Tuesday 31 May 2022

ମାଟି ହୋଇଯାଏ ଅମୃତ

ମାଟି ହୋଇଯାଏ ଅମୃତ ବୃକ୍ଷ ପାଦେ ଚିତ୍ତ ଥୋଇ ପତିତ ଲଭଇ ସଦଗତି ସାଧୁଙ୍କ ସାନିଧ୍ୟ ପାଇ

Monday 30 May 2022

ସୃଷ୍ଟି ପାଳନ ସଂହାର ଭଜୁଥାନ୍ତି

ସୃଷ୍ଟି ପାଳନ ସଂହାର ଭଜୁଥାନ୍ତି ଯାହାକୁ ସେବନ୍ତି ଦିବସ ରାତି ତୁ ଦେଲେ ସିନା ମୁଁ ଦେଇଥାଏ ଅନ୍ତର୍ଯ୍ୟାମୀ ମୁଁ ତ ଅରକ୍ଷିତ ଅତି

ପ୍ରେମିକ ପ୍ରେମିକା ଏକ ସଙ୍ଗେ ଦେଖି

ପ୍ରେମିକ ପ୍ରେମିକା ଏକ ସଙ୍ଗେ ଦେଖି ଚିର ଦୁଖୀ ମୁଁ ପ୍ରେମ ଭିକ୍ଷା କଲି ଯାଇ ତିନି ଜଣ ମିଶି ଆଜି ବି ଖୋଜୁଛୁ ହେଲେ ପ୍ରେମ ନ ପାଇଲୁ କେହି

Sunday 29 May 2022

ତୋର ମାୟା ଏହି ଅଖିଳ ଭୁବନ

ତୋର ମାୟା ଏହି ଅଖିଳ ଭୁବନ ରାଇ ଦାମୋଦର ହେ ମଧୁସୂଦନ କେମିତି ବୁଝନ୍ତି ଲୀଳାକୁ ତୋହର ମନ ସଙ୍ଗେ ଚଳେ ମୁଖ ଆଖି କାନ

ନୀରବତାର ନାଁ ପ୍ରସ୍ତୁତି

ନୀରବତାର ନାଁ ପ୍ରସ୍ତୁତି ପ୍ରକୃତିର ସଜ୍ଞ୍ୟା ଶୃଙ୍ଖଳା କଠୋର ବିଧିର ବିଧାନ ତଥାପି ସଭିଏଁ ଲଙ୍ଗଳା

ଯେବେ ଶ୍ରୋତାର ପାଦ ଅଟକେ

ଅରୁଦୀପର ମିଠା ମିଠା ସ୍ୱର ଶୁଣି ଯେବେ ଶ୍ରୋତାର ପାଦ ଅଟକେ ପଛକୁ ଆଖି ଫେରାଇ ଦେଖେ ତୋ ଜଣେ ଅଜୁବା ଆଉ ଜଣେ ଫଟାକେ

Friday 27 May 2022

ଫୁଲଟି ଦିନରାତି ହସୁଥାଏ

ଫୁଲଟିଏ ଦିନରାତି ହସୁଥାଏ ଡ଼େମ୍ଫୁ ପଡିବାପରେ ବି ଖସି ସେ କର୍ମ ବୋଲାଏ ଧରମ ଯାହା ଅନ୍ୟକୁ ଦିଏ ଖୁସି

ଏ ସଂସାର ଅମଡ଼ା ବାଟ

ଏ ସଂସାର ଅମଡ଼ା ବାଟ ଯିଏ ଆସେ ମରତ ଘୁରି ଚାଲୁଥିବା ମୁର୍ଦାର ସେ ଜୀଏଁ ଯେ ହଁ ହଁ ମାରି

ଚାଲେ ଚାଲୁଥା ବାଟରେ

ହାଟକୁ ଯିବାକୁ ଥିଲେ ଚାଲେ ଚାଲୁଥା ବାଟରେ ଯଦି ନଦୀ ପାରି ହେବୁ ବସ ବସିଥା ଘାଟରେ

Monday 23 May 2022

ସୁଖ ବାଛି କରି ଦୁଃଖର ବୋଝରୁ

ସୁଖ ବାଛି କରି ଦୁଃଖର ବୋଝରୁ ସଂସାର ହାଟରେ ଯିଏ ସେ ବିକେ କିଣିବା ଆଳରେ ଭେଟି ହୁଅନ୍ତା କି ସଙ୍ଗ ଲଭିବାକୁ ଏ ପରାଣ ଡାକେ

Sunday 22 May 2022

ଆହାଃ କେଡେ ଦୟାଵନ୍ତ ହରି

ଆହାଃ କେଡେ ଦୟାଵନ୍ତ ହରି ସକଳ ସନ୍ଦେହ ମୋ ଦୂର କଲ ଚଲାପଥ ମୋ ଆଲୋକିତ କରି ପ୍ରଭୁ ଏ ପତିତେ ଉଦ୍ଧାର କଲ [୧] ବିପଥରୁ ଟାଣି ପଥ ଦେଖାଇଲ ବୁଡି ମରୁଥିଲି ଉଦ୍ଧରି ଧରିଲ ମନ ବଳାନ୍ତେ ଶ୍ରୀଧାମକୁ ତୋର ପ୍ରଭୁ ବିଶ୍ୱ ରୂପ ଦେଖାଇଲ [୨] ଇଚ୍ଛନ୍ତେ ଦେଖନ୍ତି ନୟନେ ହୃଦୟ କନ୍ଦରେ ବିରାଜ କଲ ନୟନ ଯୁଗଳେ ଜ୍ଞ୍ୟାନଞ୍ଜନ ଦେଇ ପ୍ରଭୁ ଜନ୍ମ ମୋ ସାର୍ଥକ କଲ [୩]

Sing a song from tthe heart

Sing a song from tthe heart It would heal both rich or poor Arudeep says to every singer Walking their door to door

Tuesday 17 May 2022

ବନ୍ଧୁ ମହାନ୍ତିଙ୍କ ବନ୍ଧୁଙ୍କୁ ଦିନେ ମୁଁ

ବନ୍ଧୁ ମହାନ୍ତିଙ୍କ ବନ୍ଧୁଙ୍କୁ ଦିନେ ମୁଁ ଖୁସିରେ ବନ୍ଧୁ ବୋଲି ଡାକି ଦେଲି ଶ୍ରୀମୁଖରେ ଯେଉଁ ହସ ଖେଳିଗଲା ସଜନୀ ଲୋ ଝୁରି ଝୁରି ମୁଁହି ମଲି

Monday 16 May 2022

ଅଖିଳ ସଂସାର ବ୍ରହ୍ମମୟ ମଣି

ଅଖିଳ ସଂସାର ବ୍ରହ୍ମମୟ ମଣି ପୁଷ୍ପଟିଏ ଉଣା କରେନି ହସ ପାପୀ ତପୀ ଯେ ଆସୁ ପାଶେ ନିଷ୍କପଟେ ବିତରଇ ରୂପ ବାସ

To meet and talk to blessed Arudeep

Hi Anuska , I listened your interview As described so beautifully by you To meet and talk to blessed Arudeep Look behind Mam, the world is in Que

Saturday 14 May 2022

ମାଗିଲେ ଯାହା ନ ମିଳେ

ନିଜ ଠିକଣା କାହାକୁ ପଚାରିବ କେବଳ ସୁଲଭ ସ୍ଵଧାୟ ବଳେ ଯାହା ହାତ ପାତିଲେ ନ ମିଳେ ନ ମିଳେ ପଡିଲେ ପାଦ ତଳେ

ଗୁରୁଦେବ ଶ୍ରଦ୍ଧାରେ ଦେଲେ ମଞ୍ଜି

ଗୁରୁଦେବଙ୍କୁ ପ୍ରାଥନା କଲି ଉଦ୍ୟମ ଗୁରୁଦେବ ଶ୍ରଦ୍ଧାରେ ଦେଲେ ମଞ୍ଜି ଗୁରୁ କହିଲେ ଉଦ୍ୟମ ହିଁ ପୁରୁଷାର୍ଥ ଗୁରୁଙ୍କ ପାଶେ ନ ଥାଏ ସେ ପୁଞ୍ଜି

Thursday 12 May 2022

ଗୋଟେ ଅଧିକା ଭୋଟ ପାଇଲେ

ଗୋଟେ ଅଧିକା ଭୋଟ ପାଇଲେ କୁଆଡୁ ଆସେ ଏତେ ଦିବ୍ୟ ଜ୍ଞ୍ୟାନ ସବୁ ବିଭାଗର ମନ୍ତ୍ରୀ ହେଇ ପାରନ୍ତି ରାଜନେତା ସତରେ କି ଭଗବାନ

Sunday 8 May 2022

ହେ ବୈଶାଖୀ ଲୋ ବୈଶାଖୀ

ହେ ବୈଶାଖୀ ଲୋ ବୈଶାଖୀ ଟିକେ ଉଣା କର ତୋ ଉତ୍ତାପ ଶୋଷରେ ଶୁଖେ ମୋ ଗଳା ପାଖୁଡା ହେଲା ଲୋ ବେରୁପ

ଦରଖାସ୍ତକୁ ମୋ ବରଖାସ୍ତ ନ କରି

ଦରଖାସ୍ତକୁ ମୋ ବରଖାସ୍ତ ନ କରି ଭକ୍ତ ଅନୁରାଗୀ ପୁରାଅ ମନ ବାଞ୍ଛା ତୋ ପତିତ ଉଦ୍ଧାର କାର୍ଯ୍ୟଳୟେ ଚାକର ହୁଅନ୍ତି ଭାରି ମୋର ଇଛା

ପୁଷ୍ପ ଗୋଟିଏକୁ ପାଞ୍ଚୋଟି ପାଖୁଡା

ଫୁଲ ଗୋଟିଏକୁ ପାଞ୍ଚୋଟି ପାଖୁଡା ସତେ ଅବା ଶିବ ପଞ୍ଚାକ୍ଷରୀ ଗାଏ ପାପୀ ତପୀ ଯୋଗୀ ଯିଏ ଦେଖୁ ସଭିଙ୍କୁ ପ୍ରେମ ସୁଧା ବାଣ୍ଟୁ ଥାଏ

Saturday 7 May 2022

କିଛି ନାହିଁ ନ ଅସନା

ପଙ୍କ ହେବାକୁ ବୋଳି ଗଗନ ତେଜଇ ବାରି ପଙ୍କରୁ ସମ୍ଭୁତ ପଙ୍କଜ ରୂପ ଗୁଣେ କିଏ ସରି

Wednesday 4 May 2022

STEMI would be there

STEMI would be there World would be there Missing the golden time Won't be stamped fair

Tuesday 3 May 2022

ସେଠି ବରଷା ଏଠି ବରଷା ସବୁ ଜୀବଙ୍କର ଏକ ଭରଷା

Sunday 1 May 2022

କଢ଼ିରେ ଅଛି ପାଖୁଡା

କଢ଼ିରେ ଅଛି ପାଖୁଡା ପାଖୁଡାରେ ଅଛି ଗନ୍ଧ ରାତିକର ତ ଅପେକ୍ଷା ଶେଷ ହେବ ସବୁ ଦ୍ୱନ୍ଦ୍ୱ