Sunday 31 December 2023
କେଉଁଠାରୁ ଆସିଲି ମୁଁ କେଉଁଠାକୁ ଯିବି
କେଉଁଠାରୁ ଆସିଲି ମୁଁ କେଉଁଠାକୁ ଯିବି
ହେ ନୀଳ ମାଧବ କିଛି କିଛି ନାହିଁ ଜଣା
ପତିତପାବନ ହଲେଇ ପଥ ଦେଖାଇବୁ
ହୃଦୟରେ ନାହିଁ ଜ୍ଞ୍ୟାନ ଭକ୍ତି ଏକ ଅଣା
ମନ୍ଦାର ଫୁଲ ଚୋରକୁ ଖୋଜି ଖୋଜିକା
ମନ୍ଦାର ଫୁଲ ଚୋରକୁ ଖୋଜି ଖୋଜିକା
ପହଞ୍ଚିଲି ମାଆ କଟକ ଚଣ୍ଡୀଙ୍କ ଅଳାରେ
ଅଖିଳ ଜନନୀ ହସୁଥିଲେ ସ୍ମିତ ସ୍ମିତ ସ୍ମିତ
ମନ୍ଦାର ଭିଜୁଥିଲା ଆଖିର ଭକ୍ତି ଜଳରେ
ଆସ ବନ୍ଧୁ ହେ ସଜେଇବା ଆମ ପରିବେଶ
ଆସ ବନ୍ଧୁ ହେ ସଜାଇବା ଆମ ପରିବେଶ
ସମସ୍ତେ ଜାଣନ୍ତି ଅମୃତ କାଳ ଯାଉଛି ସରି
ଓଡିଶା ପଡିଶା ସେବା ସବୁଠୁଁ ମହତ୍ତ କର୍ମ
କହିଲେ ଶ୍ରୀଜଗନ୍ନାଥ ବାରମ୍ବାର ଅବତରି
ତୁମ୍ଭେ ହିଁ ଶିଶୁ କିଶୋର ଯୁବା ଜରା
ତୁମ୍ଭେ ହିଁ ଶିଶୁ କିଶୋର ଯୁବା ଜରା
ନିର୍ବିକାର ବିକାର ଆମିଷ ନିରାମିଷ
ତୁମ୍ଭେ ହିଁ ଗୁରୁ ଶିଷ୍ୟ ଅକ୍ଷର ଶିକ୍ଷ୍ୟା
ସର୍ବାକାର ନିରାକାର ଦୁଷ୍ଟ ସୁଭାଶିଷ
Saturday 30 December 2023
ଦିବସ ରଜନୀ ବିତେ ଭକ୍ତଙ୍କ ମେଳରେ
ଦିବସ ରଜନୀ ବିତେ ଭକ୍ତଙ୍କ ମେଳରେ
ସପରିବାରକୁ ନିମନ୍ତ୍ରଣ ଆସିବେ ଘରେ
କମଳା ସେବିତ ପଦ୍ମ ପାଦ ସ୍ପର୍ଶକୁ ବାଞ୍ଛା
ଯେତେ ଦର୍ଶନ କଲେ ବି ମନ ନ ଭରେ
ନିମନ୍ତ୍ରଣ ରହିଲା ତୁମକୁ ହେ ଚକା ଆଖି
ନିମନ୍ତ୍ରଣ ରହିଲା ହେ ତୁମକୁ ଚକା ଆଖି
ଶ୍ରୀମନ୍ଦିର ପହଡ଼ ପଡିଲେ ଘର ଆସିବେ
ପାଦ ଚିପୁଥିବି ଭୁଞ୍ଜୁଥିବ ପତ୍ନୀ ହାତରନ୍ଧା
ଏହି ଚକ୍ଷୁ ବେନି ଭକ୍ତି ଜଳରେ ଭାସିବେ
Friday 29 December 2023
ତୁମେ ନା ସେହି ଶ୍ରୀରାଧାର ଶ୍ରୀଗୋବିନ୍ଦ
ତୁମେ ନା ସେହି ଶ୍ରୀରାଧାର ଶ୍ରୀଗୋବିନ୍ଦ
କେଡେ ମଧୁର ତୁମର ପ୍ରେମ ଆବେଦନ
ଲେଖିଥିଲ ଦେହି ପଦ ପଲ୍ଲବମୁଦାରମ୍
ଧନ୍ୟ ସେ ଜୟଦେବର ଭକ୍ତି ନିବେଦନ
ଚକା ଡୋଳାର ନ ଦିଶେ ପାଦ ପାଣି
ଚକା ଡୋଳାର ନ ଦିଶେ ପାଦ ପାଣି
ଏ ପାପି ଆଖିରେ କି ପଡିଲା ପରଳ
ଚକା ଡୋଳା ନ ଖାଏ ବାଢି ଦେଲେ
ଏ ପାପି ମନରେ କି ପଡିଲା ଗରଳ
Thursday 28 December 2023
ସକଳ କିଛି ହିଁ କେବଳ ଏକ ଅକ୍ଷର
ସକଳ କିଛି ହିଁ କେବଳ ଏକ ଅକ୍ଷର
ମୋ ସନ୍ଦେହୀ ମନକୁ ନାହିଁ ବିଶ୍ୱାସ
ଅନନ୍ତ ଶୟନେ ଶ୍ରୀଗୁରୁ ଶୋଇଲେ
ଅପଲକ ହେ ପ୍ରାଣକୁ କର ଉଶ୍ବାଶ
ତାହାର ମନୁଷ୍ୟ ଜନ୍ମ ହୁଅଇ ଧନ୍ୟ
ତାହାର ମନୁଷ୍ୟ ଜନ୍ମ ହୁଅଇ ଧନ୍ୟ
ହେ କୃଷ୍ଣ ଯାହାକୁ ଦେଉ ତୁହି ଧରା
ବାସୁକୀ ଭଳି ସାତ ଫେଣାରେ ଢ଼ାଙ୍କୁ
ଦେହରେ ପଡୁଥିଲେ ରୌଦ୍ର ଖରା
Wednesday 27 December 2023
ରାତିର ଅନ୍ଧାରରେ ଜହ୍ନି ଫୁଲ ଫୁଟିଲୁ
ରାତିର ଅନ୍ଧାରରେ ଜହ୍ନି ଫୁଲ ଫୁଟିଲୁ
ବିତରେ ଚଉପାଶେ ମୃଦ୍ୟୁ ମୃଦ୍ୟୁ ବାସ
ପହଡି ପଡ଼ିଲାଣି ଶ୍ରୀପତି ଶୋଇଲେଣି
ଅନନ୍ତ ଶୟନ କକ୍ଷ ସଜେଇବାକୁ ଆଶ
ଆହାଃ ଜୀବ ସହିତ କେତେ ଭାବ ରଖିଥିଲି
ଆହାଃ ଜୀବ ସହିତ କେତେ ଭାବ ରଖିଥିଲି
ସେହିଁ ମହାଶଶ୍ମାନରେ ଏକାକରି ଛାଡିଗଲା
ଆହାଃ ଜୀବନେ ଶିବ କେବେ ପୂଜି ନ ଥିଲି
ସେ ଆଶୁତୋଷ ଜଟାରେ ତା ଆଶ୍ରା ଦେଲା
ଅଳିଆ କୁଢରେ ବ୍ରହ୍ମ ଅଗ୍ନି ଧରେଇଲୁ
ଅଳିଆ କୁଢରେ ବ୍ରହ୍ମ ଅଗ୍ନି ଧରେଇଲୁ
ଅଖିଳ ନିଖିଳ ତେଜ ପୁଞ୍ଜରେ ପୁରିଛି
କିଏ ତୁମ୍ଭେ ହେ ଜ୍ୟୋତିର୍ମୟ ପୁରୁଷ
ମନ୍ଦିର ଦୀପ ଆଲୋକରେ ଖୋଜୁଛି
Tuesday 26 December 2023
ଧର୍ମ ସଂସ୍ଥାପନେ ମା ଅଗ୍ନିରେ ପଶିଲୁ
ଧର୍ମ ସଂସ୍ଥାପନେ ମା ଅଗ୍ନିରେ ପଶିଲୁ
ଧର୍ମ ସଂସ୍ଥାପନେ ମା ହେଲୁ ବିବସନା
ତୋର ସନ୍ତାନ ହାତରେ ଭକ୍ତି ମନ୍ଦାର
ମାଆ ଗୋ ଥରେ ହୃଦୟରେ ବସନା
Monday 25 December 2023
ଶିଶୁର ମୁଖ ଅରବିନ୍ଦରେ ଚାହିଁଲା ଲୋ
ଶିଶୁର ମୁଖ ଅରବିନ୍ଦରେ ଚାହିଁଲା ଲୋ
ଆଲୋ ସିଏ କୋଇଲି କଣ୍ଠରେ ଡାକିଲା
ଫୁଲ ପାଖୁଡା ପାଖୁଡାରେ ହସିଲା ଲୋ
ଆଲୋ ସେହି ଝରଣା ଛନ୍ଦରେ ନାଚିଲା
ଶିଶୁର ଦାରୋଟି ହସରେ ଚାହିଁଲା ଲୋ
ଶିଶୁର ଦାରୋଟି ହସରେ ଚାହିଁଲା ଲୋ
ଆଲୋ ସେ କୋଇଲି କଣ୍ଠରେ ଡାକିଲା
ଯେଉଁ ବାଟେ ଗଲା ସେହି ପଦ୍ମ ଫୁଟିଲା
ମନ ଲୋ ତା ଶରଧା ବାଲିକୁ ଝୁରି ମଲା
ରାଧା ଜନ୍ମାଷ୍ଟମୀ କୃଷ୍ଣ ଜନ୍ମାଷ୍ଟମୀ
ରାଧା ଜନ୍ମାଷ୍ଟମୀ କୃଷ୍ଣ ଜନ୍ମାଷ୍ଟମୀ
ତାର ମୁଖ ମଣ୍ଡଳରେ ଦୁଇ ତିଥି
ନାକରେ ଗୁଣା ଶିରେ ଶିଖି ପୂଛ
କେବଳ ଲୀଳା ନିମନ୍ତେ ଅତିଥି
Sunday 24 December 2023
ସକଳ ଜୀବ ପାଞ୍ଚୋଟି ଭୂତରେ ଗଢ଼ା
ସକଳ ଜୀବ ପାଞ୍ଚୋଟି ଭୂତରେ ଗଢ଼ା
ଜୀବନ ଜୀବିକା ଏକ ସଂସାର ହାଟରେ
ଧର୍ମ କେବଳ ଦାତବ୍ୟ ଚିକିତ୍ସାଳୟଟିଏ
କେହି ଝୁଣ୍ଟି ପଡିଲେ ସଂସାର ବାଟରେ
Saturday 23 December 2023
ଜୀବ ପରମ ଦୁହେଁ ଭେଟ ପଡିଲେ
ଜୀବ ପରମ ଦୁହେଁ ଭେଟ ପଡିଲେ
ଯହିଁ ଠିଆ ହୋଇଥିଲା ଗରୁଡ ପକ୍ଷୀ
ବଚନ ନ ସ୍ଫୁରିଲା ଜାବ ପଡିଗଲା
କେଡେ ଉଦାର ଦିଶୁଥିଲା ଚକାଆଖି
ହୃଦୟ ବସାକୁ ଥରେ ଆସ ବଂଶୀଧର
ହୃଦୟ ବସାକୁ ଥରେ ଆସ ବଂଶୀଧର
ଶ୍ରୀମନ୍ଦିର ପହଡ଼ ପଡିଲେ ଥରେ ଆସ
କାଳୀୟ ଦଳି ଥକି ପଡ଼ିଥିବ ପଦ୍ମ ପାଦ
ଧୀରେ ଧୀରେ ଚିପିବି ଲାଗିବ ଉଶ୍ବାଶ
ଆସ ଆସ ଆସ ଆସ ଆସ ହେ କେଶବ
ଆସ ଆସ ଆସ ଆସ ଆସ ହେ କେଶବ
ଆସ ଆସ ଆସ ହେ ସକଳ ହୃଦୟ ବାସା
ପଦ୍ମପାଦ ଯୋଡିକୁ ଧୀରେ ଧୀରେ ଚିପୁଥିବି
ହେ ଅନ୍ତର୍ଯ୍ୟାମୀ ନାହିଁ ମୋର ଅନ୍ୟ ଆଶା
Friday 22 December 2023
ବଡ ଚଗଲା ବଡ ଚଞ୍ଚଳ ମନକୁ ନେଇ
ବଡ ଚଗଲା ବଡ ଚଞ୍ଚଳ ମନକୁ ନେଇ
ଜାଣେନି କିଭଳି ସାରିବି ଭଵ ଯାତରା
କାମ କ୍ରୋଧ ଲୋଭ ତାର ଭାରି ପସନ୍ଦ
ଦେହ କେବେ ନ ଦିଶେ ସଫା ସୁତୁରା
Thursday 21 December 2023
ଧନୀ ମାଗଇ ମାଆ ଗୋ ବିପୁଳ ଯଶ
ଧନୀ ମାଗଇ ମାଆ ଗୋ ବିପୁଳ ଯଶ
ଦରିଦ୍ର ମାଗଇ ମାଆ ଗୋ ବିପୁଳ ଧନ
ବାଣ୍ଟି ବାଣ୍ଟି ମାଆ ଗୋ ପାଦ ବିନ୍ଧୁଥିବ
ଏ ଅଭାଗା ପାଦ ସେବାକୁ କଲା ମନ
Wednesday 20 December 2023
ଏଡ଼େ ତ୍ରିପଣ୍ଡ କଳା ତୋ ଦେହ ଭଅଁର
ଏଡ଼େ ତ୍ରିପଣ୍ଡ କଳା ତୋ ଦେହ ଭଅଁର
ତୁହି କି କାଳିଆକୁ ପକେଇଲୁ କୁଣ୍ଢେଇ
ଏତେ ସଦ୍ୟ ପଦ୍ମ ଗନ୍ଧ ତୋ ଦେହରେ
ତୁହି କି ପଦ୍ମପାଦକୁ ବୁଲୁଅଛୁ ମୁଣ୍ଡେଇ
ମନ୍ତ୍ରର ଆକାରେ ତୋର ମୂର୍ତ୍ତି
ମନ୍ତ୍ରର ଆକାରେ ତୋର ମୂର୍ତ୍ତି
ତନ୍ତ୍ରର ପ୍ରକାରେ ତୋର ପୂଜା
ମୁଁ ଅଜ୍ଞ୍ୟାନ କିଛି ଜାଣେ ନାହିଁ
ଶରଣାଗତକୁ ରଖ ଦଶ ଭୁଜା
Tuesday 19 December 2023
Monday 18 December 2023
ତୁମ୍ଭେ ହରି ବାଛିଲ ମୋର ଜନକ ଜନନୀ
ତୁମ୍ଭେ ହରି ବାଛିଲ ମୋର ଜନକ ଜନନୀ
ତୁମ୍ଭେ ହରି ବାଛିଲ ଜନ୍ମ ଭୂମି ମାତୃ ଭାଷା
ତୁମ୍ଭେ ହରି ହେ କର୍ତ୍ତା କର୍ମ କ୍ରିୟା କର୍ତବ୍ୟ
ତୁମ୍ଭେ ହରି ହେ ପ୍ରାଣପକ୍ଷୀର ବସା ଆଶା
ପ୍ରିୟ ଟିଙ୍କୁ ଟିଙ୍ଗାଲୁ ବହୁରୁପି
ପ୍ରିୟ ଟିଙ୍କୁ ଟିଙ୍ଗାଲୁ ବହୁରୁପି
ସରଳ ମିଲି ନ ପାରେ ଜାଣି
ଦୁହିଁଙ୍କ ଯୋଡି ଭାରି ସୁନ୍ଦର
ଦର୍ଶକ ମନକୁ ନିଅନ୍ତି କିଣି
କିଏ ସେହି ମାଆ ଗୋ ଏଡ଼େ ଭାଗ୍ୟବନ୍ତ
କିଏ ସେହି ମାଆ ଗୋ ଏଡ଼େ ଭାଗ୍ୟବନ୍ତ
ତୋତେ ସଜେଇବାରେ କାଟେ ସେ ଦିନ
କରୁଣାମୟୀ ମା ଘଣ୍ଟ ଘୋଡେଇ ରଖିବୁ
ତୋର ଏ ବେଶ ମା ଦେଖୁଥିବି ସବୁଦିନ
Sunday 17 December 2023
ତୁହିରେ ଗୋବିନ୍ଦ ଭାଵର ଅଥଳ ସାଗର
ତୁହିରେ ଗୋବିନ୍ଦ ଭାଵର ଅଥଳ ସାଗର
ପହଁରି ପହଁରି ମନ ମୀନଟି ନ ପାଏ କୂଳ
ତୋ ଭାବ ବନିଶୀରେ ଧରିନେ ଗୋବିନ୍ଦ
ଥାଉଁ ଥାଉଁ ଜୀବ ଲଭୁ ତୋର ପାଦତଳ
କେନ୍ଦୁବିଲ୍ୱ ନିବାସୀ ଜୟଦେବ ବ୍ରାହ୍ମଣ
କେନ୍ଦୁବିଲ୍ୱ ନିବାସୀ ଜୟଦେବ ବ୍ରାହ୍ମଣ
କୁଟିରେ ଦେଖିଲେ ରାଧା କୃଷ୍ଣ ଲୀଳା
କେଡେ ପୂଣ୍ୟ ପାଇଁ ଏଡ଼େ ବଡ କୃପା
ଦୟାକରି କହିବକି ହେ ଚକା ଡୋଳା
ତୁମେ ଭାଵର ଅଥଳ ସାଗର ହେ ଗୋବିନ୍ଦ
ତୁମେ ଭାଵର ଅଥଳ ସାଗର ହେ ଗୋବିନ୍ଦ
ତୁମରି ଅଧରରେ ମୋହନ ବଂଶୀଟି କୁହୁକ
ତୁମେ ଲୀଳାର ଅବଢ଼ା ଥାଳି ହେ ଗୋବିନ୍ଦ
ତୁମରି ପାଦରେ ବସା ବାନ୍ଧେ ମନ ଡାହୁକ
Saturday 16 December 2023
Friday 15 December 2023
ଜୀବକୁ ସୁଖ ସଶ୍ରମ ସଂସାର କାରା
ଜୀବକୁ ସୁଖ ସଶ୍ରମ ସଂସାର କାରା
ଶବକୁ ସୁଖ ଶଶ୍ମାନ ନିଘୋଡ଼ ନିଦ
ଆତ୍ମାକୁ ସୁଖ ନୀଳକନ୍ଦର ବ୍ରହ୍ମଦାରୁ
ବୈଷ୍ଣବକୁ ସୁଖ ବଂଶୀ ମଧୁର ନାଦ
Thursday 14 December 2023
କେତେ ଯେ କର୍ମ ଫଳ ଖାଇଲିଣି
କେତେ ଯେ କେତେ କର୍ମ ଫଳ ଖାଇଲିଣି
ହେଲେ କେବେ ନ ପୁରଇ ମୋର ପେଟ
ବ୍ରହ୍ମଦାରୁ ଫଳ ଗୋଟିଏ ଖାଇକି ଦେଖନ୍ତି
ହେଲେ ସତେ କି ହେବ କାଳିଆର ଭେଟ
Wednesday 13 December 2023
ଅସହାୟର ଅଭାବ ଅଂହଙ୍କାର
ଅସହାୟର ଅଭାବ ଅଂହଙ୍କାର
ନିର୍ଧନୀ ଠାରେ ଅଭିମାନ ଉଣା
ବୈଷ୍ଣବର ଅଭାବ ଛନ୍ଦ କପଟ
ସାଧୁଙ୍କୁ ମାୟା ନ କରେ ବଣା
ପ୍ରଥମାଷ୍ଟମୀରେ ହଳଦୀ ପତର ଏଣ୍ଡୁରି
ପ୍ରଥମାଷ୍ଟମୀରେ ହଳଦୀ ପତର ଏଣ୍ଡୁରି
ରଜରେ ବିଡିଆ ପାନ ମଣ୍ଡା ପୋଡ଼ ପିଠା
କାର୍ତ୍ତିକ ପୁର୍ଣିମାରେ ଡଙ୍ଗା ଭସା ତୋରଣ
ଭାଦ୍ରବ ମାସରେ କାଶ ତଣ୍ଡି ନଦୀର ପଠା
Tuesday 12 December 2023
ସୂର୍ଯ୍ୟ ଚନ୍ଦ୍ର ସମ ଅପଲକରୁ କୃପା ଝରି
ସୂର୍ଯ୍ୟ ଚନ୍ଦ୍ର ସମ ଅପଲକରୁ କୃପା ଝରି
ଦୀନ ଦୁଃଖୀ ରଙ୍କି ଆର୍ତ୍ତିର ଥାଳ ଭରେ
କାହା ଲାଗି ସିଏ ଲୋ ବାଇଶି ପାହାଚ
କିଏ ତା ଭାବେ ଭୋଳା ହୋଇ ତରେ
Subscribe to:
Posts (Atom)