ଅଗ୍ନି ରୂପରେ ଥାଉ ଜଠରେ
ନାହିଁ ତୋ ନିରାମିଷ ଆମିଷ
ଯାହା ଦେଲେ ବି ଭକ୍ଷୀ ଥାଉ
ସବୁ ପୋଡି କରୁ ତୁ ପାଉଁଶ [୧]
ଆକାଶ ରୂପରେ ଥାଉ ଉର୍ଦ୍ଧ୍ୱେ
ତୁ ସକଳ ମଥା ଉପରେ ଛାତ
ଯିଏ ଯେତେ ବି ହେଉ ଉଚ୍ଚ
ତୋତେ ନ ପାଏ ତାର ହାତ [୨]
ଜଳ ରୂପରେ ଥାଉ ମେଘରେ
ନାହିଁ ତୋର ସଫା କି ମଳିଆ
ଜଳ ହିଁ ଏ ସଂସାର ଜୀବନ
ନଦୀ ରୂପେ ବହୁ ସବୁ ଅଳିଆ [୩]
ମାଟି ରୂପରେ ଥାଉ ଘଟେ
ନାହିଁ ତୋ ରାଜା କି ପ୍ରଜା
ସକଳ ଚେର କୋଳେ ଧରୁ
ହେଉ ଯେଉଁ ମଞ୍ଜିରୁ ଗଜା [୪]
ବାୟୁ ରୂପରେ ଥାଉ ନିଶ୍ୱାସେ
ନାହିଁ ତୋ ସୁଗନ୍ଧ କି ଦୁର୍ଗନ୍ଧ
ସକଳ ଜୀବର ତୁହି ଆୟୁଷ
ମଳୟ ରୂପେ ବହୁ ମନ୍ଦ ମନ୍ଦ [୫]
No comments:
Post a Comment