Wednesday 29 June 2022

ଶୁନ୍ୟରୁ ଉତ୍ପତି ଜ୍ୟୋତି

ଶୁନ୍ୟରୁ ଉତ୍ପତି ଜ୍ୟୋତି ଜ୍ୟୋତିରୁ ଉତ୍ପତି ନାମ ନାମରୁ ଉତ୍ପତି ପୃଥ୍ୱୀ ପୃଥୀରୁ ଉତ୍ପତି ରାମ

ମନ ମରିବାର ଦିନ କେତୁଟାରେ

ଦିନ କେତୁଟା ହବ ମନ ମରିବା ପଛେ ବୁଦ୍ଧି ମଲା ତାକୁ ଝୁରୁ ଝୁରି ଦେହକୁ ଛାଡି ଗଲେ ସୁଖ ଦୁଃଖ ଆତ୍ମାକୁ ଲାଗିଲା ଶ୍ରୀକ୍ଷେତ୍ର ଡୋରି

ଭଅଁର ଅଇଁଠା କଲା ଫୁଲ

ନିର କ୍ଷୀର ଆଗରୁ ଅଇଁଠା ସଂସାର ଅଇଁଠା କଲା ତନୁ ମୋର ପୂଜାରେ ନ ଲାଗେ ମନ ଭଅଁର ଅଇଁଠା କଲା ଫୁଲ ପିମ୍ପୁଡି ଅଇଁଠା କଲା ଗୁଡ ମୋର ପୂଜାରେ ନ ଲାଗେ ମନ

Monday 27 June 2022

ଧନ ଥରୁଟିଏ ବଇଁଶୀ ବଜେଇ ଦେବୁ

ଧନ ଥରୁଟିଏ ବଇଁଶୀ ବଜେଇ ଦେବୁ ଗୋରୁଗୋଠ ଗାଁ ପାଖାପାଖି ହେଲେ ଏ ଦେହରେ ମୋହର ଜୀବନ ପଶିବ ବାପରେ ତୋ ବଂଶୀସ୍ୱର ଶୁଣି ଦେଲେ

Sunday 26 June 2022

ଆହାଃ କି ଦୁର୍ଗମ ଏ ସଂସାର ପଥ

ବଡ଼ ଦୁର୍ଗମ ଏ ସଂସାର ପଥ ଧର ଧରିଥା ଗାମୁଛା ଲୁଙ୍ଗି ସାଥି ସାଥିରେ ନ ଯିବେ ଆଶା ଆଶ୍ରା ଭାଗବତ ଟୁଙ୍ଗି

Saturday 25 June 2022

ସଂକଳ୍ପରୁ ଝରିଲା କଳ୍ପନା

ସଂକଳ୍ପରୁ ଝରିଲା କଳ୍ପନା କଳ୍ପନାରୁ ଝରିଲା ନାମ ନାମରୁ ଝରିଲା ସଂସାର ସଂସାରୁ ଝରିଲା କାମ

Friday 24 June 2022

ରାଧାଙ୍କ ପାଦରେ ଯୋଡି ପାଉଁଜି

ରାଧାଙ୍କ ପାଦରେ ଯୋଡି ପାଉଁଜି ବୈଷ୍ଣବ ମନ କିଣା ତା ରୁଣୁ ଝୁଣୁ ଅରୁଦୀପର ଯୁଗଳ ବନ୍ଦୀ ମଧୁର ଶ୍ରୋତାର ମନ ଭରେ ଶୁଣୁ ଶୁଣୁ

ରାଧା ହଜେଇଲେ ପାଦର ପାଉଁଜି

ରାଧା ହଜେଇଲେ ପାଦର ପାଉଁଜି ବୈଷ୍ଣବ ଶ୍ୟାମାନନ୍ଦ ଉଦ୍ଧାର ଲାଗି ଶୁଣି ଏହି ଲୀଳା ହିଅ ମୋ ନାଚଇ ଆହାଃ େ କେଡେ କୃଷ୍ଣ ଅନୁରାଗୀ ରାଧା ହଜେଇଲେ ପାଦର ପାଉଁଜି ବୈଷ୍ଣବ ଶ୍ୟାମାନନ୍ଦ ସେବା ପାଇ ଅଭୟ ଚରଣ ଦର୍ଶନ ଆଶାରେ ଶ୍ୟାମା ହୃଦୟେ ରଖିଲା ନେଇ

When the earth was created

When the earth was created Believe, it was created for all Each one was blessed to live Whether they are big or small

Thursday 23 June 2022

ଲତା ମାଡି ଗଲା କଢି ଫୁଲ ହେଲା

ଲତା ମାଡି ଗଲା କଢି ଫୁଲ ହେଲା ଫୁଲରୁ ହେଲା କଷି ତୁ ଥାଉ ଥାଉ ଆହେ ମହାବାହୁ ଭକତ କି ଯିବ ଭାସି

ବାଡ଼ିର ପିତା କଲରା

ଶୁଆ ରଙ୍ଗର ପତରକୁ ତାର ସୁନା ରଙ୍ଗ ଫୁଲ ବାଡ଼ିର ପିତା କଲରା ସାଙ୍ଗେ ହେଲା ଗେଲ

Wednesday 22 June 2022

ଜଳରେ କିଏ ସେ ଟାଣିବ ଗାର

ଜଳରେ କିଏ ସେ ଟାଣିବ ଗାର ସମୟକୁ କିଏ ବାନ୍ଧିବ ଡୋର କୁକର୍ମ ଦିଅଇ ଅକାଳ ମରଣ ସୁକର୍ମ କରଇ ଭବରୁ ପାର

ପୁର୍ଣ କୁମ୍ଭ ଆଉ ନ ଧରେ ଜଳ

ପୁର୍ଣ କୁମ୍ଭ ଆଉ ନ ଧରେ ଜଳ ଫଳ ପାଚିଗଲେ ତେଜଇ ଡାଳ ରୋଗ ବଢି ଗଲେ ହଟଇ ବଳ ସାଧୁକୁ ନ ଭେଦେ କପଟ ଛଳ

ଘରକୁ ଯେ ଫେରେ ବିଳମ୍ବ ରାତିରେ

ଘରକୁ ଯେ ଫେରେ ବିଳମ୍ବ ରାତିରେ ସେ ଘରେ ଶାନ୍ତିରେ ନ ପାରେ ଶୋଇ ତେବେ ନିଜକୁ ପଚାର କିଏ ସେ ତୁମେ ଆଉ କି ପାଇଁ ସଂସାର ଆସିଥିଲ ଭାଇ

ମୋର ଆଦୌ ଜାଣିବାକୁ ଇଛା ନାହିଁ

ମୁଁ ଯେ କେଉଁଠି ଆଉ କେମିତି ମରିବି ମୋର ଆଦୌ ଜାଣିବାକୁ ଇଛା ନାହିଁ ତୁଣ୍ଡ ଗାଉଥାଉ ସାଇ ସାଇ ସାଇ ଯମଦୂତେ ନେଲାବେଳେ ବୋହି

ଆକାଶରୁ ପଡିଲା ବର୍ଷା ଝଡି

ଆକାଶୁ ପଡିଲା ବରଷା ଝଡି ଗଛପତ୍ର ଗଲେ ଆନନ୍ଦେ ବୁଡି କଢି ଆନନ୍ଦରେ ପଡିଲା ଫାଟି ଡାଳ ଲଗାଇଲେ ଚନ୍ଦ୍ରକୁ ସିଡ଼ି

Total occlussion is old

Total occlussion is old Anyone wants to open Pay for the dissection Take the entry coupon

Tuesday 21 June 2022

Even a tree can not move It serves ground earth sky Human can go everywhere Help help help always cry

Even a tree can not move It serves ground earth sky Human can go everywhere Help help help always cry

ଶିବଙ୍କ ଜଟାରୁ ଝରି ଆସି ଗଙ୍ଗା

ଶିବଙ୍କ ଜଟାରୁ ଝରି ଆସି ଗଙ୍ଗା ସ୍ୱର୍ଗ ମର୍ତ୍ତ ପାତାଳ ପାବନ କରେ ଆନନ୍ଦ ଉଣା ହେଲେ ଜଗତରୁ ମର ଦେହେ ବ୍ରହ୍ମାନନ୍ଦ ଅବତରେ

ପୂର୍ବ ଆକାଶରେ ଦେଖି ଦିନକର

ପୂର୍ବ ଆକାଶରେ ଦେଖି ଦିନକର ସରୋଜ ବ୍ରହ୍ମ ଆନନ୍ଦେ ବୁଡିଯାଏ ପୂର୍ବଭାଗ୍ୟ ବଳେ ମିଳେ ସାଧୁସଙ୍ଗ ଦୁଲର୍ଭ ମଣିଷ ଜନ୍ମ ସଫଳ ହୁଏ

Monday 20 June 2022

ଶୁଭଲଗ୍ନ ଉଦୟ ହେଲେ ଭାଗ୍ୟେ

ଶୁଭଲଗ୍ନ ଉଦୟ ହେଲେ ଭାଗ୍ୟେ ପାପୀ ପାପକୁ ଅତି କରେ ଘୃଣା ସାଧୁସଙ୍ଗ ହାତଧରି ବାଟ କଢାଏ ଆଉ ନ ହୁଅଇ ବାଟ ବଣା

ପାପୀ ତପୀ କିଛି ବିଚାର ନ କରି

ପାପୀ ତପୀ କିଛି ବିଚାର ନ କରି ଜଳ ସର୍ବ ଜୀବର ମେଣ୍ଟାଏ ଶୋଷ ପାପୀ ତପୀ କିଛି ବିଚାର ନ କରି ସାଧୁସଙ୍ଗ ମନସ୍ତାପ କରେ ନାଶ [୧] ଯିବ ଜନ୍ତୁ କିଛି ବିଚାର ନ କରି ବୃକ୍ଷ ସର୍ବ ଜୀବକୁ ଦିଅଇ ଛାଇ ଶିଶୁ ବୃଦ୍ଧ କିଛି ବିଚାର ନ କରି ସଭିଙ୍କୁ କ୍ଷୀର ଦେଇଥାଏ ଗାଈ [୨] ଶୁଭ ଲଗ୍ନ ଉଦୟ ହେଲେ ପାପୀ ପାପକୁ କରେ ଘୃଣା ସାଧୁସଙ୍ଗ ହାତ ଧରି ନିଏ ଆଉ ହୁଅଇ ବାଟ ବଣା [୩]

A stream that falls from a hilltop

A stream that falls from a hilltop Already blessed with divine grace Being down to earth, always cool Always busy and always fresh

Sunday 19 June 2022

ଚନ୍ଦନ ଲେପିଲେ ଅଙ୍ଗରେ

ଚନ୍ଦନ ଲେପିଲେ ଅଙ୍ଗରେ ଅଙ୍ଗ ଚନ୍ଦନ ଚନ୍ଦନ ବାସେ ମଦ ପିଇ ଦେଲେ ଆକଣ୍ଠ ମଦୁଆ ମନକୁ ମନ ହସେ

Saturday 18 June 2022

Rooms look much bigger

Rooms look much bigger In a first time entry to flat Rooms become smaller With kids,toys,dog and mat

ବିଷମ ସଂସାର ପଥଶ୍ରମ

ବିଷମ ସଂସାର ପଥଶ୍ରମ ଆଖି ପଲକେ ବିସ୍ମରଇ ନଦୀ ମିଳିଲେ ସାଗରେ ସେ ଅଖଣ୍ଡ ଆନନ୍ଦ ପାଇ

କିଏ ଦେବଦୂତ ଗାଏ ଏହି ଗୀତ

କିଏ ଦେବଦୂତ ଗାଏ ଏହି ଗୀତ ଅତି ମଧୁର ମଧୁମଖା କଣ୍ଠ ସ୍ୱର ପାହାଡ଼ରୁ ଯେଣୁ ଏ ସ୍ୱର ଶୁଭୁଛି ନିଶ୍ଚୟ ହୋଇଥିବ ଅରୁର ବର

Friday 17 June 2022

ମାଗି ଯା ନ ଥିଲି ଯାଚି ତାହା ଦେଲ

ମାଗି ଯା ନ ଥିଲି ଯାଚି ତାହା ଦେଲ ନିଜ ଅଙ୍ଗ ଛେଦି ମୋତେ ସୃଷ୍ଟି କଲ ପରମ ବୋଲିଣ ନିଜେ ପାଅ ପୂଜା ଜୀବ ଭାବେ ମୁଁ କେଡେ କଲବଲ

ନିତି ଏଇ ବାଟେ ଯାଉରେ କାଳିଆ

ନିତି ଏଇ ବାଟେ ଯାଉରେ କାଳିଆ ଏ ହୃଦୟଠୁଁ ଆହୁରି ପାଖରେ ରହୁ ଥରେ ଚାହିଁଦେଲେ ଭବରୁ ତରନ୍ତି ହୃଦେ ତୁ ଜୀବ ପରମର ଭାବ ବହୁ

ତୋ ମୋ ଭିତରେ ବାଡ଼ କଣ

ତୋ ମୋ ଭିତରେ ବାଡ଼ କଣ ଆ ଆ ଆଜି ହିଁ ଉପାଡି ଦେବା ନବଧା ଭକ୍ତିରେ ହୋଇଣ ଛନ୍ଦି ଆମେ ବ୍ରହ୍ମାନନ୍ଦରେ ବୁଡି ଯିବା

Thursday 16 June 2022

ସମୟ ଥିଲା ପାଖରେ ଥିଲା ହେଲେ ଚାଲୁଥିଲା ବହୁତ ଧୀରେ ଧୀରେ

ସେ ଗୋଟେ ନଦୀ ଥିଲା ତାର କୂଳଥିଲା ଆଉ କୂଳରେ ଥିଲା ବାଲି ଗୋଟେ ମଜା ଗପ ଥିଲା ଗୋଟେ ଗପୁଡି ଥିଲା ଯାଉଥିଲେ ଦୁହେଁ ଚାଲି ସମୟ ଥିଲା ପାଖରେ ଥିଲା ହେଲେ ଚାଲୁଥିଲା ବହୁତ ଧୀରେ ଧୀରେ କାମେରା ଥିଲା ରିଲ ବି ଥିଲା ସେ ନିଆରା ଛବି କେବେ ହେବନି ଭୁଲି

Wednesday 15 June 2022

ଅରୁଦୀପ ବୋଲି ଗୋଟେ ଦ୍ଵୀପ ଥିଲା ରହୁଥିଲେ ଅତି ସୁନ୍ଦର ରାଜା ଓ ରାଣୀ ଆହାଃ କି ସୁନ୍ଦର ଥିଲା ତାଙ୍କ କଣ୍ଠ ସ୍ୱର ଗାଇଲେ ହୃଦୟ ମନ ନେଉଥିଲେ କିଣି

ପବନରେ ଭରି ସୁଗନ୍ଧ

ପବନରେ ଭରି ସୁଗନ୍ଧ ଫୁଲରୁ ପାଖୁଡା ଝଡ଼େ ମଞ୍ଜିରେ ଭରି ଜୀବନ ପାଚି ଫଳ ତଳେ ପଡେ

Tuesday 14 June 2022

ମୁଁ ଅକ୍ଷର ହେଲେ ତୁ ବିନ୍ଦୁ

ମୁଁ ଅକ୍ଷର ହେଲେ ତୁ ବିନ୍ଦୁ ତୁହି ବୃକ୍ଷ ହେଲେ ମୁଁ ପତ୍ର ଯେଣୁ ଏକ ଦିଶେ ଦୁଇ ଦୁଇ ମୋ ଭୟରେ କମ୍ପଇ ଗାତ୍ର

ଏବେ ରାତି ହେଇଛି ନା ସକାଳ

ଯିଏ ଏକାଧାରରେ ବୈଜ୍ଞ୍ୟାନିକ ଆଉ ସ୍ୟାହିତିକ ତାହା ଠାରୁ ବଳିକି ଏ ସଂସାରରେ କିଏ ପାଗଳ ବହୁତ ସମୟରେ ଭୁଲି ଯାନ୍ତି ଖାଇବା ଶୋଇବା ପୁଣି ଭୁଲିଯାନ୍ତି କେଉଁଟା ରାତି କେଉଁଟା ସକାଳ

ଆଜି ଓଡ଼ିଶାରେ ରଜ

ଡାମରା କାଉରେ ରେ ଡାମରା କାଉ ଥଣ୍ଟେ ଖାଇ ଥଣ୍ଟେ ତୁ କା ପାଇଁ ନେଉ ଅଛି କିରେ ତୋର ବସାରେ ଚିଆଁ ଆଜି କାହିଁ ଭାରି ମନେପଡେ ବୋଉ

Monday 13 June 2022

ଅଭିମାନୀ ବନ୍ଧୁରେ

ସୃଷ୍ଟି ସ୍ଥିତି ଲୟ ତିନି କୁ ତିନି ଗଢ଼ିଲ ସତ୍ୱ ରାଜ ତମ ଲେପି ଯା ଅଛ ଖଞ୍ଜି ବଞ୍ଚେ ତା ଭୁଞ୍ଜି କହ କେମିତି ହେଲି ମୁଁ ପାପୀ

ବିଷମ ସଂସାର ନାହିଁ ଥଳକୁଳ

ବିଷମ ସଂସାର ନାହିଁ ଥଳକୁଳ ଉଦ୍ଧାର ଉଦ୍ଧାର ସୁଦାମା ସଖା ମୁଁ ବଡ଼ ପତିତ ବୟସ ଅତିତ ହେ ଗୋବର୍ଦ୍ଧନ ଗିରି ଟେକା

ଯେତେ ବଢୁଥାଏ ସନ୍ଧ୍ୟା

ଯେତେ ବଢୁଥାଏ ସନ୍ଧ୍ୟା ସେତେ ହସୁଥାଏ ଜହ୍ନ ଯେତେ ହେଉଥାଏ ବୁଢା ଝୁରି ମରେ ପିଲା ଦିନ

ଶରୀର ବୋଲନ୍ତେ ରକତ ମାଉଁସ

ଶରୀର ବୋଲନ୍ତେ ରକତ ମାଉଁସ ହେଲେ ଜଣେ କାନ୍ଦେ ଜଣେ ହସେ ଜଣେ ବିଛୁଆତି ଜଣେ ତୁଳସୀ ମୁଁହି ତ ପଡିଲି ସନ୍ଦେହ ଫାସେ

ସମ ନୁହେଁ ଧର୍ମ ଅର୍ଥ ମୋକ୍ଷ କାମ

ସଂସାର ସାଗରୁ ତ୍ରିକୁଟେ ଚାହଁନ୍ତେ ଦେଖିଲି ମୋ ପ୍ରାଣର ପ୍ରାଣ ଶ୍ୟାମ ଯେଉଁ ଆନନ୍ଦରେ ଆତ୍ମାହରା ହେଲି ସମ ନୁହେଁ ଧର୍ମ ଅର୍ଥ ମୋକ୍ଷ କାମ

Sunday 12 June 2022

ଆଗମ ନିଗମ ନ ପାଇଲେ ଲେଶ

ମନ ବୁଦ୍ଧି ବୁଡି ମଲେ ସନ୍ଦେହରେ ଜଟା ହେଲା ମୁଣ୍ଡ ବାଳ ଦାଢ଼ି ନିଶ ପ୍ରେମିକ ଭକତ ହୃଦେ ଲୁଚାଇଲା ଆଗମ ନିଗମ ନ ପାଇଲେ ଲେଶ

Saturday 11 June 2022

ଯହିଁ ଅପହଞ୍ଚ ଯମର ସମନ

ଯହିଁ ଯୋଡହସ୍ତ ଆଗମ ନିଗମ ଯହିଁ ଅପହଞ୍ଚ ଯମର ଚିଠାଉ ଡୋରି ଲାଗିଲେ ହୁଏ ଯାଇ ନ ଲାଗେ କୌପୀନ କଠଉ ଆଗମ ନିଗମ ଯାର ଅନ୍ତ ନ ପାଇଲେ ବାଟବଣା ହେଲେ ବୁଦ୍ଧି ଜ୍ଞାନ ଖୋଜି ଯାହାକୁ ସେ ବାନ୍ଧେ ନିଜେ ଇଛା କରି ସେ ଭାଗ୍ୟ ବିଷୟାରେ ନ ଯାଏ ହଜି

Friday 10 June 2022

କାହାକୁ ଉଦ୍ଧାର କାହାକୁ ବିଦାର

କାହାକୁ ଉଦ୍ଧାର କାହାକୁ ବିଦାର କେବଳ ତୁମ୍ଭେ ଜାଣ ଭାବଗ୍ରାହୀ ପାଦପଙ୍କଜଙ୍କୁ ହେଲା ଶିର ଯୋଗ୍ୟ ଯେଣୁ କୃପା ନେତ୍ରେ ଦେଲ ଚାହିଁ

ଅଖଣ୍ଡ ଆନନ୍ଦରୁ ଖଣ୍ଡେ ବୋଲି

ଅଖଣ୍ଡ ଆନନ୍ଦରୁ ଖଣ୍ଡେ ବୋଲି ମୋତେ ବିଷୟା ଲାଗଇ ବିଷ ନଦୀ ମିଶିଲେ ମହୋଦଧିରେ ଛିଡିବ ସର୍ବ କର୍ମ ବନ୍ଧ ପାଶ

Thursday 9 June 2022

ନାଭି କମଳରୁ ଫୁଟିଲା କମଳ

ଅଗନା ଅଗନିରେ ଫୁଟିଛି ଅଦ୍ଭୁତ କମଳ କେଶରରୁ ଝରିପଡ଼େ ଅଖଣ୍ଡ ଅମୀୟ ରସ ଥିଲେ ପୂର୍ବ ଭାଗ୍ୟ ସେ ରସ ପିଇବୁରେ ମନ ଭ୍ରମରାରେ ମେଣ୍ଟିବ ତୋହରି ଶୋଷ

The crow on the roof top

ଥଣ୍ଟେ ଖାଇ ଥଣ୍ଟେ ବସାକୁ ନିଏ କୋଇଲି ଛୁଆକୁ ଯତ୍ନେ ଖୁଆଏ ତା ନାହିଁ ଅଭିମାନ ଅଇଁଠା ବାସି ବିନା ପାଉଣାରେ ବାରତା ଦିଏ

Wednesday 8 June 2022

ଧଳା କଳା ମଧ୍ୟରୁ କିଏ ସେ ସୁନ୍ଦର

ଧଳା କଳା ମଧ୍ୟରୁ କିଏ ସେ ସୁନ୍ଦର ଯାହାର ଯାହାର ସନ୍ଦେହ ଅଛି ଭାଇ ଚକାଡୋଳା କେବେ ଦରଶନ କଲେ ତୁମେ ନିଶ୍ଚୟ ଉତ୍ତରଟି ଯିବ ପାଇ

କଳାମେଘ ଠାରୁ ଯା ଦେହ କଳା

ମାୟାଧର ତୋର ମାୟାରୁପ ଦେଖି ପରଳ ମାଡିଲା ଦିଟା ଯାକ ଡୋଳା ଜୀବନ ଅନ୍ଧାରେ ଆଉ କି ଦେଖିବି କଳାମେଘ ଠାରୁ ଯା ଦେହ କଳା

Tuesday 7 June 2022

ମୋ ଘରେ ତୁ ଆରାମେ ଶୋଇଛୁ

ମୋ ଘରେ ତୁ ଆରାମେ ଶୋଇଛୁ ଖୋଜି ଖୋଜି ହେଲେଣି ମୁଁ ବାୟା ତୋ ତିନି ଦଉଡି ନେଉଛନ୍ତି ଭିଡି ହରି ହେ ଭୁଲାଇଲା ତୋ ମାୟା

ଦୁଃଖ ଯେ ଲୁଚାଇ ବାଣ୍ଟଇ ସୁଖ

ଦୁଃଖ ଯେ ଲୁଚାଇ ବାଣ୍ଟଇ ସୁଖ ଭୋକ ଲୁଚାଇ ଯେ ଦିଅଇ ଭିକ ସେହି ବୈରାଗୀ କୃଷ୍ଣ ଅନୁରାଗୀ ପିନ୍ଧିଥିଲେ ଥାଉ ସଂସାରୀ ଭେକ

ଫଳ ପାଚିଗଲେ ମାଟିରେ ପଡେ

ଫଳ ପାଚିଗଲେ ମାଟିରେ ପଡେ ମଞ୍ଜି ଧରି ହୃଦେ ଭୁଇଁରେ ଗଡେ ଚାରା ଗଛଟିଏ ଭେଟିଦେବା ଲାଗି ଦିନ ଗଣେ ଚାହିଁ ବାଦଲ ଆଡେ

Monday 6 June 2022

It is you within yourself

All things shall pass away Let only one thing you hold It is you within yourself To go no you have to be bold

ସେ ତ ନିଶ୍ଚୟ ଚୋରଙ୍କ ଗୁରୁ

ଗୋବିନ୍ଦଙ୍କୁ ଯିଏ ଚୋରି କରିପାରେ ସେ ନିଶ୍ଚୟ ଚୋରଙ୍କ ମଧ୍ୟରେ ଗୁରୁ ତା ଚେଲା ହେବାକୁ ଭାରି ମୋ ଇଛା ଏ ସଂସାର ପିଟୁ ଅବା ମୋତେ ମାରୁ

ଯାହାର ଅନ୍ତର ଖୁସିରେ ଭରା

ଯାହାର ଅନ୍ତର ସଦା ଖୁସିରେ ଭରା ଦୁଃଖୀ ଲୋକର ସେ ବଡ଼ ଆଶରା ଧର୍ମ ଆଶ୍ରେ କରି କରି ଯିଏ ସଫଳ ତାହା କାହାଣୀ ହୁଏ ଅପାଶୋରା

Child was chewing the straw

After finishing the fruity Child was chewing the straw Happiness is everywhere I told exactly what I saw

Sunday 5 June 2022

ସଂଖ୍ୟାରେ କଳନା କରିଲା ନୋହି

ମନ୍ଦ ଛାଡି କରି ଭଲ ମୁଁ ଖୋଜନ୍ତେ ସଂଖ୍ୟାରେ କଳନା କରିଲା ନୋହି ସାଧୁସନ୍ଥ ଆଉ ଜ୍ଞ୍ୟାନି ଗୁଣି ଜନେ ପୃଥିର ସବୁ ସ୍ଥାନରେ ଅଛନ୍ତି ରହି

ତୁ ମୋ ନାୟକ ତୁ ମୋ ନାୟିକା

କେ ଶ୍ରୋତାର ଅତି ପ୍ରିୟ ଗାୟକ କେ ଶ୍ରୋତାର ଅତିପ୍ରିୟ ଗାୟିକା ତୁତ ମୋର ଅତିପ୍ରିୟ ଅରୁଦୀପ ହେ ମୋ ପ୍ରିୟ ନାୟକ ନାୟିକା

Friday 3 June 2022

ଆକଟ କପଟ ଯେଉଁଠି ନ ଥାଏ

ଆକଟ କପଟ ଯେଉଁଠି ନ ଥାଏ ଯେଉଁଠି ନ ଥାଏ ତୋ ମୋ ଭାବ ସେଠି ତ ଅଦିନେ ବସନ୍ତ ବହେ ସଦା ଶୁଭେ କୋଇଲିର କୁ ରାବ

Thursday 2 June 2022

ସବୁ ସାହସକୁ ଠୁଳ କରି ଦିନେ

ସବୁ ସାହସକୁ ଠୁଳ କରି ଦିନେ ମନରେ ଯାହାଥିଲା କହି ଦେଲି ତୁମକୁ ଖୁସି ନ ହେବାର ଦେଖି ପୁଣି ସ୍ମୃତି ଗଣ୍ଥିଲରେ ବାନ୍ଧିଦେଲି

Wednesday 1 June 2022

ଚେର ଭଲପାଏ ମାଟିକୁ ବୋଲି

ଚେର ଭଲପାଏ ମାଟିକୁ ବୋଲି ବୃକ୍ଷ ଜମାରୁ ବି ପାରେନା ଚାଲି ପଦ୍ମ ଭଲପାଏ ସୂର୍ଯ୍ୟଙ୍କୁ ବୋଲି ପଦ୍ମର ପାଖୁଡା ଗୁଡିକ ନାଲି