Friday 3 April 2020

ଧନ ଯାଇଥିଲେ ବିଦେଶ କରି ଆସିଲେ ସାଙ୍ଗରେ କରୋନା ଧରି

ଧନ ଯାଇଥିଲେ ବିଦେଶ କରି
ଆସିଲେ ସାଙ୍ଗରେ କରୋନା ଧରି
ୟାଘର ତାଘର ଡେଉଁଛି 
ମୋଦି ଘଣ୍ଟାକୁ ନଯାଏ ଡରି ...[୧]
କରୋନା ଡରରେ ଲୁଚିଲେ ସବୁ
ନେତା ମନ୍ତୀରି ଓକିଲ  ବାବୁ
ପୁଲିସି ଡାକ୍ତର ଦଇବ ସାହା
ଲାଗୁଛି ହୋଇବ କରୋନା କାବୁ ...[୨]
ଡିବିରୀ ଲଗେଇଲେ କରୋନା ଯିବ?
ମଣିଷ ମଣିଷ ଭିତରେ ଭାବଟେ ଥିବ
ସମସ୍ତଙ୍କର ସେ ଗୋଟିଏ ଆଶା
ଦେବଦୁତ ଜଣେ ଉଦ୍ଧରି ଦେବ....[୩]
ଏ ଅବସ୍ଥା କୁ ଦେଖି କରି
ଏବେ ମୁଁ ବୁଝିଛି ପାରି
ଜନନୀ ଜନମ ମାଟି
ସିନା ଅଟେ ସ୍ୱର୍ଗ ପୁରି .......[୪]

No comments:

Post a Comment