Saturday, 18 July 2026

ଆପଣା ମଣିଷକୁ ପାଖରେ ପାଇଲେ ଜୀବନ ଭୁଲିଯାଏ ଅତୀତ ସକଳ କ୍ଲାନ୍ତି ଚକାଡୋଳାଙ୍କ ଛନ୍ଦା ପାଦ ଛୁଇଁଦେଲେ ସର୍ବ ଜଞ୍ଜାଳରୁ ମୁକ୍ତି ଶାନ୍ତି ପରମ ଶାନ୍ତି

ସଂସାରରେ ଦେହ ଧରିଲେ ମରିବାକୁ ହୁଏ

ସଂସାରରେ ଦେହ ଧରିଲେ ମରିବାକୁ ହୁଏ ଚକାଡୋଳା ଆତ୍ମା ନିରନ୍ତର ଝୁରିବାକୁ ହୁଏ ମରିବା ଝୁରିବା ଉଭୟ ନିରାଟ ଧ୍ରୁବ ସତ୍ୟ ଜୀବନ ହୁଏ ଉତ୍ସବ ଯଦି ଛନ୍ଦା ଚରଣ ଛୁଏଁ

ଚକାଡୋଳାଙ୍କ କଳା ଲାଗି କାଳିଆ ହେଲି

ଚକାଡୋଳାଙ୍କ କଳା ଲାଗି କାଳିଆ ହେଲି ଆଉ ସଂସାରକୁ ମୁହିଁ ନ ପାରଇ ବାହାରି ଚନ୍ଦନ ଅର୍ଗଳୀରେ ବସିଛି ଧରି ଲେଖନୀ ହୃଦରେ କିଛି ଭାବ ଦିଅ ହେ ବଂଶିଧାରୀ

ନବଧା ଭକ୍ତିରେ ଜୀବକୁ ଛନ୍ଦି

ନବଧା ଭକ୍ତିରେ ଜୀବକୁ ଛନ୍ଦି ଆତ୍ମାକୁ ଛନ୍ଦିଲୁ ଛନ୍ଦା ପାଦେ ବିକାର ତେଜି ଇନ୍ଦ୍ରିୟମାନେ ନୃତ୍ୟନ୍ତି ଗାଇ ରାଧେ ରାଧେ

ଆଙ୍ଗୁଠି ମୁଦିରେ ହୀରାଟିଏ

ଆଙ୍ଗୁଠି ମୁଦିରେ ହୀରାଟିଏ ଅର୍ଦ୍ଧ ଚନ୍ଦ୍ର ପାଖେ ତରାଟିଏ ଛନ୍ଦା ଚରଣରେ ମୋ ଆତ୍ମା ହୃଦରେ ପ୍ରେମ ପଶରାଟିଏ

ହଂସ ଆଉ ପରମ ହଂସ

ହଂସ ଆଉ ପରମ ହଂସ ଗୋଟିଏ ବୃକ୍ଷରେ ଦାରୁବ୍ରହ୍ମ ଚକାଡୋଳା ମହାବାହୁ ଆରତ୍ତ ନାଶନ ଆତ୍ମାର ରାମ ଆଗମ ନିଗମ ଚାରି ବେଦ ଯୋଗ ଜ୍ଞାନ ଭକ୍ତି ପ୍ରେମ ଭାଗବତ ରାମାୟଣ ଶ୍ରୀଗୀତଗୋବିନ୍ଦ ଅକ୍ଷର ବ୍ରହ୍ମ

ପ୍ରଭାତ ପବନ ସୁଗନ୍ଧିତ କମଳ ଗନ୍ଧରେ

ପ୍ରଭାତ ପବନ ସୁଗନ୍ଧିତ କମଳ ଗନ୍ଧରେ ସନ୍ଧ୍ୟା ପବନ ସୁଗନ୍ଧିତ ରଜନୀ ଗନ୍ଧାରେ ଭକ୍ତ ଚିତ୍ତ ବିତ୍ତ ସର୍ବସ୍ବ ସୁଗନ୍ଧିତ ଭାବରେ ମୋ ଆତ୍ମା ସୁଗନ୍ଧିତ ଛନ୍ଦା ପାଦ ବନ୍ଧାରେ

ରଜନୀ ଗନ୍ଧା ଫୁଲ ଫୁଟେ ଗୁଚ୍ଛରେ

ରଜନୀ ଗନ୍ଧା ଫୁଲ ଫୁଟେ ଗୁଚ୍ଛରେ ସୁଚାରୁ ତଳ ଉପରକୁ ଥାକକୁ ଥାକ ପ୍ରତିଟି କଢି କରେ ସଞ୍ଜକୁ ଅପେକ୍ଷା ସାଲେବେଗ ପାଇଁ ନନ୍ଦିଘୋଷ ଚକ

Friday, 17 July 2026

କୃଷ୍ଣ ଯେଉଁଥି ପାଇଁ ଅପଲକ ନେତ୍ର

କୃଷ୍ଣ ଯେଉଁଥି ପାଇଁ ଅପଲକ ନେତ୍ର ମୂଢ଼ ରାମ ଚିତ୍ତରେ ହୁଏ ସଦା ଗୁଣୀ ଚରାଚର ବିଶ୍ୱେ ଅମୃତ ବରଷିବାକୁ ଶ୍ରୀପତି ପରମ ଦୟାଳୁ ବେଣୁପାଣୀ

ଇନ୍ଦ୍ରିୟଗଣ ଝୁଣି ଖାଆନ୍ତି ଦେହକୁ

ଇନ୍ଦ୍ରିୟଗଣ ଝୁଣି ଖାଆନ୍ତି ଦେହକୁ ଏହି ଦେହକୁ ପଞ୍ଚାମୃତ ପାଞ୍ଚ ଭୁତ ଆତ୍ମାକୁ ମହନୀ ଚକାଡୋଳା ଦୁଇ ଦିବ୍ୟ ଗତିକୁ ପତିତପାବନ ନେତ

ତେଜ ହରା ସିମନ୍ତକ ମଣିଟିଏ ମୁହିଁ

ତେଜ ହରା ସିମନ୍ତକ ମଣିଟିଏ ମୁହିଁ ଗାଣ୍ଡୀବ ହରା ଶ୍ରୀକୃଷ୍ଣଙ୍କ ସଖା ପାର୍ଥ ହେ ଶ୍ୱେତପଦ୍ମ ଡୋଳା ଚାହିଁ ଦିଅନ୍ତୁ କୃପାସିନ୍ଧୁ ଥାଉ ଜୀବନ ଯାଏ ବ୍ୟର୍ଥ

ସୂର୍ଯ୍ୟ ଶଶୀ ଚକାଡୋଳାରେ ଥରେ ଚାହଁ ହେ

ସୂର୍ଯ୍ୟ ଶଶୀ ଚକାଡୋଳାରେ ଥରେ ଚାହଁ ହେ ବ୍ରହ୍ମଦାରୁ ଦେହରୁ ଧ୍ବଂସ ହେଉ ଅଶେଷ କୋଟି ଜନ୍ମ ଅର୍ଜିତ ପାପ କୌରବ ସକଳ ଗର୍ଵ ବିଧ୍ଵଂସୀ ସୁଦର୍ଶନ ଛେଦନ୍ତୁ ପ୍ରାରବ୍ଧ ଅଧାଗଢା ଛନ୍ଦା ପାଦେ ଲୋଟି ଶୀତଳ ହେଉ ଭଵ ତାପ

କୃଷ୍ଣ ଅଧର ମଧୁର

କୃଷ୍ଣ ଅଧର ମଧୁର ବଂଶୀ ସ୍ଵନ ଆତ୍ମାକୁ ହରି ଚନ୍ଦନ କମଳା କମଳ ହସ୍ତ ଖୁଦ କଣିକାରେ ଉଲ୍ଲସିତ ପ୍ରାଣ ଆହାଃ କଳା ଧଳା ଚକାଡୋଳା କି ମହନୀ ବୋଳିଲା ନିରନ୍ତର ଏ ଆତ୍ମା ଝୁରି ମରେ କମଳା ସେବିତ ଚରଣ

ଯାହାକୁ ସଦା ଝୁରିମରୁ ମୋର ଆତ୍ମା ଶାରୀ

ଯାହାକୁ ସଦା ଝୁରିମରୁ ମୋର ଆତ୍ମା ଶାରୀ ସେହି ରୁକ୍ମଣୀ ଜୀବନ ଅର୍ଜୁନ ସଖା ଶ୍ରୀହରି ଅଚିନ୍ତ୍ୟ ଅରୂପ ଅଲେଖ ଦାରୁବ୍ରହ୍ମ ବ୍ରହ୍ମାନନ୍ଦ ଛନ୍ଦା ପାଦେ ଶରଣ ଦେବେକି ବଂଶୀଧାରୀ

ଆହାଃ କାହିଁ କାହିଁ ଗଲେ

ଆହାଃ କାହିଁ କାହିଁ ଗଲେ ସଖିରେ ମୁକୁନ୍ଦ ବନମାଳୀ ଯାହାଙ୍କର କମଳ ଅଧରରେ ମଧୁର ମୋହନ ବଂଶୀ କେଡେ ପ୍ରାଣ ମୋହକ ସେ ମୁନୀମନ ଚୋରା ଆଭା ଯାହାଙ୍କର ଅଭୟ ଚରଣକୁ ଝୁରି ମରେ ଆତ୍ମା ହଂସୀ

କରୁଣା ସମୁଦ୍ର ଚକାଡୋଳା

କରୁଣା ସମୁଦ୍ର ଚକାଡୋଳା ବୁନ୍ଦେ ଲଭିବାକୁ ଝୁରି ମରେ ନାଥ ହରେ ଜଗନ୍ନାଥ ହରେ ଶବ୍ଦରେ ଜୀବ ଆତ୍ମା ଭରେ

ନିଷ୍କାମ କର୍ମ ଫଳ ସୁସ୍ୱାଦୁ ବ୍ରହ୍ମାନନ୍ଦ

ନିଷ୍କାମ କର୍ମ ଫଳ ସୁସ୍ୱାଦୁ ବ୍ରହ୍ମାନନ୍ଦ ବାସୁଦେବ ବ୍ରହ୍ମଦାରୁଙ୍କ ଛନ୍ଦା ଚରଣ ଇନ୍ଦ୍ରିୟ ନିଗ୍ରହ କରି ଆତ୍ମାକୁ ଚିହ୍ନିଲେ ହୃଦୟ ପଦ୍ମରେ ଶ୍ରୀପତି ନାରାୟଣ

ଭାବର ବିକା କିଣା ସହରରେ

ଭାବର ବିକା କିଣା ସହରରେ ମୁହିଁ ଏକ ଅତି ଅଭାବି ଖାଉଟି ଚକାଆଖିଙ୍କୁ କଣ କିଣି ପାରିବି ପାଖରେ ନାହିଁ ଭାବର ପଉଟି

Thursday, 16 July 2026

ଭକ୍ତ ଗହଳି ଭକ୍ତି ସାତ ସାଗର

ଭକ୍ତ ଗହଳି ଭକ୍ତି ସାତ ସାଗର ରାମ ପତିତ ହୃଦରେ ଏକ ଗଡୁ ଛନ୍ଦା ଚରଣ ପଖାଳନ୍ତି ଲୁହରେ ଚକାଡୋଳା ଟିକେ ନଜର ପଡୁ

ଅଧାଗଢା ବେନି ଛନ୍ଦା ଚରଣ ଯଥେଷ୍ଟ ଖୋଜିବାକୁ

ଅଧାଗଢା ବେନି ଛନ୍ଦା ଚରଣ ଯଥେଷ୍ଟ ଖୋଜିବାକୁ ଭାବ ଡୋରିରେ ଅତି ଦୃଢ଼େ ବାନ୍ଧନ୍ତି ନିଅଣ୍ଟ ବେଳ ଇନ୍ଦ୍ରିୟ ଚକ୍ରଵୃହରେ ହୋଇଲି ଅସହାୟ ଅଭିମନ୍ୟୁ ବିକାର ଅସ୍ତ୍ରରେ ପ୍ରାଣ କଣ୍ଠାଗ୍ରତ ଉଦ୍ଧର ନନ୍ଦ ବାଳ

ସୂକ୍ଷ୍ମରେ ତୁମ୍ଭେ ଅମୁହାଁ ଦେଉଳ ଦିଅଁ

ସୂକ୍ଷ୍ମରେ ତୁମ୍ଭେ ଅମୁହାଁ ଦେଉଳ ଦିଅଁ ସ୍ଥୂଳରେ ନିତ୍ୟ ଲୀଳାମୟ ଦାରୁବ୍ରହ୍ମ ଅରକ୍ଷିତ ରାମକୁ ଅଭୟ ଛନ୍ଦା ଚରଣ ଆତ୍ମାକୁ ନବ ଦୁର୍ବାଦଳ ତନୁ ଶ୍ରୀରାମ

ଅରକ୍ଷିତ ଭୀମ ଶିରକୁ ତାଳ ବରଡାଟିଏ

ଅରକ୍ଷିତ ଭୀମ ଶିରକୁ ତାଳ ବରଡାଟିଏ ବୈଷ୍ଣବ ଚିତ୍ତ ବିତ୍ତ ତୁ ଶାଳ ଗ୍ରାମ ଗରଡ଼ା ପତିତ ପାବନ ବାନା ବ୍ରହ୍ମଦାରୁ ଅଧାଗଢା ରାମ ଅସହାୟକୁ କୃଷ୍ଣ ଛନ୍ଦାପାଦ ଅବଢା

ଅଖିଳ ବ୍ରହ୍ମାଣ୍ଡରେ ପିଣ୍ଡ ବଡଦାଣ୍ଡ

ଅଖିଳ ବ୍ରହ୍ମାଣ୍ଡରେ ପିଣ୍ଡ ବଡଦାଣ୍ଡ ହୃଦ କମଳରେ ତିନି ଗୋଟି ରଥ ବଳଭଦ୍ର ସୁଭଦ୍ରା ରୁକ୍ମଣୀ ବଲ୍ଲଭ କୃଷ୍ଣ ଛନ୍ଦା ଚରଣ ଗତି ଦିଗ ପଥ

କୃଷ୍ଣ ତୁମ୍ଭେ ବିଶ୍ୱ ଲୀଳା ନିର୍ଦେଶକ

କୃଷ୍ଣ ତୁମ୍ଭେ ବିଶ୍ୱ ଲୀଳା ନିର୍ଦେଶକ ପାବନ ଲୀଳାରେ ଜୀବ କଳାକାର କୃଷ୍ଣ ତୁମ୍ଭେ ସକଳ କଳାର ଆଧାର ଚିନ୍ତି ଛନ୍ଦା ଚରଣ ହେଲି ନିର୍ବିକାର

ଇନ୍ଦ୍ରିୟ ମେଳରେ ନିବାସ ଦେଲୁ ଜୀବନକୁ ଜଗନ୍ନାଥ

ଇନ୍ଦ୍ରିୟ ମେଳରେ ନିବାସ ଦେଲୁ ଜୀବନକୁ ଜଗନ୍ନାଥ ଥରୁଟେ ଚାଖି ନ ପାରିଲି ଶ୍ରୀକୃଷ୍ଣ ଛନ୍ଦା ଚରଣ ରେଣୁ ବହୁତ ସୁଯୋଗ ସକଳ ଛଡାଇ ନେଲେ ମୋ ବିକାର ଜଞ୍ଜାଳରେ ଶୁଣି ନ ପାରିଲି କୃଷ୍ଣଙ୍କ ମୋହନ ବେଣୁ

ପତିତ ପାବନ ପାଇଁକି ତୁମ୍ଭର ଏହି ଶ୍ରୀଗୁଣ୍ଡିଚା ଯାତ୍ରା

ପତିତ ପାବନ ପାଇଁକି ତୁମ୍ଭର ଏହି ଶ୍ରୀଗୁଣ୍ଡିଚା ଯାତ୍ରା ବ୍ରହ୍ମଦାରୁ ହେ ରାମ ହୃଦୟରୁ ବିକାର ତ ଗଲେ ନାହିଁ ଅଶେଷ ପାପ ପଙ୍କରେ ଆହାଃ କେଡେ ଘାଣ୍ଟି ହେଉଛି ହେ ଲକ୍ଷ୍ମୀ ହୃଦୟ ଥରୁଟେ ସୁଧା ନେତ୍ରେ ଦିଅନ୍ତୁ ଚାହିଁ

କମଳା ହୃଦୟରେ ସଦା ସର୍ବଦା ଗୋବିନ୍ଦ

କମଳା ହୃଦୟରେ ସଦା ସର୍ବଦା ଗୋବିନ୍ଦ ଗୋବିନ୍ଦ ହୃଦୟରେ ସଦା ସର୍ବଦା କମଳା ଆଖିରୁ ଲୁହକୁ ପୋଛିଦିଅ ଅଖିଳ ଜନନୀ ଘୋଷଯାତ୍ରା ପତିତପାବନର ଶୁଭ ବେଳା

ଜୀବର ପ୍ରତି କୋଷରେ ତୁମ୍ଭେ ବିଦ୍ୟମାନ ବ୍ରହ୍ମଦାରୁ

ଜୀବର ପ୍ରତି କୋଷରେ ତୁମ୍ଭେ ବିଦ୍ୟମାନ ବ୍ରହ୍ମଦାରୁ ଜୀବ ସକଳ ପାପ ପୂଣ୍ୟ ସୂର୍ଯ୍ୟ ଶଶୀ ଚକାଆଖିରେ ପତାକୁ ଢାଳି ଛନ୍ଦା ଚରଣରେ ଶରଣ ଦେଇ ଦିଅନ୍ତୁ ତୁମ୍ଭ ବିନା କର୍ମବନ୍ଧ କେ ଫିଟାଇବ ପ୍ରାଣ ପକ୍ଷୀରେ

ବ୍ରହ୍ମଦାରୁ ନୀଳକନ୍ଦର ରତ୍ନ ସିଂହାସନରେ

ବ୍ରହ୍ମଦାରୁ ନୀଳକନ୍ଦର ରତ୍ନ ସିଂହାସନରେ ଗୃହରେ ମୋର ରୁକ୍ମଣୀ ହୃଦ ଚକାଡୋଳା ହୃଦୟ କମଳ କେଶରରେ ଅର୍ଜୁନ ଆତ୍ମା ଅଣୁ ରେଣୁ ମୟ ମହାବାହୁ ଭଵ ମେଳା

ଚିନି ଚିନି ବୋଲି

ଚିନି ଚିନି ବୋଲି ଯେଡ଼େ ବଡ ପାଟିରେ କହିଲେ ମିଠା ଲାଗେନି ନ ଦେବା ଯାଏ ଆପଣା ତୁଣ୍ଡରେ ଗୋଟିଏ ଜନମରେ ମିଳଇ ଶ୍ରୀଜଗନ୍ନାଥ ଦର୍ଶନ ସହଜ ଆସନରେ ବସିଲେ ଭାବ ବଡ଼ ଦାଣ୍ଡରେ

କିଏ କେଡେ ଭାବରେ

କିଏ କେଡେ ଭାବରେ ଡାକିଲା ମୁଁହି ନ ଡାକିଲି ପତିତର ଆକୁଳ ବ୍ୟାକୁଳତାକୁ କର୍ଣ୍ଣ ଡେରି ଶୁଣ ନୁହେଁ କୁନ୍ତୀ ନୁହେଁ ଅକ୍ରୁର ମୁଁ ମୂଢ଼ ନୁହେଁ ପ୍ରହ୍ଲାଦ ଲୋଭ ସମ୍ଭାଳି ପାରେ ନାହିଁ ଛୁଇଁବି ଛନ୍ଦା ଚରଣ

ଅଶରଣ ଶରଣ ପଞ୍ଜର

ଅଶରଣ ଶରଣ ପଞ୍ଜର ହେ ପତିତ ପାବନ ବାନା ଅପଲକ ସମଦର୍ଶୀ ଏହି ମୁଢକୁ ଥରୁଟିଏ ଚାହାଁନା ଅଶେଷ ଜନ୍ମ ପରେ ଏହି ଦୁର୍ଲଭ ନର ଯୋନି ଜନ୍ମ ଥରୁଟିଏ ଛନ୍ଦା ପାଦ ଛୁଇଁବି ଆଉ କରନି ବାହାନା

ଜୟ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଛନ୍ଦା ଚରଣକୁ ଚିନ୍ତି ହୋଇଅଛି ହରି ଚନ୍ଦନ ଜୟ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଅମୁହାଁ ଦେଉଳ ଦିଅଁ ଥରେ ଦିଅନ୍ତୁ ଦରଶନ

ରାଧା କୃଷ୍ଣ ରାଧା କୃଷ୍ଣ ରାଧା କୃଷ୍ଣ

ରାଧା କୃଷ୍ଣ ରାଧା କୃଷ୍ଣ ରାଧା କୃଷ୍ଣ ପ୍ରତି ଜୀବ କୋଷରେ ଘୋଷ ଯାତ ରାଧା କୃଷ୍ଣ ରାଧା କୃଷ୍ଣ ରାଧା କୃଷ୍ଣ ଏକ ଆତ୍ମା ପ୍ରତି ଘଟେ ଓତପ୍ରେତ

Wednesday, 15 July 2026

It is the most difficult task

It is the most difficult task To make a art the most simple Let us enjoy Rath Yatra 2026 To be in touch with the example

ଏକର ଡାହାଣରେ ଶୁନ ଯୋଡ଼ିଲେ ଅସଂଖ୍ୟ

ଏକର ଡାହାଣରେ ଶୁନ ଯୋଡ଼ିଲେ ଅସଂଖ୍ୟ ବାମରେ ଶୁନ ଯୋଡ଼ିଲେ କେବଳ ସେହି ଏକ ଇନ୍ଦ୍ରିୟ ମେଳାରେ ମଜ୍ଜିଗଲେ ମାୟା ସଂସାର ବିକାର ତେଜିଲେ ଜୀବ ଲଭେ ଆତ୍ମା ଭେକ

ରକ୍ତ କମଳ ବାସିନୀ

ରକ୍ତ କମଳ ବାସିନୀ ଶ୍ୱେତ କମଳ ଶରୀର ଆଭା କମଳା ବରୁଣ ରାଜା ନବ ଘନ କାଳିଆ ଜଗନ୍ନାଥଙ୍କୁ ଦେଲେ ବିଭା ଦୁର୍ଲଭ ନର ଜନ୍ମ ପହଣ୍ଡି ବିଜୟ କାଳରେ ଦର୍ଶନ ପାଇଁକି ଛନ୍ଦା ପାଦେ ଲୋଟିବାକୁ ଅମୁହାଁ ଦେଉଳ ପାଖରେ ଉଭା

ଜଗା ବଳିଆ ତୁମ୍ଭର ଆତ୍ମା ତୁଲ୍ୟ ଦୁଇ ଭାଇ

ଜଗା ବଳିଆ ତୁମ୍ଭର ଆତ୍ମା ତୁଲ୍ୟ ଦୁଇ ଭାଇ ମାଆ ସୁଭଦ୍ରା ତୁମ୍ଭ ସୌଭାଗ୍ୟକୁ ମୋର ଇର୍ଷା ଚକାଡୋଳାଙ୍କୁ ଥରେ ଚାହିଁଲେ ହୃଦୟ ଭରେ ତୁମ୍ଭ ଉପରେ କେଡେ ହେଉଥିବ କୃପା ବର୍ଷା

ବଳଭଦ୍ରଙ୍କ ଶରୀର ଶଙ୍ଖ ଧବଳ

ବଳଭଦ୍ରଙ୍କ ଶରୀର ଶଙ୍ଖ ଧବଳ ସୁଭଦ୍ରାଙ୍କର ଦେହ କଞ୍ଚା ହଳଦୀ ଜଗନ୍ନାଥଙ୍କ ଶରୀର ନବ ଜଳଦ ବ୍ରହ୍ମଦାରୁ ଚତୃର୍ଦ୍ଧା ଭକ୍ତ ଦରଦୀ

ଇନ୍ଦ୍ରିୟ ମେଳରେ ଦିନ ବଞ୍ଚିଲା ମୂଢ଼

ଇନ୍ଦ୍ରିୟ ମେଳରେ ଦିନ ବଞ୍ଚିଲା ମୂଢ଼ ସଦା ବଞ୍ଚିତ ଚିର ବାଞ୍ଚିତ ଆତ୍ମା ସୁଖ ବିକାର ଭେଳାରେ ସଦା ନର୍କକୁ ଗତି ତ୍ରାହି ଚକାଡୋଳା ତ୍ରାହି କଳାଶ୍ରୀମୁଖ

ଆଜି ବିଶ୍ୱ ବ୍ରହ୍ମାଣ୍ଡ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଘୋଷ ଯାତ୍ରା

ଆଜି ବିଶ୍ୱ ବ୍ରହ୍ମାଣ୍ଡ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଘୋଷ ଯାତ୍ରା ଜୀବନ ଅମୃତ ଆଷାଢ଼ ବାରି ବ୍ରହ୍ମାନନ୍ଦେ ଯାଏ ବହି ଗରୁଡ ଡେଣା ପ୍ରସାର ବାସୁକୀ ବିସ୍ତାର ସପ୍ତ ଫେଣା ବ୍ରାହ୍ମଣ ବାମନ ଛତ୍ର ଗୋବର୍ଦ୍ଧନ ହୁଅ ହେ ବିଶ୍ୱ ଛାଇ

ତୁମ୍ଭେ ଓଁକାର ବ୍ରହ୍ମନାଦ ହେ ରୁକ୍ମଣୀ ହୃଦୟ

ତୁମ୍ଭେ ଓଁକାର ବ୍ରହ୍ମନାଦ ହେ ରୁକ୍ମଣୀ ହୃଦୟ ଅଶେଷ ବ୍ରହ୍ମାଣ୍ଡ ନିଗମ ସୁକ୍ଷ୍ମ ବୀଜ ବ୍ରହ୍ମଦାରୁ ଅନ୍ଧ ଅରକ୍ଷିତ ଭୀମର ଶିରକୁ ତାଳ ବରଡା ପହଣ୍ଡି ବିଜୟ ଶୋଭାରେ ବ୍ରହ୍ମାନନ୍ଦ ସୁଚାରୁ 🙏🙏🙏

ମହାଲକ୍ଷ୍ମୀ ଗେହ୍ଲଇ ନଣନ୍ଦ କମଳ ପାଦରେ

ମହାଲକ୍ଷ୍ମୀ ଗେହ୍ଲଇ ନଣନ୍ଦ କମଳ ପାଦରେ ମାଆ ଗୋ ଭଦ୍ରା ମୂଢ଼ ରାମର ବ୍ୟାକୁଳ ଅଳି ଭାଇଙ୍କୁ ଦେବୁ ମା ଚାରିଧାଡି ଭାବ ପୂର୍ଣ୍ଣ ଚିଠି ଛନ୍ଦାପାଦ ଛୁଅଁନ୍ତି ଡାକ ନ ଶୁଣିନ୍ତି ବନମାଳୀ

ଆଜନ୍ମୁ ଚିନ୍ତଇ ଗୋବିନ୍ଦ ରୂପ

ଆଜନ୍ମୁ ଚିନ୍ତଇ ଗୋବିନ୍ଦ ରୂପ ନାହିଁ ମୋର ଭକ୍ତି ଜ୍ଞାନ ତପ ସତେ ଭେଟିବିକି ଛନ୍ଦା ପାଦ ପ୍ରତି ଅଙ୍ଗରେ ଭରିଅଛି ପାପ

ମରୀଚିକାର ଅନୁସନ୍ଧାନରେ ଜଳାଶୟ ଭେଟ

ମରୀଚିକାର ଅନୁସନ୍ଧାନରେ ଜଳାଶୟ ଭେଟ ମରୁଭୂମି ଉଷ୍ମ ବାଲୁକାରେ ଭେଟ ଘଞ୍ଚ ଅରଣ୍ୟ ଏହି ପାଗଳର ଦିବସ ସ୍ବପ୍ନ ହୋଇବ କିବା ସତ ପାପ ଚକ୍ଷୁ ଦେଖିବ ଗୋପାଳକ ବିଶ୍ୱ ବରେଣ୍ୟ

Tuesday, 14 July 2026

ଜୀବ ଅଧରରେ ଅମୃତ ଥୋଇ

ଜୀବ ଅଧରରେ ଅମୃତ ଥୋଇ ତାର ଅନ୍ତରେ ଭରିଦେଲୁ ବିଷ ସବୁ ଚେଷ୍ଟା ମୋ ବୃଥା ହେଲା ଭେଟି ନ ପାରିଲି ହୃଷିକେଶ

ହରି କିର୍ତ୍ତୀ ଶ୍ରୀରାଧା ପ୍ରୀତି ସୁଧା

ହରି କିର୍ତ୍ତୀ ଶ୍ରୀରାଧା ପ୍ରୀତି ସୁଧା ଶ୍ରବଣେ ଦର୍ଶନ ବନମାଳୀ ରୂପ ଛନ୍ଦା ଚରଣ କମଳିନୀ ପରାଣ ସ୍ପର୍ଶନେ ଖଣ୍ଡେ ସର୍ବ ଭଵ ତାପ

ଯାହା ଉପରେ ପଡେ ଚକାଡୋଳା ଅପଲକ ଦୃଷ୍ଟି

ଯାହା ଉପରେ ପଡେ ଚକାଡୋଳା ଅପଲକ ଦୃଷ୍ଟି ଆପାଦ ମସ୍ତକରେ ହୁଅଇ ଅବାରିତ ନବଘନ ବୃଷ୍ଟି ସାଲବେଗ ପାଇଁ ନନ୍ଦିଘୋଷ ଅଟକେ ବଡ଼ଦାଣ୍ଡେ ଅନ୍ଧ ସୁରଦାସକୁ ସାହାରା ବାଳ ଗୋପଳର ଜଷ୍ଟି

ରାଜା ଉର୍ବଶୀ ଦେବତା ଋଷି କିବା ଇତର ପ୍ରାଣୀ

ରାଜା ଉର୍ବଶୀ ଦେବତା ଋଷି କିବା ଇତର ପ୍ରାଣୀ ସକଳ ଉଦର ଜ୍ୱାଳାକୁ ପ୍ରଶମିତ କର ମୁଠେ ଅନ୍ନ ବିଷ୍ଣୁ ମୋହିନୀ କାଖରେ ଉଛୁଳେ ପୂର୍ଣ୍ଣ କୁମ୍ଭ ସୁଧା ରେଣୁଏ ପରଷିଲେ ରାମ ଲଭିବ କୃଷ୍ଣ ପାଦ ଚିହ୍ନ

ରାଧିକା ରାଧିକା ବୋଲିକି ମୁରଲୀ

ରାଧିକା ରାଧିକା ବୋଲିକି ମୁରଲୀ ଝୁରି ଝୁରି ମରେ କାହିଁ କେବେ ମୋର ନାମ ଧରିତ ନ ଡାକିଲା ଥରେ ହାତ ନ ଧରି ରାଧିକାର ଆତ୍ମା ଚୋରି କଲେ ଶ୍ୟାମ ମୋତେ ଥରେ ଡାକିଲେ ନାହିଁ ବୁଡ଼ିଲି ଭାବ ନିରେ

ମନୁଷ୍ୟର ଶୋଭା ସୁବିଚାର

ମନୁଷ୍ୟର ଶୋଭା ସୁବିଚାର ପ୍ରକୃତିର ଶୋଭା ବୃକ୍ଷ ଲତା ସବୁଠାରୁ ଶୋଭା ଚକାଆଖି ସଂସାରେ ଯେତେ ଦେବତା