Sunday 30 April 2023

ମନକୁ କେବଳ ବର ଚିନ୍ତା

ମନକୁ କେବଳ ବର ଚିନ୍ତା ସଵାରୀ ଭିତରେ କନିଆ ସୁନ୍ଦର ବର ସୁନ୍ଦର ଘର ଅବା ଶ୍ରୀମନ୍ଦିରେ କାଳିଆ

ତୋର ବସାକୁ ଫେରିବା ବାଟରେ

ତୋର ବସାକୁ ଫେରିବା ବାଟରେ କଳା କାଉ ଉଡୁଥିବ ପତିତପାବନ ଯୋଡି ଡେଣା କହିବୁ ବହୁତ ବହୁତ ବେଶୀ ମନେ ପକାଉଛି ତା ଜୀବନ

Saturday 29 April 2023

ସଂସାରୀ ହେଉ ସନ୍ୟାସୀ

ସଂସାରୀ ହେଉ ସନ୍ୟାସୀ ସଦାଚାର କେବଳ ପସରା ସଦାଚାରରେ ସୃଷ୍ଟିର ସ୍ଥିତି ସଦାଚାର ମୁକ୍ତିର ଆସରା

Friday 28 April 2023

ମୋ ନାହିଁ ତପଃ ଯୋଗ ଧ୍ୟାନ ବଳ

ମୋ ନାହିଁ ତପଃ ଯୋଗ ଧ୍ୟାନ ବଳ ମୁଁହି ଅଭାଗା ଖାଇନି ଗୁରୁଙ୍କ ଛାଟ ମୁଁ ନବଧା ଭକ୍ତିକୁ ଅଯୋଗ୍ୟ ପାତ୍ର କେବଳ ତୁ ଚାହିଁଲେ ହେବ ଭେଟ

ଦୁଃଶାସନର ସହସ୍ର ଚେଷ୍ଟା

ଦୁଃଶାସନର ସହସ୍ର ଚେଷ୍ଟା ଶ୍ରୀହରି ହସ୍ତରୁ ସହସ୍ର ବସ୍ତ୍ର ଅଧର୍ମ ନ ଭେଦେ ଧର୍ମକୁ ଯେତେ ଶାଣିତ କରୁ ଅସ୍ତ୍ର

Thursday 27 April 2023

ଗୋପୀଙ୍କ ପ୍ରେମରେ ପଡି

ଗୋପୀଙ୍କ ପ୍ରେମରେ ପଡି ତୁହି ଜଗିଲୁ ଯମୁନା ଘାଟ ଭକତ ରସିଆ ହରି ହେ ମୁଁହି ଚାହିଁକି ରହିଛି ବାଟ

ସେ ବଡ ରସ ରସିଆ

ସେ ବଡ ରସ ରସିଆ ଯେଉଁଠୁ ଚାଖିବୁ ଚାଖ ଚନ୍ଦନ କସ୍ତୁରୀ ସୁଗନ୍ଧ ଯେଉଁଠି ମାଖିବୁ ମାଖ

ଦେବକୀ ଧରିଲା ଗର୍ଭରେ

ଦେବକୀ ଧରିଲା ଗର୍ଭରେ ବାସୁଦେବ ଧରିଲା ଶିରେ କାଳିଆ ତୋ ପାଦ ପଙ୍କଜ ଏ ଯନ୍ତ୍ର ମନ୍ତ୍ର ହୀନ ଝୁରେ

Wednesday 26 April 2023

ଆଖି ଦେଖିପାରେ ନିଜକୁ

ଆଖି ଦେଖିପାରେ ନିଜକୁ ସାମ୍ନାରେ ରଖିଲେ ଦର୍ପଣ ମନ ବୁଝି ପାରଇ ସ୍ୱରୂପ ଗୋବିନ୍ଦଙ୍କୁ କଲେ ଅର୍ପଣ

Tuesday 25 April 2023

ଯେତିକି ପଡେ ବରଷା

ଯେତିକି ପଡେ ବରଷା ସେତିକିରେ ବୃକ୍ଷ ତୃପ୍ତି ଆଶା ମୋ ବୈତରଣୀ ମୋର ମନ ନାହିଁ ଶାନ୍ତି

ବହୁତ ବୃକ୍ଷରେ ବସୁ

ବହୁତ ବୃକ୍ଷରେ ବସୁ କହିବୁ କି କଳା କାଉ ଦେଖିଛୁକି ବ୍ରହ୍ମଦାରୁ ତୋ ଠାରୁ କଳା ଆଉ

ଅଦ୍ଧରେ ପାଦପଦ୍ମ

ଅଦ୍ଧରେ ପାଦପଦ୍ମ ଊର୍ଦ୍ଧରେ ପଦ୍ମଆଖି ପୁରତ ପଦ୍ମନାଭ ଅଖିଳ ଆତ୍ମସାକ୍ଷୀ

Monday 24 April 2023

ପଙ୍କରୁ ତୋଳିଲି ପଙ୍କଜ

ପଙ୍କରୁ ତୋଳିଲି ପଙ୍କଜ ପାଦ ପଙ୍କରେ ଗଲା ଗଳି ରଥରେ ଦେଖିକି କାଳିଆ ମନ ଭୁଲିଗଲା ସବୁ ଅଳି

Sunday 23 April 2023

ରାମ ନାମ ଶାବଳ

ରାମ ନାମ ଶାବଳ କୃଷ୍ଣ ନାମ ଫାଉଡ଼ା ବୃକ୍ଷ ପଡିବ ଉପୁଡି ଗାତ କର ଚଉଡ଼ା

ସରବତ ଲାଗେ ମିଠା

ସରବତ ଲାଗେ ମିଠା ମିଶିଥାଏ ବୋଲି ଚିନି ଶତ୍ରୁ ହୋଇଯାଏ ମିତ୍ର ଆତ୍ମାକୁ ପାରିଲେ ଚିହ୍ନି

Not better than you

Not better than you I am too ordinary I'm after a mobile Merged in worry

ପଙ୍କରୁ ତୋଳିଲି ପଙ୍କଜ

ପଙ୍କରୁ ତୋଳିଲି ପଙ୍କଜ ପାଦ ହୋଇଗଲା ଅସନା ପଙ୍କଜ ଦେବି ଛନ୍ଦାପାଦେ ପୁରିବ କି ମନର ବାସନା

Saturday 22 April 2023

ରାମ ଆଖିକୁ ସୁନ୍ଦର

ରାମ ଆଖିକୁ ସୁନ୍ଦର ରାମ ସୁନ୍ଦର କାନକୁ ରାମ ସବୁରି ଅନ୍ତରେ ରାମ ସୁନ୍ଦର ମନକୁ  

Friday 21 April 2023

ପିନ୍ଧାଇଲେ ସେ ପିନ୍ଧେ

ପିନ୍ଧାଇଲେ ସେ ପିନ୍ଧେ ଖୁଆଇଲେ ସେ ଖାଏ ହୃଦୟ ବସାଇ ଦେଲେ ବିପଦେ ସମ୍ପଦେ ଥାଏ

ଇଦ ମୁବାରକ

ମକ୍କାରେ ଖୋଜୁଛି ମିଆଁ ଚାରିଧାମ ଖୋଜେ ହିନ୍ଦୁ ଖୋଜିବା ହେବ ସହଜ ଦୁହେଁ ହୋଇଲେ ବନ୍ଧୁ

ପଣସ ଭିତରେ ମଞ୍ଜି

ପଣସ ଭିତରେ ମଞ୍ଜି ମଞ୍ଜି ଭିତରେ ପଣସ ହେ ଆଦି ଅନ୍ତ ରହିତ କି ବୁଝିବି ଛାର ମଣିଷ

ସଂସାରୀ ବୋଲି ଭାବିଥିଲି

ସଂସାରୀ ବୋଲି ଭାବିଥିଲି ପ୍ରଶାନ୍ତିକୁ କଢ଼ାଇଲା ବାଟ କଳ୍ପନା ଯାହାକୁ ଭାବିଥିଲି ସେ ହୋଇଗଲା କଳ୍ପବଟ

Thursday 20 April 2023

ବୃକ୍ଷର ପତ୍ର ଖୋଜୁଥାଏ ଖରା

ବୃକ୍ଷର ପତ୍ର ଖୋଜୁଥାଏ ଖରା ବୃକ୍ଷର ମୂଳ ବାଂଟୁଥାଏ ଛାଇ ବୃକ୍ଷର ସେବାରେ ଏତେ ମନ ବୃକ୍ଷ କୁଆଡେ ପାରେନା ଯାଇ

Wednesday 19 April 2023

ସଭିଁକୁ ମିଳେ ଜନ୍ମ

ସଭିଁକୁ ମିଳେ ମୁର୍ତ୍ୟୁ ସଭିଁକୁ ମିଳେ ଜନ୍ମ ଉଦ୍ଧରି ଉଦ୍ଧାରିଲେ ଜଗତ କହେ ଧନ୍ୟ

Tuesday 18 April 2023

ଶବ ମଧ୍ୟେ ଶିବ ବସାଇ

ଶବ ମଧ୍ୟେ ଶିବ ବସାଇ ବେଡ଼ିଲୁ ଉଚ୍ଚ ପାଚେରୀ ପାଦୁକା ହେଲା ଜଳମୟ ତୁ ସମ୍ଭାଳ ତୋ ଚାକିରୀ

Monday 17 April 2023

ଭାବୁଥିଲି ଖାଲି ଦେଖୁଥିବ

ଭାବୁଥିଲି ଖାଲି ଦେଖୁଥିବ ଆଉ ଜମା ନ ପାରିବ ଚାଲି ଚକାଡୋଳା ସୃଷ୍ଟି ସ୍ଥିତି ଲୟ ପତିତ କଣ କଣ ଭାବୁଥିଲି

Sunday 16 April 2023

ଜୀବ ଭିତରେ ଜୀବନ

ଜୀବ ଭିତରେ ଜୀବନ ପାଦରେ ତ୍ରିଗୁଣ ବେଡି କେମିତି ଯିବି ଶ୍ରୀକ୍ଷେତ୍ର ବନ୍ଧନ ନ ପାରେ ଏଡି

ଗଢ଼ିଲୁ ନୀତି ନିୟମ

ଗଢ଼ିଲୁ ନୀତି ନିୟମ ଗଢ଼ିଲୁ ତୁ ଜୀବ ଶବ ନିଦ୍ରା ଯିବୁନି କାଳିଆ ପରିବର୍ତନ ତ ସ୍ୱଭାବ

Saturday 15 April 2023

କୋଷରେ ସର୍ବଦା ରୋଷେଇ

କୋଷରେ ସର୍ବଦା ରୋଷେଇ ଅଜଣା କେତେବେଳେ ସରିବ ଅମାନିଆ ମନ ପୁରୀ ଯାଇଛି ନିଶ୍ଚୟ ଅବଢ଼ା ନେଇ ଫେରିବ

ମହାମାୟା ଗର୍ଭରେ ସନ୍ତାନ

ମହାମାୟା ଗର୍ଭରେ ସନ୍ତାନ ଦେହର ରଙ୍ଗ ମେଘ କଳା ଜନ୍ମ ହେଇନି ଏଡ଼େ ସୁନ୍ଦର ଯେହ୍ନେ ଦିଶେ ନନ୍ଦର ବଳା

Friday 14 April 2023

ଶାଖାରେ ଥିବାଯାଏ ପତ୍ର

ଶାଖାରେ ଥିବାଯାଏ ପତ୍ର ବୃକ୍ଷ ଚାରିପାଖେ ଛାୟା ମନରେ ଥିଲେ କାମନା ଦେହ ଚାରିପାଖେ ମାୟା

Thursday 13 April 2023

ସ୍ଥୁଳ ଚକ୍ଷୁକୁ ପୁଣ୍ଡରୀକ

ସ୍ଥୁଳ ଚକ୍ଷୁକୁ ପୁଣ୍ଡରୀକ ସୁକ୍ଷ୍ମ ଚକ୍ଷୁକୁ ପୁଣ୍ଡରୀକାକ୍ଷ ଜ୍ଞାନ ଚକ୍ଷୁକୁ ଅନାଦି ତତ୍ତ୍ୱ ଭକ୍ତ ଭାବକୁ ଆନନ୍ଦ ବକ୍ଷ

କିଏ ଚିହ୍ନାଇବ ଗୁରୁ

କିଏ ଚିହ୍ନାଇବ ଗୁରୁ ଇଏ ସଂସାର ଵଣ ଚକ୍ଷୁ ଦେଖଇ ରୂପ ମନ ଦେଖଇ ଗୁଣ

Wednesday 12 April 2023

ଗୋଟେ ମଦଭାଟିର ଯେତେ ବାକି

ଗୋଟେ ମଦଭାଟିର ଯେତେ ବାକି ମଦୁଆଟେ ନ ପାରଇ କେବେ ସୁଝି ଅଧାଗଢା ପାଦକୁ ଯେତେ ଖୋଜେ କାଳିଆରେ ତୁ ସତେକି ପାରୁ ବୁଝି

ମଦ ନିଶା ବେଶୀ ଘାରିଲେ

ମଦ ନିଶା ବେଶୀ ଘାରିଲେ ମଦୁଆ ଭୁଇଁରେ ଥାଏ ପଡି ନିଶା ଟିକେ ଖସି ପଡିଲେ ଟାଣି ଦେଉଥାଏ ଏକ ବିଡି

Tuesday 11 April 2023

ପୁର୍ଣବ୍ରହ୍ମ ରହିଲା ଅଧାଗଢା

ପୁର୍ଣବ୍ରହ୍ମ ରହିଲା ଅଧାଗଢା କିଏ ସେ ରକ୍ଷା କରିବ ଧର୍ମ କଳିର ମଣିଷ ବଡ଼ ବିଜ୍ଞାନୀ କିଏ ସେ କରିବ ଶୁଭ କର୍ମ

Monday 10 April 2023

ଭୂମିରେ ବିଞ୍ଚିଣ ମୁଠା ମୁଠା ମଞ୍ଜି

ଭୂମିରେ ବିଞ୍ଚିଣ ମୁଠା ମୁଠା ମଞ୍ଜି ପାଦପ ନୀଳଚକ୍ରକୁ ରହିଲା ଚାହିଁ ଯାହା ଦେଲୁ ତୁ ପାଦରେ ଦେଲି ପ୍ରଭୁ ହେ ତୋ ସୃଷ୍ଟି ସମ୍ଭାଳ ତୁହି

Sunday 9 April 2023

ଆତ୍ମାକୁ କରି ଦୁଇଫାଳ

ଆତ୍ମାକୁ କରି ଦୁଇଫାଳ ସୃଷ୍ଟି କଲୁ ଦେହ ଦେହୀ ମହୀରେ ବଢିଲେ ପାପ ଅଜନ୍ମାରେ ନ ପାରୁ ରହି

ବାଇଶିପାହାଚରୁ ଧୂଳି ପୋଛି

ବାଇଶିପାହାଚରୁ ଧୂଳି ପୋଛି ସର୍ବାଙ୍ଗରେ ହୋଇଲି ବୋଳି ନୀଳକନ୍ଦରରେ ମନ ରହିଲା ମର ଶରୀର ହୋଇଲା ମଳି

Saturday 8 April 2023

Everywhere there is celebration

Everywhere there is celebration I am a two and half day’s guest Thanking your invitation my love The preparations had best taste

ଚିନ୍ତା ନ କର ହେ ମଣିମା

ଚିନ୍ତା ନ କର ହେ ମଣିମା ନାହିଁ ବୋଲି ଗୋଡ଼ ହାତ ତୋ ସଂସାର ଏତେ ବଡ଼ କେହି ତ ଖୋଇବ ଭାତ

Friday 7 April 2023

କଳା ମେଘ କରେ ବର୍ଷା

କଳା ମେଘ କରେ ବର୍ଷା କଳା ଭଅଁର ଭରେ ମଞ୍ଜି କଳା ଜଗା ପରମ ଶାନ୍ତି କଳା ଡୋଳା ପାରୁ ବୁଝି

With the past in the purse

With the past in the purse The present gazed at future The future gave a cute smile I would be purchase voucher

Thursday 6 April 2023

ଆରେ ମୋର କଥା କଣ କହୁଛୁ

ମୋ କଥା ତୋ କଥା କଣ କହୁଛୁ ଏ ସଂସାର ତା ପ୍ରେମରେ ବାଇଆ ହେଲେ ସବୁ ଗୋପୀଏ କହିଛନ୍ତି କାଳିଆ ଲୋ ଅତି ବଡ଼ ବେହିଆ

Wednesday 5 April 2023

କାହାର ନାହିଁ ଆପଣ ପର

କାହାର ନାହିଁ ଆପଣ ପର କାହାର ନାହିଁ କିଛି ଅଭାବ କାଳିଆ ଖୋଜୁଛି ମନଟେ ଯାହା ସଂସାରେ ଦୁର୍ଲଭ

ବୃକ୍ଷରେ ପାଚିଲେ ଫଳ

ବୃକ୍ଷରେ ପାଚିଲେ ଫଳ ମୃଦ୍ୟୁ ପବନରେ ଝଡ଼େ ଅରୁଣ ସ୍ଥମ୍ଭରୁ ଚାହିଁଲେ କାଳିଆରେ ଚିତ୍ତ ବୁଡ଼େ

Tuesday 4 April 2023

ନାମ ଛଡାଏ କାମ

ନାମ ଛଡାଏ କାମ ରୂପ ଛଡାଏ ଦ୍ୱନ୍ଦ୍ୱ ରସ ହିଁ କେବଳ ସ୍ପର୍ଶ ହିଁ ବ୍ରହ୍ମାନନ୍ଦ

ଗୁରୁ ପାଖରେ ଥିଲେ

ଗୁରୁ ପାଖରେ ଥିଲେ ଶିଷ୍ୟର ନ ଥାଏ ଭ୍ରାନ୍ତି ବାଟରେ ଚୋର ଭୟ ଘରେ ପହଁଚିଲେ ଶାନ୍ତି

The beloved among the loved ones

The beloved among the loved ones The dearest among the near and dear I am being surprised what you have A piece of wood fills heart with cheer

Monday 3 April 2023

ସନ୍ତାନ ଆଖିରେ ଦେଖିଲେ ଲୁହ

ସନ୍ତାନ ଆଖିରେ ଦେଖିଲେ ଲୁହ ଜନନୀ ହାତରୁ ଛାଟ ଖସି ପଡେ ଯେବେ ଯେବେ ହୁଏ ଧର୍ମ କ୍ଷୟ ହରି ହେ ତୋ ପ୍ରତି ଆସ୍ଥା ବଢେ

Sunday 2 April 2023

ଯତ୍ନ କଲେ ରତ୍ନ

ଯତ୍ନ କଲେ ରତ୍ନ ପ୍ରଯତ୍ନ କଲେ ହୀରା ନିଷ୍କାମ କଲେ ହରି କୁକର୍ମ କଲେ କାରା