Tuesday, 30 June 2026

ଶୁଣି ପାରୁନ ବୋଲି ଦୀନଜନଙ୍କର ଅନ୍ତର ବେଦନା

ଶୁଣି ପାରୁନ ବୋଲି ଦୀନଜନଙ୍କର ଅନ୍ତର ବେଦନା ହେ ମହାବାହୁ ଅପଲକ କରୁଣା ନେତ୍ରରେ ଚାହିଁଛ ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ ହୃଦୟ କୃଷ୍ଣ ଗୋବିନ୍ଦ ସାଲବେଗ ଆରତ୍ତ ଦଳି କୋଳକୁ ଆଉଜି ନେଇଛ

ଦୀନ ଜନେ କୃପା କରିଥାଅ ମହାବାହୁ

ଦୀନ ଜନେ କୃପା କରିଥାଅ ମହାବାହୁ ଦୀନବନ୍ଧୁ ନାମ ଯେଣୁ ତୁମ୍ଭେ ବୋହିଛ ଅପଲକ କୃପା ନେତ୍ରେ ଚାହିଁଥାଅ ପ୍ରଭୁ କୃପା ସିନ୍ଧୁ ଚକାଡୋଳା ଯେଣୁ ପାଇଛ

ଅର୍ଜୁନ ପ୍ରାଣ ସଖା ରୁକ୍ମଣୀ ଆତ୍ମା କହିଛନ୍ତି

ଅର୍ଜୁନ ପ୍ରାଣ ସଖା ରୁକ୍ମଣୀ ଆତ୍ମା କହିଛନ୍ତି କେବଳ ନିଷ୍କାମ ପ୍ରେମ ହୃଦୟରେ ବହିଥା ବାସୁଦେବ ବନମାଳୀ ବ୍ରହ୍ମଦାରୁ ପୂର୍ଣ୍ଣ ଵ୍ରହ୍ମ ଭୁଜ ଛାଇକୁ ଡାକି ହରିବେ ଅନ୍ତର ବ୍ୟଥା

ମଧୁ ମଧୁପ ପୁଷ୍ପର ରୂପ ରଙ୍ଗ ସୁଗନ୍ଧ

ମଧୁ ମଧୁପ ପୁଷ୍ପର ରୂପ ରଙ୍ଗ ସୁଗନ୍ଧ ଗୋପାଳକଙ୍କର ଉପମା ଚକାଡୋଳା ବଂଶୀ ବଂଶୀର ସ୍ଵନ ମାନିନୀ ଶ୍ରୀରାଧା ଗରୁଡ ପଛରୁ ଥରୁଟିଏ ଆଖିକୁ ମିଳା

ରୂପ ନାହିଁ ପୁଣି ରୂପ ଅଛି ଅନ୍ତରୀକ୍ଷ ହେ ଓଁକାର

ରୂପ ନାହିଁ ପୁଣି ରୂପ ଅଛି ଅନ୍ତରୀକ୍ଷ ହେ ଓଁକାର ବ୍ରହ୍ମ ଅନନ୍ତ ମାଧୁରୀ ଶ୍ରୀରାଧା କୃଷ୍ଣ ସୀତା ପତି ଆତ୍ମା ରାମ ନିର୍ଗୁଣ ସଗୁଣ ନିରାକାର ହେ ସୁଧାକାର ଚକାଡୋଳା ବାସୁକୀ ଫଣା ଛାୟାରେ ଯୋଗ ମୁଦ୍ରା କମଳା ପ୍ରେମ

ଏହି ଅଖିଳ ବିଶ୍ୱ ବ୍ରହ୍ମାଣ୍ଡର ମହାରଣା ହିଁ ଚକାଡୋଳା

ଏହି ଅଖିଳ ବିଶ୍ୱ ବ୍ରହ୍ମାଣ୍ଡର ମହାରଣା ହିଁ ଚକାଡୋଳା ଆତ୍ମା ଶାରୀ ମୋର ନିରନ୍ତର ତାଙ୍କୁ ହୃଦୟରେ ଧାଉଛି ଅପାର କରୁଣା ଭକ୍ତ ବତ୍ସଳ ଦୀନବନ୍ଧୁ ପତିତ ପାବନ ମନ କୋଇଲି ପ୍ରେମରେ ସଦା କୃଷ୍ଣ କୃଷ୍ଣ କୃଷ୍ଣ ଗାଉଛି

ଛନ୍ଦା ଚରଣରେ ତୁହି ନିଶ୍ଚଳେ ବସିଥା ମନରେ

ଛନ୍ଦା ଚରଣରେ ତୁହି ନିଶ୍ଚଳେ ବସିଥା ମନରେ ବାୟା ନିଶ୍ଚଳେ ବସିଥାଅ ବ୍ରହ୍ମଦାରୁ ଛାଇ ତଳେ ଶ୍ରୀପୁରୁଷୋତ୍ତମ କମଳା ବଲ୍ଲବ ପରମ ଦୟାଳୁ ଭରଷା ରଖିବା ନିଶ୍ଚୟ ଚାହିଁବେ ଚକାଡୋଳେ