Sunday 19 February 2023

ଭାବର ଠାକୁର

ତୁଳସୀ ଦୟାଣା ବଗିଚା କରି କାଳିଆ ନିଇତି ଢାଳେ ପାଣି ତୋରି ରୁପକୁ ଝୁରି ମରୁଥାଏ କାଳିଆ ତୋରି ଲୀଳାକୁ ଗୁଣି [୧] ଓଦା ଗାମୁଛାକୁ ଅଧା ଚିପୁଡ଼ି କାଳିଆ ମୁଁହ ଦିଅଇ ପୋଛି ଚନ୍ଦନ ତୋତେ ଭାରି ମାନେ କାଳିଆ ଯାହା ଦେଇଛୁ ଯାଚି [୨] ସେବତୀ ମାଳ ଯତନେ ଗୁନ୍ଥେ କାଳିଆ କାଳେ ପିନ୍ଧିବୁ ବୋଲି ଦୀପଟିଏ ଜାଳି ମୁଁହକୁ ଚାହେଁ କାଳିଆ ହସିଦେବୁ ଖିଲି ଖିଲି [3] ଆଖୁର ଗୁଡରେ ତୁଳସୀ ବିଞ୍ଚିଛି କାଳିଆ ଆରେ ଭୁଞ୍ଜାଇ ଦେବି ଭାବର ଦିଅଁକୁ କିଏ ସେ ବୁଝିବ କାଳିଆ ମୁଁ କିରେ କାଲିକି ଥିବି [4]

No comments:

Post a Comment