Thursday 30 November 2023

ତୁହି ଯେ ମୋହର ମୁଁହି ଯେ ତୋହର

ତୁହି ଯେ ମୋହର ମୁଁହି ଯେ ତୋହର ଗୋବିନ୍ଦ ହେ ମୁଁ ପଳାଇ ପଶିବି କାହିଁ ମାୟାରେ ପିଟିଲେ କୁଣ୍ଢାଇ ପକାଇବି ଗୋବିନ୍ଦ ହେ ମୁଁ କାନ୍ଦୁଥିବି କଇଁ କଇଁ

ଏତେ କାମନା ବାସନା ଯାତନା

ଏତେ କାମନା ବାସନା ଯାତନା ରସନାରେ ଯିଏ କରେ ଭୋଗ ଥରୁଟିଏ ଦେଖିକି ଆଖି ବୁଜିବି ଶ୍ରୀହରି ହେ କରିବୁ ସହଯୋଗ

Wednesday 29 November 2023

ଯେଉଁ ଆଞ୍ଜୁଳାରେ ଥିଲା ଶ୍ରଦ୍ଧା ଭକ୍ତି

ଯେଉଁ ଆଞ୍ଜୁଳାରେ ଥିଲା ଶ୍ରଦ୍ଧା ଭକ୍ତି ସେହି ଆଞ୍ଜୁଳା ହୋଇଲା ପୁଷ୍ପାଞ୍ଜଳି ସୁଦାମ ଗରିବ ଅଣ୍ଟାରେ ଲୁଚାଇଲା ମାଗି ଅଣ୍ଡାଳି ଖାଇଥିଲେ ବନମାଳୀ

Tuesday 28 November 2023

ଭୂମି ଲୋଟିଲେ ପକ୍ଵ ଫଳ

ଯହିଁ ଯହିଁ ଝଡ଼େ ପାଚିଲା ଫଳ ତହିଁ ତହିଁ ମିଳେ ଭୁରି ଭୋଜନ ଯହିଁ ଯହିଁ ପଡଇ ବୈଷ୍ଣବ ପାଦ ତହିଁ ତହିଁ ଉଛୁଳେ ହରି କୀର୍ତ୍ତନ

ବୃକ୍ଷରେ ପାଚିଲେ ଫଳ

ବୃକ୍ଷରେ ପାଚିଲେ ଫଳ ମିଠା ରସେ ଯାଏ ପୁରି ମଣିଷ ଭେଟିଲେ ସାଧୁ ମିଠା ଲାଗେ ହରି ହରି

ମାଆଟି ମୋହର କାଶୀର ଅନ୍ନପୂର୍ଣ୍ଣା

ମାଆ ମୋହର କାଶୀ ଅନ୍ନପୂର୍ଣ୍ଣା ତେଣୁ କାମରେ ନାହିଁ ମୋ ମନ ଜୀବକୁ ଦିଏ ମନ ଜାଣି ଆହାର ନିଶ୍ଚୟ ବାଞ୍ଛା କରିବ ସେ ପୂର୍ଣ

Monday 27 November 2023

ସଂସାରେ ଯିଏ ନିରେଖ

ଏହି ସଂସାରେ ଯିଏଟି ନିରେଖ ଯିଏ ଜାଣି ନ ପାରେ ଧରି ଖଡ଼ି ଧର୍ମ ଦୟା ହୋଇ ପିତା ମାତା ହାତରେ ଅବଢ଼ା ଖୁଆନ୍ତି ବାଢି

ବୋହୂଟି ମୋହର ପୁନେଇ ଜହ୍ନ

ବୋହୂଟି ମୋହର ପୁନେଇ ଜହ୍ନ ପୁଅଟି ମୋର ଅମାବାସ୍ୟା ରାତି ହୃଦୟେ ଚିନ୍ତିଲେ ଯୁଗଳ ମୂରତି ଲୋଡ଼ା ପଡେ ନାହିଁ ଘିଅ ବତୀ

ଅନ୍ଧ ଧରି ଚାଲେ ପଙ୍ଗୁର ହାତ

ଅନ୍ଧ ଧରି ଚାଲେ ପଙ୍ଗୁର ହାତ ଯେମିତି ରାଧାକୃଷ୍ଣ ଏକ ଦେହ ଅନ୍ଧର ଗୀତକୁ ପଙ୍ଗୁର ବଂଶୀ ଆହାଃ ହରିଲା ସକଳ ମୋହ

ମୋ ଦୃଷ୍ଟିରେ ଯିଏ ଅଳିଆ

ମୋ ଦୃଷ୍ଟିରେ ଯିଏ ଅଳିଆ ତୋ ସୃଷ୍ଟିରେ ସିଏ ବଳିଆ ଚାହାଁ ଚାହାଁ ଏ ଝିଟିପିଟିକୁ ସବୁ ବୁଝି ପାରିବୁ କାଳିଆ

Sunday 26 November 2023

ଜାଲରେ ପଡିଥିବା ମୀନ ମୁଁହି

ଜାଲରେ ପଡିଥିବା ମୀନ ମୁଁହି ଶ୍ରୀହରି ହସ୍ତରେ ଜାଲ ଡୋର ଶ୍ରୀଲକ୍ଷ୍ମୀ ହସ୍ତେ ଅବଢ଼ା ହେବି ଜୀବ ହୋଇଲା ଧନ୍ୟ ମୋର

ଅତି ପାଖରୁ ତୋତେ ଚିହ୍ନି ପାରିଲିନି

ଅତି ପାଖରୁ ତୋତେ ଚିହ୍ନି ପାରିଲିନି ହରି ହେ ପତିତର ନାହିଁ ଦିବ୍ୟ ଚକ୍ଷୁ ଦେହ ଇନ୍ଦ୍ରିୟକୁ ସେବି ବୟସ ଗଲା ଆତ୍ମା ଉଦ୍ଧାର ଭୁଲିଗଲା ଏଇ ଭିକ୍ଷୁ

Saturday 25 November 2023

କେଉଁଠି ପାଇବି ଏତେ ଧର୍ଯ୍ୟ

କେଉଁଠି ପାଇବି ଏତେ ମୁଁହି ଧର୍ଯ୍ୟ କେଉଁଠି ପାଇବି ମୁଁହି ଏତେ ଦୟା ସେବକ ହେବାକୁ ଅଯୋଗ୍ୟ ମୁଁହି ମୋତେ ବେଢ଼ିଅଛି ଘୋର ମାୟା

ଶ୍ୟାମା ଦୁଆରେ ଅଧିଆ ପଡିଲି

ଶ୍ୟାମା ଦୁଆରେ ଅଧିଆ ପଡିଲି ଶ୍ୟାମ ସୁନ୍ଦରକୁ ଦେଖିବା ପାଇଁ ଶ୍ୟାମା ଢାଙ୍କିଲା ତା ପଣତରେ ହାତରେ ଅବଢ଼ା ଦେଲା ଖୋଇ

ଅପୂର୍ବ ନଗରୀ ନାହିଁ ଶୀତ ଉଷ୍ମ

ଅପୂର୍ବ ନଗରୀ ନାହିଁ ଶୀତ ଉଷ୍ମ ଅଦ୍ଭୁତ ନଗରୀ ନାହିଁ ଦିନ ରାତି ସଶରୀରେ ମୋ ତୀର୍ଥ ଅସମ୍ଭବ କେବଳ ପଦ୍ମ ପାଦେ ରହୁ ମତି

ମୋହର ନିଦ ଭାଙ୍ଗିବା ବେଳକୁ

ମୋହର ନିଦ ଭାଙ୍ଗିବା ବେଳକୁ ନିତି ସରି ଯାଇଥାଏ ହରି ପୂଜା ମନ ବୁଝିବା ପାଇଁ ନାନା ଭୋଗ କାନର ଲାଗି ଶଙ୍ଖ ଘଣ୍ଟା ବାଜା

ଯେତେବେଳେ ତୋତେ ଚିହ୍ନି ନ ଥିଲି

ଯେତେବେଳେ ତୋତେ ଚିହ୍ନି ନ ଥିଲି ନିଜର ପ୍ରାଣଠୁଁ ମାଆ କରିଥିଲୁ ଅଧିକା ତୁହି ଯଦି ମାଆ ଗୋ ହେବୁ ପାଷାଣୀ ତୋ ଏ ସନ୍ତାନ ମରିବ କାନ୍ଦି କାନ୍ଦିକା

Friday 24 November 2023

ସୁଖ ଦୁଃଖ ଭୋଗ କଲି

ସୁଖ ଦୁଃଖ ଭୋଗ କଲି ରହିଲା ଗୋଟେ ଅଭାବ ଅଧା ଗଢ଼ାର ପଦ୍ମ ପାଦ ସଂସାରୀ କହେ ଦୁଲର୍ଭ

Thursday 23 November 2023

ଦୟା ନଦୀରେ ଭକ୍ତି ଜାଲ ବିଞ୍ଚି ଦେଲି

ଦୟା ନଦୀରେ ଭକ୍ତି ଜାଲ ବିଞ୍ଚି ଦେଲି କର୍ମ ଖାଳେଇରେ ପଡିଲା କ୍ଷମା ମୀନ ଧର୍ମ ଚୁଲାରେ ନିଷ୍କାମ କଢେଇ ରାନ୍ଧେ ଧର୍ଯ୍ୟ ରଖ କୈବଲ୍ୟ ଚାଖିବୁରେ ମନ

Wednesday 22 November 2023

ବସା ବାନ୍ଧିଛି ବ୍ରହ୍ମ ଦାରୁରେ

ବସା ବାନ୍ଧିଛି ବ୍ରହ୍ମ ଦାରୁରେ ମନ ମାଙ୍କଡ ଡ଼େଇଁବୁ ନାହିଁ ନୀଳକନ୍ଦର ପ୍ରଶାନ୍ତି ମନ୍ଦିର ବସାରୁ ଶ୍ରୀମୁଖ ଦିଶୁ ଥାଇ

ଏ ସଂସାର ସାଗର ଡ଼ଙ୍ଗାକୁ

ଏ ସଂସାର ସାଗର ଡ଼ଙ୍ଗାକୁ କୂଳେ ଲଗାଏ ଖଣ୍ଡିଆ ହାତ ଭକ୍ତି କଉଡ଼ି ଅଣ୍ଟାରେ ଧର ନ ହେଲେ ନ ବାହେ କାତ

Tuesday 21 November 2023

ମାଆ ମନରେ ତାର ସନ୍ତାନ ଲାଗି

ମାଆ ମନରେ ତାର ସନ୍ତାନ ଲାଗି ଯେତେ ମମତା ସଞ୍ଚିଅଛୁ ହରି ହେ ଅଧମକୁ ତହିଁରୁ ଆଞ୍ଜୁଳେ ଦେଲେ ଏହି ଭବ ସଂସାର ଯିବି ତରି ହେ

ମାଆକୁ ଦେଇ ତୋର ମନ

ମାଆକୁ ଦେଇ ତୋର ମନ ବାପକୁ ଦେଲୁ ହାତ ଗୋଡ ନିଜେ ହୋଇଲୁ ଅଧା ଗଢା କେଡେ ତୋର ହୃଦୟ ବଡ

ବିଷ ହୁଏ ଅମୃତ

ବିଷ ହୁଏ ଅମୃତ ମିଶି ଥିଲେ ଶ୍ରଦ୍ଧା ଅଧା ଖାଏ କୃଷ୍ଣ ଅଧା ଖାଏ ରାଧା

Monday 20 November 2023

ମୃଦଙ୍ଗ ବଇଁଶୀ ସାରଙ୍ଗୀ

ମୃଦଙ୍ଗ ବଇଁଶୀ ସାରଙ୍ଗୀ ଶ୍ରୀକୃଷ୍ଣ ଶ୍ରୀରାଧା ଆବୃତ୍ତି ଗେରୁଆ ଅରୁଆ ଅବଢ଼ା ବାବାଜୀ ବୈଷ୍ଣବ ନିବୃତ୍ତି

Sunday 19 November 2023

ହୃଦୟରେ ଥୋଇଲେ କୃଷ୍ଣ

ହୃଦୟରେ ଥୋଇଲେ କୃଷ୍ଣ ଏହି ସଂସାର ହୁଏ ବୃନ୍ଦାବନ ବଂଶୀ ଅଧରା ଜୀବ ସୁଧାର ଆହାଃ କି ସୁନ୍ଦର ଗୋପଧନ

ପାପ ପଙ୍କେ ଏ ପତିତ ବୁଡି ଯାଉଥିଲା

ପାପ ପଙ୍କେ ଏ ପତିତ ବୁଡି ଯାଉଥିଲା ହରି ହେ ସାଲୋକ୍ୟରେ ଦେଲ ବସା ତୋ ଭକତଙ୍କ ପାଦ ସେବି ଦିନ ଯାଉ ହରି ହେ ସାଜୁଯ୍ୟରେ ରହିଲା ଆଶା

Saturday 18 November 2023

ଶ୍ରୀରାଧା ପାଦକୁ ମଥାରେ ଥୋଇଲୁ

ଶ୍ରୀରାଧା ପାଦକୁ ମଥାରେ ଥୋଇଲୁ ଗୀତଗୋବିନ୍ଦକୁ ଥୋଇଲୁ ବାହୁରେ ତୁହି କେଡେ ଉଦାରରେ ଅଧା ଗଢା ତୋତେ ଆଉଜି ମୋ ଦିନ ଯାଉରେ

କାମୀ ଲାଗି ସେ ମୋହିନୀ

କାମୀ ଲାଗି ସେ ମୋହିନୀ ନିଷ୍କାମୀ ଲାଗି ସେ ମୋହନ ମନର ଆୟତନେ ଆକାର ରଙ୍କ ଲାଗି ଶ୍ରୀବତ୍ସ ଲାଞ୍ଛନ

କାଣି ଆଙ୍ଗୁଠିରେ ମନ୍ଦର ଟେକି

କାଣି ଆଙ୍ଗୁଠିରେ ମନ୍ଦର ଟେକି ଯିଏ ରଖିଲା ଗୋପୀ ଗୋପାଳ କାହିଁ ଲୁଚାଇଲା କଳିରେ ପାଦ ଖୋଜି ଖୋଜି ହେଲି କାଙ୍ଗାଳ

ସନ୍ଧ୍ୟା ଉଷା ବୋଧେ ଦୁଇ ଭଉଣୀ

ସନ୍ଧ୍ୟା ଉଷା ବୋଧେ ଦୁଇ ଭଉଣୀ ଦୁହିଁଙ୍କର ନୀଳ ଶାଢ଼ୀ ନାଲି ଟିକିଲି ରଜନୀର ଟିକିଲି ଚାନ୍ଦି ରୁପା ଭଳି ଆକାଶରେ ଯାଉଥିବାର ଦେଖିଲି

Friday 17 November 2023

ଯେଉଠୁଁ ଚାଖିବୁ ଚାଖ

ଯେଉଠୁଁ ଚାଖିବୁ ଚାଖ ସେ ମଧୁରାତି ମଧୁର ଅର୍ଣ୍ଣପୂର୍ଣା ହାତ ରନ୍ଧା ଶ୍ରୀହରି ହୁଏ ଅଧୀର

ମନ ବୋଲି ଯାହା ଥିଲା ଲୋ ମାଆ

ମନ ବୋଲି ଯାହା ଥିଲା ଲୋ ମାଆ ପାଦରେ ମନ୍ଦାର ଫୁଲ କରି ଦେଲି ଦେହ ବୋଲି ଯାହା ଥିଲା ଲୋ ମା ପାଦରେ ଅଳତା କରି ବୋଳି ଦେଲି

ମନ ବୋଲି ଥିଲା ଯାହା ଥିଲା

ମନ ବୋଲି ଥିଲା ଯାହା ଥିଲା ବନ୍ଧୁ ହେ ତୁମକୁ ଦେଇଦେଲି ଅଭାବ ଗଲାରୁ ଭାବ ରହିଲା ବନ୍ଧୁ ହେ ତୁମକୁ ଝୁରି ହେଲି

Thursday 16 November 2023

ନାଉରିର ରଙ୍ଗ କଳା

ନାଉରିର ରଙ୍ଗ କଳା ଆଖି ଦୁଇ ତାର ଚକା ଥରୁଟିଏ ଚାହିଁ ଦେଲେ ମେଣ୍ଟିଯାଏ ଭବ ଥକା

ଅବଢ଼ା ଖିଆଠାରୁ କିଏ ବଡ ସମର୍ଥ

ଅବଢ଼ା ଖିଆଠାରୁ କିଏ ବଡ ସମର୍ଥ ତାକୁ ହୃଦୟେ ଥୋଇଦେଲେ ଗଲା ସିଏ ଯାହାକୁ ଯାହା ଦେଉ ପଛକେ ସିଏ ମୋର ପାଖରେ ଥିଲା ହେଲା

Tuesday 14 November 2023

ବେଦରେ ଯିଏ ଆଦି ନାରୀ

ବେଦରେ ଯିଏ ଆଦି ନାରୀ ବେଦରେ ଯେ ଆଦି ପୁରୁଷ ସେହିଁ ସକଳର ପିତା ମାତା ହେଜିଲେ ସୁଲଭ ପୌରୁଷ

ମାଆ ଚିହ୍ନେଇଲା ବାପକୁ

ମାଆ ଚିହ୍ନେଇଲା ବାପକୁ ମନଟି ଚିହ୍ନେଇଲା ପାପ କୃପାସିନ୍ଧୁ ଦିଅ ନିଜ ଚିହ୍ନା ପତିତର ନାହିଁ କିଛି ତପ

Monday 13 November 2023

ତୁମକୁ କି ଅଭାବ ଥିଲା ହେ ବ୍ରହ୍ମଦାରୁ

ତୁମକୁ କି ଅଭାବ ଥିଲା ହେ ବ୍ରହ୍ମଦାରୁ ତୁମେ ବୃନ୍ଦାବନରେ ଚରାଇଲ ଗୋରୁ ଘର ଭଡା ଲାଗି ମୁଁ ଗୁହାଳ ଭାଙ୍ଗିଲି ଅଧମ ଘରୁ ତଡି ଦେଲି ଗାଈ ଗୋରୁ

Sunday 12 November 2023

କୋଟି କୋଟି ଜୀବ କୋଟି କୋଟି ଅଭାବ

କୋଟି କୋଟି ଜୀବ କୋଟି କୋଟି ଅଭାବ ପ୍ରତେକ ନିଜ ନିଜର ଭାଷାରେ କରନ୍ତି ଅଳି ସବୁକୁ ବୁଝାଉ ସବୁକୁ ସୁଝାଉ ତୁ ଅଧା ଗଢା ପ୍ରତ୍ୟେକ ହାତରେ ତୋର ପାଇଁ ପୂଜା ଥାଳି

ଯାହାର ଡାକରେ ଭାଙ୍ଗିବ ଶବର ନିଦ

ଯାହାର ଡାକରେ ଭାଙ୍ଗିବ ଶବର ନିଦ ସେ ଗୁଣିଆ ବ୍ରହ୍ମଦାରୁରେ କରେ ବାସ ଆଜି ମହାପବିତ୍ର ମହାରାତ୍ରି ଦୀପାବଳି ଆତ୍ମଜ୍ୟୋତିକୁ ଜଳାଇ ଡାକିବା ଆସ

ବାରୂଦ ଫଟକା ବିଷର ଆଟିକା

ବାରୂଦ ଫଟକା ବିଷର ଆଟିକା ପରିବେଶଠାରୁ ଦୂରରେ ରଖ ଶବ୍ଦରେ ଫାଟିବ କାନ ପରଦା ନିଆଁରେ ପୋଡ଼ିବା ବଡ ଦୁଃଖ

Saturday 11 November 2023

ଯିଏ ଡାକିଦେଲେ ଶବ ଉତ୍ତର ଦିଅନ୍ତା

ଯିଏ ଡାକିଦେଲେ ଶବ ଉତ୍ତର ଦିଅନ୍ତା ଆଧାର ପତ୍ରରେ ନାହିଁ ତାହାର ଠିକଣା ସତ୍ୟ ହରିଶ୍ଚନ୍ଦ୍ର ସିନା କେବଳ ସମର୍ଥ ଦେହର ବଳ କେବଳ ଟଙ୍କେ ଆଠଣା

More and more travelled

More and more travelled The pathway became narrow The journey became smooth Less and less became sorrow

Thursday 9 November 2023

ନୀଳଚକ୍ରରେ ଉଡେ ପତିତପାବନ ବାନା

ନୀଳଚକ୍ରରେ ଉଡେ ପତିତପାବନ ବାନା ଅଖିଳ ବ୍ରହ୍ମାଣ୍ଡ ଉପରେ ତାର କୃପା ଦୃଷ୍ଟି ଅତି ଆତୁରେ ଡାକିଥିଲା ଅନ୍ଧ ସୁର ଦାସ ବୃନ୍ଦାବନକୁ ବାଟ କଢ଼ାଇଲା ହୋଇ ଯଷ୍ଟି

ଘରେ ମୋର ତିନୋଟି ଅଧା ଗଢ଼ା ସନ୍ତାନ

ଘରେ ମୋର ତିନୋଟି ଅଧା ଗଢ଼ା ସନ୍ତାନ ମିତଣୀ ଲୋ ଆଉ ଦିନେ ଆସିଲେ ବସିବି ବଇଁଶୀ ଶୁଭିଲାଣି କାଳିଆ ଡାକିଲାଣି ଲୋ ମିତଣୀ ଲୋ ଆଉ ଦିନେ ଆସିଲେ ଗପିବି

Wednesday 8 November 2023

ଫୁଲ ଫଳରେ ବସୁଧାକୁ ସଜାଉ ସଜାଉ

ଫୁଲ ଫଳରେ ବସୁଧାକୁ ସଜାଉ ସଜାଉ ସୂର୍ଯ୍ୟକୁ ନିଅଣ୍ଟ ଦିନ ଚନ୍ଦ୍ରକୁ ନିଅଣ୍ଟ ରାତି ତୁ କେଡେ ସଦୟ ହୃଦୟରେ ଅଧା ଗଢ଼ା ଆହାଃ କେଡେ ଶୋଭାଟି ବିଶାଳ ଛାତି

Tuesday 7 November 2023

ହରି ହେ ବିଷୟକୁ ଦେଲୁ ଆଶ୍ରୟ

ବିଷୟାକୁ ଦେଲ ଆଶ୍ରୟ ହେ ମଣିମା ଏ ପତିତ ପାପ ଭାର କାହିଁ ଥୋଇବ ଜ୍ଞାନ ଭକ୍ତି ବୈରାଗ୍ୟ କିଛି ହିଁ ନାହିଁ ପତିତ କି ବୈକୁଣ୍ଠେ ଆସନ ପାଇବ

Monday 6 November 2023

ତୁମେ କୁଆଡେ ଭକ୍ତିରେ ଡାକିଲେ ଶୁଣ

ତୁମେ କୁଆଡେ ଭକ୍ତିରେ ଡାକିଲେ ଶୁଣ ଏ ପତିତ ଭକ୍ତିକୁ କାହୁଁ ହୋଇବ ଭାଜନ ତୁମେ ଦେଲେ ସିନା ମୁହିଁ ଦେବି ମଣିମା ତୋ କ୍ଷେତରେ ମୁଲ ଲାଗି ଜୀଏଁ ଜୀବନ

Sunday 5 November 2023

ତୁମେ ତୁଳି ହେଲେ ମୁହିଁ ଗୋଟିଏ ଚିତ୍ର

ତୁମେ ତୁଳି ହେଲେ ମୁହିଁ ଗୋଟିଏ ଚିତ୍ର ତୁମେ ଇନ୍ଦ୍ରଧନୁ ହେଲେ ମୁଁ ସାତ ରଙ୍ଗ ଅପଲକ ନୟନରେ ଏତେ କି ଦେଖୁଛ ସଂସାର ପଥେ ସାହା ହୁଅ ଦିବ୍ୟ ଅଙ୍ଗ

ତୁମେ ହିଁ ଶିକ୍ଷା ଶିକ୍ଷକ ଶ୍ରେଣୀ

ତୁମେ ହିଁ ଶିକ୍ଷା ଶିକ୍ଷକ ଶ୍ରେଣୀ ତୁମେ କଳାପଟା ତୁମେ ବର୍ଣ୍ଣ ଶିକ୍ଷା ଶେଷେ ହିଁ ତୁମେ ବୃତ୍ତି ତୁମେ ଅର୍ଜନ ତୁମେ ହିଁ ଅନ୍ନ

ବିକାର ଦେଲା ବାଟ ଛାଡି

ବିକାର ଦେଲା ବାଟ ଛାଡି ବାଟ ଛାଡି ଦେଲା ଅକ୍ଷର ଅରୂପ ହୋଇଲା ସ୍ୱରୂପ ସଂସାରୀ ହେଲା ସାକାର