Wednesday 31 August 2022

ମୁଣ୍ଡ ଉପରେ ଟାଣ ଖରା

ମୁଣ୍ଡ ଉପରେ ଟାଣ ଖରା ପାଦ ତଳେ କାଦୁଅ ମାଟି ହାଟ ବାଟ ବେନି ସରିଲା ହରିଙ୍କୁ ନ ପାଇଲି ଭେଟି

Tuesday 30 August 2022

ଆମେ ତ ସବୁ ସାକ୍ଷୀ ଅଛୁ

ଆମେ ତ ସବୁ ସାକ୍ଷୀ ଅଛୁ କେହି ତ କିଛି କହି ନାହାଁନ୍ତି ଆଖି ଆଖିରେ ସବୁ ହେଲା ଦୁହେଁ ଦୁହିଁଙ୍କୁ ଏତେ ଚାହାଁନ୍ତି

Monday 29 August 2022

ଆହାଃ ବିଚରା ଫସିଗଲି

ମଞ୍ଜିରୁ ହୋଇଣ ବୃକ୍ଷ ଆହାଃ ବିଚରା ଫସିଗଲି ଶୋଇବା ସପନ ହେଲା ହଟହଟା ହୋଇ ମଲି

Sunday 28 August 2022

ତୁ କୁଆଡେ ସବୁଠୁ ବଡ଼ ଦରଦୀ

ତୁ କୁଆଡେ ସବୁଠୁ ବଡ଼ ଦରଦୀ ତୋ ନାମରେ ଅମୃତ ଅଛି ଭରି କହିବ କି ବନ୍ଧୁ ମହାନ୍ତିଙ୍କ ବନ୍ଧୁ କି ଲାଗି ରାଧା ମଲା ଝୁରି ଝୁରି

Saturday 27 August 2022

ଆମ୍ବ ପାଚିଗଲେ ମିଠା

ଆମ୍ବ ପାଚିଗଲେ ମିଠା ସମ୍ପର୍କରେ ଥିଲେ ପ୍ରେମ ନିଷ୍କାମ ଦିଏ କୈବଲ୍ୟ ମାନବିକତା ହେଲେ ଧର୍ମ

This song is a flower from Arudeep

This song is a flower from Arudeep Pink Pink petals filled with sweet nectar This is sung by my beloved Arudeep My most favorite singers and actors

ଶ୍ରୀରୁପ ସାଧନେ ଦିନ ବଞ୍ଚୁଥିଲି

ଶ୍ରୀରୁପ ସାଧନେ ଦିନ ବଞ୍ଚୁଥିଲି ଶ୍ରୀମୁଖରୁ ଶୁଣିଲି ହରି ହରି ହରି ଶ୍ରୀହରି ନାମ ତୁଣ୍ଡରେ ଭରନ୍ତେ ଶ୍ରୀଭାବରେ ଅନ୍ତର ଗଲା ଭରି

Tuesday 23 August 2022

ଯାହା କୁଆ ପାଇଁ ଦିନ

ଯାହା କୁଆ ପାଇଁ ଦିନ ପେଚା ପାଇଁ ସେ ରାତି ଶଶୁର ପାଇଁ ଯେ ପୁଅ ସିଏ ମୋର ପ୍ରାଣ ପତି

Sunday 21 August 2022

ପ୍ରେମ କରି ଜାଣେ ବୋଲି ବୈରାଗୀ

ପ୍ରେମ କରି ଜାଣେ ବୋଲି ବୈରାଗୀ ଏ ସଂସାର ବୈରାଗୀକୁ ଝୁରି ମରେ ଯାହା ବି କିଛି ଦେଲେ ନିଏନା ବୋଲି ଏ ସଂସାର ଦେବତାକୁ ପୂଜା କରେ

ଭଲ ପାଇବା କଣ ନ ଜାଣି

ଭଲ ପାଇବା କଣ ନ ଜାଣି ଭଲ ପାଇବାକୁ ଡାକି ଦେଲି ଭଲ ପାଇବା ଫେରି ଚାହିଁଲା ଭଲ ପାଇବାକୁ ଭୁଲି ଗଲି

Saturday 20 August 2022

ତାହା ତ ତୁମରି ହାତରେ ଗୁନ୍ଥା

ତାହା ତ ତୁମରି ହାତରେ ଗୁନ୍ଥା ମୋ ଗଳାରେ ଯେଉଁ ଫୁଲ ମାଳ ସତେ କଣ ଭଲ ଦେଖା ଯାଉଛି ମୁଁ ତୁମ ଭକତି ଭାବରେ ଭୋଳ

Thursday 18 August 2022

ସୁକର୍ମ କୁକର୍ମ ଯାହା କରିଥିଲି

ସୁକର୍ମ କୁକର୍ମ ଯାହା କରି ଗଲି ସେ ସବୁ ବନ୍ଧନ କାରଣ ହେଲା ନିଷ୍କାମ ହୋଇ ଦିନ ବଞ୍ଚନ୍ତେ ବୈଷ୍ଣବ ପାଦଧୂଳି ମୁକ୍ତି ଦେଲା

ସୁକର୍ମ କରି ଯାହା ଅରଜିଥିଲି

ସୁକର୍ମ କରି ଯାହା ଅରଜିଥିଲି ଦିନ କେତୁଟାରେ ସରି ଗଲା ଶ୍ରୀକ୍ଷେତ୍ରରେ ଭଡାରେ ରହୁଛି ମୋ ଆଉ କେଉଁ ଚିନ୍ତା ଭଲା

Tuesday 16 August 2022

ରାଜ୍ୟ ଗଲା ସ୍ତ୍ରୀ ଗଲା ପୁତ୍ର ମଲା

ରାଜ୍ୟ ଗଲା ସ୍ତ୍ରୀ ଗଲା ପୁତ୍ର ମଲା ହରିଶ୍ଚନ୍ଦ୍ର ତ୍ୟାଗ ନ କରିଲେ ସତ୍ୟ ରାଜ୍ୟ ଗଲା ସ୍ତ୍ରୀ ଗଲା ପ୍ରାଣ ଗଲା ସୌମିତ୍ରି ଥିଲେ ରାମ ଆନୁଗତ୍ୟ

Sunday 14 August 2022

ପିଞ୍ଜରା ଦୁଆର ଖୋଲିଦେଲେ

ପିଞ୍ଜରା ଦୁଆର ଖୋଲିଦେଲେ ପକ୍ଷୀଟିଏ ଆକାଶକୁ ଯାଏ ଉଡି ସମ୍ପର୍କରେ ଥିଲେ ଭଲ ପାଇବା ସ୍ମୃତିର ଫରୁଆ ନ ଯାଏ ଛାଡି

Saturday 13 August 2022

କାଖେ ମୋ ଭାବର ଭାରୀ କଳସି

ମନ ବୁଦ୍ଧି ଜ୍ଞ୍ୟାନ ଅବଶ ହେଲେଣି କାଖେ ମୋ ଭାବର ଭାରୀ କଳସି କହଲୋ ଏଠୁ ଶ୍ରୀକ୍ଷେତ୍ର କେତେଦୂର କହଲୋ ଦୟାଣା କହଲୋ ତୁଳସୀ

Friday 12 August 2022

Sunday 7 August 2022

ଧାନ ନେଲେ ନାହିଁ ଧନ ନେଲେ ନାହିଁ

ଧାନ ନେଲେ ନାହିଁ ଧନ ନେଲେ ନାହିଁ ଶ୍ୟାମନାଗର ଚୋରି କଲେ ମୋ ମନ ଆଉ ଲୋକ ଲାଜରେ ବଞ୍ଚି ପାରିବିନି ଯାଉଛି ଲୁଚି ଲୁଚି ପଳେଇବି ବୃନ୍ଦାବନ

Saturday 6 August 2022

ବଂଶୀର ଧ୍ୱନି ଏତେ ମିଠା ଯେ

ସବୁଠୁଁ ମଧୁର ବଂଶୀ ସ୍ୱର ଶୁଣି ଗୋପାଙ୍ଗନା ହରାଇଲେ ଧର୍ଯ୍ୟ ଶ୍ରୀରାଧା ତେଜିଲେ ଲାଜ ସରମ ମୀରା ତେଜିଲେ କୁଳ ଲୋକ ଲାଜ

Thursday 4 August 2022

ଭକତ ହାତରେ ସଜେଇ ହେବି ବୋଲି

ଭକ୍ତ ହାତରେ ସଜେଇ ହେବେ ବୋଲି ଚତୁର୍ଦ୍ଧା ମୂରତି ରହିଗଲେ ଅଧା ଗଢା କେଉଁ ଭକତ ପୁଜଇ ରତନ ବେଦିରେ ଆଉ କେଉଁ ଭକ୍ତ ପୁଜଇ ପକାଇ ପିଢା

କୁମ୍ଭାର ଚକ୍ର ରୂପେ ମହାକାଳ

କୁମ୍ଭାର ଚକ୍ର ରୂପେ ମହାକାଳ ବର୍ତମାନକୁ କରଇ ଅତୀତ ମାଟିର ଟେଳା ରୂପେ ଶିବଲିଙ୍ଗ ସୃଷ୍ଟି ସ୍ଥିତି ଲୟ ରୂପେ ପ୍ରତିତ

କାଳେ କାହାର ନଜର ଲାଗିଯିବ ବୋଲି

କାଳେ କାହାର ନଜର ଲାଗିଯିବ ବୋଲି ଆଖିପତାରେ ମା କଜଳ ଲଗେଇଥିଲା ଭକତର ଦୁଃଖ ସହି ନ ପାରି କାନ୍ଦିଦେଲି ମୋ ଆଖି ଲୁହ ମୋତେ କଳା କରିଗଲା