ୍କାମ ପ୍ରେମର ପ୍ରାପତି କୃଷ୍ଣ ଛନ୍ଦା ଚରଣ
Friday, 24 July 2026
Subscribe to:
Posts (Atom)





