Tuesday, 30 June 2026

ଶୁଣି ପାରୁନ ବୋଲି ଦୀନଜନଙ୍କର ଅନ୍ତର ବେଦନା

ଶୁଣି ପାରୁନ ବୋଲି ଦୀନଜନଙ୍କର ଅନ୍ତର ବେଦନା ହେ ମହାବାହୁ ଅପଲକ କରୁଣା ନେତ୍ରରେ ଚାହିଁଛ ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ ହୃଦୟ କୃଷ୍ଣ ଗୋବିନ୍ଦ ସାଲବେଗ ଆରତ୍ତ ଦଳି କୋଳକୁ ଆଉଜି ନେଇଛ

ଦୀନ ଜନେ କୃପା କରିଥାଅ ମହାବାହୁ

ଦୀନ ଜନେ କୃପା କରିଥାଅ ମହାବାହୁ ଦୀନବନ୍ଧୁ ନାମ ଯେଣୁ ତୁମ୍ଭେ ବୋହିଛ ଅପଲକ କୃପା ନେତ୍ରେ ଚାହିଁଥାଅ ପ୍ରଭୁ କୃପା ସିନ୍ଧୁ ଚକାଡୋଳା ଯେଣୁ ପାଇଛ

ଅର୍ଜୁନ ପ୍ରାଣ ସଖା ରୁକ୍ମଣୀ ଆତ୍ମା କହିଛନ୍ତି

ଅର୍ଜୁନ ପ୍ରାଣ ସଖା ରୁକ୍ମଣୀ ଆତ୍ମା କହିଛନ୍ତି କେବଳ ନିଷ୍କାମ ପ୍ରେମ ହୃଦୟରେ ବହିଥା ବାସୁଦେବ ବନମାଳୀ ବ୍ରହ୍ମଦାରୁ ପୂର୍ଣ୍ଣ ଵ୍ରହ୍ମ ଭୁଜ ଛାଇକୁ ଡାକି ହରିବେ ଅନ୍ତର ବ୍ୟଥା

ମଧୁ ମଧୁପ ପୁଷ୍ପର ରୂପ ରଙ୍ଗ ସୁଗନ୍ଧ

ମଧୁ ମଧୁପ ପୁଷ୍ପର ରୂପ ରଙ୍ଗ ସୁଗନ୍ଧ ଗୋପାଳକଙ୍କର ଉପମା ଚକାଡୋଳା ବଂଶୀ ବଂଶୀର ସ୍ଵନ ମାନିନୀ ଶ୍ରୀରାଧା ଗରୁଡ ପଛରୁ ଥରୁଟିଏ ଆଖିକୁ ମିଳା

ରୂପ ନାହିଁ ପୁଣି ରୂପ ଅଛି ଅନ୍ତରୀକ୍ଷ ହେ ଓଁକାର

ରୂପ ନାହିଁ ପୁଣି ରୂପ ଅଛି ଅନ୍ତରୀକ୍ଷ ହେ ଓଁକାର ବ୍ରହ୍ମ ଅନନ୍ତ ମାଧୁରୀ ଶ୍ରୀରାଧା କୃଷ୍ଣ ସୀତା ପତି ଆତ୍ମା ରାମ ନିର୍ଗୁଣ ସଗୁଣ ନିରାକାର ହେ ସୁଧାକାର ଚକାଡୋଳା ବାସୁକୀ ଫଣା ଛାୟାରେ ଯୋଗ ମୁଦ୍ରା କମଳା ପ୍ରେମ

ଏହି ଅଖିଳ ବିଶ୍ୱ ବ୍ରହ୍ମାଣ୍ଡର ମହାରଣା ହିଁ ଚକାଡୋଳା

ଏହି ଅଖିଳ ବିଶ୍ୱ ବ୍ରହ୍ମାଣ୍ଡର ମହାରଣା ହିଁ ଚକାଡୋଳା ଆତ୍ମା ଶାରୀ ମୋର ନିରନ୍ତର ତାଙ୍କୁ ହୃଦୟରେ ଧାଉଛି ଅପାର କରୁଣା ଭକ୍ତ ବତ୍ସଳ ଦୀନବନ୍ଧୁ ପତିତ ପାବନ ମନ କୋଇଲି ପ୍ରେମରେ ସଦା କୃଷ୍ଣ କୃଷ୍ଣ କୃଷ୍ଣ ଗାଉଛି

ଛନ୍ଦା ଚରଣରେ ତୁହି ନିଶ୍ଚଳେ ବସିଥା ମନରେ

ଛନ୍ଦା ଚରଣରେ ତୁହି ନିଶ୍ଚଳେ ବସିଥା ମନରେ ବାୟା ନିଶ୍ଚଳେ ବସିଥାଅ ବ୍ରହ୍ମଦାରୁ ଛାଇ ତଳେ ଶ୍ରୀପୁରୁଷୋତ୍ତମ କମଳା ବଲ୍ଲବ ପରମ ଦୟାଳୁ ଭରଷା ରଖିବା ନିଶ୍ଚୟ ଚାହିଁବେ ଚକାଡୋଳେ

ପ୍ରାରବ୍ଧ କର୍ମ ଫଳରୁ

ପ୍ରାରବ୍ଧ କର୍ମ ଫଳରୁ ଯୋଗୁଁ ପାପ ପଙ୍କେ ପଡ଼ିଗଲି ହେ ଚକାଡ଼ୋଳା ବେନି ଭୁଜ ପ୍ରସାରି ମୋତେ ଉଠା ମୁହିଁ ବଡ ପାତକୀ ତୁମ୍ଭ ବିନା ନାହିଁନା ଅନ୍ୟ ଭରସା ଏହି ଚାରି ଧାଡିକୁ ପଢି ମଣିବ ରୁକ୍ମଣୀ ପ୍ରେମ ଚିଠା

ଗୋବିନ୍ଦ ଆଉ ବୈଷ୍ଣବଙ୍କ ଲୀଳା

ଗୋବିନ୍ଦ ଆଉ ବୈଷ୍ଣବଙ୍କ ଲୀଳା ଚକାଡୋଳା ମଧୁର କହ ଲୋ ଶୁଆ କହ ଲୋ ଶାରୀ ଏହି ଆତ୍ମା ହିତରେ କୃଷ୍ଣ ରୂପ ସ୍ମରଣ କୃଷ୍ଣ କୀର୍ତ୍ତନ ପହଣ୍ଡି ବିଜୟ ଅମୃତ ଗାଆ ଲୋ କୋଇଲି କେବଳ ବାସନା ମୋ ଚିତ୍ତରେ

ମୋ ଆତ୍ମା ଶାରୀ ଲୋ

ମୋ ଆତ୍ମା ଶାରୀ ଲୋ କହ ଅର୍ଜୁନ ସଖା କେଶବ କଥାମୃତ ଏନ୍ତୁଡ଼ି ନିଆଁ ଜୁଇ ନିଆଁଠାରୁ ଆହୁରି ଉତ୍ତପ୍ତ ସଂସାର ଦାରୁଣ ପୟୋନିଧି ଲୀଳାନିଧି ପତିତପାବନ ରୁକ୍ମଣୀ ହୃଦୟ ମାଧବ କଳାନିଧି କୃପାନିଧିରୁ ଆଞ୍ଜୁଳେ ପିଇ ଶୀତଳ କରିବି ପରାଣ

ମନେ ସାଇତିଛି ଗୋଟିଏ ଚିନ୍ତା

ମନେ ସାଇତିଛି ଗୋଟିଏ ଚିନ୍ତା ଚକାଡୋଳାଙ୍କର ଭକତ ପ୍ରେମ ହୃଦେ ସାଇତିଛି କିଞ୍ଚିତ ସେବା ଯେଉଁ ଗୁଡିକ କେବଳ ନିଷ୍କାମ

Monday, 29 June 2026

ସକଳ ଅବତାର ଏହି ଅଖିଳ ହିତ ନିମନ୍ତେ

ସକଳ ଅବତାର ଏହି ଅଖିଳ ହିତ ନିମନ୍ତେ କମଳିନୀ କାନ୍ତ ମହାବିଷ୍ଣୁ ପଦ୍ମନାଭିରୁ ସୃଷ୍ଟି ନବଧା ଭକ୍ତିରେ ଅତି ଯତ୍ନ ଦୃଢ଼େ ବାନ୍ଧିଛନ୍ତି ଚକାଡୋଳା ଅପଲକ ସୁଧା କରୁଥାନ୍ତି ବୃଷ୍ଟି

କ୍ଷୀର ହାଣ୍ଡିରେ ବିରାଡ଼ିଟିଏ ମୁହଁ ମାରିଦେଲ

କ୍ଷୀର ହାଣ୍ଡିରେ ବିରାଡ଼ିଟିଏ ମୁହଁ ମାରିଦେଲେ ଆଉ ସେହି କ୍ଷୀର ହୁଏ ନାହିଁ ଦିଅଁଙ୍କର ପ୍ରସାଦ ଗୋବିନ୍ଦ ଛନ୍ଦା ଚରଣେ ଚିତ୍ତ ସ୍ଥିର ନ ହେଲେ ଏହି ଅଳିକ ଓଳିକ ଜୀବନ ଲାଗେନା ସୁସ୍ଵାଦ

ଜନମ ମରଣ ଦୁହେଁ ଅନୁସରଣ କରୁଛନ୍ତି

ଜନମ ମରଣ ଦୁହେଁ ଅନୁସରଣ କରୁଛନ୍ତି କାମ ଲୋଭ ବଶେ ମୁହିଁ ନ ପାରିଲି ଜାଣି ନାଗ ହାତ ଧରି ନେଲେ ବୈକୁଣ୍ଠ ଭୁବନକୁ ପତିତପାବନ ଅତି ଦୟାଳୁ ମୁରଲୀ ପାଣି

ବୃକ୍ଷର ପାଚିଲା ଫଳ ସଦୃଶ ଏହି ଦେହ

ବୃକ୍ଷର ପାଚିଲା ଫଳ ସଦୃଶ ଏହି ଦେହ ରୂପ ରସ ଗନ୍ଧରେ ପୂର୍ଣ୍ଣ ଗଡୁଟିଏ ସମାନ କାଳ ବୈଶାଖୀ ହଲେଇଲେ ଝଡି ପଡ଼େ ହେବାକୁ ମହାପ୍ରସାଦ କୃଷ୍ଣ ଚିନ୍ତ ସୁଖାସନ

ମଧୁର ଅତି ମଧୁର କୃଷ୍ଣ ରୂପ ଧ୍ୟାନ

ମଧୁର ଅତି ମଧୁର କୃଷ୍ଣ ରୂପ ଧ୍ୟାନ ରାମ ରୂପ ଧ୍ୟାନ ମଧୁର ଅତି ମଧୁର ଆହୁରି ମଧୁର କମଳ ଛନ୍ଦା ଚରଣ ଆତ୍ମା ଭ୍ରମର ଚୂମବାକୁ ସଦା ଅଧିର

ମୁହିଁ ଢ଼ାଳିଲେ ଢାଳିବି ଢାଳଟେ

ମୁହିଁ ଢ଼ାଳିଲେ ଢାଳିବି ଢାଳଟେ ହୃଦ ପାପ ପୂର୍ଣ୍ଣ ଭକ୍ତିରେ ଦରିଦ୍ର ତୁମ୍ଭେ ଢ଼ାଳିଲେ ଢାଳିବ ସମୁଦ୍ର ସୂର୍ଯ୍ୟ ଶଶୀ ଚକାଡୋଳା ଅମୃତ

ସମାନ ବାତ୍ସଲ୍ୟ ପୂର୍ଣ୍ଣ ଚକାଆଖି

ସମାନ ବାତ୍ସଲ୍ୟ ପୂର୍ଣ୍ଣ ଚକାଆଖି ବ୍ରହ୍ମଦାରୁ କଳିର କଳୁଷ ନାଶନ ପତିତପାବନ ବାନା ଚକାଡୋଳା ଜଗନ୍ନାଥ ସର୍ଵଦା ଧର୍ମ ସଂସ୍ଥାପନ

ମୋ ଆତ୍ମା ରହିଗଲା

ମୋ ଆତ୍ମା ରହିଗଲା ତୁମ ଚକାଡ଼ୋଳାରେ ରଖ ଛନ୍ଦା ପାଦରେ ଚିନ୍ତେ ସର୍ବ କାଳରେ

ହେ ଅଚ୍ୟୁତ ଅନନ୍ତ ଗୋବିନ୍ଦ

ହେ ଅଚ୍ୟୁତ ଅନନ୍ତ ଗୋବିନ୍ଦ ତୁମ୍ଭେ ଆଦି ବ୍ୟାଧି ହରା କନ୍ଦ ଗୋବିନ୍ଦ ଦାମୋଦର ମାଧବ ସତ୍ୟାନନ୍ଦ ଚିଦାନନ୍ଦ ନିତ୍ୟାନନ୍ଦ

ଶ୍ରୀରାଧା କଜଳରେ କଳା ବୋଳା ତନୁ ଜଗନ୍ନାଥ

ଶ୍ରୀରାଧା କଜଳରେ କଳା ବୋଳା ତନୁ ଜଗନ୍ନାଥ ଜଗନ୍ନାଥ ପିତ ବସନ ମାଆ ରୁକ୍ମଣୀଙ୍କ ପିନ୍ଧା ଶାଢି କମଳିନୀ ଚୁମ୍ବନରେ ରଙ୍ଗିମା ଅଧର ଶ୍ରୀଜଗନ୍ନାଥ ଗରୁଡ ପଛରୁ ଆତ୍ମାକୁ ଚାହିଅଛି କରପତ୍ର ଯୋଡ଼ି

ହରି ନାରାୟଣ ବିଷ୍ଣୁ ବନମାଳୀ

ହରି ନାରାୟଣ ବିଷ୍ଣୁ ବନମାଳୀ କୃଷ୍ଣ ଚକାଡୋଳା ହେ ଏହି ମୂଢ଼ ଅଜ୍ଞାନ ପାପୀ ରାମ ଗୋଟିଏ ପାଗଳା ବାୟା ବିଶାଳ ବକ୍ଷରେ ମାଆ କମଳାଙ୍କୁ ଦେଖି ବଢେ ଲୋଭ ଥରୁଟିଏ ଛନ୍ଦା ଚରଣକୁ ଛୁଅଁନ୍ତି ଚକାଆଖି କଲେ ଦୟା

ସର୍ବ ଭୂତେ ସଚରାଚର ପରମାଣୁ ଅଣୁରେ ଜଗନ୍ନାଥ

ସର୍ବ ଭୂତେ ସଚରାଚର ପରମାଣୁ ଅଣୁରେ ଜଗନ୍ନାଥ ଅନ୍ତରେ ଦେଖେନା ମୋ ହୃଦରେ ଭରିଛି କାମ ମୋହ ସକଳ ଜ୍ଞାନର ଅଧିଶ୍ୱର ଏହି ଅଧାଗଢା ଚକାଡୋଳା ଅନୁଭବ ଶୁନ୍ୟ ଅଜ୍ଞାନ ଅନ୍ଧ ଚିତ୍ତ ମୁଁ ନ ପାରେ ଥୟ

ପାତକ ନ ଥିବାରୁ ଲକ୍ଷ୍ମଣ ଦେହରେ

ପାତକ ନ ଥିବାରୁ ଲକ୍ଷ୍ମଣ ଦେହରେ ବଳଭଦ୍ର ଧବଳ ସର୍ବ ଦେବ କନ୍ୟା ଯଜ୍ଞ କୁଣ୍ଡ ଅଗ୍ନି ଶିଖା ସୁଭଦ୍ରା ସୀତା ବୈକୁଣ୍ଠ ଶୀତ ଉଷ୍ମ ରହିତ ସୂର୍ଯ୍ୟ ରହିତ ଚନ୍ଦ୍ର ରହିତ ଘନ କଳା ତନୁ କଳା ଶ୍ରୀମୁଖ ରାମ କୃଷ୍ଣ ଆତ୍ମା ହିତା

ଏମିତି ବଢ଼େଇ ଦେଖା କି ଶୁଣା ନାହିଁ

ଏମିତି ବଢ଼େଇ ଦେଖା କି ଶୁଣା ନାହିଁ ବ୍ରହ୍ମଦାରୁଙ୍କୁ ଛାଡିଗଲା କରି ଅଧାଗଢ଼ା ବିନା ହାତୁଡି ନିଆଣରେ ଜଗତ ଗଢେ ନିଜ ସ୍ୱରୂପ ଗଢିଲା ରାଧାକୃଷ୍ଣ ଯୋଡ଼ା

ଓଲଟ ବୃକ୍ଷରେ ଖେଳୁଛି ହଂସ

ଓଲଟ ବୃକ୍ଷରେ ଖେଳୁଛି ହଂସ ଅଣ୍ଡିରା କି ମାଈ ଭେଦ ନୋହି ତାର ଗୋଲକ ଅଣ୍ଡାଟି ବ୍ରହ୍ମାଣ୍ଡ ରାମ ଜୀଏଁ ଛନ୍ଦା ଚରଣ ଧ୍ୟାୟି

ଭକତ ତୋହର ପାଦ

ଭକତ ତୋହର ପାଦ ଭକତ ତୋହର ହାତ ମୁହିଁ ବି ନୁହେଁ ଅନାଥ ନାଥ ମୋର ଜଗନ୍ନାଥ

Sunday, 28 June 2026

ହଟିଆ ଠାକୁର ଗୋବିନ୍ଦ ଲଗାଇଲେ ହଟ

ହଟିଆ ଠାକୁର ଗୋବିନ୍ଦ ଲଗାଇଲେ ହଟ ସ୍ୱୟଂ ବୁଜିଦେଲେ ମାୟାସଂସାରକୁ ବାଟ ଛନ୍ଦା ଚରଣ ଡାକି ଆଶ୍ରା ମୋତେ ଦେଲେ ଇନ୍ଦ୍ରିୟ ଷଡ଼ ବିକାରର ଶେଷ ହେଲା ହାଟ

ଆଲୋ ଶୁଆ ସଦା ଭଜୁ କୃଷ୍ଣ କୃଷ୍ଣ କୃଷ୍ଣ

ଆଲୋ ଶୁଆ ସଦା ଭଜୁ କୃଷ୍ଣ କୃଷ୍ଣ କୃଷ୍ଣ ଶାରୀ ଲୋ ସଦା ଭଜୁ ରାମ ରାମ ରାମ ବିସ୍ତାରିତ ଭୁଜର ଆଲିଙ୍ଗନ ଚାଖିଅଛକି ଭକ୍ତ କୁହା କୁହି ହୁଅନ୍ତି ବୈକୁଣ୍ଠ ଆରାମ

ତାଙ୍କୁ ଚାହାଁନା ଚାହାଁନା

ତାଙ୍କୁ ଚାହାଁନା ଚାହାଁନା ତାଙ୍କୁ ଚାହାଁନା ଲୋ ମିତଣୀ ଚକାଡୋଳା ସୂର୍ଯ୍ୟ ଶଶୀ ଅପଲକରେ ଅଛି ମହନୀ ଚକ୍ଷୁ ଦେଇ ପଶିବ କର୍ଣ୍ଣରେ ଭାସିବ ହୃଦରେ ବସିବ ଆତ୍ମା ହରା ହୋଇ କାନ୍ଦିଥିବୁ ବାହୁନି ବାହୁନି ବାହୁନି

ମୋ ହାତ ଧରି ଭିଡ଼ ଭିଡ ହେ ଦରଦୀ ଚକାଡୋଳା

ମୋ ହାତ ଧରି ଭିଡ଼ ଭିଡ ହେ ଦରଦୀ ଚକାଡୋଳା ମାୟା ମୋତେ ଆହୁରି ଭିତରକୁ ନିଏ ଟାଣି ଟାଣିକି ଯାହା ଘରଣୀ ସ୍ୱୟଂ ଶ୍ରୀକ୍ଷେତ୍ର ମହାରାଣୀ କମଳା ବଡ ତ୍ରୁଟି ହେଲା କିବା ଆତ୍ମା ସମର୍ପି ବେଣୁ ପାଣିକି

ପୁଷ୍ପ ସମାନ ଏଡ଼େ ବଡ

ପୁଷ୍ପ ସମାନ ଏଡ଼େ ବଡ ସୌଭାଗ୍ୟ ହେବ କିବା ମୋର ସର୍ବଦା ବ୍ରହ୍ମଦାରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତି ନୃତ୍ୟରତ କାଳୀୟ ଦଳନ ଛନ୍ଦାପାଦରେ ପାଦ ମିଳାଇ ଭକ୍ତ ଜୟଦେବଙ୍କ ଅଷ୍ଟପଦୀର ଛନ୍ଦେ ଛନ୍ଦେ ଝୁଲୁଥାନ୍ତି

ଭସା ବାଦଲ ଘୋଡାଇ ପକାଏ ଜହ୍ନକୁ

ଭସା ବାଦଲ ଘୋଡାଇ ପକାଏ ଜହ୍ନକୁ ଆତ୍ମାକୁ ଘୋଡାଇ ପକାଏ ମାୟା ମୋହ ପବନ ଉଡାଇ ନିଅଇ ବାଦଲ ଭେଳାକୁ ଚକାଡୋଳା କୃପା ନେତ୍ରେ ଥରେ ଚାହଁ

କପଟୀ ଚକାଡୋଳା ହେ କି ଭାବ ତୁମେ

କପଟୀ ଚକାଡୋଳା ହେ କି ଭାବ ତୁମେ ମୁଁହି କି ଦ୍ୱାପର ଯୁଗ ଶ୍ରୀରାଧା ବାୟାଣୀ ଚିତ୍ତ ବିତ୍ତ ଚୋରି କରି ଛାଡ଼ିକି ଚାଲିଯିବ ଛନ୍ଦାପାଦ ନ ଛାଡ଼ିବି ହେ ମୁରଲୀ ପାଣି

ଚକ୍ଷୁ ଥାଇ ଦୁହେଁ ଅଜ୍ଞାନ ଅନ୍ଧ ଶୈଶବ ବାଳକ

ଚକ୍ଷୁ ଥାଇ ଦୁହେଁ ଅଜ୍ଞାନ ଅନ୍ଧ ଶୈଶବ ବାଳକ କିଶୋର କିଶୋରୀ ବିଭୋର ସଙ୍ଗୀ ମେଳରେ ଯୁବକ ବିବେକ ଶୁନ୍ୟ ଦେଖିଣ କାମିନୀ କାଞ୍ଚନ ଅଲୋଡ଼ା ବୃଦ୍ଧକାଳକୁ ଚିନ୍ତେ ଚକାଡ଼ୋଳାରେ

ଅସୀମ ଯୋନିରେ ଜନମି ମୋ ତୃଷା ନ ମେଣ୍ଟିଲା

ଅଶେଷ ଯୋନିରେ ଜନ୍ମି ମୋ ତୃଷା ନ ମେଣ୍ଟିଲା ହେ ଜଗନ୍ନାଥ ହେ ବ୍ରହ୍ମଦାରୁ ଚକାଡୋଳା ମୁହିଁ ଦୁର୍ଲଭ ନର ଦେହକୁ ଧରିଅଛି କିଞ୍ଚିତ ଦର୍ଶନ ଦେବା ଉଚିତ୍ତ ହେବ ହେ କମଳା ହୃଦ ଗୋବିନ୍ଦ ଏନ୍ତୁଡ଼ିଶାଳରୁ ଛନ୍ଦା ଚରଣେ ଲୋଟିବାକୁ ବଡ ଆଶା ବାନ୍ଧିଅଛି

କଳିରେ ଶ୍ରୀରମଣୀ କାନ୍ତ ବ୍ରହ୍ମଦାରୁ ହୋଇଲେ

କଳିରେ ଶ୍ରୀରମଣୀ କାନ୍ତ ବ୍ରହ୍ମଦାରୁ ହୋଇଲେ ଅଧାଗଢା ରବି ସୁଧାକର ଚକାଡୋଳା ଅପଲକ ଆତ୍ମା ଭ୍ରମର ଅଖିଳ ସଂସାର ଖୋଜି ପଥ ଶ୍ରାନ୍ତ କମଳ ପାଦକୁ ଚୁମିବାକୁ ଝୁରିମଲି ଗୋପାଳକ

ବୈଷ୍ଣବ ଦୁଆରେ ବିଷ୍ଣୁ ପାଦୁକା

ବୈଷ୍ଣବ ଦୁଆରେ ବିଷ୍ଣୁ ପାଦୁକା ଦୁଆର ଓଳେଇଲେ ଧୂଳି ଝଡ଼େ ପ୍ରତିଟି କଣିକାଟି ଶରଧା ବାଲି ବୋଳି ହେଲେ ପାତକ ଛାଡେ

କିଏ ନିଜ ହାତରେ ଭୁଞ୍ଜାଏ ଅଧାଗଢାଙ୍କୁ

କିଏ ନିଜ ହାତରେ ଭୁଞ୍ଜାଏ ଅଧାଗଢାଙ୍କୁ ଆଉ କାହାକୁ ଅଧାଗଢା ଭୁଞ୍ଜାଇ ଦିଅନ୍ତି ନବଧା ଭକ୍ତି ଡୋରିରେ ସଂସାର ଭିଡନ୍ତି ବ୍ରହ୍ମଦାରୁଙ୍କ ସମାନ ଉଦାର କେହି ନୁହଁନ୍ତି

ପରମ ବୈଷ୍ଣବ ମହାଦେବ ଗୌରୀ ଚରଣରେ

ପରମ ବୈଷ୍ଣବ ମହାଦେବ ଗୌରୀ ଚରଣରେ ସଂସାର ମାୟା ବ୍ୟଥିତ ମୋହ ଚିତ୍ତ ଥୟ ହେଉ ଶିବାଳୟ ଏହି କୋଟିଏ ବିଶ୍ୱ ବ୍ରହ୍ମାଣ୍ଡର ବୈକୁଣ୍ଠ ଈଶ୍ବର ପାର୍ବତୀ ସମ୍ବାଦ ହରି କଥା ଆତ୍ମା ମୋହୁ

Saturday, 27 June 2026

ଅପଲକ ଚକାଡୋଳା ମୋ ସକଳ ପାପ ଦେଖିଲେ

ଅପଲକ ଚକାଡୋଳା ମୋ ସକଳ ପାପ ଦେଖିଲେ ବିଶ୍ୱ ରୂପ ଅର୍ଜୁନ ସଖା ଦାରୁବ୍ରହ୍ମଙ୍କୁ ପାପ ଲାଗିଯିବ ନୀଳଚକ୍ରରେ ପତିତ ପାବନ ବାନା ଉଡାଉଛ ଯେଣୁ ଅଶରଣ ଶରଣ ଲକ୍ଷ୍ମୀ ହୃଦୟ ମହାପାପିକୁ ଉଦ୍ଧରିବ

ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି

ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି ଭକ୍ତି ପଦ୍ମା ପତି ଜୟଦେବଙ୍କଠାରୁ ଯଥେଷ୍ଠ ଉଣା ହେଲା ଶ୍ରୀଗୋବିନ୍ଦଙ୍କୁ ରୁପକୁ କଳିବାକୁ ଆରତି ବେଳେ ଚାହିଁଲି ପହଣ୍ଡି ବିଜୟ ବେଶକୁ ସକଳ ଉପମା ଉଣା ପଡି ଗଲା

ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି

ଶ୍ରୀଗୋବିନ୍ଦଙ୍କୁ ମୁହିଁ ଆପଣା ଭାବରେ ବାନ୍ଧିବାକୁ ଭାବିଲି ଭକ୍ତି ପଦ୍ମା ପତି ଜୟଦେବଙ୍କଠାରୁ ଯଥେଷ୍ଠ ଉଣା ହେଲା ଶ୍ରୀଗୋବିନ୍ଦଙ୍କୁ ରୁପକୁ କଳିବାକୁ ସମାଧିରେ ଚାହିଁ ରହିଲି ପହଣ୍ଡି ବିଜୟ ବେଶକୁ ସକଳ ଉପମା ଉଣା ପଡି ଗଲା

ଶ୍ରୀଗୋବିନ୍ଦଙ୍କ ଭାଵର ଉପମା ପୁଷ୍ପ ଭ୍ରମର ପ୍ରେମ

ଶ୍ରୀଗୋବିନ୍ଦଙ୍କ ଭାଵର ଉପମା ପୁଷ୍ପ ଭ୍ରମର ପ୍ରେମ କମଳ କଢିକୁ ଉଷାକାଳ ବାଳ ଅରୁଣଙ୍କର ଚୁମ୍ୱନ ଚକାଡୋଳାଙ୍କ ଉଦାର ପଣ ଭକ୍ତକୁ ବହୁତ ଅଧିକା ଅରକ୍ଷିତ ରାମ କପାଳରେ ଦେଲା ଟୋପି ଚନ୍ଦନ

ଷୋଳ ସହସ୍ର ଯୋଗୀ ମୁନୀ ହେଲେ ଗୋପୀ ନାରୀ

ଷୋଳ ସହସ୍ର ଯୋଗୀ ମୁନୀ ହେଲେ ଗୋପୀ ନାରୀ ହେ ଗୋବିନ୍ଦ ଲଭିବାବୁ ଚୁମିବାକୁ ତୋ ଛନ୍ଦା ଚରଣ ମହା ଯୋଗେଶ୍ୱର ଉମା ପତି ହେଲେ ଶଶ୍ମାନବାସୀ ହେ ବାସୁଦେବ ଅଖିଳ ମୋହିନୀ ମାୟା କର କାରଣ

ଗଦ୍ୟରେ ଆରମ୍ଭ ଲଳିତ ପଦ୍ୟରେ ଆବୃତ୍ତି

ଗଦ୍ୟରେ ଆରମ୍ଭ ଲଳିତ ପଦ୍ୟରେ ଆବୃତ୍ତି ପଦ୍ୟରେ ଆରମ୍ଭ ଭାବ ପ୍ରେମରେ ଗୋବିନ୍ଦ ଯୋଗରେ ଆରମ୍ଭ ଭକ୍ତି ଜ୍ଞାନରେ ଆରତୀ ନିଷ୍କାମରେ ଆରମ୍ଭ ଛନ୍ଦା ପାଦରେ ବ୍ରହ୍ମାନନ୍ଦ

ତୁମ୍ଭ କରୁଣା ଭଣ୍ଡାର ମାଆ କମଳାଙ୍କ ଧାନ କଳସୀ

ତୁମ୍ଭ କରୁଣା ଭଣ୍ଡାର ମାଆ କମଳାଙ୍କ ଧାନ କଳସୀ କି ଅଭାବ ହେ ବ୍ରହ୍ମଦାରୁ ସିଞ୍ଚି ଦିଅନ୍ତୁ ଶିରେ ବୁନ୍ଦାଏ ତୁମ୍ଭ ପହଣ୍ଡି ଵିଜୟ ବେଶ କାଳୀୟ ନର୍ତ୍ତନ ଭଙ୍ଗୀ ଦିଅନ୍ତୁ ଭାବ ଚାରିଟି ଧାଡିରେ ଛନ୍ଦା ଚରଣ ବନ୍ଦାଏ

ଜଳରେ ନାଗ ଶୟନ ହେ ନାରାୟଣ

ଜଳରେ ନାଗ ଶୟନ ହେ ନାରାୟଣ ହେ ଲକ୍ଷ୍ମୀକାନ୍ତ ସ୍ଥଳେ ବାହାନ ଗରୁଡ଼ ହୃଦୟ ପଦ୍ମରେ ଛନ୍ଦାପାଦ ହେ କୃଷ୍ଣ ହେ ବ୍ରହ୍ମଦାରୁ ନନ୍ଦୀଘୋଷ ରଥାରୁଢ଼

ଶରତ ନିର୍ମଳ ଗଗନ ଜହ୍ନରେ ତୁମେ

ଶରତ ନିର୍ମଳ ଗଗନ ଜହ୍ନରେ ତୁମେ ବଗ ଧଳା ଜହ୍ନ ଦେହରେ କଳା ଦାଗ ଉଷା ଗଗନରେ ତୁମେ ବାଳୁତ ଅରୁଣ ଆତ୍ମା କମଳର ଛନ୍ଦା ପଦେ ଅନୁରାଗ

କିଏ ଦେଲା ନାମ କୃଷ୍ଣ ଦେଲା ନାମ ଗୋବିନ୍ଦ

କିଏ ଦେଲା ନାମ କୃଷ୍ଣ ଦେଲା ନାମ ଗୋବିନ୍ଦ ତୁଣ୍ଡରେ ଦେଲେ ଆତ୍ମା ଖୋଜେ ଛନ୍ଦା ପାଦକୁ କେତେ କାଳ ବସି ବିଧାତା ଗଢିଲା ବନମାଳୀ ଆଖିରେ ଥୋଇଲେ ଭିଜାଏ ହୃଦୟ କମଳକୁ

ଯଶୋଦା ରଙ୍କୁଣୀ ଧନ ଭକ୍ତ ହରି ଚନ୍ଦନ ବନମାଳୀ ହେ

ଯଶୋଦା ରଙ୍କୁଣୀ ଧନ ଭକ୍ତ ହରି ଚନ୍ଦନ ବନମାଳୀ ହେ କାଳୀୟ ନୃତ୍ୟରୁ ବିରତ ହୋଇ ବଢ଼ାଅ ଶ୍ରୀଛନ୍ଦା ଚରଣ ଯମ ରାମ ଦାଣ୍ଡ ଦ୍ୱାରେ ବସିଛି ହାତରେ ତା କାଳ ଫାସ ଥରେ କମଳା ସେବିତ ପାଦକୁ ଛୁଇଁ ଲଭିବି ମୁଁହି ମରଣ