Monday, 6 April 2026

ଅଣ୍ଡାଳି ଅଣ୍ଡାଳି ଥକି ସମ୍ପୂର୍ଣ୍ଣ ଗଲିଣି ଜଗନ୍ନାଥଙ୍କ ପାଦ ଦୁଇଟା ପାଉ ନାହିଁ ବାଳ କିଶୋର ଯୌବନ ଯାଇ ବୁଢା ମରିବା ବାକି କୋକେଇ ବସିଛି ଚାହିଁ

ଅଥଳ ଅକୂଳ ଶ୍ରୀକୃଷ୍ଣ ନାମ ଅମୃତ ସିନ୍ଧୁ

ଅଥଳ ଅକୂଳ ଶ୍ରୀକୃଷ୍ଣ ନାମ ଅମୃତ ସିନ୍ଧୁ ଅଥଳ ଅକୂଳ ଶ୍ରୀରାମ ନାମ ଅମୃତ ସିନ୍ଧୁ ବିଷୟା ବିଷ ଜ୍ୱାଳାରେ କଣ୍ଠ ଶୁଖି ଯାଉଛି ହେ କମଳା ହୃଦୟ ଦିଅନ୍ତୁ ଗୋଟିଏ ବିନ୍ଦୁ

ସୀତା ପତିଙ୍କୁ ଲୁଚାଇ କୃଷ୍ଣ ଆଣିଲେ

ସୀତା ପତିଙ୍କୁ ଲୁଚାଇ ଶ୍ରୀକୃଷ୍ଣ ଆଣିଲେ ଶଙ୍କର ଶ୍ରେଷ୍ଠ ବୈଷ୍ଣବ ନ ମଣିବେ ଭିନ୍ନ ବିଲ୍ୱ ପତ୍ରରେ ଶାନ୍ତ ସୃଷ୍ଟି ପାଳନ ଲୟ ଏକ ଆତ୍ମା ସର୍ବତ୍ର ଧିର କରି ମନ ଚିହ୍ନ

ଗଗନରୁ ଝରି ପଡୁଥିବା ବରଷା

ଗଗନରୁ ଝରି ପଡୁଥିବା ବରଷା ଧରଇ ଆଧାର ପାତ୍ରର ଆକାର ଏକ ଆତ୍ମା ରାମ ସର୍ବ ଭୂତରେ ଚିହ୍ନି ନ ପାରି ଜୀବନ ବେକାର

Sunday, 5 April 2026

ତୁହି ସହି ପାରିଲେ ସିନା ବୋହିବୁ

ତୁହି ସହି ପାରିଲେ ସିନା ବୋହିବୁ ଆଉ ବୋହି ପାରିଲେ ମନ ମୋହିବୁ ଶ୍ରୀକୃଷ୍ଣ ଲୀଳା ଶ୍ରୀକୃଷ୍ଣ ରୂପ ବ୍ରହ୍ମାନନ୍ଦ ଦେଖିବୁ ଦେଖିଥିଲେ ଅନ୍ୟକୁ କହିବୁ

ଅର୍ଜୁନଙ୍କ ସମାନ ମହାଭାଗ୍ୟ ହେବକି

ଅର୍ଜୁନଙ୍କ ସମାନ ମହାଭାଗ୍ୟ ହେବକି ଗୋବିନ୍ଦ ଦେହ ରଥେ ହେବେ ସାରଥି ଭେଟିଲେ ଜଣାନ୍ତି ମୋ ହୃଦୟ ବ୍ୟଥା ଠିକଣା ଖୋଜି ନୟାନ୍ତ ପୁରାଣ ପୋଥି

ପୂତ ପାବନ ଅତି ଶାନ୍ତ କାନ୍ତ

ପୂତ ପାବନ ଅତି ଶାନ୍ତ କାନ୍ତ ଖୋଜି ନ ପାଇଲି କୃଷ୍ଣ ଅନ୍ତ ଷଢ଼ ରିପୁଙ୍କ ସାଙ୍ଗରେ ରହି ଅହଙ୍କାର ଭାବେ ବଳବନ୍ତ

ଓଁ ଶ୍ରୀ ସାଇରାମ ସ୍ୱରରେ ସ୍ୱର ମିଳାଇ

ଓଁ ଶ୍ରୀ ସାଇରାମ ସ୍ୱରରେ ସ୍ୱର ମିଳାଇ ମାନସରେ ଭଜନ କର ହରି ହରି ହରି ହରି ପିତା ହରି ମାତା ହରି ଭ୍ରାତା କୃଷ୍ଣ ଭଵ ନାଉରୀ ଅବଶ୍ୟ କରିବେ ପାରି

ମୋହକୁ ତେଜିଣ ଜପ କୃଷ୍ଣ କୃଷ୍ଣ

ମୋହକୁ ତେଜିଣ ଜପ କୃଷ୍ଣ କୃଷ୍ଣ ରାମ ରାମ ଜପ ନବ ଦ୍ୱାର କିଳିକି ମନକୁ ଘେରିଅଛନ୍ତି ଛଅ ଛଅ ରିପୁ ଯୋଗ ହୀନ ଅଜ୍ଞାନ ଯିବୁ ବଳିକି

ଆହାଃ କେଡେ ମହା ଭାଗ୍ୟ ଗୋ ଯଶୋଦା

ଆହାଃ କେଡେ ମହା ଭାଗ୍ୟ ଗୋ ଯଶୋଦା କୋଳରେ ଧଇଲୁ ଅରୂପ ନିର୍ଗୁଣ ଦାରୁବ୍ରହ୍ମ ଖୁଆ ଦଣ୍ଡରେ ବାନ୍ଧିଲୁ ହସ୍ତରେ ଭୁଞ୍ଜାଉଲୁ ଆଗମ ନିଗମ ଅପହଞ୍ଚ କାରୁଣ୍ୟ ଶ୍ରୀରାମ

ଯେତେ ଜାଣିବାକୁ ଚାହିଁଲି ମୁହିଁ ଜ୍ଞାନାନ୍ଧ

ଜ୍ଞାନାନ୍ଧ ମୁହିଁ ଯେତେ ଜାଣିବାକୁ ଚାହିଁଲି ଶ୍ରୀକୃଷ୍ଣଙ୍କୁ ଆହୁରି ଜାଣିବା ରହିଲା ବାକି ଏଗାର ଇନ୍ଦ୍ରିୟରେ ନବ ଦ୍ୱାରେ ଚାହିଁଛି ଷଢ଼ରିପୁ କପଟ ନିକଟରେ ପ୍ରାଣ ବିକି

ଦାରୁବ୍ରହ୍ମ ନୀଳାଦ୍ରି ନାଥ ଚତୃଭୁଜ ବାସୁଦେବ

ଦାରୁବ୍ରହ୍ମ ନୀଳାଦ୍ରି ନାଥ ଚତୃଭୁଜ ବାସୁଦେବ କୃଷ୍ଣ ଭଦ୍ରା ରାମ ସୁଦର୍ଶନ ବେଦ ପାରାୟଣ ବ୍ରହ୍ମଚାରୀ ଯୋଗନିଦ୍ରା ବ୍ରହ୍ମବିଦ୍ୟା ଭାଗବତ ସନାତନ ଧର୍ମ ରଥ ସାରଥି ଲକ୍ଷ୍ମୀ ନାରାୟଣ

ତୃପ୍ତ ଭୋଜନ ଜନନୀ କମଳା ହାତ ଅବଢ଼ା

ତୃପ୍ତ ଭୋଜନ ଜନନୀ କମଳା ହାତ ଅବଢ଼ା ଶୟନ ବ୍ରହ୍ମଦାରୁ ଅଧାଗଢା ମହାବାହୁ ତଳ ଶ୍ରୀହରି ନାମ ସଙ୍କୀର୍ତ୍ତନରେ ଆତ୍ମା ବ୍ରହ୍ମାନନ୍ଦ ସ୍ମରାମି ଦାରୁବ୍ରହ୍ମ ମହା ପାବନ ଉଷା କାଳ

ଚତୃର୍ଦ୍ଧା ବ୍ରହ୍ମଦାରୁ ସ୍ମରଣ ବ୍ରହ୍ମ ମୁହୂର୍ତ୍ତ

ଚତୃର୍ଦ୍ଧା ବ୍ରହ୍ମଦାରୁ ସ୍ମରଣ ବ୍ରହ୍ମ ମୁହୂର୍ତ୍ତ ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ସ୍ମରଣ ବିଶ୍ୱ ମଙ୍ଗଳ ବ୍ରହ୍ମ ମୁହୂର୍ତ୍ତ ସ୍ମରଣ ନୀଳ ଚକ୍ର ନେତ ସମଦର୍ଶୀ ସମାନ ଭାଵ ପ୍ରେମ ନିର୍ମଳ

ଏହି ସକଳ ସମ୍ପଦ ମୋର ଆଉ କେଉଁ କାମକୁ

ଏହି ସକଳ ସମ୍ପଦ ମୋର ଆଉ କେଉଁ କାମକୁ ହୃଦ ପଦ୍ମରେ ଥରେ ନ ପଡିଲା କାଳିଦଳା ପାଦ ଏହି ଦୁଲର୍ଭ ନର ଜନ୍ମ ମୋର ହେଲା ଅକାରଣ ରସନା ନ ଚାଖିଲା ଦିନଟିଏ ଶ୍ରୀହରି ନାମ ସ୍ୱାଦ

ଏହି ମାଟି ଦେହ ମାଟିରେ ମିଶିବରେ ମାନସ

ଏହି ମାଟି ଦେହ ମାଟିରେ ମିଶିବରେ ମାନସ ସକଳ ଗର୍ଜନ ପୋତି ହେବ ଶଶ୍ମାନ ଗାତରେ ବ୍ରହ୍ମଦାରୁ ଚକାଡୋଳାଙ୍କ ଅପଲକରେ ମୁକତି ଛନ୍ଦା ପାଦ ଛୁଇଁବାକୁ ନିଷ୍କାମ ଧର ହାତରେ

ବେଳ ବୁଡ଼ିଲା ମନ ଚିହ୍ନିଲୁ ନାହିଁ ଆତ୍ମାକୁ

ବେଳ ବୁଡ଼ିଲା ମନ ଚିହ୍ନିଲୁ ନାହିଁ ଆତ୍ମାକୁ କପଟ ଛନ୍ଦରେ ଭରିଅଛୁ ହୃଦୟ ମନ୍ଦିର ସେବ ବୈଷ୍ଣବ ପାଦ ଧର ଵିଵେକ ହାତ ନାମ ସଙ୍କୀର୍ତ୍ତନ ଆଶ୍ରା ବସ ନୀଳକନ୍ଦର

ସଦ୍ୟ ପ୍ରସ୍ଫୁଟିତ ଶ୍ୱେତ କମଳ ଦେହ ଆଭା

ସଦ୍ୟ ପ୍ରସ୍ଫୁଟିତ ଶ୍ୱେତ କମଳ ଦେହ ଆଭା ମାଆ ମହାଲକ୍ଷ୍ମୀ ପାଦରେ ନକ୍ଷତ୍ର ପାଉଁଜି ପ୍ରଭାତ ଉଲ୍ଲାସିତ ରକ୍ତ କମଳ ବିଳାସିନୀ ବିଷ୍ଣୁ ହୃଦୟ ଶାନ୍ତି କୋଳକୁ ନିଅ ଆଉଜି

ଗୋଟିଏ ଭାଇ ସୁଭଦ୍ରାର ଦିନମଣୀ

ଗୋଟିଏ ଭାଇ ସୁଭଦ୍ରାର ଦିନମଣୀ ଆଉ ଏକ ଭାଇ ପୂର୍ଣ୍ଣିମା ନିଶାକର ନିରାକାର ବ୍ରହ୍ମ ହୋଇଲେ ଚତୃର୍ଦ୍ଧା ମା ଭଦ୍ରା ଖୋଜି ନ ପାଇଲି ପୟର

ମହାନ ଭାଗ୍ୟବତୀ ତୁହିଁ ଲୋ ନନ୍ଦ ରାଜା ରାଣୀ

ମହାନ ଭାଗ୍ୟବତୀ ତୁହିଁ ଲୋ ନନ୍ଦ ରାଜା ରାଣୀ ଜୀବର ଜୀବନ ନୀଳମଣୀକୁ ଉଠା ଟିକେ ନିଦରୁ ଅଭାଗୀ ପୁତନାର ଥନ ଭାଙ୍ଗି କ୍ଷୀର ଝରି ପଡଇ କ୍ଷୀର ଚୋରାକୁ ପିଆଇ ଧୂଳି ଟିକେ ନେବି ପଦରୁ

କୂର୍ମ ମତ୍ସ୍ୟ ବରାହ ବାମନ ନୃସିଂହ

କୂର୍ମ ମତ୍ସ୍ୟ ବରାହ ବାମନ ନୃସିଂହ ଶରଣ ଶରଣ ଶରଣ ହେ ବ୍ରହ୍ମଦାରୁ ରାମ ପର୍ଶୁରାମ ଗୋବିନ୍ଦ ବୁଦ୍ଧ କଳ୍କୀ ଶରଣ ଶରଣ ଶରଣ ବିଶ୍ୱ ମହାମେରୁ

ସତ୍ୟ ଶାନ୍ତି ଅହିଂସା ଦୟା କ୍ଷମା ପ୍ରେମ

ସତ୍ୟ ଶାନ୍ତି ଅହିଂସା ଦୟା କ୍ଷମା ପ୍ରେମ ଏହି ଛଅ ଜଣ ଜୀବର ଆତ୍ମୀୟ କୁଟୁମ୍ବ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ଆତ୍ମା ତୁଳସୀ ମାଳ ବିଲ୍ୱ ହୃଦୟ ଶରୀର ନିମ୍ବ

ମହାଲକ୍ଷ୍ମୀ ଠାକୁରାଣୀ ହୃଦୟ ହାର

ମହାଲକ୍ଷ୍ମୀ ଠାକୁରାଣୀ ହୃଦୟ ହାର ବଳଭଦ୍ର ସୁଭଦ୍ରାଙ୍କର ପ୍ରିୟର ଭାଇ ସେ କାଳିଆ ମୋତେ ଆଖି ମାଇଲା ଚନ୍ଦନ ଲାଗି ସମୟେ ଦେଲି ଚାହିଁ
ଏହି ଶରୀରଟି ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ହୃଦୟ କମଳ କେଶରଟି ନୀଳକନ୍ଦର ବୈଷ୍ଣବ ସେବା କଲେ ସର୍ବଦା ସତେଜ ଆକର୍ଷଣ କରେ ଭ୍ରମର ଶ୍ୟାମ ସୁନ୍ଦର

Saturday, 4 April 2026

ହେ ବ୍ରହ୍ମଦାରୁ ତୁମ୍ଭେଟି ଆତ୍ମା ସକଳ ଭୁତରେ

ହେ ବ୍ରହ୍ମଦାରୁ ତୁମ୍ଭେଟି ଆତ୍ମା ସକଳ ଭୁତରେ ମୋର ଆତ୍ମା ଝୁରେ ଲୋଟିବ ଛନ୍ଦା ପାଦରେ ଗିରି ଗୋବର୍ଦ୍ଧନ ଧରା ହେ ଭାବ ବିନୋଦିଆ ଅଧାଗଢା ବାହୁ ଭିଡକୁ ନିଅ ବିନତି ସାଦରେ

ଜ୍ଞାତା ବକତା ଶ୍ରୋତା ସକଳ ବିଭୋର

ଜ୍ଞାତା ବକତା ଶ୍ରୋତା ସକଳ ବିଭୋର କୃଷ୍ଣ କୃଷ୍ଣ ରାମ ରାମ ନାମ ସଂକୀର୍ତ୍ତନ କର୍ଣ୍ଣ ନୟନ ହୃଦରେ ସାଇତି ରଖିଲେ ବ୍ରହ୍ମାନନ୍ଦରେ ବୁଡ ଲାଭ ବ୍ରହ୍ମ ବିବର୍ତ୍ତନ

ଆତ୍ମା ଶାରୀ ଲୋ ଯାଇଛୁକି ପୁରୁଷୋତ୍ତମ

ଆତ୍ମା ଶାରୀ ଲୋ ଯାଇଛୁକି ପୁରୁଷୋତ୍ତମ କ୍ଷେତ୍ର ପାପି ଚର୍ମ ଚକ୍ଷୁରେ ଦେଖିଛୁକି ବ୍ରହ୍ମ କମଳ ଗାତ୍ର ଶ୍ରୀ ବାସୁଦେବ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା କାରୁଣ୍ୟ ବିଗ୍ରହ ଡାକିଲେ କି ଠାରି କମଳ ନେତ୍ର

ଓଁକାର ହଂସ ବୀଜ ଅସୀମ ସହିଷ୍ଣୁତା

ଓଁକାର ହଂସ ବୀଜ ଅସୀମ ସହିଷ୍ଣୁତା ଯଦୁବଂଶ ସୂର୍ଯ୍ୟ ବ୍ରହ୍ମଦାରୁ ମହାବାହୁ ଆଗମ ନିଗମ ନିର୍ବେଦ ବ୍ରହ୍ମ କମଳ ଛନ୍ଦା ଚରଣରେ ସଦା ଚିତ୍ତଟି ଥାଉ

ବେଳ ବୁଡ଼ିଲେ ଫୁଲର ପାଖୁଡା ମଉଳିବ

ବେଳ ବୁଡ଼ିଲେ ଫୁଲର ପାଖୁଡା ମଉଳିବ ତୋଳିଦେଲି ଶ୍ରୀଗୋବିନ୍ଦ ଛନ୍ଦା ପାଦରେ ପରମ ହଂସ ବାହୁଡ଼ିଲେ ନୀଳକନ୍ଦରରେ ଲକ୍ଷ୍ମୀ ସେବିତ ପାଦ ଘଷିଦେବି ଆଦରେ

ସନାତନ ବସୁଧା ସ୍ଵାମୀ

ସନାତନ ବସୁଧା ସ୍ଵାମୀ ସୂର୍ଯ୍ୟ ଚନ୍ଦ୍ର କରୁଣାକର ଓଁ ବ୍ରହ୍ମ ଇନ୍ଦ୍ରିୟ ସ୍ଵାମୀ ଛନ୍ଦାପାଦ ବଂଶୀଧର

ଯାହାର ନାମ ଲୀଳା କୀର୍ତ୍ତନ ସୁଧା

ଯାହାର ନାମ ଲୀଳା କୀର୍ତ୍ତନ ସୁଧା ବଳଭଦ୍ର ଅନୁଜ ସୁଭଦ୍ରା ସହୋଦର ଯାହା ରୂପ ବ୍ରହ୍ମଦାରୁ ରବି ଚନ୍ଦ୍ର ଚକ୍ଷୁ ଗୋ ବ୍ରାହ୍ମଣ ହିତ ଧର୍ମ ଚାରି ପାଦର

ସମ୍ପଦେ ବିପଦେ ହୃଦୟରେ ଥୋଇଛି

ସମ୍ପଦେ ବିପଦେ ହୃଦୟରେ ଥୋଇଛି ଦୟା କଲା ଅପଲକ ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ କମଳା ସେବିତ ଚରଣ ମୋ ବୈକୁଣ୍ଠ କୃଷ୍ଣ ଆଉ କିଛି ମାଗୁ ନାହିଁ ଏହି ଭିକ୍ଷୁ

ହେ କାଳିଦଳା ବାଳ ଗୋପାଳ ତୁମ୍ଭେ ବ୍ରହ୍ମଦାରୁ

ହେ କାଳିଦଳା ବାଳ ଗୋପାଳ ତୁମ୍ଭେ ବ୍ରହ୍ମଦାରୁ ଦୃଶ୍ୟ ନ ହେଲେ ନ ହେଉ ପାପୀକୁ ହାତ ପାଦ ହୃଦୟ କମଳ କେଶରରେ ଥୋଇକି ନାଚୁଥିବି ହେ ସୁଧାନିଧି ମୋ ପାଉଣା ମଧୁର ବଂଶୀ ନାଦ

Friday, 3 April 2026

ଶ୍ରୀରାଧା ଶରୀର ଶୁଦ୍ଧ ସୁବର୍ଣ୍ଣ

ଶ୍ରୀରାଧା ଶରୀର ଶୁଦ୍ଧ ସୁବର୍ଣ୍ଣ ନନ୍ଦନନ୍ଦନ ଶରୀର ଘନକଳା ନୂଆ ମେଘ ଦେହରେ ବିଜୁଳି ନୀଳକନ୍ଦରରେ ଚକାଡୋଳା

କମଳ ଚରଣ ବେନି କମଳ କେଶରରେ

କମଳ ଚରଣ ବେନି କମଳ କେଶରରେ ବିଶ୍ୱ ଜନନୀ କମଳା ବ୍ରହ୍ମଦାରୁ ପ୍ରାଣ ଶକ୍ତି କରୁଣା ନୟନ ସ୍ନେହଁରେ ଜୁଡୁ ବୁଡୁ ପଣତ ବିଷ୍ଣୁ ପାଦେ ଚିତ୍ତ ଥାଉ ଦିଅ ଜନନୀ ଭକ୍ତି

କମଳ ଚରଣ ବେନି କମଳ କେଶରରେ

କମଳ ଚରଣ ବେନି କମଳ କେଶରରେ ବିଶ୍ୱ ଜନନୀ କମଳା ବ୍ରହ୍ମଦାରୁ ପ୍ରାଣ ଶକ୍ତି କରୁଣା ନୟନ ସ୍ନେହଁରେ ଜୁଡୁ ବୁଡୁ ପଣତ ବିଷ୍ଣୁ ପାଦେ ଚିତ୍ତ ଥାଉ ଦିଅ ଜନନୀ ଭକ୍ତି

ଅଖିଳ ବ୍ରହ୍ମାଣ୍ଡ ଜନନୀ ବିଷ୍ଣୁଙ୍କର ପ୍ରଥମ କିଙ୍କରୀ

ଅଖିଳ ବ୍ରହ୍ମାଣ୍ଡ ଜନନୀ ବିଷ୍ଣୁଙ୍କର ପ୍ରଥମ କିଙ୍କରୀ କରୁଣା ଭରା ତ୍ରିନେତ୍ରା ମିଳିବକି ଖଣ୍ଡେ ଚାକିରୀ କମଳା ବୈଦେହୀ ଶ୍ରୀରାଧା ରୁକ୍ମଣୀ ବ୍ରହ୍ମରାଣୀ ଦୁର୍ଲଭ ନର ଦେହ ଭ୍ରମୁଛି ମାୟାରେ ବେକାରୀ

ଚାରି ବେଦରେ ମୋ ଭେଦ ନାହିଁ

ଚାରି ବେଦରେ ମୋ ଭେଦ ନାହିଁ ଷଢ଼ ରିପୁ ମୋ ବରବାଦ କାରଣ ବଂଶୀ ଅଧର ସଦା ହୃଦେ ଚିନ୍ତଇ ମୂଢ଼ ରାମ ଛୁଇଁବ କି କୃଷ୍ଣ ଚରଣ

ଭକତ ବାନ୍ଧିଲେ କୃଷ୍ଣ ଭାବ ବନ୍ଧନରେ

ଭକତ ବାନ୍ଧିଲେ କୃଷ୍ଣ ଭାବ ବନ୍ଧନରେ ଗୋପୀ ଛନ୍ଦିଲେ କୃଷ୍ଣ ପ୍ରେମ ଚନ୍ଦନରେ ସିଂହଦ୍ୱାରେ ବସି ରାମ ହୃଦୟରେ ଚିନ୍ତେ ଲୁହେ ପଖାଳିବି ପାଦ ଆତ୍ମା ଆନନ୍ଦରେ

ସୂର୍ଯ୍ୟ ବଂଶ ନିର୍ମଳ କିରତୀ

ସୂର୍ଯ୍ୟ ବଂଶ ନିର୍ମଳ କିରତୀ ବସୁଧା ସୁତା ହୃଦୟ ପୀରତି ସଦା ଜପନ୍ତି ଶଙ୍କର ମାରୁତି ଆତ୍ମା ରାମ ଘେନ ଆରତୀ

ଶ୍ରୀକ୍ଷେତ୍ର ଶିରୀ କମଳା

ଶ୍ରୀକ୍ଷେତ୍ର ଶିରୀ କମଳା ବୈଦେହୀ ବସୁଧା ସୁତା ଶ୍ରୀରାଧା ଗୋବିନ୍ଦ ଅଧା ମୁହିଁ ଦୀନ ପାଦ ଅଳତା

Truly, there is no one your enemy

Truly, there is no one your enemy Anyone else is your mirror image Truly, the soul is cute tender lotus Touch by pure love, no pilgrimage

ଅପାର କରୁଣାନିଧି ଆହେ ରୁକ୍ମଣୀ ହୃଦୟ

ଅପାର କରୁଣାନିଧି ଆହେ ରୁକ୍ମଣୀ ହୃଦୟ ଚନ୍ଦନ ଦାରୁବ୍ରହ୍ମ ଅଧାଗଢା ଚକାଡୋଳା ସଦା ଅପଲକ ସୁଉଚ୍ଚ ଏହି ଓଲଟ ଦେହ ବୃକ୍ଷ ଓହ୍ଲାଇ ମୁଁ ଜାଣିନି ଉଦ୍ଧର ଉଦ୍ଧର ହେ ଆରତ୍ତ ନାଶନ ଗୋପାଳକ

Thursday, 2 April 2026

ସୁଭଦ୍ରା ଡାହାଣକୁ କିଏ ସେହି କଳା ମେଘ ଡାହାଣା

ସୁଭଦ୍ରା ଡାହାଣକୁ କିଏ ସେହି କଳା ମେଘ ଡାହାଣା କାଳିଆ ମୁହାଁ ଚକାଆଖିରେ ମରମକୁ ଦେଲା ହାଣି କେବଳ ଥରୁଟିଏ ଚାହିଁଛି ଆଉ ନ ଫେରିଲା ଚିତ୍ତ ସତେ କି ଏହି ସେ ରାଧା ଚିତ୍ତଚୋର ମୁରଲୀ ପାଣି

ନମଃ ନମସ୍ତୁତେ ବିଷ୍ଣୁ ପତ୍ନୀ ଶ୍ରୀକ୍ଷେତ୍ର ଶିରୀ

ନମଃ ନମସ୍ତୁତେ ବିଷ୍ଣୁ ପତ୍ନୀ ଶ୍ରୀକ୍ଷେତ୍ର ଶିରୀ ମାଆ ଛେଉଣ୍ଡଟିଏ ସିଂହଦ୍ୱାରରେ ଗଡୁଅଛି ନମଃ ନମସ୍ତୁତେ ବ୍ରହ୍ମଦାରୁ ବଳ ଶକ୍ତି ଇଛା କମଳା ସେବିତ ଚରଣ ରେଣୁକୁ ମନାସିଛି

ମଙ୍ଗଳ ବ୍ରହ୍ମଦାରୁ ମଙ୍ଗଳ ଚତୃର୍ଦ୍ଧା

ମଙ୍ଗଳ ବ୍ରହ୍ମଦାରୁ ମଙ୍ଗଳ ଚତୃର୍ଦ୍ଧା ମଙ୍ଗଳ ସୁଭଦ୍ରା ମଙ୍ଗଳ ବଳଭଦ୍ର ମଙ୍ଗଳ ରୁକ୍ମଣୀ ହୃଦ ମଙ୍ଗଳ କୃଷ୍ଣ ମଙ୍ଗଳ ବ୍ରହ୍ମାଣ୍ଡ ମଙ୍ଗଳ ଅଣୁ କ୍ଷୁଦ୍ର

କାମ କ୍ରୋଧ ଲୋଭ ନାଶନ ବ୍ରହ୍ମଦାରୁ

କାମ କ୍ରୋଧ ଲୋଭ ନାଶନ ବ୍ରହ୍ମଦାରୁ ବ୍ରହ୍ମଦାରୁ ଚତୃର୍ଦ୍ଧା ଚକାଆଖି ଜଗନ୍ନାଥ ଜଗନ୍ନାଥ ଅଧାଗଢା ଛନ୍ଦା ପାଦ ଆତ୍ମା ଆତ୍ମା ନାରାୟଣ ଶିରରେ ରଖନ୍ତୁ ହାତ

ସୂର୍ଯ୍ୟ ଉଦୟ ସମୟ ମଙ୍ଗଳ ପ୍ରଭାତ

ସୂର୍ଯ୍ୟ ଉଦୟ ସମୟ ମଙ୍ଗଳ ପ୍ରଭାତ ଗୋଧୂଳି ସମୟ ଶୀତଳ ଚନ୍ଦ୍ର ଉଦୟ ଭାଗ୍ୟ ଉଦୟ ବ୍ରହ୍ମଦାରୁ ଚତୃର୍ଦ୍ଧା ସ୍ମୃତି ସ୍ୱରୂପ ଦର୍ଶନ ସମୟ ପହଣ୍ଡି ବିଜୟ

ମୋ ଚଞ୍ଚଳ ମନକୁ ସୁଧିର କରିବାକୁ

ମୋ ଚଞ୍ଚଳ ମନକୁ ସୁଧିର କରିବାକୁ ଅଧାଗଢାଙ୍କର ପାଦ ପଦ୍ମରେ ରଖିଲି ମୋର ସୁଧୀର ଆତ୍ମାକୁ ଭେଟିବାକୁ ବ୍ରହ୍ମଦାରୁଙ୍କର ସିଂହଦ୍ୱାରେ ବସିଲି

Wish you be healthy at heart

Wish you be healthy at heart Zero fat deposit coronary artery When you feel a bit low Recharge your spiritual battery

ଏହି ଦେହ ଗୋଟିଏ ଓଲଟ ବୃକ୍ଷ

ଏହି ଦେହ ଗୋଟିଏ ଓଲଟ ବୃକ୍ଷ ବୃକ୍ଷର ଆତ୍ମା ସ୍ବୟଂ ପରମ ହଂସ ଷଢ଼ ରିପୁ ହେଲେ ରାବଣ ବଂଶ ଜାନକୀ ଛଳରେ କରିଲେ ଧ୍ବଂସ