Tuesday 31 January 2023

ରାମ ନାମ ରସ ପିଇ ମନ

ରାମ ନାମ ରସ ପିଇ ମନ ଅତିଥି ହୋଇ କିବା ବ୍ୟଥିତ ପୂର୍ବ ଭାଗ୍ୟ ଥିଲୁ ଭେଟିବୁ ତୁତ ଜୀବଙ୍କ ମଧ୍ୟେ ପତିତ

ଫୁଲଟିଏ ଯେଣୁ କଲ ମହାପ୍ରଭୁ

ଫୁଲଟିଏ ଯେଣୁ କଲ ମହାପ୍ରଭୁ କେବଳ ରୂପ ସୁଗନ୍ଧ ମୋ ବଳ ଜନ୍ମରୁ ମୁରୁଖ ପାଟି ନ ଫିଟଇ ଇଛା ହୁଅନ୍ତି ତୋ ଗଳାର ମାଳ

Monday 30 January 2023

ଜୀବ ମାତ୍ରେ ତ୍ରିଗୁଣ ରଜୁରେ ବନ୍ଧା

ଜୀବ ମାତ୍ରେ ତ୍ରିଗୁଣ ରଜୁରେ ବନ୍ଧା ସେ ତୋ ପାଖେ ପହଞ୍ଚିବ କେମିତି ସେଥି ଲାଗି ହେଲୁ ଭାବର ଠାକୁର ଯିଏ ଯାହା ଭାବେ ହେଉ ସେମିତି

Sunday 29 January 2023

Once I travelled Puri

Once I travelled Puri With my body & mind Lotus eyed smiled at OMG ! He was so kind

ଏକଇ ଶରୀରେ ବିରୋଧ ଭାବ

ଏକଇ ଶରୀରେ ବିରୋଧ ଭାବ ଦେହ ବନ ପଶୁ ମନ ମୁକ୍ତ ପକ୍ଷୀ ଶ୍ରୀକ୍ଷେତ୍ର ନେଲି ବୁଝାଇ ସୁଝାଇ ଦୂରୁ ଦେଖି ହସିଦେଲେ ପଦ୍ମଆଖି

ଦେହ ଖୋଜଇ ରୋଗ

ଦେହ ଖୋଜଇ ରୋଗ ମନ ଖୋଜଇ ଭୋଗ ଯମକୁ ମୋହର ଭୟ ମୁଁ କି ସାଧିବି ଯୋଗ

Saturday 28 January 2023

ଲକ୍ଷ୍ମଣ ଲୁଟାଇଲା ପ୍ରାଣ

ଲକ୍ଷ୍ମଣ ଲୁଟାଇଲା ପ୍ରାଣ ରାମ ହରାଇଲେ ରାଜ୍ୟ ଯାହା ରଖିବ ଏ ସଂସାର ଅଟଇ ମାତ୍ର ଶୁଭ କାର୍ଯ୍ୟ

କାଉ ଡାକେ କାଆ କାଆ କାଆ

କାଉ ଡାକେ କାଆ କାଆ କାଆ କୋଉଲି ଡାକେ କୁଉ କୁଉ କୁଉ ଏହା ଠାରୁ ଯାହା ଆହୁରି ମଧୁର କହେ ଶୁଣ ବୋଉ ବୋଉ ବୋଉ

ପାଞ୍ଚ ଅବତାର

ଅଗ୍ନି ରୂପରେ ଥାଉ ଜଠରେ ନାହିଁ ତୋ ନିରାମିଷ ଆମିଷ ଯାହା ଦେଲେ ବି ଭକ୍ଷୀ ଥାଉ ସବୁ ପୋଡି କରୁ ତୁ ପାଉଁଶ [୧] ଆକାଶ ରୂପରେ ଥାଉ ଉର୍ଦ୍ଧ୍ୱେ ତୁ ସକଳ ମଥା ଉପରେ ଛାତ ଯିଏ ଯେତେ ବି ହେଉ ଉଚ୍ଚ ତୋତେ ନ ପାଏ ତାର ହାତ [୨] ଜଳ ରୂପରେ ଥାଉ ମେଘରେ ନାହିଁ ତୋର ସଫା କି ମଳିଆ ଜଳ ହିଁ ଏ ସଂସାର ଜୀବନ ନଦୀ ରୂପେ ବହୁ ସବୁ ଅଳିଆ [୩] ମାଟି ରୂପରେ ଥାଉ ଘଟେ ନାହିଁ ତୋ ରାଜା କି ପ୍ରଜା ସକଳ ଚେର କୋଳେ ଧରୁ ହେଉ ଯେଉଁ ମଞ୍ଜିରୁ ଗଜା [୪] ବାୟୁ ରୂପରେ ଥାଉ ନିଶ୍ୱାସେ ନାହିଁ ତୋ ସୁଗନ୍ଧ କି ଦୁର୍ଗନ୍ଧ ସକଳ ଜୀବର ତୁହି ଆୟୁଷ ମଳୟ ରୂପେ ବହୁ ମନ୍ଦ ମନ୍ଦ [୫]

Friday 27 January 2023

ଦେଖି ପାରୁଥିଲି ଦେଖିଲି ଚକାଆଖି

ଚାଲି ପାରୁଥିଲି ଚାଲିଲି ଶୀରିକ୍ଷେତ୍ର ଦେଖି ପାରୁଥିଲି ଦେଖିଲି ଚକାଆଖି ଖାଇ ପାରୁଥିଲି ଖାଇଲି ମହାପ୍ରସାଦ ଭାବି ପାରୁଥିଲି ଭାବିଲି ଧରନ୍ତି ଜାକି

Thursday 26 January 2023

ସନ୍ତାନର ପାଦେ କଣ୍ଟା ପଶିଗଲେ

ସନ୍ତାନର ପାଦେ କଣ୍ଟା ପଶିଗଲେ ମାଆର ଛାତିରେ ପଶିଯାଏ ଛୁରୀ ପିଲାଏ କାହିଁ କେତେ ବଡ଼ ହୁଅନ୍ତୁ ମାଆର ମନ ସଦା ମରୁଥାଏ ଝୁରି

ରାତିରେ ଗୋଟେ ଖରାପ ସପନ ଦେଖିଲି

ରାତିରେ ଗୋଟେ ଖରାପ ସପନ ଦେଖିଲି କଣ ତୋର ଭଲ ଅଛି କିରେ ଧନ ଦେହ ବଢି ଭୋଅରୁ ଯିଏ ଏମିତି ଫୋନ କରେ ସିଏ ବୋଉକୁ ଛାଡି ଆଉ କିଏ ହେବ କୁହ

Tuesday 24 January 2023

ହୀରାଠାରୁ ତୁହିତ କଠିନ

ହୀରାଠାରୁ ତୁହିତ କଠିନ ପଦ୍ମଠାରୁ ତୁହିତ କୋମଳ କିପରି ଛୁଇଁଲେ ତୋତେ ଲଭିବି ତୋ ପାଦ କମଳ

କିଚିରି ମିଚିରି ଦିନକୁ ଦିବେଳା

କିଚିରି ମିଚିରି ଦିନକୁ ଦିବେଳା ତୁ ଯାହାକୁ ଡାକୁ ଟିକି ଚଢେଇ ନିଶ୍ଚୟ ତୋର ପ୍ରାଥନା ଶୁଣିବ ବଡ଼ ଦୟାଳୁ ସଂସାର ବଢ଼େଇ

Sunday 22 January 2023

ଯେତେ ଥର କହିଲି ରାମ ରାମ

ଯେତେଥର କହୁଛି ରାମ ରାମ ରାମ ମୋତେ ଶୁଭୁଅଛି ମରା ମରା ମରା ଯେତେରେ ତୋତେ ଦେଖେ କାଳିଆ ଆଖି କି ମନ କିଛି ନ ହେଲା ପୁରା

Saturday 21 January 2023

ଆୟତନ ଆକୃତି ଅଲଗା ଅଲଗା

ଆୟତନ ଆକୃତି ଅଲଗା ଅଲଗା ଏକ କୁମ୍ଭାର ଗଢ଼ଇ ଅନେକ ପାତ୍ର କଅଁଳିଆ ବୁଢା ଛୋଟ ଆଉ ବଡ଼ ଏକ ବୃକ୍ଷରେ ଥାଏ ଅନେକ ପତ୍ର

କେହି ଥିଲେ ଯୋଗୀ ବାବାଜୀ

କେହି ଥିଲେ ଯୋଗୀ ବାବାଜୀ ମୋତେ ଆପଣାର କରି ନିଅ ମୋତେ ଅଷ୍ଟମ ଚକ୍ରରେ ଥୁଅ ମୋତେ ଖାଲି ହରି କଥା କୁହ

ସଂସାରରେ ପାଦ ରଖିବା ଦିନଠୁଁ

ସଂସାରରେ ପାଦ ରଖିବା ଦିନଠୁଁ ଦଣ୍ଡେ ନ ଛାଡ଼ନ୍ତି ସତ୍ଵ ରଜ ତମ ଭଲ ମନ୍ଦ ବାଛୁ ବାଛୁ ଦିନ ଗଲା ଶରଣ ଜଗନ୍ନାଥ ପୁରୁଷ ଉତ୍ତମ

Friday 20 January 2023

ତୁ ପୂଜାଘର ବନମାଳୀ

ତୁମେ ପୂଜାଘର ବନମାଳୀ ମୁଁ ଏକ ଅଲିଅଳି ଦୀପଶିଖା ଅନ୍ଧାରରେ ବହିଲେ ପବନ ତୁମେ ହିଁ ମୋ କରିବ ରକ୍ଷା

Thursday 19 January 2023

ଦୁଷ୍ଟକୁ ଉଦ୍ଧରି ସନ୍ଥକୁ ଆବୋରି

ଦୁଷ୍ଟକୁ ଉଦ୍ଧରି ସନ୍ଥକୁ ଆବୋରି ହରି ସୃଷ୍ଟି ସ୍ଥିତି ଲୟ କରୁ ମହୀ କେଡେ କୃପା ତୋ କେଡେ କୃପା ରଥରେ ବାମନ ଦେଖିଲି ମୁଁହି

ପୃଥବୀ ଅତି ପୁରୁଣା ହେଲାଣି

ପୃଥବୀ ଅତି ପୁରୁଣା ହେଲାଣି ପଦ୍ମ ଫୁଟିଲେ ଝରେ ସୌରଭ ତୁମେ ପାଣ୍ଡଵ ମଧ୍ୟରେ ଉତ୍ତମ ତେଣୁ ତୁମେ ଆମର ଗୌରବ

ପାପୀ ତରିଯାଏ

ପାପୀ ତରିଯାଏ ତପୀ ହାରିଯାଏ ତୋ ଲୀଳା ବୁଝିବା ସହଜ ନୁହେଁ ମୁଁ ନୁହେଁ ପ୍ରଭୁ କେଉଁ କୁଳର ବି ମୋତେ ବାଟ ଦେଖାଇବ କିଏ

ଅର୍ଜୁନ ସଖା କୃପା କଲେ

ଅର୍ଜୁନ ସଖା କୃପା କଲେ ଶ୍ରୀଗୁରୁଙ୍କ ମିଳଇ ଦେଖା ଶ୍ରୀଗୁରୁ ଦେଖାଇଲେ ପଥ ପଥେ ମିଳନ୍ତି ଅର୍ଜୁନ ସଖା

Wednesday 18 January 2023

କର୍ମରୁ ଝଡଇ ଦୁଇଟି ଫଳ

କର୍ମରୁ ଝଡଇ ଦୁଇଟି ଫଳ ଏକ ଖଟା ଆଉ ଏକ ମିଠା ଅନାସକ୍ତ ଭକ୍ଷୀ ତରିଯାଏ ଆସକ୍ତ ଛଡାଉଥାଏ ଅଠା

ତୁ ମୁଁ ଆଉ ସିଏ

ତୁ ମୁଁ ଆଉ ସିଏ ଖାଏ ପିଏ ଶୁଏ ମନ ଖୁସିଥିଲେ ଗୁଣୁ ଗୁଣୁ ଗାଏ

Tuesday 17 January 2023

ଆହାଃ କି ସୁନ୍ଦର ଚକାଡ଼ୋଳା

ଆହାଃ କି ସୁନ୍ଦର ଚକାଡ଼ୋଳା ଉପମାକୁ ଶବ୍ଦ ନାହିଁରେ ସଖି ଆହାଃ ମଧୁର ତା ବଂଶୀ ଧ୍ୱନି ଦୁଇଟା କାନ ପକେଇଲି ବାକି

ପରହିତ ଲାଗି ଜୀବନ ବଞ୍ଚିଲେ

ଭାଗ୍ୟରେ ଥିଲେ ମିଳେ ଅବଢ଼ା ଶ୍ରୀକ୍ଷେତ୍ର ଶ୍ରୀହରି ଶ୍ରୀମୁଖ ଉଚ୍ଚିଷ୍ଠ ପରହିତ ଲାଗି ଜୀବନ ବଞ୍ଚିଲେ ଦଣ୍ଡେ ଓଳିଏ ଜିଇଁଲେ ଯଥେଷ୍ଠ

HE is the least felt

HE is the least felt HE is the most heard Everyone is searching With or without beard

Monday 16 January 2023

No one has ever got the right answer

No one has ever got the right answer If the very question is what is the next One who has the patience to pursue Would reach a beach which is the best

ମଞ୍ଜି ଉପରେ ପାଣି ଛିଞ୍ଛିଦେଲେ

ମଞ୍ଜି ଉପରେ ପାଣି ଛିଞ୍ଛିଦେଲେ ଭୃଣର ଗଭୀର ନିଦ୍ରା ଯାଏ ହଜି ଓଦାମାଟି ଖରା ପବନ ଛୁଇଁଲେ ମଞ୍ଜିର ବୃକ୍ଷ ଆକାଶକୁ ଦିଏ ବାଜି

Sunday 15 January 2023

You are asking for good

You are asking for good Who would buy my bad I would give my parents The best customers I had

ପିଇବା ମାତ୍ରା ଅଧିକେ ହେଲେ

ମଦୁଆ ମିଛ କହେନା ଗାଇ ବୁଲଇ ଦୋଷ ପ୍ରେମ ଲୁଚି ରହେନା ହୋଇଲେ ନଅ ମାସ

Saturday 14 January 2023

କେଉଠୁଁ ଚାଖିବୁ ଚାଖ

କେଉଠୁଁ ଚାଖିବୁ ଚାଖ ସେ ଅମାପ ଆଖୁକାଣ୍ଡ ତୁ ଆରେ ପାଗଳ ମନ ଭକତ ହେଲେଣି ରୁଣ୍ଡ

ମାଳିକୁ କହିଲା ପଦୁଅଁ

ମାଳିକୁ କହିଲା ପଦୁଅଁ ତୁ କାଲି ତୋଳିବୁ ଫୁଲ କାଳିଆଠୁଁ କଳା ଭଅଁର ମୋତେ କରୁଛି ଗେଲ

କେତେ ମଧୁର କୃଷ୍ଣ ଲୀଳା

କେତେ ମଧୁର କୃଷ୍ଣ ଲୀଳା ତୁ ନିଜେ ଶୁଣିଲେ ଜାଣିବୁ କେତେ ସୁନ୍ଦର କୃଷ୍ଣ ରୂପ ତୁ ନିଜେ ଦେଖିଲେ ଜାଣିବୁ

ମନ ମରିଲେ

ମନ ମରିଲେ ମରଇ ଦେହ ଜୀବନୁ ତୁଟେ ସକଳ ମୋହ

Friday 13 January 2023

ଯେଉଁ ଦିନ ଛୁଇଁଲି ବାଇଶିପାହାଚ

ଯେଉଁ ଦିନ ଛୁଇଁଲି ବାଇଶିପାହାଚ ମୋ ସରିଗଲା ସବୁ ଚାଲିବା ବାଟ ଯେଉଁ ମୁଁ ଦିନ ଚାଖିଲି ମହାପ୍ରସାଦ ମୋ ସବୁଦିନ ଲାଗି ପୁରିଲା ପେଟ

ଦରିଦ୍ରକୁ ଦେଲେ ଅଇଁଠା

ଦରିଦ୍ରକୁ ଦେଲେ ଅଇଁଠା ସେ ପଣତରେ ନିଏ ବାନ୍ଧି ଅଵିଶ୍ଵାସୀକୁ ଦେଲେ ଅମୃତ ସେ ସନ୍ଦେହରେ ହୁଏ ଛନ୍ଦି

Thursday 12 January 2023

ଖରା ବର୍ଷା ପରେ ଶୀତ

ଖରା ବର୍ଷା ପରେ ଶୀତ ମୁଁହରେ ଆଜି ମୋ ହସ ଫୁଲଟିଏ ନାମ ସେବତୀ ଅପେକ୍ଷା ହେଲା ଶେଷ

ଛପନ କୋଟି ଜୀବଜନ୍ତୁ ଗଢି

ଛପନ କୋଟି ଜୀବଜନ୍ତୁ ଗଢି ପ୍ରଭୁ ଶୋଇ ନ ପାରୁଛ କ୍ଷଣିକ କମଳା ଚିପଇ ପାଦ ଯୋଡିକ ଚକାଡ଼ୋଳାରେ ପଡୁ ପଲକ

ଦରିଦ୍ରର ବଳ ଅଇଁଠା

ଦରିଦ୍ରର ବଳ ଅଇଁଠା ଅସହାୟ ବଳ ସହିବା ସାଧୁର ବଳ ସତ୍ୟତା ପଶୁର ବଳ ବୋହିବା

Wednesday 11 January 2023

ଗୋଟିଏ ଆବଦ୍ଧ ମନ୍ଦିର ଭିତରେ

ଗୋଟିଏ ଆବଦ୍ଧ ମନ୍ଦିର ଭିତରେ ନିର୍ଜଳ ନିରାହାର ଏକ ବଢ଼େଇ ବ୍ରହ୍ମକୁ ବୋଳିଲା ଏମିତି କଜଳ କେହି ଆଖି ନପାରଇ ଆଡେଇ

ସରଳ ନିଷ୍କପଟ ଜୀବନେ

ସରଳ ନିଷ୍କପଟ ଜୀବନେ ଗୋବିନ୍ଦ ରହିଲେ ସ୍ମରଣ ବ୍ରତ ବାନ୍ଧିଲେ ପରହିତେ ଉତ୍ସବ ହୁଏ ଭୟ ମରଣ

କର୍ମକୁ ମାନିଲେ ପୂଜା

କର୍ମକୁ ମାନିଲେ ପୂଜା କର୍ମକ୍ଷେତ୍ର ହୁଏ ମନ୍ଦିର ମନ୍ଦିର ଦେବତା ମାଧବ ମାଧବ କରିବେ ଉଦ୍ଧାର

Tuesday 10 January 2023

Let all the buds open petals

Let all the buds open petals Let all the drums drum beat Let all hearts chants His glory Let all have the desire to meet

ଶରୀର ନିର୍ମଳ ସ୍ନାନଜଳରେ

ଶରୀର ନିର୍ମଳ ସ୍ନାନଜଳରେ ଅନାବିଳ ସେବାରେ ହୃଦୟ ଅଜ୍ଞାନ ନିର୍ମୁଳ ଗୁରୁକୃପାରେ ଗୋବିନ୍ଦ ଭଜନ ସଦୟ

Monday 9 January 2023

Let all the flowers become garland

Let all the buds open petals Let all the drums drum beat Let all hearts chants His glory Let all have the desire to meet

ଏ ବଡ଼ ବିଷମ ସଂସାର ପଥ

ଏ ବଡ଼ ବିଷମ ସଂସାର ପଥ ମୋର ଭୟରେ ଥରୁଛି ଛାତି ଚକାଡୋଳା ଚାହିଁ ଯାଉ ଦିନ ମୋ ବଡ଼ ଦାଣ୍ଡେ ପାହୁ ରାତି

ବାଟ ଖରଚ ପାଖରେ ନାହିଁ

ବାଟ ଖରଚ ପାଖରେ ନାହିଁ ଜାଣି ନାହିଁରେ ତୋ ଠିକଣା ତୋ ନାମରେ ବିଶ୍ରାମ ଗଲି ନାମୀ ନ କରିବଟି ପଥବଣା

କାହିଁ ପାଇଁ କାଉ କାଆ କାଆ

ଓଉର ସବୁ ମିଶି ପାଞ୍ଚ ପାଖୁଡା ରେ କାଉ କାହିଁକି କାଉ କାଉ ଆସିଛି ଏକା ଯିବିରେ ମୁଁ ଏକା ତୋର ରାବିବା ସେତିକି ଥାଉ

ସବୁଦିନ କଣ କଢ଼ ଥିବ

ସବୁଦିନ କଣ କଢ଼ ଥିବ ଫୁଲ ତ ଫୁଟିବାର ଥିଲା କେତେ ଦିନ ଲୁଚି ରହିବ ଦୁଇ ଘର ମଝିରେ ପାଲା

ଅନ୍ୟ କିଏ ଉପରକୁ ଉଠିଲେ

ମନ୍ଦିର ଭିତରେ କିଏରେ

ମନ୍ଦିର ଭିତରେ କିଏରେ ମୁଁ ତ ଖାଇନାହିଁ କଦଳୀ ଆମର ପାଖ ପଡୋଶୀ ତୁମେ ଗଲ ହେ ବଦଳି

Sunday 8 January 2023

ଓଁ ଜଗନାଥାୟ ଧୀମହୀ

ତୁହି ପିତାର ସାହସ ତୁହି ମାଆର ସ୍ନେହଁ ତୁହି ରବିର ତେଜ ତୁହି ଚନ୍ଦ୍ରର ଜୋସ୍ନା ତୁହି ଗୀତର ସ୍ୱର ତୁହି ବିପଦର ବନ୍ଧୁ ତୁହି ବଂଶୀର ଧ୍ୱନି ତୁହି ଫୁଲର ବାସ୍ନା

Saturday 7 January 2023

ନଦୀକୁ ମିଳିଗଲେ ସାଗର

ନଦୀକୁ ମିଳିଗଲେ ସାଗର ନଦୀ ଶୁନ୍ୟ ହୁଏ ରୂପ ଗନ୍ଧ ମନକୁ ମିଳିଗଲେ ସାଧୁସଙ୍ଗ ମନ ଶୁନ୍ୟ ହୁଏ ଭଲ ମନ୍ଦ

ଶୀତ ଜଣା ପଡ଼େନା

ଶୀତ ଜଣା ପଡ଼େନା ଶୀତରେ କଲେ ଶ୍ରମ ଭଵ ବାଧା ଲାଗେନା ଭଜୁଥିଲେ କୃଷ୍ଣ ନାମ

Friday 6 January 2023

ପାଖୁଡା ପାଖୁଡାରେ ଅପୂର୍ବ ଶୋଭା

ପାଖୁଡା ପାଖୁଡାରେ ଅପୂର୍ବ ଶୋଭା ଆଲୋ ତୋ ଦେହରେ ଏତେ ବାସ କି ଖୁସିରେ ଏତେ ହସ ଲୋ ଫୁଲ ଆଲୋ ତୁ କି ଦେଖିଲୁ କୁଞ୍ଜେ ରାସ

ଫୁଲ ହସୁଥାଏ ପବନ ଵାସୁଥାଏ

ଫୁଲ ହସୁଥାଏ ପବନ ଵାସୁଥାଏ କାଳିଆ ଭଅଁର ମାରୁଥାଏ ତାଳି ଫୁଲ ତୋଳିବାକୁ ଗଲା ବେଳକୁ ନିଜ ପୂଜା ସାରିଥାଏ ବନମାଳୀ