Wednesday 30 November 2022

Delete the number

Delete the number Past is gone I am married Please do not phone

ପଦ୍ମଫୁଲର ଭରଷା ନାଡୀ

ପଦ୍ମଫୁଲର ଭରଷା ନାଡୀ ଚକ୍ଷୁହୀନର ଭରଷା ବାଡ଼ି ପତିତର ଭରଷା ଜଗନ୍ନାଥ ଭାବି ଆନନ୍ଦରେ ଯାଏ ବୁଡି

Tuesday 29 November 2022

ପଶୁକୁ ଦେଲୁ ଚାରି ଗୋଟି ପାଦ

ପଶୁକୁ ଦେଲୁ ଚାରି ଗୋଟି ପାଦ ପକ୍ଷୀକୁ ଦେଲୁ ଦୁଇ ଗୋଟି ଡେଣା ମୋତେ ଦେଲୁ ଦୁଲର୍ଭ ମଣିଷ ଜନ୍ମ ମନ ମୋ ତୋତେ ଭେଟିବାକୁ ବଣା

Monday 28 November 2022

Do not shout at all

Do not shout at all Always remain cool Learn from others Cath lab is a school

ଯେଉଁଠି ପଡେ ଦୃଷ୍ଟି

ଯେଉଁଠି ପଡେ ଦୃଷ୍ଟି ରାଧା ରାଧା ରାଧା କୁଆଡେ ଗଲେ କୃଷ୍ଣ ହରିବ କେ ଭଵ ବାଧା

Sunday 27 November 2022

ଅବତାର ରୂପେ ହରି

ଅବତାର ରୂପେ ହରି ପତିତକୁ ପାବନ କରେ ଯୁଗ ଯାଏ କଥା ରହେ ଭଗବାନ ଭକ୍ତକୁ ଝୁରେ

You cannot give always

You cannot give always You may not be there You are able to give Don't delay to share

On your this happy Birthday

On your this happy Birthday I am pressing wish buttons Being so kind and lovely Let all are happy returns

Saturday 26 November 2022

ଯିଏ କାହାକୁ କରେନି ବିଶ୍ୱାସ

ଯିଏ କାହାକୁ କରେନି ବିଶ୍ୱାସ ତା ସବୁବେଳେ ଦୀର୍ଘ ନିଶ୍ଵାସ ଯିଏ ସମସ୍ତଙ୍କୁ କରେ ବିଶ୍ୱାସ ତାର ମନ ସବୁବେଳେ ଉଶ୍ୱାସ

ଯିଏ ସ୍ତନରେ ସଞ୍ଚଇ ଉଷୁମ କ୍ଷୀର

ଯିଏ ସ୍ତନରେ ସଞ୍ଚଇ ଉଷୁମ କ୍ଷୀର ମାତୃ ଗର୍ଭରେ ବଢୁଥିବା ଶିଶୁ ପାଇଁ ଏମିତି ସମ୍ପୂର୍ଣ ଦୟାଳୁ ଜଗନ୍ନାଥଙ୍କୁ ଦେଖିବି ବହୁ ଦୂରରୁ ଆସିଛି ଧାଇଁ

ବାପା ଗଲା ବୋଉ ଗଲା

ବାପା ଗଲା ବୋଉ ଗଲା ଧର୍ମପତ୍ନୀ ଗଲେ ଚାକିରୀ ବିଦେଶେ ଗଲେ ପିଲାଏ ମୋ ଦୁଃଖ ନ ହୁଏ ବିକିରି

Friday 25 November 2022

I came across a calcium nodule

I came across coronary calcium nodule It was exactly looking like a beautiful pearl It tried hard to solve the puzzle It was like love in air with dream my girl

ଗୀତାଞ୍ଜଳି କେବେଠୁଁ ଗଲେଣି

ଗୀତାଞ୍ଜଳି କେବେଠୁଁ ଗଲେଣି ସ୍ୱଭାବ ପୁରା ରାକ୍ଷସୀ ଭଳିଆ ବିଶ୍ୱାସ ରଖି କାମ କରିଗଲେ ହୋଇ ପାରେ ସଫା ଅଳିଆ

ପଦ୍ମ ଚକ୍ଷୁକୁ ସୁନ୍ଦର

ପଦ୍ମ ଚକ୍ଷୁକୁ ସୁନ୍ଦର ପଦ୍ମ ନାସାକୁ ସୁଗନ୍ଧ ପ୍ରକୁତ ଯିଏ ସାଧୁ ନ ଚିନ୍ତେ କାହା ମନ୍ଦ

ଭଲ କଲେ ଫୁଲମାଳ

ଭଲ କଲେ ଫୁଲମାଳ ମନ୍ଦ କଲେ ତୁଛା ଗାଳି ସମୟକୁ ଅପେକ୍ଷା କର ନିଶ୍ଚୟ ତ ପଡିବ ପାଳି

Wednesday 23 November 2022

ଯିଏ ସେ ପିତା

ଯିଏ ସେ ପିତା ଯିଏ ସେ ଭାଇ ସେହି ଜଗନ୍ନାଥ ସେହି ହିଁ ସାଇ

ଭାତ କହିଲେ ବାପା

ଭାତ କହିଲେ ବାପା ବଳ କହିଲେ ଭାଇ ସ୍ନେହଁ କହିଲେ ମାଆ ମୋକ୍ଷ କହିଲେ ସାଇ

Tuesday 22 November 2022

Saturday 19 November 2022

ମୋହକୁ ଉଣା କରି

ମୋହକୁ ଉଣା କରି ଜ୍ଞାନକୁ ଦେଲି ସ୍ଥାନ ଜ୍ଞ୍ୟାନର ଭଗ୍ନୀ ଭକ୍ତି ଅଧିକାର କଲା ମନ

ଭୂମିକୁ ପୁରା ଓଦା କରେ ବର୍ଷା

ଭୂମିକୁ ପୁରା ଓଦା କରେ ବର୍ଷା ମଣିଷକୁ ବେଶୀ ଶିଖାଏ ଅନୁଭବ ହୃଦୟକୁ ଅଖଣ୍ଡ ଶାନ୍ତିଦିଏ ଭଜନ ଉଦ୍ଭାବନକୁ ହିଁ ଜନ୍ମଦିଏ ଅଭାବ

Friday 18 November 2022

ଯେହୁ କରିପାରେ ସେବା

ଯେହୁ କରିପାରେ ସେବା ସମୟ କେବଳ ତାହାର ଅଳସୁଆକୁ ଭାରି ଭୋକ ଶ୍ରମକୁ ସୁସ୍ୱାଦୁ ଆହାର

ବିଲରୁ ଖଳା ଖଳାରୁ ବିଲ କେତେ ଭାର ବହୁଥିଲ

ବିଲରୁ ଖଳା ଖଳାରୁ ବିଲ କେତେ ଭାର ବହୁଥିଲ ବାପା ଆଜି ଭାରି ଭାରି ମନେ ପଡେ ତୁମ କଥା ଗୋଡ଼ ଚିପିଦେବି କହିଲେ କହୁଥିଲ ପଢ଼ ପଢ଼ ତୁମ ଗୋଡ଼ କଣ କେବେ ହେଉ ନ ଥିଲା ବଥା

Thursday 17 November 2022

ପଡିଶା ସାପ ନେଉଳ

ପଡିଶା ସାପ ନେଉଳ ବସିଛନ୍ତି ଘନିଷ୍ଠ ବଉଳ ଚକୁଳି ପିଠା ଖାଇବେ ଯୋଗାଡ଼ ବିରି ଚାଉଳ

ପରସ୍ପର ଦୁଇ ଘୋର ନିନ୍ଦୁକ

ପରସ୍ପର ଦୁଇ ଘୋର ନିନ୍ଦୁକ ମିଳିମିଶି କରନ୍ତି ବଡ଼ କାର୍ଯ୍ୟ ପଡିଶା ଘର ପୋଡିଦେବେ ପଶ୍ଚିମରେ ଉଇଁଲେ ସୂର୍ଯ୍ୟ

କପଟୀକୁ କଣ ନିମନ୍ତ୍ରଣ

କପଟୀକୁ କଣ ନିମନ୍ତ୍ରଣ ଏ ଘର ସେ ଘର ପଶେ ନିଜର ଦୁଃଖ କହୁ କାନ୍ଦେ ଗୁପ୍ତ କଥା ନେଇ ଖସେ

Wednesday 16 November 2022

ପ୍ରଭୁ ତୁମେ ବୃକ୍ଷର ମହୁ ଫଣା

ପ୍ରଭୁ ତୁମେ ବୃକ୍ଷର ମହୁ ଫଣା ଏ ଦାସ ତଳେ ପଡିଥିବା ବୁନ୍ଦା ଭାଗ୍ୟେ ନାହିଁ ହେବା ପଞ୍ଚାମୃତ କେବଳ ସେବିବି ପିମ୍ପୁଡି ଜନ୍ଦା

କିଏ କାହାକୁ ଯେ ବେଶୀ ଭଲ ପାଏ

କିଏ କାହାକୁ ଯେ ବେଶୀ ଭଲ ପାଏ ବଂଶୀଧାରୀ ତୁମେ ଜାଣଥିବ ବେଶି ସତରେ ପ୍ରଭୁ ମୁଁ ସବୁକିଛି ଭୁଲିଯାଏ କେଉଁଠୁ ବଂଶୀ ଧ୍ୱନି ଆସିଲେ ଭାସି

Tuesday 15 November 2022

ଚକ୍ର ପାଣି ଆର୍ତ୍ତ ଭଞ୍ଜନ

ଚକ୍ର ପାଣି ଆର୍ତ୍ତ ଭଞ୍ଜନ ବେଣୁ ପାଣି ହୃଦୟ ଚନ୍ଦନ ବୀଣା ପାଣି ମହାବିଦ୍ୟା ଧନୁ ପାଣି ଗର୍ବ ଗଞ୍ଜନ

ଅନ୍ୟ ମାନଙ୍କର ସର୍ବନାଶ କରି

ଅନ୍ୟ ମାନଙ୍କର ସର୍ବନାଶ କରି ମୁଁ ବସିଲି ଯାଇ ସବା ଉପରେ ଦେଖିଲି ଆକାଶ କେଡେ ନିର୍ମଳ ମୁଣ୍ଡ ଟେକି ନ ପାରିଲି ଲାଜରେ

ଯିଏ ଗଢ଼ିଅଛି ମୁୟୁର

ଯିଏ ଗଢ଼ିଅଛି ମୁୟୁର ଆଗେ ଗଢିଥିବ ପୂଛ ଠକି ନ ହେବ ତାକୁ ସତଟାକୁ କହି ମିଛ

Monday 14 November 2022

ବାୟୁ ଭରେ ଜୀବନ

ବାୟୁ ଭରେ ଜୀବନ ଜଳ ବୁଝାଏ ତୃଷା ସେବା ଶ୍ରେଷ୍ଠ ତପ କିଛି ନ କର ଆଶା

ହାତ ବଢ଼ାନ୍ତେ ଫୁଲକୁ

ହାତ ବଢ଼ାନ୍ତେ ଫୁଲକୁ ଫୁଲ ହେଇଗଲା ଫଳ ଫଳକୁ କରନ୍ତେ ଆଶା ଆଶା ପୁରାଇଲା କାଳ

Sunday 13 November 2022

ଯମୁନା କୂଳରେ କଦମ୍ବ

ଯମୁନା କୂଳରେ କଦମ୍ବ କଦମ୍ବ ମୂଳେ କାଳିଆ କାଳିଆ ହାତରେ ବଂଶୀ ବଂଶୀ ସ୍ୱର ମହୁ ଭଳିଆ

ଆମ୍ବ ଗଛରେ ଆମ୍ବ ଫଳୁଛି

ଆମ୍ବ ଗଛରେ ଆମ୍ବ ଫଳୁଛି ଲେମ୍ବୁ ଗଛରେ ଫଳୁଛି ଲେମ୍ବୁ ଯିଏ ସବୁ ଯାଉଛନ୍ତି କୁପଥରେ ତାଙ୍କୁ ସୁପଥ ଦେଖାଅ ଶିବଶମ୍ଭୁ

ଯିଏ ଯାହାକୁ ଭଲ ପାଏ

ଯିଏ ଯାହାକୁ ଭଲ ପାଏ ସେ ନିଜେ କରିଥାଏ ଯତ୍ନ କେହି ଅନ୍ୟକୁ କହେ ନାହିଁ ନିଜ ପାଖରେ ଅଛି ରତ୍ନ

ମିଛ କହିଲା ଯିଏ ମଲା

ମିଛ କହିଲା ଯିଏ ମଲା ସତ କହିଲା ଯିଏ ମଲା ଦୁଇ କର୍ମର ଏକା ଫଳ ନ ଡରିବା ସାର ହେଲା

ଯମରାଜର ବଡ଼ ଦରଦ

ଯମରାଜର ବଡ଼ ଦରଦ ଲେଖିଛି ଗୋଟେ ଫରଦ କାହିଁକି ମୁଁ ମଦ ପିଉଛି ହୋଇ ବି ଜଣେ ମରଦ

Saturday 12 November 2022

A flower is beautiful

A flower is beautiful On the branches in air A Heart is so beautiful Unallied who does care

କିଛି ଭଲ ରାତିକ ପାଇଁ

କିଛି ଭଲ ରାତିକ ପାଇଁ କିଛି ଭଲ ମାସ ବରଷ ଯାହା ଭଲ ସବୁ ଦିନ ତାହା ହେଲା ଗୋରସ

Let every donation be a relief

Let every donation be a relief Let every word be very soft Let every justice bring light Let every effort bring comfort

ମୋ ଘରସାରା କେବଳ ଭୁତ

ମୋ ଘରସାରା କେବଳ ଭୁତ ଗୋଟେ ନୁହେଁ ପାଞ୍ଚଟା ମାତ୍ର ରଖିଲେ ରଖ ହେ ଦାମୋଦର ତୋର ମାୟାରେ କମ୍ପେ ଗାତ୍ର

Thursday 10 November 2022

କାହା ପାଇଁ ଅର୍ଦ୍ଧ ନାରୀଶ୍ଵର

କାହା ପାଇଁ ଅର୍ଦ୍ଧ ନାରୀଶ୍ଵର ତୁ କାହା ପାଇଁ ନାରୀ ପୁରଷ ଚମ୍ପାଠୁଁ ସୁନ୍ଦର ମହୁଠୁଁ ମଧୁର ଦେଖି ଦେଲେ ଚିତ୍ତ ହରଷ

କାମନା କଲେ କାମଧେନୁ

କାମନା କଲେ କାମଧେନୁ ବିରକ୍ତ ହେଲେ ବୈରାଗ୍ୟ ପ୍ରବୃତ୍ତ ହେଲେ ଏ ସଂସାର ନିବୃତ ହେଲେ ଆରୋଗ୍ୟ

Wednesday 9 November 2022

କାନ ଖୋଜୁଥାଏ ମଧୁର ସ୍ୱର

କାନ ଖୋଜୁଥାଏ ମଧୁର ସ୍ୱର ସୁନ୍ଦର ରୂପ ଖୋଜୁଥାଏ ଆଖି ଦରିଦ୍ର ବ୍ରାହ୍ମଣ ଖୋଜଇ ଆତ୍ମା ଯିଏ ଏ ଅଖିଳ ଜୀବର ସାକ୍ଷୀ

Tuesday 8 November 2022

ମାଠିଆ ନ ପୁରିଲା ଭୂମି ଓଦା ହେଲା

ମାଠିଆ ନ ପୁରିଲା ଭୂମି ଓଦା ହେଲା ମୁଁ ତ କଣା ମାଠିଆରେ ଭରିଲି ଜଳ ଆଶା ନ ମେଣ୍ଟିଲା ବୟସ ସରିଲା ବଡ଼ ଅଭାବି ସଂସାର ହରିଲା ବଳ

ଗୋବିନ୍ଦ ସେବିଣ ପାଇଲି ଗୁରୁ

ଗୋବିନ୍ଦ ସେବିଣ ପାଇଲି ଗୁରୁ ଗୁରୁ ହୃଦୟେ ରୋପିଲେ ଭକତି ଭକତିର ବ୍ରୁକ୍ଷେ ଫଳିଲା ପ୍ରେମ ପ୍ରେମ ସାଗରେ ଲଭିଲି ମୁକତି

ମୃଦଙ୍ଗ କିଣିଲି କରତାଳ କିଣିଲି

ମୃଦଙ୍ଗ କିଣିଲି କରତାଳ କିଣିଲି ସଂକୀର୍ତନ ପାଇଁ କିଣିଲି ମୁଲିଆ ଭାବରେ ମନ ଓଦା ହେବା ଆଗୁ କିଣା କୀର୍ତ୍ତିନିଆ ହେଲେ ହାଲିଆ

Monday 7 November 2022

ଗୋବିନ୍ଦ ଚିହ୍ନାନ୍ତି ଗୁରୁ

ଗୋବିନ୍ଦ ଚିହ୍ନାନ୍ତି ଗୁରୁ ଗୁରୁ ଦେଖାନ୍ତି ମାର୍ଗ ମାର୍ଗ ହିଁ ନିଶୁଣି ଭକ୍ତି ଭକ୍ତି ସର୍ବ ଅପବର୍ଗ

ଚମ୍ପା ଫୁଟିଲେ ଅଗଣା ଚହଟେ

ଚମ୍ପା ଫୁଟିଲେ ଅଗଣା ଚହଟେ ଚନ୍ଦନ ଲେପିଲେ ବାସେ ଦେହ ଜୀବନ ଲଭିଲେ ସଦଗୁରୁ କୃପା ଛିଣ୍ଡାଇ ପକାଏ ସକଳ ମୋହ

Sunday 6 November 2022

ରାଧାକୁ ଏତେ ପାଖରେ ଦେଖି

ରାଧାକୁ ଏତେ ପାଖରେ ଦେଖି ହେ ମାଧବ ଲାଗେ ବଡ଼ ଇର୍ଷା ପାଦପଙ୍କଜେ ମୋତେ ବି ରଖ ଦୀନବନ୍ଧୁ କରି ହେ କୃପା ବର୍ଷା

ଭାବରେ ଦେଲେ

ଭାବରେ ଦେଲେ ଗୋବିନ୍ଦେ ଯାଏ ଅଭାବେ ଦେଲେ ସଂସାରୀ ଖାଏ

ଭାବରେ ଗୋବିନ୍ଦ

ଭାବରେ ଗୋବିନ୍ଦ ଅଭାବେ ସଂସାର ଏ ଦି ଦିନ ଦୁନିଆ ସବୁ କିଛି ଅସାର

କୁକୁରକୁ ଦେଲି କ୍ଷୀର ଭାତ କିଛି

କୁକୁରକୁ ଦେଲି କ୍ଷୀର ଭାତ କିଛି ମଣିଷ ଭଳିଆ ଚାହୁଁ ସେ ଥିଲା ଯେମିତି ଦେଇଛି ପିଠି ଆଉଁସି ଥାଳିଆ ଚାଟି ସଫା କରିଦେଲା

କାହାକୁ ହେ ଅପଲକରେ ଅପେକ୍ଷା

କାହାକୁ ହେ ଅପଲକରେ ଅପେକ୍ଷା କାହାର ଏଡ଼େ ବଡ଼ ଭାଗ୍ୟ ହେବ ସେ ଭାବ ନା ଭକ୍ତି ନା ସେ ପ୍ରାରବ୍ଧ ହେ ଇଛାମୟ କାହାକୁ ଦର୍ଶନ ଦେବ

ଆଜି ଯେତେବେଳେ ପଛକୁ ଚାହିଁଲି

ଆଜି ଯେତେବେଳେ ପଛକୁ ଚାହିଁଲି ପ୍ରାୟ ସମସ୍ତେ କର୍ମ ପିଛା ଧରିଥିଲେ କିଏ କିଏ ଲାଗୁଥିଲେ ପୁରା ଭେଣ୍ଡିଆ କିଏ କିଏ ଏବେ ବି ବେହୋସ ଥିଲେ

ଜମି ଚାଷକଲେ ସୁନା ଫଳେ

ଜମି ଚାଷକଲେ ସୁନା ଫଳେ ସୁନା ଭରିରହି ଥାଏ ମଞ୍ଜିରେ ଯତ୍ନ କଲେ ସିନା ରତ୍ନ ମିଳେ ସବୁ ମିଛ ଲେଖା ପାଞ୍ଜିରେ