Friday 27 March 2020

ସହର ସାଜିଛି ସନ୍ୟାସୀ
ସବୁଆଡ଼ ଖାଁ ଖାଁ   
କରୋନା ହରିଛି ନିଦ 
ତୁଟିଛି ସକଳ ମାୟା  ...[୧]
କ୍ଷମତା ଶୋଇଛି ନଥିରେ
ପଇସା ପଶିଛି ଅଣ୍ଟିରେ
କର୍ତା କର୍ମ ସବୁ ନିଷ୍କ୍ରିୟ
କରୋନା ଛକିଛି ବାଟରେ ...[୨]
ଭାରତ ତ୍ୟାଗର ଦେଶ
ପ୍ରମାଣ  ଦେବା  ଆସ
୧ ମିଟର ଦୂରତା ରଖି
କରୋନା କରିବା  ନାଶ ...[୩]

No comments:

Post a Comment