Thursday, 30 April 2026

ଶ୍ରଦ୍ଧା କୃଷ୍ଣ ଭକ୍ତି ଶ୍ରୀରାଧା

ଶ୍ରଦ୍ଧା କୃଷ୍ଣ ଭକ୍ତି ଶ୍ରୀରାଧା ଅଭାବରୁ ବ୍ରହ୍ମ ଗଢା ଅଧା ଅସମ୍ପୂର୍ଣ ଏକାତ୍ମ ବାସନା ଷଢ଼ ରିପୁଙ୍କ ବହୁତ ବାଧା

ଶ୍ରୀରାଧା ତନୁ ଉଜ୍ଜଳ ତପ୍ତ କାଞ୍ଚନ

ଶ୍ରୀରାଧା ତନୁ ଉଜ୍ଜଳ ତପ୍ତ କାଞ୍ଚନ କୃଷ୍ଣ ତନୁ ଲକ୍ଷ୍ମୀ ରୋଷ ହାଣ୍ଡି କଳା ଏକ ଆତ୍ମା କରିଣ ବିଧାତା ଖଞ୍ଜିଲା ଅଧାଗଢ଼ା ଚରଣକୁ ଝୁରି କାଳ ଗଲା

ଏକ ପାର୍ଶ୍ୱ ପୁରୁଷ

ଏକ ପାର୍ଶ୍ୱ ପୁରୁଷ ଆଉ ଏକ ନାରୀ ଦାରୁବ୍ରହ୍ମ ସମ୍ପୂର୍ଣ କୃଷ୍ଣ ଅବତାରୀ

ଆତ୍ମା ରାମ ସହିତ ଭେଟ ହୋଇଲେ

ଆତ୍ମା ରାମ ସହିତ ଭେଟ ହୋଇଲେ ଏଗାର ଇନ୍ଦ୍ରିୟ ହୁଅନ୍ତି ସମ୍ପୂର୍ଣ ନିରବ କୃଷ୍ଣ ବ୍ରହ୍ମଦାରୁ ଛନ୍ଦା ଚରଣ ଛୁଇଁଲେ ହୃଦୟରେ ନିରନ୍ତର ଶ୍ରୀଗୁଣ୍ଡିଚା ପରବ

ମୋର ଦେହକୁ ଥୋଇ ଦୂରରେ ଥୋଇ

ମୋର ଦେହକୁ ଥୋଇ ଦୂରରେ ଥୋଇ ଅତି ନିରେଖି ଚାହିଁଲି ତାହା ସେବାକେନ୍ଦ୍ର ସେବା ପାଇଁକି ଅଖିଳ ବ୍ରହ୍ମାଣ୍ଡ ଧାଡିରେ ବଂଶୀ ଥୋଇ ସଦା ସେବାରେ କୃଷ୍ଣଚନ୍ଦ୍ର

ଅଲେଖ ନିରାକାରରୁ ଆକାର ହୋଇଲ

ଅଲେଖ ନିରାକାରରୁ ଆକାର ହୋଇଲ ଏକରୁ ହୋଇଲୁ ରୁକ୍ମଣୀ ହୃଦୟ ଚତୃର୍ଦ୍ଧା ତୁମର ଛନ୍ଦା ଚରଣକୁ ଝୁରି ଝୁରି ମରଇ ବ୍ରହ୍ମଦାରୁ ଆଢଗଢ଼ାରେ ଗୋବିନ୍ଦ ରାଧା

ମୋ ଫୁଲ ଚନ୍ଦନ ମୋ ହୃଦ ସ୍ପନ୍ଦନ

ମୋ ଫୁଲ ଚନ୍ଦନ ମୋ ହୃଦ ସ୍ପନ୍ଦନ ଦୁଇ ଆଖି ଲୁହ ମୋ ମନର କୋହ ମୋ ହୃଦ ଦୀପ ମୋ ଅଗୁରୁ ସୁବାସ ଦିଅ ଦରଶନ ପରାଣ ହୁଅଇ ଅଥୟ

ମୋ ଆତ୍ମା ଶାରୀ ଲୋ ନିରତେ ତୁହି ଭଜ

ମୋ ଆତ୍ମା ଶାରୀ ଲୋ ନିରତେ ତୁହି ଭଜ ଗୋବିନ୍ଦ କୃଷ୍ଣ କୃଷ୍ଣ କୃଷ୍ଣ ରାମ ରାମ ରାମ ବେଳ ଥାଉଁ ବ୍ରହ୍ମଦାରୁ କରୋଡକୁ ଉଡ଼ିଯା ଅଶରଣ ଜୀବନ ଶରଣ ପଞ୍ଜର ପରବ୍ରହ୍ମ

ଭକ୍ତ ହୃଦୟ କମଳକୁ ବାଳ ରବି କିରଣ

ଭକ୍ତ ହୃଦୟ କମଳକୁ ବାଳ ରବି କିରଣ ଅହଲ୍ୟା ଶାପ ବିମୋଚନକୁ ରାମ ଚରଣ କାଳୀୟ ଶିରରେ କୋଟି କନ୍ଦର୍ପ ଉପମା ଅରକ୍ଷିତ ଚିନ୍ତଇ ଛନ୍ଦା ପାଦ କର କାରଣ

ଯେତେ ଅଳ୍ପ ସଜେଇଲି ଚକାଡୋଳାଙ୍କୁ

ଯେତେ ଅଳ୍ପ ସଜେଇଲି ଚକାଡୋଳାଙ୍କୁ ଶୋଭାକୁ ନିଅଣ୍ଟ କୋଟି କନ୍ଦର୍ପ ସୁନ୍ଦର ପୁତନା ପ୍ରାଣ ଶୋଷାକ ଧରମ ପୋଷକ ଅନୁପମ ରାମ ରୂପ କିଏ କଳିବ ହୁନ୍ଦର

ମୋ ମାଆ ଦେହ ରଙ୍ଗ ମାମୁଙ୍କ ଭଳି କଳା

ମୋ ମାଆ ଦେହ ରଙ୍ଗ ମାମୁଙ୍କ ଭଳି କଳା ମାଆ ପାଦ ଦୁଇଟି ସଜ ଫୁଟା କମଳ ସେତ ଶଶୀ ମୁଖି ତାରା କେଶି କର୍ଣ୍ଣ କୁଣ୍ଡଳ ସୂର୍ଯ୍ୟ ବ୍ରହ୍ମା ବିଷ୍ଣୁ ଶିବ ତିନି ଆଖି ବରାଭୟ ହାତ

ତଵ ଶୁଭ ସୁପ୍ରଭାତମ ରୁକ୍ମଣୀ ପତି ଶ୍ରୀଜଗନ୍ନାଥ

ତଵ ଶୁଭ ସୁପ୍ରଭାତମ ରୁକ୍ମଣୀ ପତି ଶ୍ରୀଜଗନ୍ନାଥ ଉତ୍ତିଷ୍ଟ ଉତିଷ୍ଟ ଉତିଷ୍ଠ ବ୍ରହ୍ମାଣ୍ଡ ଆଶ୍ରୟ ବ୍ରହ୍ମଦାରୁ ତ୍ୱମ ବନ୍ଦେ ଅଧାଗଢା ପୂର୍ଣ୍ଣବ୍ରହ୍ମ ଅଖିଳ ମଙ୍ଗଳମ ପ୍ରଭାତେ ସ୍ମରାମୀ ବୁଦ୍ଧ ସ୍ୱରୂପ ଚକାଡୋଳା ଚାରୁ

ଏହି ଦେହ ପାଇଁ ଏଡ଼େ ଅଭିମାନ କିମ୍ପାଇଁ ମନ

ଏହି ଦେହ ପାଇଁ ଏଡ଼େ ଅଭିମାନ କିମ୍ପାଇଁ ମନ ଘନ ଅନ୍ଧାର ଜରାୟୁରୁ ଶଶ୍ମାନ ଗର୍ତ୍ତକୁ ଯାଉଛି ଅତି କ୍ଷଣ ଭଙ୍ଗୁର ବାଲ୍ୟ କୈଶୋର ଯୌବନ ଜରା ବ୍ୟାଧି ଷଢ଼ରିପୁଙ୍କ ମେଳକୁ ଭଲ ପାଉଛି

ଶରୀର ଅଭିମାନ ଛାଡିଲେ

ଶରୀର ଅଭିମାନ ଛାଡିଲେ ବୁଦ୍ଧି ବିବେକରେ ମନ ଚଳେ ମନକୁ ଛନ୍ଦା ପାଦେ ରହିଲେ ଆତ୍ମା ନୀଳକନ୍ଦରକୁ ଚଳେ

ଏହି ଦେହ ଗୋଟିକ ପଞ୍ଚ ଭୁତ ଆଖଡ଼ା

ଏହି ଦେହ ଗୋଟିକ ପଞ୍ଚ ଭୁତ ଆଖଡ଼ା ସଂସାର ଯାତ୍ରା ସରିଲେ ଯିବେ ଉଭେଇ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ମୋର ଆତ୍ମୀୟ ଭୁଜ ତଳେ ଆଶାରା ମିଳିବକି ଭାବଇ

ଚେତନା ଚୈତନ୍ୟ ପରମାତ୍ମା

ଚେତନା ଚୈତନ୍ୟ ପରମାତ୍ମା ତିନିହେଁ ଦାରୁବ୍ରହ୍ମ ମହାବାହୁ କାଳ ପୁରିଗଲା ଦର୍ଶନ ନାହିଁ ବାସି ମଢ଼ା ଭେଟିବକି ଆଉ

Wednesday, 29 April 2026

ଶ୍ରୀହରି ନାମ ସଙ୍କୀର୍ତ୍ତନ ଅଥଳ ସୁଧା ସମୁଦ୍ର

ଶ୍ରୀହରି ନାମ ସଙ୍କୀର୍ତ୍ତନ ଅଥଳ ସୁଧା ସମୁଦ୍ର ସ୍ନାନ ବେଳେ ପ୍ରବଳ ଜୁଆର ଭସାଇ ନେଲା ସତରେ କି ଆସି ଉଦ୍ଧାର କରିବେ ବନମାଳୀ ଚିକ୍କଣ କଳା ମୁରଲୀ ବାଲା ଗୋପାଳ ପିଲା

ବାଡି ଆମ୍ବ ଡାଳ ବଉଳ ବହଳ ଗହଳିରୁ କଳା କୋଇଲି

ବାଡି ଆମ୍ବ ଡାଳ ବଉଳ ବହଳ ଗହଳିରୁ କଳା କୋଇଲି ସୁଧା ମଧୁର କେଡେ ଅଧିର ଗାଇଲା ଶ୍ୟାମ ଶ୍ୟାମ ଶ୍ୟାମ ଦେହ ମନ ଆତ୍ମା ସର୍ବସ୍ବ ସମର୍ପିଲି ଶ୍ୟାମ ଭାବ ଜୁଆରେ ଥରୁଟିଏ ଚର୍ମ ଚକ୍ଷୁରେ ଦେଖିଲେ ପୁରିବ ମୋ ମନସ୍କାମ

ନାରାୟଣ ନାରାୟଣ ନାରାୟଣ ନାରାୟଣ

ନାରାୟଣ ନାରାୟଣ ନାରାୟଣ ନାରାୟଣ ନିରନ୍ତର ଜପି ବାଳକ ଧ୍ରୁବ ଲଭିଲା କାରଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ପ୍ରହ୍ଲାଦ ସର୍ବ ଭୁତେ ଲଭିଲା ଅଭୟ ଚରଣ

କୃଷ୍ଣ ତୁମ୍ଭେ ନାଲି ପିମ୍ପୁଡି ଦଳର ପତି

କୃଷ୍ଣ ତୁମ୍ଭେ ନାଲି ପିମ୍ପୁଡି ଦଳର ପତି ଗୋବିନ୍ଦ ତୁମ୍ଭେ ଅର୍ଜୁନ ରଥ ସାରଥୀ କୃଷ୍ଣ ତୁମ୍ଭେ ଗୀତଗୋବିନ୍ଦ ଲେଖନୀ କୃଷ୍ଣ ତୁମ୍ଭେ ଶ୍ରୀମଦଭାଗବତ ପୋଥି

କୃଷ୍ଣ ତୋ ଦେହ କାନ୍ତି ସୁଧାକର ଜୋତ୍ସନା

କୃଷ୍ଣ ତୋ ଦେହ କାନ୍ତି ସୁଧାକର ଜୋତ୍ସନା କୃଷ୍ଣ ତୋ ଦେହ କାନ୍ତି ବାଳ ଅରୁଣ କିରଣ କୃଷ୍ଣ ତୋ ବଂଶୀ ସ୍ଵନ କୋକିଳ କଣ୍ଠ ରାବ ଅଖିଳ ବିଶ୍ୱ ହିତ କୃଷ୍ଣ ତୋ ଅଭୟ ଚରଣ

ଦ୍ବନ୍ଦରୁ ରହିତ ମୁରାରୀ

ଦ୍ବନ୍ଦରୁ ରହିତ ମୁରାରୀ ବସୁଧା ହିତ ଅବତରୀ ନିଶ୍ୱାସଠାରୁ ଆତ୍ମୀୟ ସର୍ବ ଭୁତେ ଛନ୍ତି ପୁରି

ଗୋପାଳ ସହସ୍ର ନାମ ଲକ୍ଷ୍ମୀ ପରଶା

ଗୋପାଳ ସହସ୍ର ନାମ ଲକ୍ଷ୍ମୀ ପରଶା ବିଷ୍ଣୁଙ୍କର ସହସ୍ର ନାମ କେବଳ ରାମ ରାମ ସହସ୍ର ନାମ କୃଷ୍ଣ ଛନ୍ଦା ଚରଣ ଜଗନ୍ନାଥ ସହସ୍ର ନାମ ପୁରୁଷୋତ୍ତମ

ପିତାଙ୍କର ଅର୍ଜନ ସୀତା ପତି ରାମ ନାମ ମାଧୁର୍ଯ୍ୟ

ପିତାଙ୍କର ଅର୍ଜନ ସୀତା ପତି ରାମ ନାମ ମାଧୁର୍ଯ୍ୟ ଜନନୀର କୋଳ ବ୍ରହ୍ମଦାରୁଙ୍କର ମହାବାହୁ ଛାୟା ସକଳ ଭୂତରେ ଅଖଣ୍ଡ ଅଛିଦ୍ର ଆତ୍ମା ମଧୁସୂଦନ ଦେଖି ଅର୍ଜୁନ ତରିଲେ ଅଜ୍ଞାନୀକୁ ଅନେକ କାୟା

ବାମନ ହୋଇଣ ଚନ୍ଦ୍ରକୁ ହାତ ବଢ଼ାଇଲି

ବାମନ ହୋଇଣ ଚନ୍ଦ୍ରକୁ ହାତ ବଢ଼ାଇଲି ଚକୋର ହୋଇ ଆଶା କଲି ନବ ଘନକୁ ଯୋଗ ନାହିଁ ନିଷ୍କାମ ସେବା ତପ ହୀନ ମୁଢ ଶିର ଛୁଇଁବକି କୃଷ୍ଣ ଛନ୍ଦାଚରଣକୁ

ସୀତା ନାଥ ଯୋଗୀ ବାବାଜୀ

ସୀତା ନାଥ ଯୋଗୀ ବାବାଜୀ ରୁକ୍ମଣୀଙ୍କ ଜୀବନ କୁଳ ବୁଡ଼ା ଶ୍ରୀମନ୍ଦିର ତୁମ୍ଭର ଅଧାଗଢା କମଳା ହୃଦୟ ଚରଣ ବଢ଼ା

ମନ ମୋର ବଡ ଆଶା ବାନ୍ଧିଛି

ମନ ମୋର ବଡ ଆଶା ବାନ୍ଧିଛି ଛନ୍ଦା ଚରଣ ପାରିବ କି ଭେଟି ବୈଷ୍ଣବ ସେବାରେ ଦିନ ଗଲା ଭାତ ଦୁଇ ମୁଠା ଦୁଇ ପଟ ରୁଟି

ମୋ ଦୁଇ ଏହି ଚର୍ମ ଚକ୍ଷୁ

ମୋ ଦୁଇ ଏହି ଚର୍ମ ଚକ୍ଷୁ ଚିହ୍ନି ପାରିଲେ ନାହିଁ ହରି ସଂସାର ଡଙ୍ଗାରେ ବସିଛି କେମନ୍ତେ ହୋଇବି ପାରି

Tuesday, 28 April 2026

ଶରୀର ସମର୍ପି ବୈଷ୍ଣବ ସେବାର

ଶରୀର ସମର୍ପି ବୈଷ୍ଣବ ସେବାରେ ନିରନ୍ତର ଆତ୍ମା ଖୋଜଇ ବୈକୁଣ୍ଠ କେଉଁଠିଁ ଭେଟିବି କିପରି ସ୍ୱରୂପ ଭକ୍ତ ହୃଦୟ ଚନ୍ଦନ କୋକିଳ କଣ୍ଠ

ଅଖିଳ ବ୍ରହ୍ମାଣ୍ଡ ଯନ୍ତ୍ରୀ କୃଷ୍ଣ

ଅଖିଳ ବ୍ରହ୍ମାଣ୍ଡ ଯନ୍ତ୍ରୀ କୃଷ୍ଣ ବିପଦ ତାରକ ମନ୍ତ୍ର ରାମ ବ୍ରହ୍ମଦାରୁଙ୍କର ଭୁଜ ଛାୟା ହରି ଚନ୍ଦନ ସମ ଆରାମ

ମଣିମା ମଣିମା ହେ ଗୁହାରୀ ଶୁଣିମା

ମଣିମା ମଣିମା ହେ ଗୁହାରୀ ଶୁଣିମା ଭରିଛି ମୋ ବେନି କର ଆଞ୍ଜୁଳିରେ ଆଞ୍ଜୁଳି ଭାରି ଯାହା ତଳେ ପଡିଲା ସାଉଁଟି ରଖିଅଛି ଚନ୍ଦନ ଅର୍ଗଳୀରେ

ନିରେଖିଲେ ତୁମରି ଚକାଆଖି

ନିରେଖିଲେ ତୁମରି ଚକାଆଖି ଆତ୍ମା ନାଚେ ମନ ସବୁଠୁଁ ସୁଖି ହେ ଛନ୍ଦା ଚରଣ ବଂଶୀଧାରୀ ଶିରେ ରଖ କର କମଳ ଆଖି

ଛନ୍ଦା ଚରଣ ଅଭୟା ଅରଣ୍ୟ

ଛନ୍ଦା ଚରଣ ଅଭୟା ଅରଣ୍ୟ ବଂଶୀ ଧ୍ୱନି କରୁଣା କାରୁଣ୍ୟ ରସନା ସକଳ କର କାମନା କୋଟିଏ କନ୍ଦର୍ପର ତାରୁଣ୍ୟ

ଯାହାକୁ ତୁମ୍ଭେ ସଦୟ ହେ ଗୋବିନ୍ଦ

ଯାହାକୁ ତୁମ୍ଭେ ସଦୟ ହେ ଗୋବିନ୍ଦ ତ୍ରିଭୁବନରେ ତାହାର କାହାକୁ ଭୟ ପ୍ରହ୍ଲାଦ ପାଞ୍ଚାଳୀ ଅର୍ଜୁନ କୃଷ୍ଣ କବଚ ଛନ୍ଦା ଚରଣ ଛୁଇଁଲେ ସର୍ବଦା ଜୟ

ନାରାୟଣ ନାରାୟଣ ନାରାୟଣ ନାରାୟଣ

ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ଦାମୋଦର ଗୋବିନ୍ଦ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ବ୍ରହ୍ମଦାରୁ ସଚ୍ଚିଦାନନ୍ଦ

ମାଆ ଗୋ କମଳା ତୁହି ତ୍ରିଶାଖା ବେଲ ପତ୍ର ବୃକ୍ଷ

ମାଆ ଗୋ କମଳା ତୁହି ତ୍ରିଶାଖା ବେଲ ପତ୍ର ବୃକ୍ଷ ମାଆ ମହାଲକ୍ଷ୍ମୀ ତୁହି ଓଁ ନାରାୟଣ ଉଦାର ବକ୍ଷ ମାଆ ଗୋ କମଳା ତୁହି ଅଖିଳ ଜୀବଙ୍କର ଜନନୀ ମା ସକଳ ଶକ୍ତି ଆଧାର ଅର୍ଦ୍ଧାଙ୍ଗିନୀ ପୁଣ୍ଡରୀକାକ୍ଷ

ଓଁ ଗୋବିନ୍ଦ ମାଧବ କେଶବ ଦାମୋଦର ହରି

ଓଁ ଗୋବିନ୍ଦ ମାଧବ କେଶବ ଦାମୋଦର ହରି ଅମୃତ ସଞ୍ଜବନୀ ଦୃଷ୍ଟି ସୂର୍ଯ୍ୟ ସୁଧାକର ନୟନ ଓଁ କୃଷ୍ଣ ବ୍ରହ୍ମଦାରୁ ବଳଭଦ୍ର ସୁଭଦ୍ରା ଜଗନ୍ନାଥ ସନାତନ ସାରଥୀ ସୁପ୍ରଭାତ ଗାୟତ୍ରୀ ଗାୟନ

ଗୋବିନ୍ଦ ମାଧବ କୃଷ୍ଣ ଇତି

ଗୋବିନ୍ଦ ମାଧବ କୃଷ୍ଣ ଇତି ମୂଢ଼ ମନରେ ସଦା ଭଜୁଥା ଗୋବିନ୍ଦ ଦାମୋଦର ହରି ବ୍ରହ୍ମାନନ୍ଦ ସିନ୍ଧୁରେ ଭାସୁଥା

ତୁମ୍ଭେ ଅଖିଳ ବ୍ରହ୍ମାଣ୍ଡର ପିତା ମାତା

ତୁମ୍ଭେ ଅଖିଳ ବ୍ରହ୍ମାଣ୍ଡର ପିତା ମାତା ଭୂଜତଳେ ମାୟାରେ ନିଦ୍ରିତ ସକଳ ତୁମ୍ଭେ ବ୍ରହ୍ମଦାରୁ ରବି ସୁଧାକର ଚକ୍ଷୁ ତୁମ୍ଭରି କରୁଣା ଜୀବନ ସଞ୍ଜ ସକାଳ

ବିକାର ତେଜି ପାରିଥିଲେ ଦେଖିଥାନ୍ତି ତୁମ୍ଭଙ୍କୁ

ବିକାର ତେଜି ପାରିଥିଲେ ଦେଖିଥାନ୍ତି ତୁମ୍ଭଙ୍କୁ ସାଧି ନ ପାରିଲି ଜୀବନ ହୋଇଲା ବେକାର ଜନନୀ ରୁକ୍ମଣୀ ଆତ୍ମା ପାଣ୍ଡଵ ରକ୍ଷା କବଚ ଚରଣ ବଢ଼ାଇଲେ ଛୁଇଁବି ହେ ନିରାକାର

ଅମୁହାଁ ଦେଉଳରେ ଜଳେ ଅଖଣ୍ଡ ଦୀପ

ଅମୁହାଁ ଦେଉଳରେ ଜଳେ ଅଖଣ୍ଡ ଦୀପ କ୍ଷୀର ସାଗର ତନୟା ଦୀପର ଆଲୋକ ରୋଷହାଣ୍ଡି କଳା ଚକାଡ଼ୋଳା ଦେବତା ପାପୀର ନୟନ ଲଭିବକି ଏକ ଝଲକ

ରାବଣ ସହିତ ରହିଲେ ମରଣ

ରାବଣ ସହିତ ରହିଲେ ମରଣ ଶ୍ରୀରାମ ସାଥିରେ ପ୍ରାଣ କାରଣ ବୈଷ୍ଣବ ଦ୍ୱାରେ ଚିର ଅପେକ୍ଷା ଦେଖିବ କି ପାପି ଛନ୍ଦା ଚରଣ

ମୋର ଜୀବନ କହିଲେ କ୍ଷୁଦା ତୃଷା ନିଦ୍ରା ମୈଥୁନ

ମୋର ଜୀବନ କହିଲେ କ୍ଷୁଦା ତୃଷା ନିଦ୍ରା ମୈଥୁନ ଏହିମାନଙ୍କୁ ବୁଝାଉ ବୁଝାଉ ସରିଗଲା ମୋର କାଳ କ୍ରୋଧ ଲୋଭ ମୋହ ଜରା ବ୍ୟାଧି ହେଲେ ବାଧକ ଚର୍ମ ଚକ୍ଷୁ ନ ଦେଖିଲା କାଳିଦଳା ବାଳ ଗୋପାଳ

Monday, 27 April 2026

ଚାରି ଗଣ୍ଡାକରେ ଗଣ୍ଡେ ମିଳେ

ଚାରି ଗଣ୍ଡାକରେ ଗଣ୍ଡେ ମିଳେ ପର ଜମି ବଖରା କଲେ ଚାଷ ଆତ୍ମା ସମ ସେବା କଲେ ପର ହୃଦୟବାସୀ ହୁଅନ୍ତି ପିତବାସ

ଶଙ୍କର ପାର୍ବତୀ କଥୋପକଥନ ବ୍ରହ୍ମ

ଶଙ୍କର ପାର୍ବତୀ କଥୋପକଥନ ବ୍ରହ୍ମ ମହାଯୋଗୀ ଶଙ୍କର ଜପମାଳା ରାମ ଜୟଦେବ ପଦ୍ମାବତୀ ଗୀତଗୋବିନ୍ଦ ପଦ୍ମା ଆଞ୍ଜୁଳିରେ ଛନ୍ଦାପାଦ ବିଶ୍ରାମ

ଗୋବିନ୍ଦ ଅଧା ଗୋବିନ୍ଦ ପୂର୍ଣ୍ଣ

ଗୋବିନ୍ଦ ଅଧା ଗୋବିନ୍ଦ ପୂର୍ଣ୍ଣ ଗୋବିନ୍ଦ ଆତ୍ମା ଗୋବିନ୍ଦ ବ୍ରହ୍ମ ଗୋବିନ୍ଦ ଓଁ ଗୋବିନ୍ଦ ଚେତନା ଗୋବିନ୍ଦ ସୀତା ଗୋବିନ୍ଦ ରାମ

ତୁଳସୀ ହୃଦୟ କମଳରେ ଶ୍ରୀରାମ ସୀତା

ତୁଳସୀ ହୃଦୟ କମଳରେ ଶ୍ରୀରାମ ସୀତା ସାଲବେଗ ହୃଦ ପଦ୍ମ ଅପଲକ ଆଖିପତା ଜୟଦେବ ହୃଦୟ କମଳ ଗୀତଗୋବିନ୍ଦ ଥରେ ଦର୍ଶନ ଦିଅ ଜୀବନ ଶୁଭ ବାରତା

ଚନ୍ଦନ ଅର୍ଗଳୀରେ ତୁଳସୀ ଜୀବନ ରାମ

ଚନ୍ଦନ ଅର୍ଗଳୀରେ ତୁଳସୀ ଜୀବନ ରାମ ନୀଳକନ୍ଦରରେ ବିଶ୍ଵାବଶୁ ଜୀବନ ଶ୍ୟାମ ନନ୍ଦୀ ଘୋଷରେ ମହାଲକ୍ଷ୍ମୀ ଜୀବନ ହରି ଚାରମାଳରେ ପହଣ୍ଡି ବିଜୟ ଭକ୍ତପ୍ରେମ

ଅମୁହାଁ ଦେଉଳରେ ଆତ୍ମା ମୋର ରହିଲା

ଅମୁହାଁ ଦେଉଳରେ ଆତ୍ମା ମୋର ରହିଲା ଅଧାଗଢା ହେ ପାଦରେ ପଡୁଅଛି ଭେଟା ପାହାଚରେ ମୁଣ୍ଡ ପିଟି ପିଟି କାଳ ସରିଲା ସ୍ୱକୃପାରେ ରୁକ୍ମଣୀ ହୃଦୟ କବାଟ ଫିଟା

ଦେଖିବାକୁ ଦିଅଁ ଅଧାଗଢା କାଳିଆ

ଦେଖିବାକୁ ଦିଅଁ ଅଧାଗଢା କାଳିଆ ଲକ୍ଷ୍ମୀ ଠାକୁରାଣୀ ପେଚା ଭଳି ଆଖି ସୁଗୁଣେ ତାଙ୍କୁ କେହି ସମାନ ନୁହେଁ ବ୍ରହ୍ମଦାରୁଙ୍କୁ ପ୍ରାଣ ମୋ ଦେଇଛି ବିକି