Sunday, 31 May 2026
ତୋ କୃପାରେ ଭେଟ ହେଲେ ଦେବୁ ମୋକ୍ଷ ପ୍ରସାଦ
ତୋ କୃପାରେ ଭେଟ ହେଲେ ଦେବୁ ମୋକ୍ଷ ପ୍ରସାଦ
ଅଚିହ୍ନା ଅଜଣା ରୂପରେ ରଖିଅଛୁ ମୋହର ଜୀବନ
ତୋ ଅଭୟ ଛନ୍ଦା ଚରଣରେ ନିରନ୍ତର ଆତ୍ମା ଥାଉ
ହେ ବ୍ରହ୍ମଦାରୁ ସର୍ବଜୀବ ହିତ କମଳା ହୃଦୟ ଚନ୍ଦନ
ବଡଦାଣ୍ଡ ଶରଧା ବାଲି ରେଣୁ ନିରନ୍ତର ଗାଉଥାଏ
ବଡଦାଣ୍ଡ ଶରଧା ବାଲିରେଣୁ ରେଣୁରେ ସଙ୍କୀର୍ତ୍ତନ
ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ
ଶ୍ରୀମନ୍ଦିର ଭକ୍ତି ବାଇଶି ପାହାଚରେ ରୁକ୍ମଣୀ ମାଧବ
ସୁବଣ୍ଟନ କରନ୍ତି ସତ୍ୟ ଧର୍ମ ଅହିଂସା କ୍ଷମା ପ୍ରେମ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବୋଲ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବୋଲ
ହରି ନାମ ସଙ୍କୀର୍ତ୍ତନ ପ୍ରିୟ ଗୋବିନ୍ଦ କେଶବ ମାଧବ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବୋଲ
ବ୍ରହ୍ମଦାରୁ ଶଙ୍କର୍ଷଣ ସୁଭଦ୍ରା ସୁଦର୍ଶନ ରୁକ୍ମଣୀ ବଲ୍ଲଭ
ଓଁ ନମୋ ନମଃ ରୁକ୍ମଣୀ ଜୀବ ଜୀବନ କେଶବ
ଓଁ ନମୋ ନମଃ ରୁକ୍ମଣୀ ଜୀବ ଜୀବନ କେଶବ
ଓଁ ନମୋ ନମଃ ବ୍ରହ୍ମଦାରୁ ନୀଳକନ୍ଦର ମାଧବ
ଓଁ ନମୋ ନମଃ ରାମାନୁଜ ସୁଭଦ୍ରା ସହୋଦର
ଓଁ ନମୋ ନମଃ ଜଗନ୍ନାଥ ନବଧା ଭକ୍ତି ବିଭବ
ଥଟ୍ଟା ତାମସା ସଦା ସର୍ବଦା ବର୍ଜନୀୟ
ଥଟ୍ଟା ତାମସା ସଦା ସର୍ବଦା ବର୍ଜନୀୟ
ଇନ୍ଦ୍ରିୟଙ୍କୁ ଭୁଲେଇବାକୁ ସବୁ ଫିକର
ପରମାର୍ଥ ପ୍ରାପ୍ତିରୁ ଜୀବକୁ ବଞ୍ଚିତ କରି
ଦେହକୁ ଯମକୁ ଭେଟିଦେବା ଚକର
ସାଧୁମାନଙ୍କ ମୁଖରୁ ଶୁଣିବ ହରି ଲୀଳା
ସାଧୁମାନଙ୍କ ମୁଖରୁ ଶୁଣିବ ହରି ଲୀଳା
ସର୍ବତ୍ର ହରି ଦର୍ଶନ ସର୍ବଦା ହରି କୀର୍ତ୍ତନ
ନିଷ୍କମା ସେବାରେ ଜୀବନ ବଞ୍ଚେଇଥିବ
ନିରୋଳାରେ ସଦା ସର୍ବଦା ହରି ଚିନ୍ତନ
ତୋ କଳା ଶ୍ରୀମୁଖ ପୂର୍ଣ୍ଣିମା ଚନ୍ଦ୍ର
ତୋ କଳା ଶ୍ରୀମୁଖ ପୂର୍ଣ୍ଣିମା ଚନ୍ଦ୍ର
ତୋ କଳା ଶ୍ରୀମୁଖ ବାଳ ଅରୁଣ
ସଦା ତୋ ରୂପ ନୟନ ପଥରେ
ମୂଢ଼ାତ୍ମା ଲଭିବ କି ଛନ୍ଦା ଚରଣ
ମଢ଼ା କି କୋକେଇ ଦେଖିକି ହସିଵ
ମଢ଼ା କି କୋକେଇ ଦେଖିକି ହସିଵ
ଆଉ ଉଷୁନା ଚାଉଳ ହେବକି ଗଜା
ଅଜ୍ଞାନ ରାମ କରିଅଛି ଅଶେଷ ପାପ
କୃଷ୍ଣ କୋହଳ କରିବେ କି ଯମ ସଜା
ସିରିଆ ମଥାରେ ତୋ ବରାଭୟ ହସ୍ତ ମା କମଳା
ସିରିଆ ମଥାରେ ତୋ ବରାଭୟ ହସ୍ତ ମା କମଳା
ମାଆ କମଳା ତୋ କୋଳରେ ସିରିଆ ଭକ୍ତି ମଥା
ବାତ୍ସଲ୍ୟ ଜୁଡୁବୁଡୁ କାଳିକା କୋଳରେ ସୁମତି ଭକ୍ତି
କୃପାପୂର୍ଣ୍ଣ ତ୍ରିନେତ୍ରା ଚଣ୍ଡୀ ଦୃଷ୍ଟିରେ ରାମ ସୁବ୍ୟବସ୍ଥା
ନଥିଲେ ନ ଥାଉ ତୁମ ହାତ ଚରଣ ହେ ଚକାଡୋଳା
ନଥିଲେ ନ ଥାଉ ତୁମ ହାତ ଚରଣ ହେ ଚକାଡୋଳା
ଆତ୍ମା ପରମାତ୍ମା ଆଖି ଆଖି ମିଶାଇ ହେଉଥିବା କଥା
ଉଲ୍ଲସିତ ନବଧା ଭକ୍ତି ଅଧାଗଢାକୁ କୋଳେଇ ନେବେ
ପହଣ୍ଡିବିଜୟ ହେ ଚଳୁଥିବ ଦୋହଲାଇ ଟାହିଆ ମଥା
ହୃଦୟ କମଳ କେଶରରେ ଗୋବିନ୍ଦ ଛନ୍ଦା ଚରଣ
ହୃଦୟ କମଳ କେଶରରେ ଗୋବିନ୍ଦ ଛନ୍ଦା ଚରଣ
ବେନି ନୟନ ପଥରେ ରୁକ୍ମଣୀ ଜୀବନ ଜଗନ୍ନାଥ
ସୁମତି ବୋଲେ ସତ୍ୟ ଧର୍ମ କ୍ଷମା ପ୍ରେମ ଅହିଂସା
ବାଣ୍ଟି ବାଣ୍ଟି ଚାଲୁଥାଅ ଚଳୁଥିବା ଯାଏ ପାଦ ହାତ
Saturday, 30 May 2026
କାଳୀଦଳା ବେଣୁପାଣୀ ଆଖିରେ ଆଖି ମିଳାଇ
କାଳୀଦଳା ବେଣୁପାଣୀ ଆଖିରେ ଆଖି ମିଳାଇ
ପ୍ରାଣ ସଜନୀରେ ମୋ ମାନ ଅଭିମାନ ସରିଲା
କି ରଙ୍ଗେ ଚାହିଁଲେ ଲୋ ନୂଆ ମେଘ କାଳିଆ
ଗୋବିନ୍ଦ ଛନ୍ଦା ଚରଣରେ ଆତ୍ମା ମୋ ରହିଲା
ଏସନ ଘୋଷ ଯାତ୍ରାରେ କମଳାକୁ ସାଥିରେ ନେବ
ଏସନ ଘୋଷ ଯାତ୍ରାରେ କମଳାକୁ ସାଥିରେ ନେବ
ଗୋବିନ୍ଦ ହେ ତୁମ୍ଭେ ମୋର ଆତ୍ମା ହୃଦୟ ସ୍ପନ୍ଦନ
ନଦିନ ଅପେକ୍ଷା ବଞ୍ଚି ଥାଉ ଥାଉ ମରଣ ସମାନ
ସେବିକା ଆଖି ଲୁହ ମାପ ହେ ଯଶୋଦା ନନ୍ଦନ
ମାଆ ଗୋ କମଳା ପଣତ କାନିରେ ଦୃଢ଼େ ବାନ୍ଧିଥିବୁ
ମାଆ ଗୋ କମଳା ପଣତ କାନିରେ ଦୃଢ଼େ ବାନ୍ଧିଥିବୁ
ଯଦୁ ନନ୍ଦନ ଭକ୍ତ ହୃଦ ଚନ୍ଦନ ମଧୁର ମୁରଲୀ ବଦନ
ଆଷାଢ଼ ଦ୍ୱିତୀୟା ଘୋଷଯାତ୍ରା ଶ୍ରୀରାଧା ଝାମ୍ପି ନେବେ
ବୃଥା ହେବ ଦେଢ଼ଶୁର ନଣନ୍ଦ ପାଶେ କଲେ କ୍ରନ୍ଦନ
ଚନ୍ଦନ ଠୋପାକୁ ନିନ୍ଦଇ ଚକାଡୋଳା ବଦନ
ଚନ୍ଦନ ଠୋପାକୁ ନିନ୍ଦଇ ଚକାଡୋଳା ବଦନ
ଶ୍ରୀବତ୍ସ ବ୍ରାହ୍ମଣ ପାଦ ଚିହ୍ନିତ ବକ୍ଷ ମେଘକୁ
ଟାହିଆ ସେବତୀକୁ ନିନ୍ଦଇ କରୁଣା କଟାକ୍ଷ
ପ୍ରସାରିତ ମହାବାହୁ ନିନ୍ଦେ କାମିନୀ ସଙ୍ଗକୁ
ହେ ଶ୍ୟାମ ସୁନ୍ଦର ଯଶୋଦା ଆରତୀ ଶ୍ରୀଗୀତଗୋବିନ୍ଦ
ହେ ଶ୍ୟାମ ସୁନ୍ଦର ଯଶୋଦା ଆରତୀ ଶ୍ରୀଗୀତଗୋବିନ୍ଦ
ତୋ ପ୍ରେମ ସାଗରେ ବୁଡି ଯାଉଥିବି ଜୀବର ଜୀବନ
ହେ ମଧୁସୂଦନ ମୁରଲୀ ଅଧର ରୁକ୍ମଣୀ ହୃଦୟ ଚନ୍ଦନ
ମାଗୁଣି ମୋର ଏତିକି ଛନ୍ଦା ଚରଣେ ସଦା ଥିବ ମନ
ଆଉ କିଵା କରିଥାନ୍ତି ମୋ ବଉଳ ଲୋ
ଆଉ କିଵା କରିଥାନ୍ତି ମୋ ବଉଳ ଲୋ
ମୁହିଁ ବିକି ଦେଇଛି ଆତ୍ମା ଚକାଡ଼ୋଳାଙ୍କୁ
ତାଙ୍କ ଛନ୍ଦା ଚରଣ ଛୁଇଁ ହେଲି କୁଳଟା
ମହାବାହୁ ଛାୟାରେ କାଟିଦେବି କାଳକୁ
ମୋହନ ପ୍ରିୟ ବଂଶୀରେ
ମୋହନ ପ୍ରିୟ ବଂଶୀରେ ତୁ ଆଉ ବାଜନା ବାଜନା ବାଜନା
ଶ୍ରୀରାଧା ଚିତ୍ତ ଚୋର ମୋହନ ସମ ତୁହିରେ କିମ୍ପା ବୁଝୁନା
ଭକତ ଭକତି ଡୋରିରେ ବନ୍ଧା ଶ୍ୟାମ ଆଉ କି ଫେରିବେ
ନିର୍ଦ୍ଦୟ ହୃଦୟ ମଧୁର ବଂଶୀ ତୁ କଟାଘାରେ ଚୁନ ଲଗାନା
କାଳୀଦଳା ବେଣୁପାଣୀ ଆଖିରେ ଆଖି ମିଳାଇ
କାଳୀଦଳା ବେଣୁପାଣୀ ଆଖିରେ ଆଖି ମିଳାଇ
ପ୍ରାଣ ସଜନୀରେ ମୋ ମାନ ଅଭିମାନ ସରିଲା
କି ରଙ୍ଗେ ଚାହିଁଲେ ଲୋ ନୂଆ ମେଘ କାଳିଆ
ଗୋବିନ୍ଦ ଛନ୍ଦା ଚରଣରେ ରାମ ଆତ୍ମା ରହିଲା
ନାରଦ ମୁନିଙ୍କ ବୀଣା ସର୍ବଦା ଧ୍ୱନି କରେ
ନାରଦ ମୁନିଙ୍କ ବୀଣା ସର୍ବଦା ଧ୍ୱନି କରେ ଓଁ ନମୋ ନାରାୟଣ
ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ
ଲକ୍ଷ୍ମୀ ଗରୁଡ ପ୍ରହ୍ଲାଦ ଧୃବ ନିରନ୍ତର ଜପନ୍ତି ଓଁ ନମୋ ନାରାୟଣ
ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ ଓଁ ନମୋ ନାରାୟଣ
ଚାରିମୁଖ ବ୍ରହ୍ମା ଆନନ୍ଦରେ ଗାଏ
ଚାରିବେଦ ବ୍ରହ୍ମା ଆନନ୍ଦରେ ସ୍ତୁବନ୍ତି ଜଗନ୍ନାଥ ସନାତନ ସାରଥି
ଭାଗବତ କୀର୍ତ୍ତନ କରେ ଜଗନ୍ନାଥ ଦାମୋଦର ମାଧବ ବୋଲି
ଅନନ୍ତ କାଳରୁ ଜଗନ୍ନାଥ ହେ ତୁମ୍ଭ ଛନ୍ଦା ଚରଣକୁ ଖୋଜୁଅଛି
ଥରୁଟେ ଦର୍ଶନ ଦିଅନ୍ତୁ ରୁକ୍ମଣୀ ଜୀବନ ଝୁରି ଝୁରି ସରି ଗଲି
ଇନ୍ଦ୍ରିୟଙ୍କୁ ଆଶରା କରି ସଂସାରରେ ଚଳୁଛି
ଇନ୍ଦ୍ରିୟଙ୍କୁ ଆଶରା କରି ସଂସାରରେ ଚଳୁଛି
ବୁଦ୍ଧିକୁ ଜଷ୍ଟି କରି ଷଢ଼ ରିପୁମାନଙ୍କୁ ତଡୁଛି
ହେଲେ ଅଭିମନ୍ୟୁ ଭଳି ମୋର ଦୁରାବସ୍ଥା
ଅଧାଗଢାଙ୍କ ଛନ୍ଦା ଚରଣରେ ଆସ୍ଥା ବଢୁଛି
ଓଁ ଶ୍ରୀ ସାଇରାମ ତୁମ୍ଭେ ଅବାରିତ କରୁଣା ବାରିଧାର
ଓଁ ଶ୍ରୀ ସାଇରାମ ତୁମ୍ଭେ ଅବାରିତ କରୁଣା ବାରିଧାର
ମୁହିଁ ଜନ୍ମରୁ ଅଜ୍ଞାନ ସାଇକୃଷ୍ଣ ପ୍ରଭୁ ଦୃଷ୍ଟି ଶକ୍ତି ଦେଲ
ଅତି ଦୃଢ଼ ମୋହ ଫାସରେ ପ୍ରାଣ କଣ୍ଠାଗ୍ରତ ହେଇଥିଲା
ହେ ସକଳ ପ୍ରାରବ୍ଧ ବିଧ୍ଵଂସୀ ମୋର ସହଯାତ୍ରୀ ହେଲ
ସତ କଥା ଗୋବିନ୍ଦଙ୍କ ଘର ମୁହିଁ ଦେଖିନାହିଁ
ସତ କଥା ଗୋବିନ୍ଦଙ୍କ ଘର ମୁହିଁ ଦେଖିନାହିଁ
ତୁମମାନଙ୍କର ଭଳି ମୋର ଅଧାଗଢା ଭରଷା
ସତ୍ୟ ଧର୍ମ ଅହିଂସା ପ୍ରେମ କ୍ଷମା ଅର୍ଘ୍ୟ ଥାଳି
ଧରି ବନ୍ଦାପନା କରୁଅଛି ହେବ କୃପା ବରଷା
Friday, 29 May 2026
ବ୍ରହ୍ମଦାରୁ ଘୋର ମାୟା
ବ୍ରହ୍ମଦାରୁ ଘୋର ମାୟା ସଂସାରର ଜଡ଼
ଅଧାଗଢା ପ୍ରତିଟି ଜୀବ ଜୀବନର ମୋଡ଼
ପାଦ ପାଦକୁ ଚକାଡୋଳାଙ୍କ କରୁଣା ଦୃଷ୍ଟି
ଜଗନ୍ନାଥ ପ୍ରସାରିବେ ଭୁଜ ବଢିଗଲେ ଭିଡ଼
🙏🙏🙏
ତୁହି ମାଆ ଗୋ ଶ୍ରୀକ୍ଷେତ୍ର ରାଣୀ ନାରାୟଣ ପ୍ରାଣ ପ୍ରୀୟା
ତୁହି ମାଆ ଗୋ ଶ୍ରୀକ୍ଷେତ୍ର ରାଣୀ ନାରାୟଣ ପ୍ରାଣ ପ୍ରୀୟା
ତୁହି ଭବାନୀ ଚଣ୍ଡୀକା ତ୍ରିପୁରା ସୁନ୍ଦରୀ କିଶୋରୀ ବାଳିକା
ମାଆ ଗୋ ତୁହି ସୁମତି ବାଡ଼ି ଅଗଣାରେ ଭକତି କଳିକା
ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ବ୍ରହ୍ମଦାରୁ ତାରା କେଶି ଦକ୍ଷିଣ କାଳିକା
ହେ ଶଙ୍କର ପାର୍ବତୀ ପରମ ପ୍ରିୟ ବ୍ରହ୍ମଦାରୁ
ହେ ଶଙ୍କର ପାର୍ବତୀ ପରମ ପ୍ରିୟ ବ୍ରହ୍ମଦାରୁ
ଇନ୍ଦ୍ରିୟ ଗଣ୍ଠିଲିରେ ଖୋଜି ନ ପାଇଲି ଭାବ
ଅଧାଗଢା ଛନ୍ଦା ଚରଣରେ ଆତ୍ମା ସମର୍ପିଲି
ତ୍ରାହି ମାଂ ରାମାନୁଜ ସୁଭଦ୍ରା ଭ୍ରାତ ମାଧବ
ହାତ ଚରଣ ଦେଖୁନାହିଁ ହେ ଗୋବିନ୍ଦ
ହାତ ଚରଣ ଦେଖୁନାହିଁ ହେ ଗୋବିନ୍ଦ ବ୍ରହ୍ମଦାରୁ
କେଉଁଠି ରଖିବ ମହା ପାପୀ ରାମ ମନ ଅଭାବ
ଅପଲକ ଚକାଡୋଳାରେ ଥୋଇ ଆସିଲି ଭାବକୁ
ଆଲିଙ୍ଗନ କରିବେ କି ମହାବାହୁ ରୁକ୍ମଣୀ ବଲ୍ଲଭ
ମହାଦେବ ଶଙ୍କର ଅବତରିଲେ ହୋଇ କେଶରୀ ନନ୍ଦନ
ମହାଦେବ ଶଙ୍କର ଅବତରିଲେ ହୋଇ କେଶରୀ ନନ୍ଦନ
ଗୌରୀ ସ୍ଥାନରେ ଭରି ଅଶେଷ ଶ୍ରୀରାମ ପାବନ କିରତୀ
ନୟନେ ରାମ ତୁଣ୍ଡରେ ରାମ ଶିଳାରେ ଲେଖିଲେ ରାମ
ବକ୍ଷ ଚିରି ଦେଖାଇଲେ ଶଙ୍କର ଶ୍ରୀରାମ ଚରଣେ ପୀରତି
ସଂସାରୀ ସଙ୍ଗାତ ସୁଖ ଦୁଃଖ ଦୁଇ
ସଂସାରୀ ସଙ୍ଗାତ ସୁଖ ଦୁଃଖ ଦୁଇ
କୃଷ୍ଣ କୃପାକଲେ ସାଧୁ ଭେଟ ପାଇ
ସାଧୁସଙ୍ଗେ ସୁଲଭ ଗୋବିନ୍ଦ ଚରଣ
ଗୋବିନ୍ଦ ଚରଣ ଅଭୟ ସଦା ଧ୍ୟାୟି
ଶ୍ରୀପୁରୁଷୋତ୍ତମ ହରି ଷୋଳ କଳା
ଶ୍ରୀପୁରୁଷୋତ୍ତମ ହରି ଷୋଳ କଳା
ଶ୍ରୀକ୍ଷେତ୍ର ଧର୍ମ କ୍ଷେତ୍ର ଧର୍ମ ନେତ୍ର
ଫର ଫର ଡାକଇ ପତିତପାବନ
ବୈକୁଣ୍ଠଯାତ୍ରୀ ପାବନ କର ଗାତ୍ର
ନାମ ବ୍ରହ୍ମ ଗୋବିନ୍ଦ ଭାବ ଶରୀର ଗୋବିନ୍ଦ
ନାମ ବ୍ରହ୍ମ ଗୋବିନ୍ଦ ଭାବ ଶରୀର ଗୋବିନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଶ୍ରୀମଦଭାଗବତ
ଶ୍ରୀମଦଭାଗବତ ଗୋବିନ୍ଦ ରୁକ୍ମଣୀ ଲୀଳାନିଧି
ସୁଧାନିଧି ଶିବ ମୁଖାମୃତ ଶୁକ ପାନେ ଉନ୍ମୁକ୍ତ
ହରି ବୋଲ ହରି ବୋଲ ହରି ବୋଲ
ହରି ବୋଲ ହରି ବୋଲ ହରି ବୋଲ
ଜପ ଜପ ଗିନି ମଞ୍ଜିରା କରତାଳ ଗିନି
ହରି ବୋଲ ହରି ବୋଲ ହରି ବୋଲ
ହରି ସର୍ବ ଘଟରେ ପାରିଲି ନାହିଁ ଚିହ୍ନି
ଅତି ବଡ ଅମାନିଆ ମୋର ମନ ପାରାରେ
ଅତି ବଡ ଅମାନିଆ ମୋର ମନ ପାରାରେ
ଉଡ଼ିଯା ଉଡ଼ିଯା ଉଡ଼ିଯା ତୁ ଶ୍ରୀମନ୍ଦିର ପୁରୀ
ପତିତପାବନବାନା ଡାକେ ଆସ ପାପୀ ତପି
ଆତ୍ମା ଚିନ୍ତଇ ଅଧାଗଢା ବାନ୍ଧିଲେଣି ଡୋରି
ବାଟରେ ଘାଟରେ ରାଧା ରାଧା ରାଧା ବୋଲି
ବାଟରେ ଘାଟରେ ରାଧା ରାଧା ରାଧା ବୋଲି
ପ୍ରାଣ ଖିଆ ମୂରଲୀରେ ଆଉ ବାଜନା ବାଜନା
ଲୋକହସା ହେବି କୃଷ୍ଣ ପ୍ରେମ ସୁମରି କାନ୍ଦିବି
ବଂଶୀ ସତେ କିବା ଭେଟିବି ନନ୍ଦ ସୁତ କାହ୍ନା
ମୋର ଦେହ ପଞ୍ଜୁରୀରେ ନାଲି ଥଣ୍ଟ ଶୁଆ କଳା ଶାରୀ
ମୋର ଦେହ ପଞ୍ଜୁରୀରେ ନାଲି ଥଣ୍ଟ ଶୁଆ କଳା ଶାରୀ
ଦିବସ ରଜନୀ ଜପୁଥାନ୍ତି ମଧୁର ହରେ କୃଷ୍ଣ ହରେ ରାମ
ଏଗାର ଇନ୍ଦ୍ରିୟ ପଚିଶ ପ୍ରକୃତି ବହୁତ ବଡ ମୋ ସଂସାର
ଶୁଣିବାକୁ ଇଚ୍ଛା ଥିଲେ ବି ଶୁଣିପାରେ ନାହିଁ ବହୁତ କାମ
ଅତି ଅସହାୟ ଅବସ୍ଥା ନିଶ୍ଚୟ ଦିଶୁଥିବ ଚକାଆଖକୁ
ଅତି ଅସହାୟ ଅବସ୍ଥା ନିଶ୍ଚୟ ଦିଶୁଥିବ ଚକାଆଖକୁ
ଶୁଭୁ ଥାଇପାରେ ନ ପାରେ ମୋର ଆକୁଳ ପ୍ରାର୍ଥନା
କେବଳ ଅଭୟ ଛନ୍ଦା ଚରଣରେ ଥରୁଟିଏ ଲୋଟିବି
ରୁକ୍ମଣୀ ଜୀବନ ହେ ତୁମ୍ଭେ କି ମୋ ଅନ୍ତର ଜାଣନା
ଅସ୍ତାଚଳଗାମୀ ସୂର୍ଯ୍ୟ ସର୍ଵଦା ଅନ୍ତରୀକ୍ଷେ ବିରାଜ
ଅସ୍ତାଚଳଗାମୀ ସୂର୍ଯ୍ୟ ସର୍ଵଦା ଅନ୍ତରୀକ୍ଷେ ବିରାଜ
ଯେସନେ ବୈଷ୍ଣବ ହୃଦୟେ ବ୍ରହ୍ମଦାରୁ ଦେବରାଜ
କୃଷ୍ଣାଷ୍ଟମୀ ମଧ୍ୟରାତ୍ରି କୋଟି ପୂର୍ଣ୍ଣୀମା ଚନ୍ଦ୍ର ଆଭା
ତକ୍ଷଣେ ଉଦ୍ଧରିଲେ ଗ୍ରାହ୍ୟଗ୍ରସ୍ତ ଆକୁଳ କରିରାଜ
ବାଟରେ ଚାଲିଲେ ଲକ୍ଷ୍ୟ ପ୍ରାପ୍ତି
ବାଟରେ ଚାଲିଲେ ଲକ୍ଷ୍ୟ ପ୍ରାପ୍ତି
ନିର୍ମଳ ଭାବରେ ପ୍ରାପ୍ତି ଗୋବିନ୍ଦ
ଯାହା ଉପରେ ଚକାଆଖି ଦୃଷ୍ଟି
ସେ ବୁଝିପାରେ ଏହାର ଆନନ୍ଦ
ମନ ଆଉ ବୁଦ୍ଧି ଏହି ଦି ପାଦରେ ଚଳେ ସଂସାର
ମନ ଆଉ ବୁଦ୍ଧି ଏହି ଦି ପାଦରେ ଚଳେ ସଂସାର
ତୁମ୍ଭଙ୍କୁ କିବା ଅଜ୍ଞାତ ବନମାଳୀ ଦାମୋଦର ମାଧବ
ହେ କୃଷ୍ଣ ବ୍ରହ୍ମଦାରୁ ହେ ମହାବାହୁ ହେ ଚକାଡୋଳା
ଛନ୍ଦା ପାଦକୁ ଆଶ୍ରା କରିଛି ଭଵ ବାଧା ନ ବାଧିବ
ଜୀବର ମନ ଚଳିଲେ ଶରୀର ଚଳେ
ଜୀବର ମନ ଚଳିଲେ ଶରୀର ଚଳେ
ପ୍ରାଣୀ ତା ନ ଜାଣେ ମାୟା ଭୋଳେ
ଯାହାକୁ ସଦୟ କୃଷ୍ଣ ଅର୍ଜୁନର ସଖା
ଛନ୍ଦା ଚରଣ ଦେଖେଇ ଚର୍ମ ଡୋଳେ
ଏହି ପଞ୍ଚଭୁତ ଶରୀରର କେତେ ଯେ ସାମର୍ଥ୍ୟ
ଏହି ପଞ୍ଚଭୁତ ଶରୀରର କେତେ ଯେ ସାମର୍ଥ୍ୟ
ମହାବାହୁ ଚକାଡୋଳା ତୁମ୍ଭଙ୍କୁ କି ଅବା ଅଜଣା
ହୃଦୟ ପଦ୍ମରେ ଛନ୍ଦା ପାଦକୁ ଅନୁସରି ଚାଲିଛି
ବୈକୁଣ୍ଠ ଯାତ୍ରା ଗୋବିନ୍ଦ ନ ହେବି ବାଟ ବଣା
Subscribe to:
Posts (Atom)

















































