Saturday 31 December 2022

ତୁମେ ପ୍ରଭୁ ପଥିକର ପଥ

ତୁମେ ପ୍ରଭୁ ପଥିକର ପଥ ନାମ ତୁମର ଶୁଭ ବାରତା ଶ୍ରୀଦାରୁ ରଖ ଭୁଜ ତଳେ ହେ ଅଖିଳ ଜଗତ କରତା

ଶ୍ରୀଗୁରୁ ଦେଲେ ଠାରି

ଗାୟତ୍ରୀକୁ କଲି ପ୍ରେମ ଶ୍ରୀଗୁରୁ ଦେଲେ ଠାରି ଜ୍ଞାନ ଭକ୍ତି ଜନ୍ମ ହେଲା କୂଳରେ ଲାଗିଲା ତରି

ଦୁଇ ହଜାର ବାଇଶି

ଦୁଇ ହଜାର ବାଇଶି ତୁମେ ଯା ମୁଁ ଆସୁଛି ଆଉ ତୁମେ ତ ଜାଣ ତୁମକୁ ଭଲ ପାଇଛି

My Chromosome numbers are fixed

My Chromosome numbers are fixed Total of 40 6 and are suffixed by XY Some genes are fixed for cold allergy I cannot say 2 1000 20 22 goodbye

Friday 30 December 2022

Who has a few good friends

Who has a few good friends He does enjoy suffering Being with the SCB’ 90 Everything is an offering

ଅତି ଅଧିକ ଚଞ୍ଚଳ ମନ

ଅତି ଅଧିକ ଚଞ୍ଚଳ ମନ ଅଙ୍ଗ ପ୍ରତ୍ୟଙ୍ଗରେ ରୋଗ ଦୋଷ ନ ଧରିବୁ ସାଙ୍ଗ ଅଳ୍ପ ଶାନ୍ତି ବେଶୀ ରାଗ

Thursday 29 December 2022

ଜୀବାଣୁ ସେମିତି ମଣିଷ ଖାଏ

ଜୀବାଣୁ ସେମିତି ମଣିଷ ଖାଏ ଯେମିତି ମଣିଷ ଖାଏ ଛେଳି ଯେମିତି କର୍ମକୁ ସେମିତି ଫଳ କେହି କେହି ପାରିବନି ଟାଳି

A crow carries food home

A crow carries food home She does not know cooking A crow flies in the sky She does not know booking

ଅଗଣାରୁ ଖଣ୍ଡେ ବାସି ରୁଟି

ଅଗଣାରୁ ଖଣ୍ଡେ ବାସି ରୁଟି ଥଣ୍ଟେ ବୋହି ନେଲା କାଉ ଜାତି ଗୋତ୍ର କିଏ ପଚାରେ ପେଟ ପୋଡେ ହାଉ ହାଉ

ଅଦିନେ ବହେ ମଳୟ

ଅଦିନେ ବହେ ମଳୟ ମନ କୋକିଳ ଅଧୀର ଆସିଲେ କି ରାଧାପ୍ରାଣ ମଥୁରା ଲାଗେ ମଧୁର

ଏକା ଚୌକି ଏକା ଗିଲାସ

ଏକା ଚୌକି ଏକା ଗିଲାସ ଅଇଁଠା ଥାଳି ହୁଏ ଧୋଇ ଅହଂକାର କିଛି ଉଣା ହୁଏ ହୋଟେଲକୁ ଗଲେ ଖାଇ

Wednesday 28 December 2022

ଅତି ମୃଦ୍ୟୁ ପ୍ରଶାନ୍ତ

ପ୍ରଶାନ୍ତି ନିଳୟ ସମ ଓଲଟ ବୃକ୍ଷର ଛାଇ ସେ ନିର୍ମଳ ଆଦିମୂଳ ବସିବା ଭାଗ୍ୟ ନାହିଁ

ଗଛରେ ପାଚିଲେ ପତ୍ର

ଗଛରେ ପାଚିଲେ ପତ୍ର ପବନ ଦେଲେ ଝଡ଼େ ହୁଏ ଯେବେ ଏକୁଟିଆ ତୋ କଥା ମନେ ପଡେ

ରାଧାରାଣୀର ମନ ନେଇ

ରାଧାରାଣୀର ମନ ନେଇ ଯେବେ କୃଷ୍ଣକୁ ଖୋଜିଲି କେଡେ ତା କଠୋର ହିଆ ସଖିଲୋ ନିଜେ ମୁଁ ବୁଝିଲି

Monday 26 December 2022

ଖୋଜିଲେ ନ ମିଳେ ଲେଶ

ଆଗମ ନିଗମ ଭେଟ ନାହିଁ ଅତି ଦୁର୍ଲଭ କୃଷ୍ଣଭକ୍ତି ରସ କେବଳ ସାଧୁ ସାଙ୍ଗ ସକ୍ଷମ ଖୋଜିଲେ ନ ମିଳେ ଲେଶ

ମୁଁ ଦେଖିନି ମୋ ପଛ

ମୁଁ ଦେଖିନି ମୋ ପଛ ମୁଁ ଦେଖିନି ମୁଣ୍ଡ ବାଳ ପର କଥା ଚର୍ଚ୍ଚା କରି ସରିଗଲା ମୋ କାଳ

Sunday 25 December 2022

What if my love you take a rebirth

What if my love you take a rebirth Everywhere there would be peace What if I would be standing around Everywhere there would be bliss

MV and TV kiss life in diastole

MV and TV kiss life in diastole AV and PV kiss life in systole If any valve stops doing well The heart is fired from a pistol

When science was most popular

When science was most popular Then I was living on earth When spiritualism would be popular Then I want to take a rebirth

ତୋତେ ଖରା ମୋତେ ଖରା

ତୋତେ ଖରା ମୋତେ ଖରା ତୋତେ ଶୀତ ମୋତେ ଶୀତ ପଞ୍ଚଭୂତରେ ଗଢା ଏ ଜଗତ ଜଣେ ନାଉରି ଗୋଟେ କାତ

Saturday 24 December 2022

ତୁ ନିଜ ପୂଜା କରୁ ନିଜେ

ତୁ ନିଜ ପୂଜା କରୁ ନିଜେ ତୁ ଘଟ ଘଟ ମଧ୍ୟେ ସାକ୍ଷୀ ମୁଁ ମନ୍ତ୍ର ତନ୍ତ୍ର ଜ୍ଞ୍ୟାନ ହୀନ ଦେଖିବକି ଏ ପାପ ଆଖି

ସେବାକୁ କରି ତକିଆ

ସେବାକୁ କରି ତକିଆ ରଖିଲି ମୁଁ ମୁଣ୍ଡ ତଳେ ଆତ୍ମାକୁ ଭେଟବି ଆଶା ପ୍ରଭୁ ତୋ କୃପା ବଳେ

Stop snatching

Stop snatching Enjoy own cake None is successful You won't take

ଆକାଶ ଛାଡି ବରଷା

ଆକାଶ ଛାଡି ବରଷା ଭୁଇଁରେ ପଡେ ଲୋଟି ସେବା କରିବାକୁ ଅଖିଳ ମଣଇ ପୁଣ୍ୟ କୋଟି [1] ବୃକ୍ଷରେ ପାଚିଣ ଫଳ ଭୁଇଁରେ ପଡେ ଲୋଟି ସେବା କରିବାକୁ ଅଖିଳ ମଣଇ ପୁଣ୍ୟ କୋଟି [2]

Friday 23 December 2022

ଅନ୍ଧାର ଦୀପ ସୁନ୍ଦର

ଅନ୍ଧାର ଦୀପ ସୁନ୍ଦର ସୁନ୍ଦର ପ୍ରଥମ ପ୍ରେମ କାନକୁ ଫୁଲ ସୁନ୍ଦର ସୁନ୍ଦର ସୀତା ରାମ

Thursday 22 December 2022

ହେ ରସ ରସିଆ ରସ ସାଗର

ମାଗୁଣି ମୋ ଗୋଟେ ଗିଲାସ ହେ ରସ ରସିଆ ରସ ସାଗର ପିଇକରି ତୋ ପାଦେ ପଡ଼ିଥିବି ଚାବି ପକେଇ ଘରର ଦୁଆର

ତୁ ଆନନ୍ଦ ସାଗର ଶ୍ରୀହରି

ତୁ ଆନନ୍ଦ ସାଗର ଶ୍ରୀହରି ମୁଁ କୂଳରେ ଭକ୍ତିର ଜୁଆର ତୋ ଆଲିଙ୍ଗନେ ମୋ ମୁକ୍ତି କୃପା ଆଖି ଖୋଲ ଦୁଆର

ଆହାଃ କି ଉଦାର ହିଆ

ମୁଁ ସିନା ରାମ ବାରିକ ତୁ ଅଟୁ କାଳିଆ ସୁନା କି ବିଶାଳ ତୋ ହିଆ ମୁଁ କେଡେ କ୍ଷୁଦ୍ର ମନା

Wednesday 21 December 2022

ସୁକ୍ଷ୍ମାନୁଭୂତି ହିଁ ବିଜ୍ଞ୍ୟାନ

ସୁକ୍ଷ୍ମାନୁଭୂତି ହିଁ ବିଜ୍ଞ୍ୟାନ ତତ୍ସତ ହେତୁ ହିଁ ଜ୍ଞ୍ୟାନ ପ୍ରତକ୍ଷ୍ୟ ହେତୁ ପ୍ରଜ୍ଞ୍ୟାନ ମୁଁକାର ହେତୁ ଅଜ୍ଞ୍ୟାନ

ପାଦ ବଢେଇଛ ଲକ୍ଷ୍ମୀଙ୍କୁ

ପାଦ ବଢେଇଛ ଲକ୍ଷ୍ମୀଙ୍କୁ ଭକତକୁ ଦେଇଛ ହୃଦୟ ଭୁଜତଳେ ଟିକେ ବସନ୍ତି ଦୀନପ୍ରତି ହେଲେ ସଦୟ

Tuesday 20 December 2022

Sunday 18 December 2022

ଜହ୍ନର କଳଙ୍କ ଦୂରରୁ ଦିଶେ

ଜହ୍ନର କଳଙ୍କ ଦୂରରୁ ଦିଶେ ବାଟ ନ ଛାଡେ ନିଜର ପାପ ପ୍ରଥମ ପ୍ରେମ ସେତେ ସୁନ୍ଦର ଯେତେ ସୁନ୍ଦର ଅନ୍ଧାର ଦୀପ

ସଂକଳ୍ପ ଯାହାର ସନ୍ଥପାଳନ

ସଂକଳ୍ପ ଯାହାର ସନ୍ଥପାଳନ ସେ ସ୍ମିତହାସ ବଂଶୀଧାରୀ କେହି ନ କହିଲେ ଆହାଃ ସେ ନିଜେ ଆସେ ଅବତରି

First successful replantation of forearm in AIIMS Bhubaneswar

Saturday 17 December 2022

ଅତି ନିକଟରେ ରୂପ ରସ ଗନ୍ଧ

ଅତି ନିକଟରେ ରୂପ ରସ ଗନ୍ଧ ତେଣୁ ଜଣେ ଭଲ ଜଣେ ମନ୍ଦ ଅତି ଦୂରରୁ ସବୁ ନୀଳ ନିର୍ମଳ ତେଣୁ ନ ମାନେ କୌଣସି ବନ୍ଧ

Religion is simple

Religion is simple No give or no take Element celebrates Nothing is fake

Friday 16 December 2022

ଘର ଭରିଯାଏ ଆଲୋକରେ

ଘର ଭରିଯାଏ ଆଲୋକରେ ଖୋଲିଦେଲେ ଦାଣ୍ଡ କବାଟ ସାଙ୍ଗରେ ଥିଲେ ସତ୍ୟ ଶାନ୍ତି ଉପାୟ ଶୁନ୍ୟ ହୁଅଇ କପଟ

କେବଳ ସତ୍ୟ ଶାନ୍ତି ଦୟା କ୍ଷମା

କେବଳ ସତ୍ୟ ଶାନ୍ତି ଦୟା କ୍ଷମା ରାଜା ପ୍ରଜା ପାଳନ୍ତି ନ କରି ଭିନ୍ନ ଗ୍ରୀଷ୍ମ ପରେ ପୁଣି ବରଷା ଆଣନ୍ତି ଦିଅନ୍ତି ତୃଷାକୁ ଜଳ କ୍ଷୁଦାକୁ ଅନ୍ନ

Thursday 15 December 2022

ଆଖିରେ ନ ଥାଏ ସ୍ୱୀକୃତି

ଆଖିରେ ନ ଥାଏ ସ୍ୱୀକୃତି ହାତ ନ ହୁଏ ଯୋଡ ହସ୍ତ ଓଠରୁ ହଜିଯାଏ ସ୍ମିତହାସ ଅହଂକାର ମଦ ବଡ଼ ମସ୍ତ

ଶୀତକୁ ଲୋଡ଼ା ଖଣ୍ଡେ ଚାଦର

ଶୀତକୁ ଲୋଡ଼ା ଖଣ୍ଡେ ଚାଦର ସେବା ଚାହେଁ ଟିକେ ଆଦର ସେହି ପ୍ରଭୁଙ୍କୁ ମିଳେ ମୁଣ୍ଡିଆ ଯିଏ ପ୍ରକୁତରେ ବଡ଼ ଉଦାର

Wednesday 14 December 2022

ସେବକ ପ୍ରଭୁ ଭିତରେ କିଛି ତଫାତ

କିଛି ତଫାତ ସେବକ ପ୍ରଭୁ ଭିତରେ ସେବକ ସେବା ପାଇଁ ପାଏ ଆଦର କ୍ଷମତା ପାଇଁ ପ୍ରଭୁଙ୍କୁ ଜୁହାର ମିଳେ ଲୋକପ୍ରିୟ ହୁଏ ପ୍ରଭୁ ଥିଲେ ଉଦାର

କଢରୁ ଫୁଲକୁ ଦିନ କେତୁଟା

କଢରୁ ଫୁଲକୁ ଦିନ କେତୁଟା ଫୁଲରୁ ଫଳ ପାଚିବା ମାସେ ଏତ ଜନମ ଜନମ ଅପେକ୍ଷା ରଙ୍କ ତୋ ପଦକମଳ ଆଶେ

Let all the cuckoo sings

Let all the cuckoo sings When you visit the world Let all the flowers blooms When you visit the world

Tuesday 13 December 2022

ରୋଦ୍ରତାପରେ ପୋଖରୀ ଶୁଖେ

ରୋଦ୍ରତାପରେ ପୋଖରୀ ଶୁଖେ ଶୁଖି ଫାଟି କରେ ଆଁକରେ ପଙ୍କ ଉପାୟ ଶୂନ୍ୟ ମୀନକୁ ଯେ ରଖେ ତାହା ଲୀଳା ଶୁଣିବାକୁ ମନ ରଙ୍କ

Monday 12 December 2022

ଉପରୁ ଠେଲିବା ସହଜ

ଉପରୁ ଠେଲିବା ସହଜ ତଳୁ ଉଠେଇବା କଷ୍ଟ ଉଭୟ ସଫଳ କର୍ମ ଗୁଣ ନ ହେଲେ ନଷ୍ଟ

ମନକୁ ଯତ୍ନେ ଧୋଇ ସଫାକଲେ

ମନକୁ ଯତ୍ନେ ଧୋଇ ସଫାକଲେ ବିଶୁଦ୍ଧ ଆତ୍ମା ଦିଶଇ ଅତିବ ସ୍ପଷ୍ଟ ନିଜକୁ ନିଜର କରି ନ ପାରିଲେ ପରମ ଆତ୍ମା ହରେ ସକଳ କଷ୍ଟ

କୁସଙ୍ଗ ସାଙ୍ଗରେ ପଡି

କୁସଙ୍ଗ ସାଙ୍ଗରେ ପଡି ପାରେନି ଦେଖାଇ ମୁଁହ କାନ୍ଧ ଉପରେ ମୁଣ୍ଡଟା କୋଇଠି ଥୋଇବି କୁହ

Sunday 11 December 2022

କଳିରୁ ଫୁଲ ଫୁଲରୁ କଷି

କଳିରୁ ଫୁଲ ଫୁଲରୁ କଷି କଷିରୁ ଫଳ ଫଳରୁ ମଞ୍ଜି ନିଷ୍କପଟ ଧର୍ମ ପାଳେ ଧରା ଶ୍ରୀଗୁରୁ ପାଦ ପଦ୍ମକୁ ଭଜି

Whatsoever I am writing

Whatsoever I am writing Already being told by many If you wish to read again No need to pay a penny

Rather die with honor

Rather die with honor Than succeed with fraud Rather bloom for a night Than remain ever bud

ଫଳ ଝୁଲୁଥାଏ ଡାଳରେ

ଫଳ ଝୁଲୁଥାଏ ଡାଳରେ ଯେ ଯାଏ ନ ଅଛି ପାଚି ସରଳକୁ ରଖେ ଶ୍ରୀହରି ନ ମାଗିଲେ ଦିଏ ଯାଚି

ଦୀନ ଦୁଃଖୀ ସେବିବାକୁ

ସେବିବାକୁ ଦୀନ ଦୁଃଖୀ ଏଠି ଅବତାର ବନବାସୀ ବେଦ ନ ଜାଣେ କାହିଁକି ପଦ୍ମା ସେବେ ବ୍ରହ୍ମରାଶି

Saturday 10 December 2022

ସୂର୍ଯ୍ୟଠାରୁ ରଙ୍ଗ ନେଇ

ସୂର୍ଯ୍ୟଠାରୁ ରଙ୍ଗ ନେଇ ପାଖୁଡା ଖୋଲେ ଫୁଲ ସାଧୁ ସଙ୍ଗ କରୁଥିଲେ ସଦା ସର୍ବଦା ହୁଏ ଭଲ

ସୂର୍ଯ୍ୟ ବୁଡ଼ିଗଲେ ରାତି

ସୂର୍ଯ୍ୟ ବୁଡ଼ିଗଲେ ରାତି ବାଦଲ ହଟିଗଲେ ଖରା ଅଵିଵେକୀତା କି ଲୁଚିବ ନିଶ୍ଚୟତ ପଡଇ ଧରା

ସେବତୀ ଆଖିରେ ଜମାରୁ ନିଦ ନାହିଁ

ସେବତୀ ଆଖିରେ ଜମାରୁ ନିଦ ନାହିଁ ମାଘ ରାତି ଶୀତ ଥରାଏ ଗୋଡ଼ ହାତ ପ୍ରତେକ ପାଖୁଡା ସଜାଡ଼େ ଅତର ସିଞ୍ଚି ସୁପ୍ରଭାତ ସକଳ ଅପେକ୍ଷା ହେବ ଅନ୍ତ