Saturday 29 January 2022

ତୁମେ କୁଆଡେ ଯେ ଗଲ ଚାଲି

ମୋତେ ବସିବାକୁ କହି ଦେଇ ତୁମେ କୁଆଡେ ଯେ ଗଲ ଚାଲି ଭିଡରେ ନିଶ୍ୱାସ ଯାଉ ଥିଲା ଏଠି ତ ସବୁଆଡେ ମରୁବାଲି

ଅନ୍ୟାୟର ଶ୍ୱାସ ହୁଏ ରୁନ୍ଧି

ଦାଉ ଦାଉ ନିଆଁ ଜଳିଲେ ସୁନା ମୁଣ୍ଡାଟିଏ ହୁଏ ମୁଦି ପରୀକ୍ଷା ସମୟ ଆସିଲେ ଅନ୍ୟାୟର ଶ୍ୱାସ ହୁଏ ରୁନ୍ଧି

Thursday 27 January 2022

ମଦ ପିଇବା ଖରାପ ଜାଣି

ମଦ ପିଇବା ଖରାପ ଜାଣି ପୁଣି ପିଇବାକୁ କରୁ ବାହାନା ଭଲ ନପାଇଲେ ନାହିଁ ସାଙ୍ଗ ତୁ ଖରାପ ମୋତେ କହନା

Wednesday 26 January 2022

Gardener loves garden Garden loves flower Flowers love bees Bee loves nectar

ନାହିଁ ଚାକିରି ନା ଅଛି ଚାକର

ଅନ୍ୟାୟର ମୁଁ ହେଲି ଶିକାର କେତେ ହେଇଗଲେ ବେକାର ଅନ୍ୟାୟ ନିଜେ ବସି କାନ୍ଦୁଛି ନାହିଁ ଚାକିରି ନା ଅଛି ଚାକର

Monday 24 January 2022

ଅରୁଦୀପ ଜାତୀୟ ସମ୍ପତି

ଅରୁଦୀପ ଜାତୀୟ ସମ୍ପତି ସରକାରଙ୍କୁ ଗୋଟେ ଆପତ୍ତି ସୁରକ୍ଷା ଯୋଗାଇ ଦେବେ ନ ପଡିବା ଲାଗି ବିପତି

Thursday 20 January 2022

ଆଖିକାନକୁ ମୋ ଫୁରସତ ନାହିଁ

ଆଖିକାନକୁ ମୋ ଫୁରସତ ନାହିଁ ଯେବେଠୁଁ ଶୁଣିଲିଣି ତୁମ ଗୀତ ତୁମରି ପାଖେ ତ ମନ ରହିଲା ଆଉ କଣ ଚଳୁଛି ଗୋଡ ହାତ

Wednesday 19 January 2022

ଭକ୍ତିରେ ଭରା ଯେଉଁ ଗୀତ

ଭକ୍ତିରେ ଭରା ଯେଉଁ ଗୀତ ପାଚିଲା ଫଳର ରସ କାହାକୁ ନ ଲାଗେ ମିଠା ଯେ ସଂସାରେ କରେ ବାସ

Tuesday 18 January 2022

People love us as Arudeep That much we are close Neither we have shared garland Nor we have shared any rose

Monday 17 January 2022

କହନ୍ତି ଗାଇଲେ ଦରଦ ପଡେ ଝରି

ତୁମ କଣ୍ଠ କୁଆଡେ ବହୁତ ସୁନ୍ଦର କହନ୍ତି ଗାଇଲେ ଦରଦ ପଡେ ଝରି ଜାଣିଛୁ ପବନ ଆଜି ଅରୁର ଜନ୍ମଦିନ ଗାଅ ପବନ ଉତ୍ସବ ଯାଉଛି ସରି

Thursday 13 January 2022

Also pay for pain

Winter will be there There will be rain If you want success Also pay for pain

ଆଖିରେ ଆଖି ଥୋଇ

ଆଖିରେ ଆଖି ଥୋଇ ଯାହା ତୁମେ କହିଗଲ ବଡ ପାଟିରେ କହିଲ ମୁଁ ଶୁଣିବାକୁ କଲବଲ

If you are from the same mud

Please don't ask my religion If you are from the same mud A flower may be rose or lotus Is from the zeo fragrance bud
Don't waste time to define What is the relationship They must fall in love As,I love them Arudeep

Wednesday 12 January 2022

ଯଶ ଆଶାକରି ଭୁଲକଲ

ଅଳସୁଆକୁ କଲ ଗେଲ ଶ୍ରମକୁ ନ ଦେଲେ ମୁଲ ଅଯୋଗ୍ୟକୁ କଲ ରାଜା ଯଶ ଆଶାକରି ଭୁଲକଲ

Monday 10 January 2022

ଖୁସିର ଆଶୁରେ ଆଖି ଭରିଗଲା

ସମୟ ସୁଅରେ ଭାସି ଯାଉଥିଲ ଆମେ ଆପଣା ଆପଣା ପଥେ ଖୁସିର ଆଶୁରେ ଆଖି ଭରିଗଲା ଯେବେ ହାତ ରଖିଲ ମୋ ହାତେ

ନିଜଲୋକ ହୋଇ ଛାଡିଦେଲ

ନିଜଲୋକ ହୋଇ ଛାଡିଦେଲ ଦୟାମାୟା ତୁମର କିଛି ନାହି ସଉଦା କରିବାରେ ସବୁ ବ୍ୟସ୍ତ ତୁମେ ଅଲଗା ହୁଅନ୍ତ ବା କାହିଁ

Sunday 9 January 2022

ଆଖିପତା ଲାଗିଗଲା

 ଚାହିଁ ଚାହିଁ ତୁମ ବାଟ 

ଆଖିପତା ଲାଗିଗଲା 

ସ୍ୱପ୍ନରେ ତୁମେ କହୁଛ

ଅପେକ୍ଷାତ ସରିଗଲା 










Friday 7 January 2022

ବଞ୍ଚିବା ନିଶା ପୁଣି ଉଠେ ଜାଗି

 ଗାଇ ବଜାଇ ଖୁସି ବାଣ୍ଟୁଥାନ୍ତି   

କାହାର ନଜର ନ ଯାଉ ଲାଗି 

ଅରୁକୁ ଦେଖି ପବନ ସାଥିରେ 

ବଞ୍ଚିବା ନିଶା ପୁଣି ଉଠେ ଜାଗି 


ରଙ୍ଗ ବାସ ହସ ନ କରେ ଉଣା

 ଅଳିଆ ଗଦାରେ ଫୁଲଟେ ଫୁଟିଲେ 

ରଙ୍ଗ ବାସ ହସ ନ କରେ ଉଣା 

ଭଲ ମଣିଷଟେ ବିପଦେ ପଡିଲେ 

କେବେ ନ ହୁଅଇ ବାଟ ବଣା




Thursday 6 January 2022

ସମୁଦ୍ରକୁ ମୁଁ ଜୀବନଠୁଁ ପାଉଥାଏ

ଝର ଝର ହୋଇ ଝରି ଯାଉଥାଏ 

କୁଳୁ କୁଳୁ ନାଦେ ଗୀତ ଗାଉଥାଏ 

ଗାଁ ମୋ ଜଙ୍ଗଲ ନାଁ ମୋ ଝରଣା 

ସମୁଦ୍ରକୁ ମୁଁ ଜୀବନଠୁଁ ପାଉଥାଏ 




Wednesday 5 January 2022

ଅରୁଦୀପରେ ଜଣେ ଅତିପ୍ରିୟ ରାଜା ଥିଲେ

ଅରୁଦୀପରେ ଜଣେ ଅତିପ୍ରିୟ ରାଜା ଥିଲେ 

ଗାଇ ବଜେଇ ଲୋକଙ୍କ ମନ ନେଉଥିଲେ କିଣି 

ତାଙ୍କ ରାଣୀଙ୍କ କଣ୍ଠ ଏତେ  ମଧୁର ଥିଲା ଯେ 

ପ୍ରଜା ଶ୍ରଦ୍ଧାରେ ଡାକୁଥିଲେ ସାତସ୍ଵରର ରାଣୀ 







Tuesday 4 January 2022

ମିଳନ ପରେ ବିଚ୍ଛେଦ ଆସେ

 ମିଳନ ପରେ ବିଚ୍ଛେଦ ଆସେ 

ବିଚ୍ଛେଦ ଆଖିରେ ଭରେ ଲୁହ 

ପୁଣି ନୂଆ ମୁଁହ ପୁଣି ନୂଆ ହସ

ଜୀବନେ ଭରେ ବଞ୍ଚିବାର  ମୋହ

ଡେମ୍ଫରୁ ଅଲଗା ଫୁଲ ଵାସୁଥାଏ

 ବାଦଲ ଫାଙ୍କରେ ସୂର୍ଯ୍ୟ  ହସୁଥାଏ

ଡେମ୍ଫରୁ  ଅଲଗା ଫୁଲ ଵାସୁଥାଏ

ତୁମ ସହ ସେ କେତେଟା ମୁହୂର୍ତ୍ତ 

ମନେ ପଡିଲେ ଲୁଚାଇ ହସୁଥାଏ 






ବିଛେଇ ହୋଇପଡେ କଁଳିଆ ଖରା

 ଝଡ଼ ବନ୍ଦହେବା ପରେ ଚାନ୍ଦ ହସେ 

ଆକାଶରେ ବିଞ୍ଚି ହୋଇପଡେ ତାରା

ସକାଳ ଲାଗେ ଅତି ପରିଚିତ୍ତ 

ବିଛେଇ ହୋଇପଡେ କଁଳିଆ ଖରା [1]




Monday 3 January 2022

ବାଙ୍କ ଆଉ ମନେ ପଡ଼େନା

 ନଦୀ ସାଙ୍ଗେ ସାଙ୍ଗେ ଚାଲିଲେ 

ପଥରେ ବହୁତ ବାଙ୍କ ପଡେ

ବାଙ୍କ ଆଉ ମନେ ପଡ଼େନା  

ଯେବେ ନଦୀ ସମୁଦ୍ରକୁ ଯୋଡ଼େ 



  

ସମାନ ଜୀବନର ନିଶା

 ଦେହର ରଙ୍ଗ ଅଲଗା

ଅଲଗା ଅଲଗା ଭାଷା 

ବେଶ ଭୁଷା ବି ଅଲଗା 

ସମାନ ଜୀବନର ନିଶା 

ଯନ୍ତ୍ରଣା ହେଉଛି ଯନ୍ତ୍ରଣା 

ଆନନ୍ଦ ଲାଗିବ କେମିତି 

ରକ୍ତ ମାଉଁସରେ ଗଢା

ଭୁଲି ଯାଉଛ କେମିତି [୨] 




Sunday 2 January 2022

ଆମ ବାବୁ ନ ଥିଲେ ବୋଲି

 ଆମ ବାବୁ ନ ଥିଲେ ବୋଲି 

ତୁମକୁ ହାତ ପତେଇ ଦେଲି  

ମୁଁ ଗୋଟେ ଭାରି ଅଭାବୀ  

ଧନ୍ୟବାଦ କହିବା ଭୁଲିଗଲି 





 ଯନ୍ତ୍ରଣା ସହିବା ନୁହେଁ ସହଜ  

ତେଣୁ ଅଭାବେ ସ୍ଵଭାଵ ନଷ୍ଟ

ଆଉ କିଏ ମନେ ରଖୁଛି କହୁନ

ଥରେ କଟି ଗଲା ପରେ ରିଷ୍ଟ 

କବିର ପ୍ରେମିକା କବିତା

 କବିର ପ୍ରେମିକା କବିତା 

କବିତାର ପ୍ରେମିକ କବି

କେବେତ ନ ହୁଏ ଭେଟ  

ଦିନେ ବିତେ ଭାବି ଭାବି  





ସକାଳେ କୁହୁଡି ଦିନରେ ଖରା

 ସକାଳେ କୁହୁଡି ଦିନରେ ଖରା 

ସନ୍ଧ୍ୟାରେ ଗୋଧୂଳି ରାତିରେ ତରା

ଦିନ ଯାଇ ମାସ ବରଷ ଗଲା 

ଅନେଇ ରହିଛି ତୁମକୁ ପରା 




Saturday 1 January 2022

ତାକୁ ବି ସୁଦ୍ଧା ଦିଅନି

 ମୋତେ ଯଦି ନ ଦେଲ

ତାକୁ ବି ସୁଦ୍ଧା ଦିଅନି

ସିଏ ଭାରି ଖରାପ 

ତା ନାଁ ଜମା ନିଅନି 




What else is life

The little little things

What else is life 

Bite the apple 

When there is no knife