Friday 31 March 2023

ତିନି ଅକ୍ଷର ଉତ୍କଳ

ତିନି ଅକ୍ଷର ଉତ୍କଳ ତିନି ଅକ୍ଷର କାଳିଆ ତିନି ଅକ୍ଷର ପଖାଳ ତିନି ଅକ୍ଷର ଓଡ଼ିଆ

ଉତ୍କଳରେ ଜନ୍ମି ମୁଁ ନିସ୍ତରିଲି

ଉତ୍କଳରେ ଜନ୍ମି ମୁଁ ନିସ୍ତରିଲି ମୋ ବିପଦ ସମ୍ପଦ କାଳିଆ ମୋର ନାଥ ଜଗତର ନାଥ କାହା ଭାଗ୍ୟ ମୋ ଭଳିଆ

Thursday 30 March 2023

ଜୀବନର ଯେତେ ଚଲାପଥ ସମ୍ବଳ ଆପଣା ଦୁଇଟି ପାଦ ନିରାପଦ ଯାତ୍ରା ଇଚ୍ଛା ଥିଲେ ବସିଥା ଯେଉଁଠି ହରି PA

ଅତି ଥଣ୍ଡା ଜଳରେ କଲେ ସ୍ନାନ

ଅତି ଥଣ୍ଡା ଜଳରେ କଲେ ସ୍ନାନ ଦେହର ଲୋମ ଟାଙ୍କୁରି ଉଠେ ମୁଁ ତୋ ନାମ ଯାଉଛି ପାଶୋରି ହେ ପ୍ରଭୁ ଦୁଃଖ ଦେଇଥା ମୁଠେ

Wednesday 29 March 2023

ସବୁଠୁଁ ସୁନ୍ଦର ରୂପ

ସବୁଠୁଁ ସୁନ୍ଦର ରୂପ ଚିର ପ୍ରଶାନ୍ତି ପାଦ ଦୁଇଟି ନୁହେଁ ଏକ ବିଷୟା ବିଷକୁ ଗଦ

ଆଉ ଦଣ୍ଡେ ରହ ରହରେ ସଂସାର

ଆଉ ଦଣ୍ଡେ ରହ ରହରେ ସଂସାର ମୁଁ ତା ନାମ ରସ ସାଗରେ ଭାସୁଛି ଯିଏ ସଭିଙ୍କୁ କରଇ ଭବରୁ ପାରି ଡ଼ଙ୍ଗା କୂଳେ ଲଗେଇବାକୁ ଡାକୁଛି

Flower and sandalwood came temple

Flower and sandalwood came temple Where are you Google mind It is getting late to worship Please join if you are kind

Monday 27 March 2023

ପିତୃ ଲୋକଙ୍କୁ ସ୍ଵଧା

ପିତୃ ପୁରୁଷଙ୍କୁ ସ୍ଵଧା ଦେବ ଦେବୀଙ୍କୁ ସ୍ୱାହା ଅଭୁକ୍ତକୁ ଅନ୍ନ ଭାଗ ଅସହାୟକୁ ଆହାଃ

Sunday 26 March 2023

ବସୁଦେବ ମଥାରେ ଟୋକେଇ

ବସୁଦେବ ମଥାରେ ଟୋକେଇ ଟୋକେଇ ଭିତରେ ବାସୁଦେବ ଵାସୁଦେବ ଚିନ୍ତାରେ ଦେବକୀ ଦେବକୀ ହୃଦୟରେ ମହାଭାବ

କେ ତୋତେ ମଣଇ ବିପଦ

କେ ତୋତେ ମଣଇ ବିପଦ କେ ତୋତେ ମଣଇ ସମ୍ପଦ ସମ୍ପଦ ବିପଦ ଯିଏ ମଣଇ ତାର କିସ କରେ ଆପଦ

Saturday 25 March 2023

ବୁଡି ଯାଉଥିଲା ଜୀବନ ଡ଼ଙ୍ଗା

ବୁଡି ଯାଉଥିଲା ଜୀବନ ଡ଼ଙ୍ଗା ପହଁରି ନିଜେ ତୁ ଧରିଲୁ ମଙ୍ଗ ଧର୍ମ ରକ୍ଷଣେ ଅପଲକ ସଦା ମୁଁ ସଦା ଲୋଡ଼େ ତୋ ସାଙ୍ଗ

Friday 24 March 2023

ଅତି ସାଧା ସିଧା ଦିଅଁ

ଅତି ସାଧା ସିଧା ଦିଅଁ କାଠ ଖଣ୍ଡକରେ ଗଢା ବାଢିବାକୁ ପଡେ ନାହିଁ ଖାଇ ବଞ୍ଚଇ ଅବଢ଼ା

Thursday 23 March 2023

Wednesday 22 March 2023

ଯାହାକୁ ଭେଟିଲି ବ୍ୟସ୍ତ

ଯାହାକୁ ଭେଟିଲି ବ୍ୟସ୍ତ ମୁଁ ବି ସେଥିରୁ ଗୋଟିଏ ମଧ୍ୟାନ୍ନରେ ଦି ମୁଠା ଭାତ ରାତିକୁ ରୁଟିରୁ ପଟିଏ

Whomever I met

Whomever I met Everyone was busy Sat at your feet You are sitting easy

Tuesday 21 March 2023

ଅଣୁ ରେଣୁ ସବୁ କିଛି

ଅଣୁ ରେଣୁ ସବୁ କିଛି ପ୍ରେମରେ ଅଛୁ ଛନ୍ଦି ମନ ମୋ ବଡ଼ ଅସ୍ଥିର ପାଦରେ ରଖ ବାନ୍ଧି

Monday 20 March 2023

ରସନା ବାସନା ସାଥିରେ

ରସନା ବାସନା ସାଥିରେ ଏ ପତିତ ଯିବକି ବୈକୁଣ୍ଠ ତୋ ବଡ଼ଦାଣ୍ଡେ ଶୋଇବି ନାମ ରସ ପିଇକି ଆକଣ୍ଠ

Sunday 19 March 2023

ହରି ନାମ ଏକା ରସ

ହରି ନାମ ଏକା ରସ ସତ୍ୟ ଧର୍ମ ଦୁଇ ପାଦ ନିଷ୍କାମ ଏକା ଆଶ୍ରୟ ଅବଢା ଅତି ସୁସ୍ୱାଦ

ତୋ କ୍ଷେତରେ ମୁଲିଆ କଲୁ

ତୋ କ୍ଷେତରେ ମୁଲିଆ କଲୁ ହରି ହେ ତୁ କେଡେ ଉଦାର ଅଭାବୀକୁ ଦେଲୁ ତୋ ଭାଵ ହରି ହେ ଅଭୁଲା ଏ ଆଦର

Saturday 18 March 2023

ଜୀବନର ଦୁଇଟି ପାଦ

ଜୀବନର ଦୁଇଟି ପାଦ ଯିବାକୁ ହେବ ବୈକୁଣ୍ଠ ରସନାକୁ ହେବ ଶୋଷ ନାମ ରସ ପିଇ ଆକଣ୍ଠ

କାହା ବଗିଚାରେ ଫୁଟୁ

କାହା ବଗିଚାରେ ଫୁଟୁ ଫୁଲ ସବୁବେଳେ ସୁନ୍ଦର କିଏ କାଳିଆକୁ ପୂଜା କରୁ ଶୋଭା ଦିଶେ ପୂଜା ମନ୍ଦିର

Love is life

Sun gives it to a tree A tree gives it to earth Earth gives it to a life Life gives it to a birth

Friday 17 March 2023

ତୋର ନାହିଁ ଲୋଭ ମୋହ

ତୋର ନାହିଁ ଲୋଭ ମୋହ ତୋ କେଡେ ହସ ହସ ମୁହଁ ମୋର ଅଛି ଲୋଭ ମୋହ ମୋର ଆଖିରୁ ଝରେ ଲୁହ

Thursday 16 March 2023

Being with you

Being with you That is enough No extra mind No cry no laugh

ରସନା କରୁଛି ଭୋଗ

ରସନା କରୁଛି ଭୋଗ ଶରୀର ଭୋଗୁଛି ରୋଗ ମନ ହଜିଛି ସଂସାରେ ଭେଟିଲେ କରିବି ଯୋଗ

It is original

It is not fate It is not dice It is original It is you wish

Wednesday 15 March 2023

ଭକ୍ତ ଘରେ ଖାଇ ଭକ୍ତ ହୃଦେ ରହି

ଭକ୍ତ ଘରେ ଖାଇ ଭକ୍ତ ହୃଦେ ରହି ତୁମେ କେମିତି ପଡିଶାକୁ ଗଲ ଭୁଲି ସାରା ସଂସାର ପାଇଁ ତୁ ଜଗନ୍ନାଥ ଓଡିଶାର ଲୋକ ମୁଁ ଅନାଥ ହେଲି

ବୃକ୍ଷ ପ୍ରାଣ ପତ୍ର

ବୃକ୍ଷ ପ୍ରାଣ ପତ୍ର ଜୀବ ପ୍ରାଣ ନିଶ୍ଵାସ ପାଣ୍ଡଵ ପ୍ରାଣ କୃଷ୍ଣ ସମ୍ପର୍କ ପ୍ରାଣ ବିଶ୍ୱାସ

Tuesday 14 March 2023

କନିଅର ଗଛ ଲଗାଇଲେ

କନିଅର ଗଛ ଲଗାଇଲେ କେବେ ନ ଫଳଇ ପଇଡ ଯମରାଜ ନ ଦେବ ଛାଡ଼ି ଯୁଆଡେ ଦୌଡ଼ୁଛ ଦଉଡ଼

ଯାହା ବି ତୁମେ କରୁଛ

ଯାହା ବି ତୁମେ କରୁଛ ଆଉ ଟିକେ ଶ୍ରଦ୍ଧା ମିଶା ଯାହା ବି ତୁମେ କହୁଛ ଆଉ ଟିକେ ମିଠା ଭାଷା

Monday 13 March 2023

କାହାକୁ ଦିଶୁ ତୁ ନାରୀ

କାହାକୁ ଦିଶୁ ତୁ ନାରୀ କାହାକୁ ଦିଶୁ ତୁ ପୁରୁଷ କାହାକୁ ଦିଶୁ ତୁ ଉଭୟ ସଦାନନ୍ଦ ତୋର ପରଶ

କିପରି ହେବ ତୋର ନୀତି

କିପରି ହେବ ତୋର ନୀତି ଯଦି ସେବକ ହୁଏ ଭାବୁକ କର୍ତବ୍ୟ ହେବ ଅବହେଳା ଦୁଇଜଣ ଖାଇବା ଚାବୁକ

Sunday 12 March 2023

ଅକଳନ ତୋର ଆୟତନ

ଅକଳନ ତୋର ଆୟତନ ଚର୍ମର ଚକ୍ଷୁକୁ ଚକାନୟନ ଯିଏ ଯାହା କହୁ ତୋତେ ମୋ ପାଇଁ ପତିତ ପାବନ

ବୈଶାଖ ଗରମ ଝାଞ୍ଜି

ବୈଶାଖ ଗରମ ଝାଞ୍ଜି ମରୁଭୂମି ତତଲା ବାଲି କାନ୍ଧରେ ଉଠାଇ ନେଲୁ ପାରୁ ତ ନ ଥିଲି ଚାଲି

ବୈଶାଖର ତତଲା ଝାଞ୍ଜିରେ

ବୈଶାଖର ତତଲା ଝାଞ୍ଜିରେ ବରଷା ଦେଲ ଢାଳି, ମରୁଭୂମିର ଏ ଶୁଖିଲା ବାଲିରେ ଜଳବୁନ୍ଦା ଦେଲ ତୋଳି। By Sumati

ସ୍ନେହରେ ବନ୍ଧା ସନ୍ତାନ ଜନନୀ

ସ୍ନେହରେ ବନ୍ଧା ସନ୍ତାନ ଜନନୀ ଖୁସିରେ ବିଭୋର ତୋ ସଂସାର ପ୍ରେମରେ ବନ୍ଧା ଭକ୍ତ ଭଗବାନ ସତ୍ୟ ଧର୍ମ କରିବାକୁ ପ୍ରଚାର

Saturday 11 March 2023

କିଏ ଥରେ ଚାହିଁଦେଲେ ତୋତେ

କିଏ ଥରେ ଚାହିଁଦେଲେ ତୋତେ ଆଉ ନ ଫେରି ପାରଇ ତା ଆଖି କିଏ ଥରେ ଡାକିଦେଲେ ଓ କରୁ କେତେ ଜନ୍ମ ତପସ୍ୟା ଥିବ ବାକି

ମନ୍ଦିର ଛାଡି ଦେଇ ଠାକୁର

ମନ୍ଦିର ଛାଡି ଦେଇ ଠାକୁର ଭକ୍ତ ଘରେ କରେ ବିଶ୍ରାମ ଏତେ ଦୟାଳୁ ଯେଉଁ ହରି ନ ଭେଟିଲି ଦିନେ ସଶ୍ରମ

ଅଭୁଲା ଆମ କାହାଣୀ

ଅଭୁଲା ଆମ କାହାଣୀ ଅତି ସ୍ୱଳ୍ପ ରହଣି କାଳ ଭେଟିବାକୁ ଭାରି ଇଛା ଜଞ୍ଜାଳ ନ ଦିଏ ବେଳ

Friday 10 March 2023

ଧର୍ମ ଧାରଣେ ଦିନ ବଞ୍ଚଇ

ଧର୍ମ ଧାରଣେ ଦିନ ବଞ୍ଚଇ କର୍ମ କରି ପୋଷେ ଉଦର ବନ୍ଧୁ ବାନ୍ଧିଛି ଶ୍ରୀକ୍ଷେତ୍ରରେ ମନ ବାନ୍ଧିଛି ଛନ୍ଦା ପାଦର

Thursday 9 March 2023

ମୋର ଅଣ୍ଟାରେ ନାହିଁ କଉଡ଼ି

ମୋର ଅଣ୍ଟାରେ ନାହିଁ କଉଡ଼ି ମୋର ହୃଦୟରେ ନାହିଁ ଭାଵ ଚାକିରିଆ ରଖି ପାଦରେ ହରି କୃପାକରି କୂଳେ ଲଗାଅ ନାଵ

Wednesday 8 March 2023

Reduce alcohol drinking

Reduce alcohol drinking Save your wife and child Stop alcohol drinking Save self from the wild

ବିକ୍ରମ କାନ୍ଧରେ ବେତାଳ

ଆମ କାହାଣୀଟି ସୁନ୍ଦର ରହଣି କାଳ ଅତିବ ସ୍ୱଳ୍ପ ବିକ୍ରମ କାନ୍ଧରେ ବେତାଳ ଦିନେ କହିବ ଆମ ଗଳ୍ପ

ଆର୍ତି ଅହଂକାର ଶୁନ୍ୟ

ଆର୍ତି ଅହଂକାର ଶୁନ୍ୟ ଅର୍ଥାଥି ଗୋତ୍ର ପାଶୋରା ଜିଜ୍ଞାସୁ ଚିର ସନ୍ୟାସୀ ଜ୍ଞ୍ୟାନିର ବ୍ରହ୍ମ ଆଶାରା

ଅଢେଇ ଦିନର ଏ ରହଣି

ଅଢେଇ ଦିନକୁ ରହଣି ବାର ତୁଣ ତେର ଭଜା ଯାହାର ବନ୍ଧୁ ଜଗନ୍ନାଥ ପାଏ ସେ ଅବଢ଼ା ମଜା

Holi 2023 has brought many colors

Holi 2023 has brought many colors Lotus eyed which one I would apply Let my mind rest at the lotus feet I would be waiting for your reply

ଯାହା ଘରେ ଅନ୍ନ ଯାହାକୁ ଯେତେ

ଯାହା ଘରେ ଅନ୍ନ ଯାହାକୁ ଯେତେ ତିନି ପାଦରେ ଯେତେ ଜୀବ ଖାଏ ସେ କାଁହୁ ଖାଆନ୍ତା ପତିତ ଘରେ ଯାହାକୁ ମାଆ କମଳା ପରଷୁଥାଏ

Tuesday 7 March 2023

ସେ ଦିନଟି ହୁଏ ଅପାଶୋରା

ସେ ଦିନଟି ହୁଏ ଅପାଶୋରା ଜୀବ ପରମ ପଡିଲେ ଭେଟ ମହାନନ୍ଦରେ ବୁଡନ୍ତି ଦର୍ଶକ ଛନ୍ଦାପାଦ ଚୁମେ ଯମୁନା ତଟ

ଶ୍ରୀକ୍ଷେତ୍ର ବେଢାରେ କଳ୍ପବଟ

ଶ୍ରୀକ୍ଷେତ୍ର ବେଢାରେ କଳ୍ପବଟ କଳ୍ପବଟରେ ବସେ ନନ୍ଦବଳା ନନ୍ଦବଳାକୁ ନିରେଖି ଚାହିଁଲି ସ୍ମିତ ହସୁଥିଲା ଚକାଡୋଳା

କେଉଁ ରଙ୍ଗ ବୋଳିବି ସାଙ୍ଗ

କେଉଁ ରଙ୍ଗ ବୋଳିବି ସାଙ୍ଗ ସବୁଙ୍କୁ ପସନ୍ଦ ଏକା କାଳିଆ ତୁ ଯଦି ଖେଳିବୁରେ ହୋଲି ହୃଦୟରୁ ସଫାକର ଅଳିଆ

ଜଗତେ ରହଣି ଅଢେଇ ଦିନ

ଜଗତେ ରହଣି ଅଢେଇ ଦିନ ଜଗବନ୍ଧୁଙ୍କୁ ପାରନ୍ତି କି ଭେଟି କେତେ ଯୋନି ଭ୍ରମି ଆସିଛି ମୋ ପଥଶ୍ରମ ଯାଆନ୍ତା କଟି

ପାଖୁଡା ସବୁ ବେଢ଼ିଛନ୍ତି କେଶର

ପାଖୁଡା ସବୁ ବେଢ଼ିଛନ୍ତି କେଶର ଯେହ୍ନେ ଗୋପୀ ବେଢ଼େ ମୋହନ ରସନା ସବୁ ବେଡ଼ିଛନ୍ତି ଜୀବନ ଯେହ୍ନେ ବୃକ୍ଷ ବେଢ଼େ କାନନ

Monday 6 March 2023

ମୋତେ କରି ଅଣୁ ହେଲୁ ପରମାଣୁ

ମୋତେ କରି ଅଣୁ ହେଲୁ ପରମାଣୁ ମନ ମୋର ସର୍ବଦା କର୍ମରେ ବନ୍ଧା ମୋତେ କରି ଦୋଷୀ ହେଲୁ ନିର୍ଗୁଣ ପଦ୍ମଆଖି ହେ କେ ହରିବ ଭଵବାଧା

ଦାତାର ହୃଦୟ ବଡ଼ ହେଲେ

ଦାତାର ହୃଦୟ ବଡ଼ ହେଲେ ଗ୍ରହିତାର ଭରିଯାଏ ଆଞ୍ଜୁଳି କର୍ମରେ ବଢିଲେ ଅନାସକ୍ତି ଜୀବ ବନ୍ଧନରୁ ଯାଏ ମୁକୁଳି