Friday 30 June 2023

ଯାହା ତୁ ଯାଚି ଦେଲୁ ହରି ହେ

ଯାଚି ଯାହା ତୁ ଦେଲୁ ହରି ହେ ଭରିଲା ହୃଦୟ ଭରିଲା ଆଞ୍ଜୁଳି ମାଗୁଛି ମୁଁ ଯାହା ଶୁଣ ହରି ହେ ଆଗରେ ଚାଲୁଥା ଧରି ଆଙ୍ଗୁଳି

ସଂସାରେ ନ ମିଳିବ କାମ ତୋତେ କାଳିଆ

ସଂସାରେ ନ ମିଳିବ କାମ ତୋତେ କାଳିଆ ଚତୁର୍ଦ୍ଧା ମୂର୍ତ୍ତିରୁ କାହାର ନାହିଁ ବି ପାଦ ପାଣି କଳା ସାଆନ୍ତେ ହୋ ମୋତେ ଚାକର ରଖ ଲକ୍ଷ୍ମୀଙ୍କ ଭଣ୍ଡାରରୁ ନିତି ଅବଢା ଦେବି ଆଣି

ସଂସାର ସଭିଙ୍କୁ ଦିଏ କାମ

ସଂସାର ସଭିଙ୍କୁ ଦିଏ କାମ ଯାହାଙ୍କର ଅଛି ପାଦ ପାଣି ମୋତେ ବନ୍ଧୁ କର କାଳିଆ ତୋ ଭାର ମୋ ବେଣୁପାଣି

Thursday 29 June 2023

ଶ୍ରୀରାଧା ରଖନ୍ତେ ତୋର ଶିରରେ ପାଦ

ଶ୍ରୀରାଧା ରଖନ୍ତେ ତୋର ଶିରରେ ପାଦ ଭକ୍ତ ବତ୍ସଳରେ ଗୀତଗୋବିନ୍ଦକୁ ଛନ୍ଦିଲୁ ହୃଦରେ ପାଦ ପ୍ରହାରୀଲା ଶ୍ରୀବତ୍ସ ବ୍ରାହ୍ମଣ ଭକ୍ତ ବତ୍ସଳରେ ପଦକ କରି ତୁହି ପିନ୍ଧିଲୁ

ସମ୍ପଦ ସମୟେ ମଣିଷ ଭାବେ

ସମ୍ପଦ ସମୟେ ମଣିଷ ଭାବେ ମୁଁ ମୁସଲମାନ ଆଉ ତୁହି ହିନ୍ଦୁ ବିପଦ ସମୟେ ମଣିଷ ଭାବେ ହିନ୍ଦୁ ଓ ମୁସଲମାନ ଦୁଇ ବନ୍ଧୁ

Wednesday 28 June 2023

ମୁଖ କମଳରେ କୋଟିଏ ମାଆର ସ୍ନେହଁ

ମୁଖ କମଳରେ କୋଟିଏ ମାଆର ସ୍ନେହଁ ହରିଚନ୍ଦନ ଶୀତଳ ସମ କୋମଳ ଭାଷା ପଦ କମଳରେ ଚଉବର୍ଗ ପ୍ରାପ୍ତିର ପ୍ରଶାନ୍ତି କରୁଣା ସାଗର ହୃଦୟେ କର ମୋ ବସା

ଅତି କୃପଣ ହେଲେ ସଞ୍ଚି ପାରିବ

ଅତି କୃପଣ ହେଲେ ସଞ୍ଚି ପାରିବ ଗୋଟିଏ କି ଦୁଇଟା ସୁନା ଥାଳିଆ ବୃକ୍ଷ ସମ ସହି ପାରିଲେ ସଂସାର ଭେଟିବ ନୀଳକନ୍ଦରରେ କାଳିଆ

Tuesday 27 June 2023

ତୁ ହେଲୁ ସତ୍ୟ ଶିବ ସୁନ୍ଦର

ତୁ ହେଲୁ ସତ୍ୟ ଶିବ ସୁନ୍ଦର ଯେ ମଣିଲା ତୋତେ କନିଷ୍ଠ ନୃସିଂହରୁ ହେଲୁ ଶାନ୍ତାକାର ଯିଏ ମଣିଲା ତୋତେ ଘନିଷ୍ଠ

A flowerpot walks all the corridors

A flowerpot walks all the corridors An ordinary man to a powerful king A flowerpot smiles always like bless Summer winter rain autumn spring

Monday 26 June 2023

Three threads are not enough

Three threads are not enough To keep the horses very tight I desperately need you my love Be with , alone I cannot fight

ଅଢେଇ ଦିନକୁ ମୁଁହି

ଅଢେଇ ଦିନକୁ ମୁଁହି ସବୁ ଦିନକୁ ତୁ ହରି ସର୍ବ ଭୂତରେ ସାକ୍ଷୀ ପଥ କଢ଼ା ହାତଧରି

Sunday 25 June 2023

ଯା ଦେବୀ ସର୍ବ ଭୂତେଷୁ ମା

ଯା ଦେବୀ ସର୍ବ ଭୂତେଷୁ ମା ତୋତେ ସଭିଏଁ ହୁଅନ୍ତି ଗୁଣି ଯା ଦେବୀ ସର୍ବ ଭୂତେଷୁ ମା ତୁ ସଭିଙ୍କ ଲାଗି ପରଶ ମଣି

ସଂସାରୀ ହେଉ କି ସନ୍ୟାସୀ

ହେଉ ସଂସାରୀ ହେଉ ସନ୍ୟାସୀ ମାଟିରେ ଗଢା ହିଁ ସଭିଙ୍କର ଘଟ ଧର୍ମ ଆଚରଣେ ହେଲେ ଅସହାୟ ଶ୍ରୀକ୍ଷେତ୍ର ହୁଏ ଗୋଟିଏ ଡାକ ବାଟ

Like another buggy of a train

Before you leave Give it to others Nature would care Need not to bother

କିଏ ଅଳ୍ପ କିଏ ବେଶୀ

କିଏ ଅଳ୍ପ କିଏ ବେଶୀ ତୁହି ସବୁରି ଚିନ୍ତାମଣି ଭାବକୁ ତୁ ଭାବଗ୍ରାହୀ ତୁହି ସବୁରି କୃପାଖଣି [୧] ଅଢେଇ ଦିନକୁ ମୁଁହି ସବୁ ଦିନକୁ ତୁ ହରି ସର୍ବ ଭୂତରେ ସାକ୍ଷୀ ବାଟ କଢ଼ା ହାତ ଧରି [୨]

Saturday 24 June 2023

ନୀଳ ଆକାଶ ଛୁଏଁ ପଇଡ

ନୀଳ ଆକାଶ ଛୁଏଁ ପଇଡ ପଇଡ ପାଣି ଅତି ସୁସ୍ୱାଦୁ ତୋହର ନାହିଁ ହାତ ପାଦ କାଳିଆ ତୁ କି ଜାଣୁ ଯାଦୁ

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵ ତୁମେ ଆଉ ଥରେ କହ ମନ ନାମ ଅମୃତରେ ହୃଦୟରୁ ଉଛୁଳୁ ମୋହ ନ ପାଉରେ ବସିବା ସ୍ଥାନ

Friday 23 June 2023

ଶ୍ରୀକ୍ଷେତ୍ର ଯାତରା ବଡ଼ ସୁଖ

ଶ୍ରୀକ୍ଷେତ୍ର ଯାତରା ବଡ଼ ସୁଖ ବଡ଼ ସୁଖ ତୋ ରଥ ଯାତରା ବଡଦାଣ୍ଡରେ ପାଦ ବଡ଼ ସୁଖ ବଡ ସୁଖ କାଳିଆ ଆସରା

ତୁହି ମୋ ପାଖରେ କାହିଁକି ଯେ ବସୁଥିଲୁ

ତୁହି ମୋ ପାଖରେ କାହିଁକି ଯେ ବସୁଥିଲୁ ମୋର ଥାଳିରେ ଥିବାଯାଏ ମୁଠାଏ ଭାତ ଆଜି ଠିକ ବୁଝି ପାରୁଛିଲୋ ବୋଉ ଲୋ ଆଖିଲୁହକୁ ବୁଝାଇ ନ ପାରେ ମୋ ହାତ

Thursday 22 June 2023

ହୃଦୟ ପଦ୍ମରେ ବିଶ୍ରାମ କର ହେ ଚକାଆଖି

ହୃଦୟ ପଦ୍ମରେ ବିଶ୍ରାମ କର ହେ ଚକାଆଖି କୋମଳେ ଚିପିଦେବି କମଳା ସେବିତ ପାଦ ଦିନ ଆଠଟା ରହିବ ଏବେ ମାଉସୀ ଘରେ କମଳ ନୟନକୁ ଆସିବ କି ହେ ଭଲ ନିଦ

ବିନା ନିମନ୍ତ୍ରଣରେ ବନ୍ଧୁ

କ୍ଷେତ୍ରରୁ ଆସିଛ ଚାଲି ଚାଲି ହୃଦୟେ ପଦ୍ମେ ବିଶ୍ରାମ କର ଆଖି ଜଳେ ପାଦ ଧୋଇବି ମୁଁ ପାଦ ଚିପି ଦେବି ତୋର

Wednesday 21 June 2023

ଦୁଇଟି ପାଦରେ ଚଞ୍ଚଳ ଏହି ସଂସାର

ଦୁଇଟି ପାଦରେ ଚଞ୍ଚଳ ଏହି ସଂସାର ଏକ ପାଦରେ ଧର୍ମ ଅର୍ଥ କାମ ମୋକ୍ଷ ବିନା ପାଦରେ ନୀଳାଚଳ ନିବାସାୟଃ ମୁକ୍ତି ପଶରା ଶ୍ରୀବତ୍ସ ପଦାଙ୍କିତ ବକ୍ଷ

Tuesday 20 June 2023

ହେ ମଣିମା ମଣିମା ଥରେ ଗୁହାରି ଶୁଣିମା

ହେ ମଣିମା ମଣିମା ଥରେ ଗୁହାରି ଶୁଣିମା ପ୍ରଭୁ ହେ ଥରେ କୃପାନେତ୍ରରେ ଦିଅ ଚାହିଁ ମୋର ଅଢେଇ ଦିନକୁ ବଢ଼େଇ ହେ ପ୍ରଭୁ ଆଉ ଥରେ ଭେଟିବି ମୋର ବିଶ୍ୱାସ ନାହିଁ

ଚକାଆଖି ଦେଖି ବେହୋସ ହୋଇଲି

ଚକାଆଖି ଦେଖି ବେହୋସ ହୋଇଲି ମୁଁ ନ ଜାଣେ କିଏ ସେ ଟାଣୁଥିଲା ରଥ ଅଚଳକୁ ବ୍ରହ୍ମକୁ ବଡ଼ ଚଞ୍ଚଳ ମନ ମୋ ଭାବି ନ ଥିଲି ପୁରିବ ମୋ ମନୋରଥ

You have created this world

You have created this world All the creatures are your own I am very much thankful to you The kindness you have shown

Monday 19 June 2023

ବଡ ଭକତ ରସିଆ ତୋ ବର ଜଗନାଥ

ବଡ ଭକତ ରସିଆ ତୋ ବର ଜଗନାଥ ତୁ ମାଆ ସର୍ବଂ ସଂହା ରାଧା ସୀତା ସତୀ ଅଛୁଆଁ ତାରଣେ ତାର ଏ ରଥ ଯାତରା ଦିନ ଆଠୁଟାରେ ମା ଫେରିବ ତୋ ପତି

କୁଣ୍ଡେଇ ଧରିବି ଚକ୍ଷୁ ଜଳରେ ଧୋଇଦେବି

କୁଣ୍ଡେଇ ଧରିବି ଚକ୍ଷୁ ଜଳରେ ଧୋଇଦେବି ପତିତକୁ ଥରେ ସୁଯୋଗ ଦିଅ ହେ ଜଗନ୍ନାଥ ମନର ଦଉଡି ମୋର ବଡ଼ ଆକୁଳ ବ୍ୟାକୁଳ ପ୍ରାଣ ପକ୍ଷୀରେ ଥରେ ଭିଡିବାକୁ ତୋର ରଥ

Sunday 18 June 2023

ନିଇତି କରେ ମୁଁହି ଖରଚ

ନିଇତି କରେ ମୁଁହି ଖରଚ ସାହି ପଡ଼ିଶାଙ୍କୁ ବାଣ୍ଟି ଦିଏ ହରେ ନାମ ଏତେ ମଧୁର ଦିନକୁ ଦିନକୁ ବଢି ଯାଏ

ତୁଣ୍ଡରେ ନିଅନ୍ତେ ହରି ହରି ନାମ

ତୁଣ୍ଡରେ ନିଅନ୍ତେ ହରି ହରି ନାମ ଲାଗିଲା ବୟସ ହୋଇନି ଖଣ୍ଡିଆ ଖଣ୍ଡିଆ ଦିଅଁର ନାମରେ ଅମୃତ ଏ ଅରୁଣଖମ୍ଭରୁ ମାରୁଛି ମୁଣ୍ଡିଆ

ହରେ ରାମ ହରେ ରାମ

ହରେ ରାମ ହରେ ରାମ ରାମ ରାମ ହରେ ହରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

Pay attention

Pay attention Improve retention Perform well Avoid detention

Saturday 17 June 2023

ହରି ଚନ୍ଦନ ପଙ୍କରେ ଫୁଟିଛି ପଦ୍ମ

ହରି ଚନ୍ଦନ ପଙ୍କରେ ଫୁଟିଛି ପଦ୍ମ ତୋ ନୀଳକନ୍ଦରକୁ ଲମ୍ବିଅଛି ନାଡି ଦେଖିବି ଥରେ ତୋତେ ପଦ୍ମନାଭ ପାପ ଝାଡିଛି ଖାଇଣ ବେତ ବାଡ଼ି

ସରଳ ଜଟିଳ ତୁହି ଉଭୟ ଯେଣୁ

ସରଳ ଜଟିଳ ତୁହି ଉଭୟ ଯେଣୁ ବେଦମାନେ ନ ପାଇଲେ ଭେଦ ତୋ ନାଭିରୁ ଯେଉଁ କମଳ ଫୁଟିଛି ତହିଁ ଅବତାର କରେ ରଖେ ପାଦ

Friday 16 June 2023

One who follows you

One who follows you Almost always is free Always ready to serve Best example is tree

Thursday 15 June 2023

ଘରେ ଆମେ ତିନି ପ୍ରାଣୀ

ଘରେ ଆମେ ତିନି ପ୍ରାଣୀ ମୁଁ ଆଉ ମୋ ଦେହ ମନ କାନ୍ଥରେ ଝୁଲୁଛି କାଳିଆ ଚାହିଁଦେଲେ ପଶେ ପ୍ରାଣ

Wednesday 14 June 2023

ଅପଲକ ନୟନ ବ୍ରାହ୍ମଣ ଜଣଙ୍କ

ଅପଲକ ନୟନ ବ୍ରାହ୍ମଣ ଜଣଙ୍କ ବ୍ରାହ୍ମଣୀ ଜଣଙ୍କ ଉଜାଗର ରାତି ସୃଷ୍ଟି ସ୍ଥିତି ଲୟକୁ ସୁପଥେ ଧରି ଅଖଣ୍ଡେ ଜଳଇ ଆତ୍ମା ଜ୍ୟୋତି

Tuesday 13 June 2023

ପାଖୁଡା ଦେଖିଲି କେଶର ଦେଖିଲି

ପାଖୁଡା ଦେଖିଲି କେଶର ଦେଖିଲି ନ ଦିଶିଲା କେଉଁଠୁ ଝରୁଛି ସୁବାସ କାଳିଆ ଭଅଁରକୁ ଫୁଲ ଭଲ ପାଏ ଫୁଲ ମୁଁହରେ କି ଖିଲି ଖିଲି ହସ

ଥିଲା ନ ଥିଲା ଏ ସଂସାର

ଥିଲା ନ ଥିଲା ଏ ସଂସାର ଏହି ଏ ସଂସାରର ସ୍ଵଭାଵ ଅଭୟ ପଦେ ମନ ରଖନ୍ତି ନ ଲୁଚା ହେ ରାଧା ମାଧବ

You are father

You are father You are mother The wish I have To live together

Monday 12 June 2023

ଭାବରୁ ସକଳ ସୃଷ୍ଟି

ଭାବରୁ ସକଳ ସୃଷ୍ଟି ସୃଷ୍ଟିର କର୍ମରେ ସ୍ଥିତି ସ୍ଥିତିରେ ଦୃଶ୍ୟ ହରି ହରିକୁ କଲେ ପ୍ରୀତି

Sunday 11 June 2023

ମୋର ମାଆ ସିନା ଗର୍ଭଧାରୀ

ମୋର ମାଆ ସିନା ଗର୍ଭଧାରୀ ତୋର ଗର୍ଭରେ ତ ଅଖିଳ ବିଶ୍ବ ତୁହିଁ କେବଳ ଆଶ୍ରୟ ହରି ହେ ଆମେ ମାଆ ପୁଅ ଦୁହେଁ ନିଶ୍ବ

ବନିଶୀ କଣ୍ଟାରେ ଜିଆ ଗୁନ୍ଥି ଦେଲେ

ବନିଶୀ କଣ୍ଟାରେ ଜିଆ ଗୁନ୍ଥି ଦେଲେ ଯେମିତି ଭଲପାଏ ପୋଖରୀ ଗଡ଼ିଶା ମୋର ଗୁହାରି ଟିକେ ଶୁଣ ସେମିତି ହେ ପତିତପାବନ ମୁଁ ତୋର ପଡିଶା

ଅସ୍ଥାୟୀ ଖୋଜେ ସ୍ଥାୟୀ ଚାକିରୀ

ଦେଶ ବିଦେଶ ବୁଲି ପାଠ ପଢ଼ିଲି ଗୁରୁ ମିଥ୍ୟାକୁ ପଢ଼େଇଲେ ସତ୍ୟ ଅସ୍ଥାୟୀ ଲୋଡ଼େ ସ୍ଥାୟୀ ଚାକିରୀ ଅନିତ୍ୟ ସଂସାରେ ଖୋଜେ ନିତ୍ୟ

ଘନ ଅନ୍ଧାରରେ ଜାଳି ଅଖଣ୍ଡ ଦୀପ

ଘନ ଅନ୍ଧାରରେ ଜାଳି ଅଖଣ୍ଡ ଦୀପ ନଅ ମାସ ନ ଦିନ ପାଳେ ଉଜାଗର ଅଖିଳ ଜନନୀ ସେହି ସିନା ଗାୟତ୍ରୀ ଅନନ୍ତ ଶୟନରେ ନିଦ୍ରା ଦାମୋଦର

ସେ ଭାବରେ ଆତୁରା

ସେ ଭାବରେ ଆତୁରା ସେ ଚିତ୍ତରେ ଚତୁରା ସେ ଅଳିଆରେ ଜୀଏଁ ସବୁଠୁଁ ସଫା ସୁତୁରା

Saturday 10 June 2023

ଜନ୍ମ ହେଉଣୁ କୁଆଁ କୁଆଁ

ଜନ୍ମ ହେଉଣୁ କୁଆଁ କୁଆଁ ନାମ ଦେଇ ଦିଅ ଅନାମ ବାନ୍ଧି ନ ପାରିବ ସଂସାର ଅରଜିବ ସନ୍ତାନ ସୁନାମ

ମହାସୁଖେ ଭୃଣ ନିଦ୍ରା ଯାଇ ଅଛି

ମହାସୁଖେ ଭୃଣ ନିଦ୍ରା ଯାଇ ଅଛି ଯିଏ ବୁଝୁଅଛି ତାହାର ଖିଆ ପିଆ ହୃଦୟେ ଶୋହେ ତା ଶ୍ରୀବତ୍ସ ପାଦ ଆହାଃ କି ବିଶାଳ ସୁନ୍ଦର ତା ହିଆ

Friday 9 June 2023

ମେଘ ଅସଳାଏ ବରଷି ଗଲେ

ମେଘ ଅସଳାଏ ବରଷି ଗଲେ ଅତି ଶୀତଳ ହୁଏ ଉତପ୍ତ ଭୂଇଁ ହେ ଉଦାର ଅହଲ୍ୟା ଉଦ୍ଧାର ତୋ ପାଦକମଳକୁ ଅଛି ଧ୍ୟାୟି

ଶୁଖିଲା କାଠିକୁଟାରେ

ଶୁଖିଲା କାଠିକୁଟାରେ ଚଢେଇ ବାନ୍ଧେ ବସା କାଳିଆ ଆସିବୁ ଚାଲି ମନରେ ବାନ୍ଧେ ଆଶା

ତତଲା ଭୂଇଁ ଥଣ୍ଡା ହୁଏ

ତତଲା ଭୂଇଁ ଥଣ୍ଡା ହୁଏ ଅସରାଏ ଗଲେ ବରଷି ବିଷ୍ଣୁଙ୍କୁ ପ୍ରିୟ କଳା ତୁଳସି ଲକ୍ଷ୍ମୀଙ୍କୁ କାଖରେ ଧାନ କଳସି

Thursday 8 June 2023

ଭକ୍ତ ଭଗବାନ ଏକାନ୍ତେ ଭେଟ

ଭକ୍ତ ଭଗବାନ ଏକାନ୍ତେ ଭେଟ କୋଟି ତପ ଫଳ ଥିଲେ ମିଳେ ରସ ବୈ ସେ ଦର୍ଶନ ଅବର୍ଣ୍ଣିନିୟ କହିଥାନ୍ତି ଭାସିଗଲି ଆଖି ଜଳେ

ଅଷ୍ଟାଙ୍ଗ ଯୋଗର ପ୍ରଥମ କକ୍ଷ ସତ୍ୟ

ଅଷ୍ଟାଙ୍ଗ ଯୋଗର ପ୍ରଥମ କକ୍ଷ ସତ୍ୟ ଉତ୍ତୀନ୍ନ ହେବା ଆଗରୁ ହେଲି ପାଉଁଶ ସଂସାରେ ରାମ ନାମ କେବଳ ସତ୍ୟ ବୁଝିବାକୁ ଲୋଡ଼ିଲି ଛଅ ଖଣ୍ଡ ବାଉଁଶ

ମୁଁହି ମାଟିର ଏକ ଆକାର

ମୁଁହି ମାଟିର ଏକ ଆକାର ଏକା ଅନୁଭବ ସୁଖ ଦୁଃଖ ଭୁଲିଗଲେ ନିଜ ଠିକଣା ଭଲ ଲାଗେ କଳା ମୁଖ

ସୂର୍ଯ୍ୟ ଉଦୟ ହେଲେ ଗଗନେ

ସୂର୍ଯ୍ୟ ଉଦୟ ହେଲେ ଗଗନେ ଫୁଲ ପାଖୁଡାରେ ଲାଗେ ରଙ୍ଗ ଭାଗ୍ୟରେ ଥିଲେ ସାଧୁ ମିଳନ୍ତି ଜୀବନ ଲଭଇ ମୋହନ ସଙ୍ଗ

କ୍ଷମତା ବୁଡାଇ ଉଠାଇ ତଡି଼ଦିଏ

କ୍ଷମତା ବୁଡାଇ ଉଠାଇ ତଡି଼ଦିଏ ଦେବା ନେବାକୁ ହେଲେ ଅକ୍ଷମ ଯେ ଆଜି ଯାଏ ଅଛି କ୍ଷମତାରେ ଦେହ ମନରେ ଅସଂଖ୍ୟ ଜଖମ

ଶ୍ରୀମନ୍ଦିରରେ ପ୍ରସାଦ ଅବଢ଼ା

ଶ୍ରୀମନ୍ଦିରରେ ପ୍ରସାଦ ଅବଢ଼ା ନାହିଁ ରସୁଣ ପିଆଜ ଆଇଁଷ ସତ୍ୱ ହିଁ ୟମ ପ୍ରଥମ ପାହାଚ ସାଧି ନ ପାରି ହେଲି ପାଉଁଶ

ଲେମ୍ବୁ ଅତି ଚିପୁଡ଼ିଲେ ପିତା

ଲେମ୍ବୁ ଅତି ଚିପୁଡ଼ିଲେ ପିତା ଆଖୁକୁ ଅତି ପେଶିଲେ କାଠ ରାମ ନାମ ଯେତେ ଜପିଲେ ମନ କହେ ଆଉ କର ପାଠ

Wednesday 7 June 2023

ବିଶ୍ୱ ପ୍ରସିଦ୍ଧ ତୋ ରଥ ଯାତରା

ବିଶ୍ୱ ପ୍ରସିଦ୍ଧ ତୋ ରଥ ଯାତରା ସାଥିରେ ତୋର ଭାଇ ଭଉଣୀ ଆଠ ଦିନ ରହିବ ମାଉସୀ ଘର ସଙ୍ଗେ ନେଇ ଯା ସୁନା ଗଉଣି

ଉଚ୍ଚ ବୃକ୍ଷ ଧରେ ପବନ

ଉଚ୍ଚ ବୃକ୍ଷ ଧରେ ପବନ ସପନ ଭରା ଦୁଃଖୀ ଆଖି ମନ ଅଧୀନ ସବୁ ଦେହ ସବୁ ଦେଖେ ଚକାଆଖି

Tuesday 6 June 2023

ହୃଦୟ ପଦ୍ମେ ବସ ମାଆ ପଦ୍ମାଳୟା

ହୃଦୟ ପଦ୍ମେ ବସ ମାଆ ପଦ୍ମାଳୟା ସନ୍ନିକଟରେ ବସନ୍ତୁ ପିତା ଜଗନ୍ନାଥ ଅସାର ସଂସାରେ ଭଵ ମମ ସର୍ବସ୍ୱ ହେ ବ୍ରହ୍ମଦାରୁ ନୟନ ପଥରେ ଥିବ

ଯାହା ମୁଁହି ଭାବୁଛି ମାଗିବି ମାଗିବି

ଯାହା ମୁଁହି ଭାବୁଛି ମାଗିବି ମାଗିବି ପ୍ରଭୁ ହେ ଯଦି ଆଉ କେ ମାଗୁଥିବ ତାକୁ ଦେବ ଏ ପତିତକୁ ଚାହିଁଥିବ ସଂସାରେ ପତିତପାବନ ନାଁ ଥିବ