Tuesday 30 May 2023

ଭକ୍ତଙ୍କୁ ଦେଖୁବୁ ବୋଲି ପାଖରୁ

ଭକ୍ତଙ୍କୁ ଦେଖୁବୁ ବୋଲି ପାଖରୁ ପ୍ରଭୁ ହେ ଭିଆଇଛୁ ରଥ ଯାତରା ମୋ ଆଡେ ସତରେ କଣ ଚାହିଁବୁ ମୋର ଅନ୍ତର ନାହିଁ ସଫା ସୁତୁରା

କେବେ ମନରେ ନାହିଁ ତା ଶାନ୍ତି

କେବେ ମନରେ ନାହିଁ ତା ଶାନ୍ତି ମୋର ଘରଣୀ ନାଆଁଟି ଆଶା ପଡିଶା ବି ପଡିଛନ୍ତି ପ୍ରେମରେ ମୁଁହି ବଡ଼ ହେଲି ଲୋକ ହସା

Monday 29 May 2023

ଜୀବକୁ ଦେଇଣ ନିଜର ହାତ ଗୋଡ଼

ଜୀବକୁ ଦେଇଣ ନିଜର ହାତ ଗୋଡ଼ ପ୍ରଭୁ ହେ ଆପଣେ ହୋଇଛ ଖଣ୍ଡିଆ ପରଦେଶୀ ହେଲି ମୁଁ ପଥ ଭୁଲିଗଲି ପ୍ରଭୁ ହେ ମୁଁ ଦୂରରୁ ମାରୁଛି ମୁଣ୍ଡିଆ

Sunday 28 May 2023

It is very difficult to get right people

It is very difficult to get right people It is difficult to live with right people Even though it is very good for health Not possible to eat everyday an apple

ଚକ ଘୁରି ଘୁରି ଘୋରିଯାଏ

ଚକ ଘୁରି ଘୁରି ଘୋରିଯାଏ ଚକ ଘୁରି ଘୁରି ସରଇ ପଥ ସରଳକୁ ଅର୍ପଣ କରି ଭାର ଅନନ୍ତ ଶୟନରେ ଜଗନ୍ନାଥ

ବୃକ୍ଷର ଚେର ନ ପାଇଲେ ଜଳ

ବୃକ୍ଷର ଚେର ନ ପାଇଲେ ଜଳ ଫୁଲ କଢ଼ ପତ୍ର ଡାଳ ଯାଏ ଶୁଖି ମଣିଷ ନ ପାଇଲେ ସାଧୁ ସଙ୍ଗ ଇହ ପର କାଳରେ ହୁଏ ଦୁଃଖୀ

Saturday 27 May 2023

ମଲା ପରେ ଆମେ ଲଭିବା ସ୍ୱର୍ଗ

ମଲା ପରେ ଆମେ ଲଭିବା ସ୍ୱର୍ଗ ମନରେ କି କରିବା ଆମେ ଦେହ ବଡ଼ଦାଣ୍ଡ ଛେରା ପହଁରା କରିବା ପଣତରେ ବାନ୍ଧି ସଂସାର ମୋହ

ମଲା ପ୍ରାଣୀ ଗଲା ସ୍ୱର୍ଗ

ମଲା ପ୍ରାଣୀ ଗଲା ସ୍ୱର୍ଗ ମଢ଼ା ଖାଉ ବୁଲେ ମର୍ତ୍ତ ଶରଣ ଶରଣ ଗୋବିନ୍ଦ ଅସହ୍ୟ ଅସହ୍ୟ ଏ ସର୍ତ୍ତ

ଅନ୍ତର ଦୁଆର ଖୋଲା ଥିଲା

ଅନ୍ତର ଦୁଆର ଖୋଲା ଥିଲା ଓଠରେ ଫୁଟୁଥିଲା ମଲ୍ଲିଫୁଲ ଦେବା ନେବା କିଛି ନ ଥିଲା ଥିଲା କେବଳ ପାଇବା ଭଲ

Friday 26 May 2023

ଯେତେବି ବାଛ ବାଇଗଣ

ଯେତେବି ବାଛ ବାଇଗଣ କାଟିଲେ ଭିତରେ ପୋକ କୋଟି ଜନ୍ମ ପୁଣ୍ୟ ଥିଲେ ଭେଟ ପଡେ ମୁକ୍ତ ଲୋକ

Thursday 25 May 2023

ସର୍ବାଙ୍ଗ ପିତା ଲିମ୍ବ ବୃକ୍ଷ

ସର୍ବାଙ୍ଗ ପିତା ଲିମ୍ବ ବୃକ୍ଷ ତା ଦାରୁରେ କରୁ ବାସ ବସିବି ତୋ ବାହୁ ତଳେ ସବୁ ମୋହ ହେବ ନାଶ

Wednesday 24 May 2023

ନାମ ରସ ଅତି ମଧୁର

ନାମ ରସ ଅତି ମଧୁର କି ଉପମା ଦେଵି ତାର ବକ୍ତା ଶ୍ରୋତା ଆତ୍ମହରା ପଦେ ପାଦ ଚିତ୍ତ ସ୍ଥିର

ଦେହ ଦିବ୍ୟ ଶୋଭା କୁଟୀର

ଦେହ ଦିବ୍ୟ ଶୋଭା କୁଟୀର ପଶି ନ ପାରେ ରାବଣ ଯମ ବିବେକ ଲକ୍ଷ୍ମଣ ଜଗିଛି ଦ୍ୱାର ନିରନ୍ତର ଜପେ ସୀତା ରାମ

Tuesday 23 May 2023

ମନକୁ କହିଲି ଆରେ କ୍ଷେତ୍ର ଯିବା

ମନକୁ କହିଲି ଆରେ କ୍ଷେତ୍ର ଯିବା କହିଲା କେତେ କାମ ମୋର ବାକି ଦେହକୁ ବୁଝେଇ ଶୁଝେଇ ନେଲି ମଶାଣି ପଡିଆରେ ଦେଲା ଠକି

Monday 22 May 2023

ବଡଦାଣ୍ଡରେ ପାଦ ରଖୁ ରଖୁ

ବଡଦାଣ୍ଡରେ ପାଦ ରଖୁ ରଖୁ ପାଶୋରି ଗଲି ମୋର ଦେହ ଚକାଆଖିରେ ଆଖି ମିଶିଲେ କେମିତି ହାତ ଯୋଡିବି କହ

ପରଦେଶୀ ଫେରିଲେ ଘର

ପରଦେଶୀ ଫେରିଲେ ଘର ଖୁସିରେ ଭରିଯାଏ ଅଗଣା ମନ ହୋଇଗଲେ ଆୟତ୍ତ ଅଷ୍ଟ ଅଶ୍ବିର୍ୟ ହୁଏ ମାଗଣା

Sunday 21 May 2023

ଏ ଦେହ ବିଶ୍ୱ ବ୍ରହ୍ମାଣ୍ଡ

ଏ ଦେହ ବିଶ୍ୱ ବ୍ରହ୍ମାଣ୍ଡ ବାହାରେ ବୁଲୁଛୁ ସଦା ମନକୁ ନ କରି ଆୟତ୍ତ ଖାଲି ବୁଲାଉଛ ଗଦା

ଧନୀକୁ ଗରିବକୁ ଏକ ଭାବ

ଧନୀକୁ ଗରିବକୁ ଏକ ଭାବ ଭକ୍ତ ଲାଗି ନାହିଁ ଆଖି ପତା କାଳେ ନିଦ୍ରା ଯିବେ ଶ୍ରୀପତି ପଦ୍ମପାଦ ଚିପଇ ସିନ୍ଧୁସୁତା

ଯାହା ପୋଡିଗଲା ଅଙ୍ଗାର

ଦେହ ପୋଡିଗଲେ ଅଙ୍ଗାର ଅଙ୍ଗାର ପୋଡିଲେ ପାଉଁଶ ପାଉଁଶରୁ ସୃଷ୍ଟି ଅଖିଳ ବିଶ୍ୱ ବିଶ୍ୱରେ ନାହିଁ କିଛି ଆଇଁଷ

ଦୁଃଖ ଦରିଆରେ ସୁଖ ସପନ

ଦୁଃଖ ଦରିଆରେ ସୁଖ ସପନ ଦେଖି ଭରିଯାଏ ଦୁଇ ନୟନ ବାପା ବୋଉ ଙ୍କ ର ରଙ୍କୁଣି ଧନ ତୁମକୁ ସାହା ଚକାନୟନ। Sumati

Saturday 20 May 2023

ଭୋର ନ ହେଉଣୁ ତୋହରି ବନ୍ଦନା

ଭୋର ନ ହେଉଣୁ ତୋହରି ବନ୍ଦନା କୁଉ କୁଉ କାଆ କାଆ କିଚିରି ମିଚିରି ଉତ୍ତମ ବୁଝଇ ତୋତେ ସରଳ ପ୍ରାଣ ଏ ଜୀବ ଶ୍ରେଷ୍ଠ ମଣିଷ ମାଗେ ଚାକିରୀ

ଉର୍ବଶୀ ମାଗିଲି ରାଇଜ ମାଗିଲି

ଉର୍ବଶୀ ମାଗିଲି ରାଇଜ ମାଗିଲି ହରି ହେ ଶୁଣି ନ ଶୁଣିବା ହେଲୁ ନୀଳକନ୍ଦରେ ହୋଇ ଜଗନ୍ନାଥ ବାଇଶି ପାବଛେ ବସାଇ ଦେଲୁ

ମଧ୍ୟାନରେ ବହେ ଅସହ୍ୟ ଝାଞ୍ଜି

ମଧ୍ୟାନରେ ବହେ ଅସହ୍ୟ ଝାଞ୍ଜି ସନ୍ଧ୍ୟାରେ ଶୀତଳ ସୁଧୀର ବାଆ ହାତ ଥିଲେ ସିନା ତୁ ଦେଇଥାନ୍ତୁ ପ୍ରଭୁ ହେ ମାଗିଥିଲି ଯାହା ଯାହା

Friday 19 May 2023

ମନକୁ କଲି ସୂକ୍ଷ୍ମାତି ସୂକ୍ଷ୍ମ

ମନକୁ କଲି ସୂକ୍ଷ୍ମାତି ସୂକ୍ଷ୍ମ ଜ୍ଞାନ ଶିଳାରେ ଘଷି ଘଷି ବ୍ୟାପିଛୁ ଅଖିଳ ସଂସାର ହେ କୃଷ୍ଣ ଫୁଣି ଗଲୁ ଖସି

ଏ ସଂସାର ଗୋଟିଏ ସମୁଦ୍ର

ଏ ସଂସାର ଗୋଟିଏ ସମୁଦ୍ର ବେଳାରେ ଖେଳଇ ଲହଡି ଅଳିଆ ଫିଙ୍ଗି ଫୁଲ ଆଶା ନିରାଶ କରି ଯାଏ ବାହୁଡ଼ି

ଭୁଲିବ କି କିଏ ଅତୀତ

ଭୁଲିବ କି କିଏ ଅତୀତ କେତେ କରିଛି ବ୍ୟଥିତ ମୋ କଥାକୁ ନ ଧରିବ ଫାକଲ୍ଟି ଚିଠାରୁ ପତିତ

Thursday 18 May 2023

କଣ୍ଠେ ନ ଉଚ୍ଚାର ମିଛ

କଣ୍ଠେ ନ ଉଚ୍ଚାର ମିଛ ମିଛ ଶୁଭଇ ବହୁ ଦୂର ଅନ୍ତରରେ ବସେ ହରି ଟିକେ ସଂକୋଚ କର

Wednesday 17 May 2023

ସୁଧୀର ଅଧୀର ସ୍ଥିର

ସୁଧୀର ଅଧୀର ସ୍ଥିର ଯାହା ତୁ ବୁଝୁଛ ବୁଝ ଅଭିନ୍ନ ଅଖଣ୍ଡ ଆନନ୍ଦ ବହଇ ଭକତ ବୋଝ

ଚପଳା ଚଞ୍ଚଳ ପରମ ଜ୍ୟୋତି

ଚପଳା ଚଞ୍ଚଳ ପରମ ଜ୍ୟୋତି କ୍ଷୁଦ୍ରାତି ଯେହ୍ନେ ବାଲି ଗରଡ଼ା ଖୋଜି ବୁଲେ ଭୀମ ଅରକ୍ଷିତ ଧରି କୌପୀନି ତାଳ ବରଡ଼ା

ନିଦ ଲାଗିଲା ଦେହକୁ

ନିଦ ଲାଗିଲା ଦେହକୁ ଗଦି ଖୋଜିଗଲା ମନ ବଡ ଦାଣ୍ଡ କଲି ଶେଯ ଚାହିଁ ଚାହିଁ ଚକା ଜହ୍ନ

Tuesday 16 May 2023

ଗୋପରୁ ଯମୁନା ବାଟରେ

ଗୋପରୁ ଯମୁନା ବାଟରେ ଚକାସନ ପକେଇ ବସିଲି ଭେଟିବି ବୋଲି ରାଧାକୃଷ୍ଣ ଗୋପୀଙ୍କ ପାଦକୁ ଘଷିଲି

ବିଷ୍ଣ ପ୍ରେୟସୀ ତୁଳସୀ ଦଳ

ବିଷ୍ଣ ପ୍ରେୟସୀ ତୁଳସୀ ଦଳ ଧରୁ ଧରୁ ଛିଡି ଯାଏ ଡାଳ ଶତ କୋଟି ଜନ୍ମ ଅପେକ୍ଷା ଆତୁର ଭେଟିବାକୁ ଆଦିମୂଳ

ଆସିବା ଯିବା ସମ୍ପୂର୍ଣ ସତ

ଆସିବା ଯିବା ସମ୍ପୂର୍ଣ ସତ ଜଣେ ବି ନୁହେଁ ବାଟ ବଣା ସେ ହୋଇଗଲା ବାବାଜୀ ଯାହାକୁ ବାଟ ପଡିଲା ଜଣା

Monday 15 May 2023

ଟିକେ ବି ବସିବାକୁ ନ କହିଲ

ଟିକେ ବି ବସିବାକୁ ନ କହିଲ ଦୁହେଁ ଅନାଦିକାଳରୁ ଘନିଷ୍ଠ ହେ ପ୍ରେମମୟ ପ୍ରାଣ ସ୍ୱରୂପ ତୋ ବିଛଦେ ହେବ ଅନିଷ୍ଟ

Sunday 14 May 2023

ସାଧାରଣକୁ ପଡିଲେ ଭଵ ବାଧା

ସାଧାରଣକୁ ପଡିଲେ ଭଵ ବାଧା କୃଷ୍ଣ ଅବତରେ ସାଙ୍ଗରେ ରାଧା ଅସାଧାରଣ ଯିଏ ନିଜକୁ ଭାବେ ସେମାନଙ୍କ କାମ ରହିଯାଏ ଅଧା

ସଂସାରୀ ଖାଇ ଖୁଆଏ

ସଂସାରୀ ଖାଇ ଖୁଆଏ ଶ୍ରୀକ୍ଷେତ୍ର ଗଲେ ଜାଣିବ ହେ ଯୋଗୀ ଜ୍ଞାନୀ ଆର୍ତ୍ତି ଅବଢ଼ା କୈବଲ୍ୟ ମଣିବ

Happy Mother's Day 2023

ମୁଁହି ଜନମଲି ସମ୍ପୂର୍ଣ ଲଙ୍ଗଳା ଦେଲୁ ଆଶ୍ରୟ ଯତ୍ନ ଅନ୍ନ ବସ୍ତ୍ର ମା ଗୋ ଥିଲି ମୁଁ ଗଣ୍ଡ ମୁରୁଖ ହେଲୁ ଗୁରୁ ଦେଲୁ ଜ୍ଞାନ ଅସ୍ତ୍ର

ସଂସାର ଭିତରେ ଚାଲିଲେ

ସଂସାର ଭିତରେ ଚାଲିଲେ ଧକା ଧୋକା ସବୁ ମାଗଣା ଦେଇ ଖାଇ ଆଗକୁ ବଢେ ଗୀତ ଗାଏ ତା ଘର ଅଗଣା

ଅପେକ୍ଷା କରେ ଗରିବ

ଅପେକ୍ଷା କରେ ଗରିବ ଧନୀ ହୁଏ ତର ବର ଯାହା ହାତରେ ନାହିଁ ମନ କରି ନିଏ ସ୍ଥିର

Mother's Day

Mother is the best protection Mother gives the best food Mother makes home the sweetest Mother is the best better good

Saturday 13 May 2023

ଶବ କହେ ନିଅ ସ୍ମଶାନ

ଶବ କହେ ନିଅ ସ୍ମଶାନ ମୁଁହି ନାହିଁ ଆଉ ଟୋକା ଶିବ କୋଳେରେ ଉମା ଦେଖି ମେଣ୍ଟାଇବି ଥକା

Friday 12 May 2023

ହରି ନେଲେ ଅବତାର

ହରି ନେଲେ ଅବତାର କୋଟି ବସନ୍ତ ହୁଏ ଠୁଳ ନର ରୂପେ ନାରାୟଣ ପତିତକୁ କରେ କୋଳ

ଯେଉଁଠି ଯେଉଁଠି ବସଇ ସନ୍ଥ

ଯେଉଁଠି ଯେଉଁଠି ବସଇ ସନ୍ଥ ସେଇଠି ସେଇଠି ବହେ ଗଙ୍ଗା ଯେଉଁଠି ଯେଉଁଠି ହରି କୀର୍ତ୍ତନ କୂଳରେ ଲାଗଇ ଜୀବନ ଡଙ୍ଗା

I honor the nursing officers

I honour the nursing officers A hospital’s invaluable wealth It is only their great effort Even the sickest gets health

Thursday 11 May 2023

ତୁହି ନେଲେ ଅବତାର

ତୁହି ନେଲେ ଅବତାର କୋଟି ବସନ୍ତ ହୁଏ ଠୁଳ ମୁଁ ବୁଡ଼ିଗଲି ମହାନନ୍ଦେ ଲୋଟି ପଡି ପାଦ ତଳ

ଶୁଆ କହିଲା ଶାରୀଲୋ

ଶୁଆ କହିଲା ଶାରୀଲୋ ଚାଲ ସଜାଡ଼ିବା ସଂସାର ଏଇଠି ସୃଷ୍ଟି ସ୍ଥିତି ଲୟ ହେଲେ ହେଉ ଅସାର

ଡ଼େମ୍ଫରେ ଖଞ୍ଜିଲା ଫୁଲ

ଡ଼େମ୍ଫରେ ଖଞ୍ଜିଲା ଫୁଲ ଝରଣାରେ ଭରିଲା ଜଳ ତାକୁ କେଉଁ କାମ ବଳିବ ସେ ମହାବାହୁ ମହାବଳ

Wednesday 10 May 2023

ଦିଅଁ ଛଡା ଫୁଲ ବାସେ

ଦିଅଁ ଛଡା ଫୁଲ ବାସେ ବନ୍ଧୁ ଯେ ଦୂରରୁ ହସେ ପାଇବା ଆଶା ନ ଥିଲେ କର୍ମ ନ ବାନ୍ଧଇ ଫାଶେ

Tuesday 9 May 2023

ଦେହ ମନ ହୋଇ ସାଙ୍ଗ

ଦେହ ମନ ହୋଇ ସାଙ୍ଗ ଖେଳିଲେ କବାଡି କବାଡି ଆତ୍ମା ପଶିଲା ନିଳକନ୍ଦର ନ ଶୁଭିଲା ସଂସାର ଲହଡି

Sunday 7 May 2023

ଚାଲ ମନ ପକ୍ଷୀ ଶ୍ରୀକ୍ଷେତ୍ର ଯିବା

ଚାଲ ମନ ପକ୍ଷୀ ଶ୍ରୀକ୍ଷେତ୍ର ଯିବା ସଂସାରେ ଶାନ୍ତି ଥିବା କଥା ମିଛ ପରିକ୍ରମା କରୁଥିବା ନିଳକନ୍ଦର ଥକିଲେ ବସିବା ବାଇଶିପାବଛ

Saturday 6 May 2023

ଆଖି ନ ପାଇଲେ ଅନ୍ଧାର

ଆଖି ନ ପାଇଲେ ଅନ୍ଧାର ଅନ୍ଧାରରେ ବିମଳ ଜ୍ୟୋତି ଜ୍ୟୋତିରେ ଶ୍ୟାମା ଶ୍ୟାମ ଶ୍ୟାମା ଶ୍ୟାମ ମୋକ୍ଷ ଗତି

ହେ ଧରମ ପଥର ଯାତ୍ରୀ

ହେ ଧରମ ପଥର ଯାତ୍ରୀ ସାଙ୍ଗରେ ଧରିଥା ସହିବା କାନକୁ ଦେଇଥା ବଂଶୀକୁ ନ ଶୁଭୁ ଅନ୍ୟର କହିବା