Tuesday 28 February 2023

ତୋ ପାଦ ଦେଲୁ ହାତ ଦେଲୁ

ତୋ ପାଦ ଦେଲୁ ହାତ ଦେଲୁ ପ୍ରଭୁ ଦେଇ ଦେଲୁ ଦୁଇ କାନ ଭକ୍ତ ଲାଗି ତୁ ଭାବର ଠାକୁର ତୋ ଛନ୍ଦା ଚରଣେ ରହୁ ମନ

ବୋତଲରେ ଥାଉ ମଦ

ବୋତଲରେ ଥାଉ ମଦ ଖୋଲନା ନା ଖୋଲନା ମନରେ ରଖ ଉପକାର ଭୁଲନା କେବେ ଭୁଲନା

Monday 27 February 2023

ଗୋଟି ଗୋଟି କରି ଶହେ କୁରୁ

ଗୋଟି ଗୋଟି କରି ଶହେ କୁରୁ ଜଣକର ନ ପୁରିଲା ମନୋରଥ ଗୋଟି ଗୋଟି କରି କୋଟି ବସ୍ତ୍ର ଉଲଗ୍ନର ସମସ୍ତ ଉଦ୍ୟମ ବ୍ୟର୍ଥ

ଅତୀତକୁ ଦେଇଥିଲି କିଛି ଭଲ

ଅତୀତକୁ ଦେଇଥିଲି କିଛି ଭଲ ମୋତେ ମୂଲ ତାର ମିଳିଗଲା ବର୍ତ୍ତମାନକୁ ଦେଲି ବହୁତ କିଛି ମୋତେ ମୁହଁ ମୋଡି ଚାଲିଗଲା

Sunday 26 February 2023

Face may be black or white

Face may be black or white The smile is million dollar Sky may be black or blue Rainbow has all the color

କିଏ ଯାଉଛ ହୋ ନଦୀ ଆରପାରେ

କଣ୍ଠ ସ୍ୱର ଲାଗେ ଅତି ପରିଚିତ ଏ ବାଇଆକୁ ନ କର ଅପେକ୍ଷା ନେବା ଛାଡି ସେବା ଆଶ୍ରା କର ନୀଳାଚଳରେ ହୋଇବ ଦେଖା

Saturday 25 February 2023

ପ୍ରେମ ମାଗୁଅଛି ତ୍ୟାଗ

ପ୍ରେମ ମାଗୁଅଛି ତ୍ୟାଗ ଶାନ୍ତି ମାଗୁଅଛି ଯୋଗ ହୋଇଯାନ୍ତି ବୈରାଗୀ ନ ଛାଡି ପାରେ ଭୋଗ

Friday 24 February 2023

ଥରେ ହୋଇଗଲେ ଭାବ

ଥରେ ଲାଗିଗଲେ ଭାବ ସର୍ବ ଅଭାବ ହୁଏ ଶେଷ ନେଲାବେଳେ ଯମ ଭିଡି ଓଠରେ ଲାଗିଥାଏ ହସ

କେତେ ନାଚିଲି ହସିଲି କାନ୍ଦିଲି

କେତେ ନାଚିଲି ହସିଲି କାନ୍ଦିଲି ସଙ୍ଗିନୀରେ ସାଜିଲି ବହୁରୂପୀ ଖାଲି ଚାହିଁଲା କଥା ନ କହିଲା ସହୀ ମୁଁ ନୁହେଁ ବୋଲି ଗୋପୀ

It doesn’t matter at all

It doesn’t matter at all How much I am worth Once I did not meet Him Whom for I took birth

ଦିଶେ ସୁନ୍ଦର ଅସୁନ୍ଦର

ଦିଶେ ସୁନ୍ଦର ଅସୁନ୍ଦର ଜାଣି କିଛି ନାହିଁ ଲାଭ ଯାହା ଲାଗି ଆସିଥିଲି ନ ହେଲା ତାରେ ଭାବ

Thursday 23 February 2023

ମୁହିଁ ଦ୍ରୁତ ତୁହି ମନ୍ଥର

ମୁହିଁ ଦ୍ରୁତ ତୁହି ମନ୍ଥର କେମିତି ଭେଟିବି କୁହ ଅତି ଲୋଭ ତୋ ରୂପ ନୟନ ପଥରେ ରୁହ

Hi dear when you accept the physical form

Hi dear when you accept the physical form Thousands of the springs decorate the earth Air fire water sky soil all distribute peace Remember my love as Krishna you took birth

ସଭିଏଁ ଡାକନ୍ତି ଶ୍ୟାମ

ଘରେ ତିନିଜଣ ପତ୍ନୀ ନାମ ସତ୍ୱ ରଜ ତମ ମେଘଠାରୁ କଳା ପୁଅ ସଭିଏଁ ଡାକନ୍ତି ଶ୍ୟାମ

Tuesday 21 February 2023

ସେବତୀ ମାଳ ମୁଁ ଯତନେ ଗୁନ୍ଥେ

ସେବତୀ ମାଳ ମୁଁ ଯତନେ ଗୁନ୍ଥେ କାଳିଆ ତୁ କାଳେ ପିନ୍ଧିବୁ ବୋଲି ଦୀପଟିଏ ଜାଳି ମୁଁହକୁ ମୁଁ ଚାହେଁ କାଳିଆ ତୁ ହସିଦେବୁ ଖିଲି ଖିଲି

ତୁଳସୀ ଦୟାଣା ବଗିଚା କରି

ତୁଳସୀ ଦୟାଣା ବଗିଚା କରି କାଳିଆ ନିଇତି ଢାଳେ ପାଣି ତୋରି ରୁପକୁ ଝୁରି ମରୁଥାଏ କାଳିଆ ତୋରି ଲୀଳାକୁ ଗୁଣି

ଆଖୁର ଗୁଡରେ ତୁଳସୀ ବିଞ୍ଚିଛି

ଆଖୁର ଗୁଡରେ ତୁଳସୀ ବିଞ୍ଚିଛି କାଳିଆ ଆରେ ଭୁଞ୍ଜାଇ ଦେବି ଭାବ କେ ବୁଝିବ ଭାବର ଦିଅଁ କାଳିଆ ମୁଁ କିରେ କାଲିକି ଥିବି

ଉର୍ଦ୍ଧକୁ ବୃକ୍ଷର ମୂଳ

ଉର୍ଦ୍ଧକୁ ବୃକ୍ଷର ମୂଳ ଫଳ ତଳେ ଲୋଟୁଛି ବ୍ୟାସ ସାଉଁଟି ଥିଲେ ଆଜି ତୁମକୁ ଭେଟୁଛି

Sunday 19 February 2023

କୃପା ପୁର୍ଣ ମାୟା ଶୁନ୍ୟ

କୃପା ପୁର୍ଣ ମାୟା ଶୁନ୍ୟ ସବୁରି ଫୁଲର ପାଖୁଡା ଅପଲକ ସବୁ ଦେଖୁଛି ରଚିଣ ସଂସାର ଆଖଡ଼ା

ଫୁଲରେ ଭରିଲୁ ମହୁ

ଫୁଲରେ ଭରିଲୁ ମହୁ ମହୁମାଛିକୁ ନାହିଁ ନିଦ ତ୍ରାହି ତ୍ରାହି ହେ ମୁକୁନ୍ଦ ଆଶ୍ରା କଲି ଛନ୍ଦାପାଦ

ତାକୁ କେଉଠୁଁ ଚାଖିବି କହ

ତାକୁ କେଉଠୁଁ ଚାଖିବି କହ ସେତ ଗୋଟାପଣେ ଅମୃତ ଅଢେଇକୁ ବଢ଼େଇ ଚାଖନ୍ତି ସେ କୃପାବାରି ସିଞ୍ଚିଲେତ

ଅଖିଳ ଜୀବକୁ ଗୋଟିଏ ଗଣ୍ଠି

ଅଖିଳ ଜୀବକୁ ଗୋଟିଏ ଗଣ୍ଠି କେହି ଜଣେ ନ ପାରନ୍ତି ଫିଟି ତୋର କୃପା ବିନା ଚକ୍ର ଗତି ଦେବ ଦାନଵ ଖଟନ୍ତି ବେଠି

ଭାବର ଠାକୁର

ତୁଳସୀ ଦୟାଣା ବଗିଚା କରି କାଳିଆ ନିଇତି ଢାଳେ ପାଣି ତୋରି ରୁପକୁ ଝୁରି ମରୁଥାଏ କାଳିଆ ତୋରି ଲୀଳାକୁ ଗୁଣି [୧] ଓଦା ଗାମୁଛାକୁ ଅଧା ଚିପୁଡ଼ି କାଳିଆ ମୁଁହ ଦିଅଇ ପୋଛି ଚନ୍ଦନ ତୋତେ ଭାରି ମାନେ କାଳିଆ ଯାହା ଦେଇଛୁ ଯାଚି [୨] ସେବତୀ ମାଳ ଯତନେ ଗୁନ୍ଥେ କାଳିଆ କାଳେ ପିନ୍ଧିବୁ ବୋଲି ଦୀପଟିଏ ଜାଳି ମୁଁହକୁ ଚାହେଁ କାଳିଆ ହସିଦେବୁ ଖିଲି ଖିଲି [3] ଆଖୁର ଗୁଡରେ ତୁଳସୀ ବିଞ୍ଚିଛି କାଳିଆ ଆରେ ଭୁଞ୍ଜାଇ ଦେବି ଭାବର ଦିଅଁକୁ କିଏ ସେ ବୁଝିବ କାଳିଆ ମୁଁ କିରେ କାଲିକି ଥିବି [4]

ମହୁମାଛି ହୁଡ଼ି ଫୁଲ ତୋଳିଲି

ମହୁମାଛି ହୁଡ଼ି ତୋଳିଲି ଫୁଲ ପଇଡ ଫୁଟେଇ କାଢ଼ିଲି ପାଣି ଭକତ ରସିଆ ସବୁ ଦେଖୁଛି ମୋ ମନ କଥା ପାରୁନି ଜାଣି

Saturday 18 February 2023

ଆର୍ତ୍ତି ଅର୍ଥାଥି ଜିଜ୍ଞାସୁ ଜ୍ଞ୍ୟାନି

ଆର୍ତ୍ତି ଅର୍ଥାଥି ଜିଜ୍ଞାସୁ ଜ୍ଞ୍ୟାନି ପ୍ରଭୁ ହେ ସବୁକୁ ଅଛ ତାରି ସକଳ ଅଣୁରେଣୁ କୃପାସିକ୍ତ କିମ୍ପା ଏ ପତିତକୁ ଛାଡି କରି

Either overwhelmed by the miracle

Either overwhelmed by the miracle Like a drunkard when drinks liquor Either yet to complete the journey A scientist or a spiritual seeker

Friday 17 February 2023

ସମସ୍ତ ବିଷୟତ ବିଷୟା ପୁର୍ଣ

ସମସ୍ତ ବିଷୟତ ବିଷୟା ପୁର୍ଣ ପଢି ପଢି ଦିନ ହେଲା ରାତି ଓହୋ ଭାଗ୍ୟ ଆଜି ଶିବରାତ୍ରି ଦେଖି ତରିବି ଆତ୍ମା ଜ୍ୟୋତି

Thursday 16 February 2023

No one needs permission

No one needs permission A thief a honey bee or wind A flower was stolen so much It was still laughing so kind

Tuesday 14 February 2023

I have not started walking

I have not started walking My love you are too close Do not know how to please My love accept this rose

ମୁହିଁ ନିଜକୁ ଚିହ୍ନିଲି ନାହିଁ

ମୁହିଁ ନିଜକୁ ଚିହ୍ନିଲି ନାହିଁ ତୋତେ ମିଛ ମତେ ସତ ନିଜ ବଳ ନିଜେ ନଜାଣି ବଞ୍ଚେ ଧରି ଗୋଡ଼ ହାତ

Happy Valentine Day 2023

Between you and me There is some distance It is the ugly thinking No no other substance

Sunday 12 February 2023

ଅତି ମଧୁର ହସିଆ

ଅତି ମଧୁର ହସିଆ ସର୍ବ ଅନ୍ତର ବସିୟା ଛାଖୁଥିଲେ ଚାଖୁଥିବୁ ଅସରା ରସ ରସିଆ

ପୋଷାକ ଭିତରେ ଦେହ

ପୋଷାକ ଭିତରେ ଦେହ ଦେହରେ ବାସ ପଞ୍ଚଭୁତ ଭୁତ ଭୟେ କମ୍ପେ ଶରୀର ଶରୀରୁ ଗଳେ ସଦା ମୁତ

ଯେତେ କ୍ଷୁଦ୍ରବି ହେଉ ପୁଷ୍ପ

ଯେତେ କ୍ଷୁଦ୍ରବି ହେଉ ପୁଷ୍ପ ରୂପ ବାସ ରସ ନାହିଁ ଉଣା ଏମିତି ଯାର ନିଷ୍କପଟ ସୃଷ୍ଟି ସେ କେବଳ ହିଁ ରାଧାପ୍ରାଣ

Saturday 11 February 2023

ସତ୍ୟ ହିଁ ଶିବ ସୁନ୍ଦର

ସତ୍ୟ ହିଁ ଶିବ ସୁନ୍ଦର ସତ୍ୟ ହିଁ ସ୍ୱୟଂ ପ୍ରଭା ସତ୍ୟ ହିଁ ଚିର ସ୍ୱାଶତ ସତ୍ୟ ହିଁ ମନ ଲୋଭା

ପାଦ ଧୋଇଦେଇ ପୂଣ୍ୟ ଅରିଜିବି

ପାଦ ଧୋଇଦେଇ ପୂଣ୍ୟ ଅରିଜିବି ହେ ଭଗତ ବସ ମହୋଦଧି କୂଳେ ତୁମ ସଙ୍ଗେ ଯାଇ ଚର୍ତୁଦ୍ଧା ଦେଖିବି ହେ ଭଗତ ଲାଗିଥିବି ପାଦ ତଳେ

Friday 10 February 2023

ଯାତ୍ରାପଥ ମୋ ଅତି ଘନ ଅନ୍ଧାରୁ ଅନ୍ଧାର

ଯାତ୍ରାପଥ ମୋ ଅତି ଘନ ଅନ୍ଧାରୁ ଅନ୍ଧାର ଆଗମ ନିଗମ ଅପହଞ୍ଚ ତୋ କଳା ଦେହ ଜ୍ଞାନ ଆଲୋକ ନାହିଁ ତୋତେ କି ଦେଖିବି ଧରିଛି ଗଣ୍ଠିଲି ଭରିଛି କାମ କ୍ରୋଧ ମୋହ

Thursday 9 February 2023

ସକଳ ମୁଁହରେ ଗୋଟିଏ କଥା

ସକଳ ମୁଁହରେ ଗୋଟିଏ କଥା ତାକୁ ଯେ ଥରେ ଭେଟିଛି ସହୀ କେବଳ ଆଣି ପାରିଲେ ହେଲା ତା ପାଖେ ଆନନ୍ଦ ଅଭାବ ନାହିଁ

ସୂର୍ଯ୍ୟଠାରୁ ବଳି ଦେହର ଜ୍ୟୋତି

ସୂର୍ଯ୍ୟଠାରୁ ବଳି ଦେହର ଜ୍ୟୋତି ଚନ୍ଦ୍ରଠାରୁ ବଳିକି ତା ମୁହଁର ଶାନ୍ତି ଅନ୍ତଃପୁରେ ଉଭା ଅନନ୍ତ ପୁରୁଷ ଦର୍ଶନ ମାତ୍ରକେ ହରେ ଭଵ କ୍ଳାନ୍ତି

Wednesday 8 February 2023

ଘରଣୀ ସୁନ୍ଦର ଘର ସୁନ୍ଦର

ଘରଣୀ ସୁନ୍ଦର ଘର ସୁନ୍ଦର ଘର ମାଲିକ ମୋ ଅତି ଭଲ ମନଜାଣି ଅନ୍ନ ସଭିଁକୁ ଖଞ୍ଜେ ଦେଖା ହେଲେ ଦେବି ମୁଲ

ସୃଷ୍ଟି ସ୍ଥିତି ଲୟ

ସୃଷ୍ଟି ସ୍ଥିତି ଲୟ ଏକକୁ ଆରେକ ସଭିଏଁ ମଣିଷ ବ୍ରାହ୍ମଣ ବାରିକ

Monday 6 February 2023

ଆଜନ୍ମରୁ ବାନ୍ଧିଛୁ ତ୍ରିଗୁଣ ରଜୁରେ

ଆଜନ୍ମରୁ ବାନ୍ଧିଛୁ ତ୍ରିଗୁଣ ରଜୁରେ କ୍ଷୁଦା ନିଦ୍ରା ମୈଥୁନ ପିଡେ ଦେହି ଅନେକ ଦୃଢ଼ କାଳ ଫାଶ ଟାଣଇ ତ୍ରାହି ଅଚୁତ୍ୟ ତ୍ରାହି କେଶବ ତ୍ରାହି

ଆଜନ୍ମରୁ ବାନ୍ଧିଛୁ ତ୍ରିଗୁଣ ରଜୁରେ

ଆଜନ୍ମରୁ ବାନ୍ଧିଛୁ ତ୍ରିଗୁଣ ରଜୁରେ କ୍ଷୁଦା ନିଦ୍ରା ମୈଥୁନ ପିଡେ ଦେହି ଅନେକ ଦୃଢ଼ କାଳ ଫାଶ ଟାଣଇ ତ୍ରାହି ଅଚୁତ୍ୟ ତ୍ରାହି କେଶବ ତ୍ରାହି

ଜନ୍ମରୁ ମୁର୍ତ୍ୟୁକୁ ସମସ୍ତ ଯାତ୍ରା

ଜନ୍ମରୁ ମୁର୍ତ୍ୟୁକୁ ସମସ୍ତ ଯାତ୍ରା ଅଧମ ତ୍ରିଗୁଣ ରଜୁରେ ବଦ୍ଧ ରାମ କହିଲେ ଶୁଭଇ ମରା କୁହ କେମିତି ହୋଇବି ଶୁଦ୍ଧ

Sunday 5 February 2023

ସବୁ ବିଷୟରୁ ମନ କାଢିନେଇ

ସବୁ ବିଷୟରୁ ମନ କାଢିନେଇ ହଲଚଲ ନ ହୋଇରେ ବସିଥା ହରିନାମ ଅଟେ ସବୁଠୁଁ ମଧୁର ବାୟା ଘୋଷୁଥା ରସୁଥା ହସୁଥା

Sometimes as a friend

Sometimes as a friend Sometimes as a neighbor He is always around us Like father and mother

Saturday 4 February 2023

ଯାହା ବଗିଚାର ଫୁଲ ଏତିକି ସୁନ୍ଦର

ଯାହା ବଗିଚାର ଫୁଲ ଏତିକି ସୁନ୍ଦର ଆହାଃ ସେ ନିଜେ ଦିଶେ କେଉଁପରି କହ କହ ସହୀ ସେ ମାଳୀର ଠିକଣା ସେ କି ରାଧାପ୍ରାଣ ମନ୍ଦର ଟେକା ହରି

ଦୁର୍ଗା ଅବତାରେ ବସନ ତେଜିଲୁ

ଦୁର୍ଗା ଅବତାରେ ବସନ ତେଜିଲୁ ସୀତା ଅବତାରେ ପାତାଳବାସୀ ତୁହି ସର୍ବଂସହା ସର୍ବଜୀବ ଜନନୀ ତୋ ଠାରୁ କିଏବା ସହିବ ବେଶୀ

Friday 3 February 2023

ଜଳରେ ପଡିଲେ ଚନ୍ଦନ ଟୋପା

ଜଳରେ ପଡିଲେ ଚନ୍ଦନ ଟୋପା ଜଳଘଟ ବି ଚନ୍ଦନ ଚନ୍ଦନ ବାସେ ସାଧୁ ସାଙ୍ଗରେ ବସିଲେ ଘଡ଼ିଏ ପାପ ଆପେ ଆପେ ହୁଏ ନାଶ

Thursday 2 February 2023

ଭାବ ଡୋରିରେ ହୋଇ ବନ୍ଧା

ଭାବ ଡୋରିରେ ହୋଇ ବନ୍ଧା ହେଲୁ ତୁହି ମୀରାର ମଥାମଣି ତିନିପୁରେ ଏମିତି କେହି ନାହିଁ ଯିଏ ତୋ ମହିମା ନହୁଏ ଗୁଣି