Sunday 31 December 2023

କେଉଁଠାରୁ ଆସିଲି ମୁଁ କେଉଁଠାକୁ ଯିବି

କେଉଁଠାରୁ ଆସିଲି ମୁଁ କେଉଁଠାକୁ ଯିବି ହେ ନୀଳ ମାଧବ କିଛି କିଛି ନାହିଁ ଜଣା ପତିତପାବନ ହଲେଇ ପଥ ଦେଖାଇବୁ ହୃଦୟରେ ନାହିଁ ଜ୍ଞ୍ୟାନ ଭକ୍ତି ଏକ ଅଣା

ଆଖି ଦେଖୁଥାଉ ବନମାଳୀ ରୂପ

ଆଖି ଦେଖୁଥାଉ ବନମାଳୀ ରୂପ କାନକୁ ଶୁଭୁଥାଉ ବଂଶୀର ଧ୍ୱନି ତୁଣ୍ଡ ଉଚ୍ଚାରୁଥାଉ ଓଁ ସାଇରାମ ପ୍ରାଣ ତୋ ପାଦରେ ହେଉ ତୁନି

ମନ୍ଦାର ଫୁଲ ଚୋରକୁ ଖୋଜି ଖୋଜିକା

ମନ୍ଦାର ଫୁଲ ଚୋରକୁ ଖୋଜି ଖୋଜିକା ପହଞ୍ଚିଲି ମାଆ କଟକ ଚଣ୍ଡୀଙ୍କ ଅଳାରେ ଅଖିଳ ଜନନୀ ହସୁଥିଲେ ସ୍ମିତ ସ୍ମିତ ସ୍ମିତ ମନ୍ଦାର ଭିଜୁଥିଲା ଆଖିର ଭକ୍ତି ଜଳରେ

ଆସ ବନ୍ଧୁ ହେ ସଜେଇବା ଆମ ପରିବେଶ

ଆସ ବନ୍ଧୁ ହେ ସଜାଇବା ଆମ ପରିବେଶ ସମସ୍ତେ ଜାଣନ୍ତି ଅମୃତ କାଳ ଯାଉଛି ସରି ଓଡିଶା ପଡିଶା ସେବା ସବୁଠୁଁ ମହତ୍ତ କର୍ମ କହିଲେ ଶ୍ରୀଜଗନ୍ନାଥ ବାରମ୍ବାର ଅବତରି

ତୁମ୍ଭେ ହିଁ ଶିଶୁ କିଶୋର ଯୁବା ଜରା

ତୁମ୍ଭେ ହିଁ ଶିଶୁ କିଶୋର ଯୁବା ଜରା ନିର୍ବିକାର ବିକାର ଆମିଷ ନିରାମିଷ ତୁମ୍ଭେ ହିଁ ଗୁରୁ ଶିଷ୍ୟ ଅକ୍ଷର ଶିକ୍ଷ୍ୟା ସର୍ବାକାର ନିରାକାର ଦୁଷ୍ଟ ସୁଭାଶିଷ

ଚିର ଯୌବନ ଅଜର ଅମର

ଚିର ଯୌବନ ଅଜର ଅମର କ୍ଷେତ୍ରେ ଭରା ମଳୟ ବସନ୍ତ ବ୍ରହ୍ମାଙ୍ଗରୁ ସୃଷ୍ଟି ନର ନାରୀ ଅପଲକ ହୋଇଲେ ଅନନ୍ତ

Saturday 30 December 2023

ମୁଁହି ମାଗିଥିଲି ଆଞ୍ଜୁଳାଏ

ମୁଁହି ମାଗିଥିଲି ଆଞ୍ଜୁଳାଏ ତୁମେ ହୃଦୟ ଦେଲ ଭରି ଏଡ଼େ ଉଦାର ଆଉ କିଏ ତୋ ପାଦେ ଶରଣ ହରି

ଦିବସ ରଜନୀ ବିତେ ଭକ୍ତଙ୍କ ମେଳରେ

ଦିବସ ରଜନୀ ବିତେ ଭକ୍ତଙ୍କ ମେଳରେ ସପରିବାରକୁ ନିମନ୍ତ୍ରଣ ଆସିବେ ଘରେ କମଳା ସେବିତ ପଦ୍ମ ପାଦ ସ୍ପର୍ଶକୁ ବାଞ୍ଛା ଯେତେ ଦର୍ଶନ କଲେ ବି ମନ ନ ଭରେ

ନିମନ୍ତ୍ରଣ ରହିଲା ତୁମକୁ ହେ ଚକା ଆଖି

ନିମନ୍ତ୍ରଣ ରହିଲା ହେ ତୁମକୁ ଚକା ଆଖି ଶ୍ରୀମନ୍ଦିର ପହଡ଼ ପଡିଲେ ଘର ଆସିବେ ପାଦ ଚିପୁଥିବି ଭୁଞ୍ଜୁଥିବ ପତ୍ନୀ ହାତରନ୍ଧା ଏହି ଚକ୍ଷୁ ବେନି ଭକ୍ତି ଜଳରେ ଭାସିବେ

Friday 29 December 2023

ତୁମେ ନା ସେହି ଶ୍ରୀରାଧାର ଶ୍ରୀଗୋବିନ୍ଦ

ତୁମେ ନା ସେହି ଶ୍ରୀରାଧାର ଶ୍ରୀଗୋବିନ୍ଦ କେଡେ ମଧୁର ତୁମର ପ୍ରେମ ଆବେଦନ ଲେଖିଥିଲ ଦେହି ପଦ ପଲ୍ଲବମୁଦାରମ୍‌ ଧନ୍ୟ ସେ ଜୟଦେବର ଭକ୍ତି ନିବେଦନ

ଚକା ଡୋଳାର ନ ଦିଶେ ପାଦ ପାଣି

ଚକା ଡୋଳାର ନ ଦିଶେ ପାଦ ପାଣି ଏ ପାପି ଆଖିରେ କି ପଡିଲା ପରଳ ଚକା ଡୋଳା ନ ଖାଏ ବାଢି ଦେଲେ ଏ ପାପି ମନରେ କି ପଡିଲା ଗରଳ

Thursday 28 December 2023

ସକଳ କିଛି ହିଁ କେବଳ ଏକ ଅକ୍ଷର

ସକଳ କିଛି ହିଁ କେବଳ ଏକ ଅକ୍ଷର ମୋ ସନ୍ଦେହୀ ମନକୁ ନାହିଁ ବିଶ୍ୱାସ ଅନନ୍ତ ଶୟନେ ଶ୍ରୀଗୁରୁ ଶୋଇଲେ ଅପଲକ ହେ ପ୍ରାଣକୁ କର ଉଶ୍ବାଶ

କିଏ ସେହି ତାହାକୁ ଧରିବ ପାରି

କିଏ ସେହି ତାହାକୁ ଧରିବ ପାରି ନିଜେ ଆପଣେ ନ ଦେଲେ ଧରା କିଏ ସେ ଅଇଁଠା ଫଳ ଭୁଞ୍ଜାଇବ ଶବରୀ ଲୋ ଭକ୍ତି ବଡ ତୋରା

ତାହାର ମନୁଷ୍ୟ ଜନ୍ମ ହୁଅଇ ଧନ୍ୟ

ତାହାର ମନୁଷ୍ୟ ଜନ୍ମ ହୁଅଇ ଧନ୍ୟ ହେ କୃଷ୍ଣ ଯାହାକୁ ଦେଉ ତୁହି ଧରା ବାସୁକୀ ଭଳି ସାତ ଫେଣାରେ ଢ଼ାଙ୍କୁ ଦେହରେ ପଡୁଥିଲେ ରୌଦ୍ର ଖରା

Wednesday 27 December 2023

ରାତିର ଅନ୍ଧାରରେ ଜହ୍ନି ଫୁଲ ଫୁଟିଲୁ

ରାତିର ଅନ୍ଧାରରେ ଜହ୍ନି ଫୁଲ ଫୁଟିଲୁ ବିତରେ ଚଉପାଶେ ମୃଦ୍ୟୁ ମୃଦ୍ୟୁ ବାସ ପହଡି ପଡ଼ିଲାଣି ଶ୍ରୀପତି ଶୋଇଲେଣି ଅନନ୍ତ ଶୟନ କକ୍ଷ ସଜେଇବାକୁ ଆଶ

ଆହାଃ ଜୀବ ସହିତ କେତେ ଭାବ ରଖିଥିଲି

ଆହାଃ ଜୀବ ସହିତ କେତେ ଭାବ ରଖିଥିଲି ସେହିଁ ମହାଶଶ୍ମାନରେ ଏକାକରି ଛାଡିଗଲା ଆହାଃ ଜୀବନେ ଶିବ କେବେ ପୂଜି ନ ଥିଲି ସେ ଆଶୁତୋଷ ଜଟାରେ ତା ଆଶ୍ରା ଦେଲା

ଅଳିଆ କୁଢରେ ବ୍ରହ୍ମ ଅଗ୍ନି ଧରେଇଲୁ

ଅଳିଆ କୁଢରେ ବ୍ରହ୍ମ ଅଗ୍ନି ଧରେଇଲୁ ଅଖିଳ ନିଖିଳ ତେଜ ପୁଞ୍ଜରେ ପୁରିଛି କିଏ ତୁମ୍ଭେ ହେ ଜ୍ୟୋତିର୍ମୟ ପୁରୁଷ ମନ୍ଦିର ଦୀପ ଆଲୋକରେ ଖୋଜୁଛି

Tuesday 26 December 2023

ଧର୍ମ ସଂସ୍ଥାପନେ ମା ଅଗ୍ନିରେ ପଶିଲୁ

ଧର୍ମ ସଂସ୍ଥାପନେ ମା ଅଗ୍ନିରେ ପଶିଲୁ ଧର୍ମ ସଂସ୍ଥାପନେ ମା ହେଲୁ ବିବସନା ତୋର ସନ୍ତାନ ହାତରେ ଭକ୍ତି ମନ୍ଦାର ମାଆ ଗୋ ଥରେ ହୃଦୟରେ ବସନା

ମନକୁ ବାସନା ଦେହକୁ ରସନା

ମନକୁ ବାସନା ଦେହକୁ ରସନା ନିଷ୍କାମ ସେବାରୁ କଲେ ବଞ୍ଚିତ ଆସ ହେ କୃଷ୍ଣ ହୃଦୟ ମନ୍ଦିରେ ଯଦି ଆପଣାର ଭାବୁଛୁ କିଞ୍ଚିତ

Monday 25 December 2023

ଶିଶୁର ମୁଖ ଅରବିନ୍ଦରେ ଚାହିଁଲା ଲୋ

ଶିଶୁର ମୁଖ ଅରବିନ୍ଦରେ ଚାହିଁଲା ଲୋ ଆଲୋ ସିଏ କୋଇଲି କଣ୍ଠରେ ଡାକିଲା ଫୁଲ ପାଖୁଡା ପାଖୁଡାରେ ହସିଲା ଲୋ ଆଲୋ ସେହି ଝରଣା ଛନ୍ଦରେ ନାଚିଲା

ଶିଶୁର ଦାରୋଟି ହସରେ ଚାହିଁଲା ଲୋ

ଶିଶୁର ଦାରୋଟି ହସରେ ଚାହିଁଲା ଲୋ ଆଲୋ ସେ କୋଇଲି କଣ୍ଠରେ ଡାକିଲା ଯେଉଁ ବାଟେ ଗଲା ସେହି ପଦ୍ମ ଫୁଟିଲା ମନ ଲୋ ତା ଶରଧା ବାଲିକୁ ଝୁରି ମଲା

ରାଧା ଜନ୍ମାଷ୍ଟମୀ କୃଷ୍ଣ ଜନ୍ମାଷ୍ଟମୀ

ରାଧା ଜନ୍ମାଷ୍ଟମୀ କୃଷ୍ଣ ଜନ୍ମାଷ୍ଟମୀ ତାର ମୁଖ ମଣ୍ଡଳରେ ଦୁଇ ତିଥି ନାକରେ ଗୁଣା ଶିରେ ଶିଖି ପୂଛ କେବଳ ଲୀଳା ନିମନ୍ତେ ଅତିଥି

Sunday 24 December 2023

ସକଳ ଜୀବ ପାଞ୍ଚୋଟି ଭୂତରେ ଗଢ଼ା

ସକଳ ଜୀବ ପାଞ୍ଚୋଟି ଭୂତରେ ଗଢ଼ା ଜୀବନ ଜୀବିକା ଏକ ସଂସାର ହାଟରେ ଧର୍ମ କେବଳ ଦାତବ୍ୟ ଚିକିତ୍ସାଳୟଟିଏ କେହି ଝୁଣ୍ଟି ପଡିଲେ ସଂସାର ବାଟରେ

ଫଳକୁ ଥୋଇଲୁ ବୃକ୍ଷ ଡାଳରେ

ଫଳକୁ ଥୋଇଲୁ ବୃକ୍ଷ ଡାଳରେ ଜୀବକୁ ତଥାସ୍ତୁ କଲୁ ହାତ ପାଦ ଯାହାକୁ ଗଢ଼ିଲୁ ଅଧେ ଚଉଠେ ତାହାକୁ ଦେଲୁ ଅବଢାର ସ୍ୱାଦ

ଜଳ ନିର୍ମଳ ମେଘରେ ଥିଲେ

ଭୂତଳ ଜଳ ସଦା ନିର୍ମଳ ସଦା ନିର୍ମଳ ପଦ୍ମ ତୋଳା ତ୍ୟାଗ ଫଳ ସଦା ନିର୍ମଳ ସଦା ନିର୍ମଳ ଚକା ଡୋଳା

ସବୁ ଆକାର ନିରାକାର

ସବୁ ଆକାର ନିରାକାର ଯହିଁ ଗୋବିନ୍ଦର ଆଶ୍ରମ ଅକାର ଉକାର ମକାର ଓଁକାରେ କରନ୍ତି ବିଶ୍ରାମ

ପାଷାଣୀ ପାଦରେ ମଥା ପିଟିଲି

ପାଷାଣୀ ପାଦରେ ମଥା ପିଟିଲି ଥରୁଟିଏ ନ ଦେଲା ଉତ୍ତର ସେହି ନିଜ ଝିଅ ଭଳି ସଜେଇ ମୁଁ ଦେଲି ସେ ଗଲା ଜଗତ ତାରିଣୀ ହୋଇ

Saturday 23 December 2023

ଜୀବ ପରମ ଦୁହେଁ ଭେଟ ପଡିଲେ

ଜୀବ ପରମ ଦୁହେଁ ଭେଟ ପଡିଲେ ଯହିଁ ଠିଆ ହୋଇଥିଲା ଗରୁଡ ପକ୍ଷୀ ବଚନ ନ ସ୍ଫୁରିଲା ଜାବ ପଡିଗଲା କେଡେ ଉଦାର ଦିଶୁଥିଲା ଚକାଆଖି

ହୃଦୟ ବସାକୁ ଥରେ ଆସ ବଂଶୀଧର

ହୃଦୟ ବସାକୁ ଥରେ ଆସ ବଂଶୀଧର ଶ୍ରୀମନ୍ଦିର ପହଡ଼ ପଡିଲେ ଥରେ ଆସ କାଳୀୟ ଦଳି ଥକି ପଡ଼ିଥିବ ପଦ୍ମ ପାଦ ଧୀରେ ଧୀରେ ଚିପିବି ଲାଗିବ ଉଶ୍ବାଶ

ଆସ ଆସ ଆସ ଆସ ଆସ ହେ କେଶବ

ଆସ ଆସ ଆସ ଆସ ଆସ ହେ କେଶବ ଆସ ଆସ ଆସ ହେ ସକଳ ହୃଦୟ ବାସା ପଦ୍ମପାଦ ଯୋଡିକୁ ଧୀରେ ଧୀରେ ଚିପୁଥିବି ହେ ଅନ୍ତର୍ଯ୍ୟାମୀ ନାହିଁ ମୋର ଅନ୍ୟ ଆଶା

Friday 22 December 2023

ବଡ ଚଗଲା ବଡ ଚଞ୍ଚଳ ମନକୁ ନେଇ

ବଡ ଚଗଲା ବଡ ଚଞ୍ଚଳ ମନକୁ ନେଇ ଜାଣେନି କିଭଳି ସାରିବି ଭଵ ଯାତରା କାମ କ୍ରୋଧ ଲୋଭ ତାର ଭାରି ପସନ୍ଦ ଦେହ କେବେ ନ ଦିଶେ ସଫା ସୁତୁରା

ରଖ କୃଷ୍ଣ ରଖ କୃଷ୍ଣ ରଖ କୃଷ୍ଣ

ରଖ କୃଷ୍ଣ ରଖ କୃଷ୍ଣ ରଖ କୃଷ୍ଣ ମୁଁହି ନିଜକୁ ନିଜେ ପଡଇ ଝୁଣ୍ଟି ରଖ ରଖ ଆନନ୍ଦ ବଜାରରେ ଅଇଁଠା ଅବଢା ଖାଉଥିବି ଖୁଣ୍ଟି

କିଏ ମଞ୍ଚରେ ବସି ଦିଶେ ଉଚ୍ଚ

କିଏ ମଞ୍ଚରେ ବସି ଦିଶେ ଉଚ୍ଚ କିଏ ଜୋତାରେ ପୁରାଇ ପାଦ ଅନ୍ୟର ପାଦ ଟାଣି କିଏ ଉଚ୍ଚ କିଏ ଗୃହରେ ପୁରାଇ ବିବାଦ

ଓଡ଼ିଆ ଝୁଣ୍ଟିଲେ ଚଲା ବାଟରେ

ଓଡ଼ିଆ ଝୁଣ୍ଟିଲେ ଚଲା ବାଟରେ ବୋଉର ନାମକୁ ଜାବୁଡି ଧରେ ମଣିଷ ଝୁଣ୍ଟିଲେ ଚଲା ବାଟରେ କାଳିଆ ନାମକୁ ଜାବୁଡି ତରେ

Thursday 21 December 2023

ରୂପରେ ତାହାର ଏତେ ମୋହନୀ

ରୂପରେ ତାହାର ଏତେ ମୋହନୀ ନଜରରେ ତାହାର ଏତେ ଆଦର ଗରୁଡ ପାଖରୁ ଚାହିଁ ଦେଲି ଲୋ ଆହାଃ ବଂଶୀଧର ଏତେ ଉଦାର

ଧନୀ ମାଗଇ ମାଆ ଗୋ ବିପୁଳ ଯଶ

ଧନୀ ମାଗଇ ମାଆ ଗୋ ବିପୁଳ ଯଶ ଦରିଦ୍ର ମାଗଇ ମାଆ ଗୋ ବିପୁଳ ଧନ ବାଣ୍ଟି ବାଣ୍ଟି ମାଆ ଗୋ ପାଦ ବିନ୍ଧୁଥିବ ଏ ଅଭାଗା ପାଦ ସେବାକୁ କଲା ମନ

Wednesday 20 December 2023

ଏଡ଼େ ତ୍ରିପଣ୍ଡ କଳା ତୋ ଦେହ ଭଅଁର

ଏଡ଼େ ତ୍ରିପଣ୍ଡ କଳା ତୋ ଦେହ ଭଅଁର ତୁହି କି କାଳିଆକୁ ପକେଇଲୁ କୁଣ୍ଢେଇ ଏତେ ସଦ୍ୟ ପଦ୍ମ ଗନ୍ଧ ତୋ ଦେହରେ ତୁହି କି ପଦ୍ମପାଦକୁ ବୁଲୁଅଛୁ ମୁଣ୍ଡେଇ

ମନ୍ତ୍ରର ଆକାରେ ତୋର ମୂର୍ତ୍ତି

ମନ୍ତ୍ରର ଆକାରେ ତୋର ମୂର୍ତ୍ତି ତନ୍ତ୍ରର ପ୍ରକାରେ ତୋର ପୂଜା ମୁଁ ଅଜ୍ଞ୍ୟାନ କିଛି ଜାଣେ ନାହିଁ ଶରଣାଗତକୁ ରଖ ଦଶ ଭୁଜା

Tuesday 19 December 2023

ଧରା ସମ କିଏ ଚାଲିବ

ଧରା ସମ କିଏ ଚାଲିବ ବାୟୁ ଭଳି କିଏ ବହିବ ନଭ ସମ କିଏ ନିର୍ମଳ ଧରା ସମ କିଏ ସହିବ

Monday 18 December 2023

ତୁମ୍ଭେ ହରି ବାଛିଲ ମୋର ଜନକ ଜନନୀ

ତୁମ୍ଭେ ହରି ବାଛିଲ ମୋର ଜନକ ଜନନୀ ତୁମ୍ଭେ ହରି ବାଛିଲ ଜନ୍ମ ଭୂମି ମାତୃ ଭାଷା ତୁମ୍ଭେ ହରି ହେ କର୍ତ୍ତା କର୍ମ କ୍ରିୟା କର୍ତବ୍ୟ ତୁମ୍ଭେ ହରି ହେ ପ୍ରାଣପକ୍ଷୀର ବସା ଆଶା

ଦେହକୁ ଲାଗିଲେ ଥଣ୍ଡା

ଦେହକୁ ଲାଗିଲେ ଥଣ୍ଡା କନ୍ଥା କମ୍ବଳ ଅଗ୍ନି ଚାହା ଜୀବନ ଲାଗିଲେ ଥଣ୍ଡା କେବଳ କାଳିଆ ସାହା

ପ୍ରିୟ ଟିଙ୍କୁ ଟିଙ୍ଗାଲୁ ବହୁରୁପି

ପ୍ରିୟ ଟିଙ୍କୁ ଟିଙ୍ଗାଲୁ ବହୁରୁପି ସରଳ ମିଲି ନ ପାରେ ଜାଣି ଦୁହିଁଙ୍କ ଯୋଡି ଭାରି ସୁନ୍ଦର ଦର୍ଶକ ମନକୁ ନିଅନ୍ତି କିଣି

କିଏ ସେହି ମାଆ ଗୋ ଏଡ଼େ ଭାଗ୍ୟବନ୍ତ

କିଏ ସେହି ମାଆ ଗୋ ଏଡ଼େ ଭାଗ୍ୟବନ୍ତ ତୋତେ ସଜେଇବାରେ କାଟେ ସେ ଦିନ କରୁଣାମୟୀ ମା ଘଣ୍ଟ ଘୋଡେଇ ରଖିବୁ ତୋର ଏ ବେଶ ମା ଦେଖୁଥିବି ସବୁଦିନ

Sunday 17 December 2023

ତୁହିରେ ଗୋବିନ୍ଦ ଭାଵର ଅଥଳ ସାଗର

ତୁହିରେ ଗୋବିନ୍ଦ ଭାଵର ଅଥଳ ସାଗର ପହଁରି ପହଁରି ମନ ମୀନଟି ନ ପାଏ କୂଳ ତୋ ଭାବ ବନିଶୀରେ ଧରିନେ ଗୋବିନ୍ଦ ଥାଉଁ ଥାଉଁ ଜୀବ ଲଭୁ ତୋର ପାଦତଳ

ଭାବରେ ବାଢି ଦେଲେ

ଭାବରେ ବାଢି ଦେଲେ ଅଇଁଠାକୁ ବି ଭୁଞ୍ଜିଥାଉ ଶ୍ରୀଗୀତଗୋବିନ୍ଦ ସୁଧା ଶୁଣିବାକୁ ବାଇ ହେଉ

କେନ୍ଦୁବିଲ୍ୱ ନିବାସୀ ଜୟଦେବ ବ୍ରାହ୍ମଣ

କେନ୍ଦୁବିଲ୍ୱ ନିବାସୀ ଜୟଦେବ ବ୍ରାହ୍ମଣ କୁଟିରେ ଦେଖିଲେ ରାଧା କୃଷ୍ଣ ଲୀଳା କେଡେ ପୂଣ୍ୟ ପାଇଁ ଏଡ଼େ ବଡ କୃପା ଦୟାକରି କହିବକି ହେ ଚକା ଡୋଳା

ତୁମେ ଭାଵର ଅଥଳ ସାଗର ହେ ଗୋବିନ୍ଦ

ତୁମେ ଭାଵର ଅଥଳ ସାଗର ହେ ଗୋବିନ୍ଦ ତୁମରି ଅଧରରେ ମୋହନ ବଂଶୀଟି କୁହୁକ ତୁମେ ଲୀଳାର ଅବଢ଼ା ଥାଳି ହେ ଗୋବିନ୍ଦ ତୁମରି ପାଦରେ ବସା ବାନ୍ଧେ ମନ ଡାହୁକ

Saturday 16 December 2023

ଅଧୀର ଶ୍ୟାମା ବୋଲେ ଚଣ୍ଡୀରେ

ଅଧୀର ଶ୍ୟାମା ବୋଲେ ଚଣ୍ଡୀରେ ଭାରି ମନେ ପଡେ ଗୋବିନ୍ଦ କଥା ବୃନ୍ଦାବନର ଲୀଳା କେଡେ ମଧୁର ଶୁଣାରେ ମୋ କୋଳେ ରଖି ମଥା

Friday 15 December 2023

ଜୀବକୁ ସୁଖ ସଶ୍ରମ ସଂସାର କାରା

ଜୀବକୁ ସୁଖ ସଶ୍ରମ ସଂସାର କାରା ଶବକୁ ସୁଖ ଶଶ୍ମାନ ନିଘୋଡ଼ ନିଦ ଆତ୍ମାକୁ ସୁଖ ନୀଳକନ୍ଦର ବ୍ରହ୍ମଦାରୁ ବୈଷ୍ଣବକୁ ସୁଖ ବଂଶୀ ମଧୁର ନାଦ

Thursday 14 December 2023

କେତେ ଯେ କର୍ମ ଫଳ ଖାଇଲିଣି

କେତେ ଯେ କେତେ କର୍ମ ଫଳ ଖାଇଲିଣି ହେଲେ କେବେ ନ ପୁରଇ ମୋର ପେଟ ବ୍ରହ୍ମଦାରୁ ଫଳ ଗୋଟିଏ ଖାଇକି ଦେଖନ୍ତି ହେଲେ ସତେ କି ହେବ କାଳିଆର ଭେଟ

Wednesday 13 December 2023

ନୀଳଚକ୍ରରେ ପତିତପାବନ

ନୀଳଚକ୍ରରେ ପତିତପାବନ ବଡଦାଣ୍ଡରେ ଶରଧା ବାଲି ନୀଳକନ୍ଦରେ ଚକାଡୋଳା ଚାହିଁ ଚାଲି ଚିନ୍ତି ତରିଗଲି

ଅସହାୟର ଅଭାବ ଅଂହଙ୍କାର

ଅସହାୟର ଅଭାବ ଅଂହଙ୍କାର ନିର୍ଧନୀ ଠାରେ ଅଭିମାନ ଉଣା ବୈଷ୍ଣବର ଅଭାବ ଛନ୍ଦ କପଟ ସାଧୁଙ୍କୁ ମାୟା ନ କରେ ବଣା

ପ୍ରଥମାଷ୍ଟମୀରେ ହଳଦୀ ପତର ଏଣ୍ଡୁରି

ପ୍ରଥମାଷ୍ଟମୀରେ ହଳଦୀ ପତର ଏଣ୍ଡୁରି ରଜରେ ବିଡିଆ ପାନ ମଣ୍ଡା ପୋଡ଼ ପିଠା କାର୍ତ୍ତିକ ପୁର୍ଣିମାରେ ଡଙ୍ଗା ଭସା ତୋରଣ ଭାଦ୍ରବ ମାସରେ କାଶ ତଣ୍ଡି ନଦୀର ପଠା

Tuesday 12 December 2023

ସୂର୍ଯ୍ୟ ଚନ୍ଦ୍ର ସମ ଅପଲକରୁ କୃପା ଝରି

ସୂର୍ଯ୍ୟ ଚନ୍ଦ୍ର ସମ ଅପଲକରୁ କୃପା ଝରି ଦୀନ ଦୁଃଖୀ ରଙ୍କି ଆର୍ତ୍ତିର ଥାଳ ଭରେ କାହା ଲାଗି ସିଏ ଲୋ ବାଇଶି ପାହାଚ କିଏ ତା ଭାବେ ଭୋଳା ହୋଇ ତରେ