Monday 31 October 2022

ଅତି କ୍ଷୁଦ୍ରରୁ କ୍ଷୁଦ୍ର ରୂପରେ

ଅତି କ୍ଷୁଦ୍ରରୁ କ୍ଷୁଦ୍ର ରୂପରେ ଦ୍ରବ୍ୟ ରୂପ ରସ ଗୁଣ ହୀନ ସ୍ୱ ସ୍ୱରୂପ ଅବଗତ ହେଲେ ସମ୍ପୂର୍ଣ ମୁକ୍ତ ଲଭଇ ମନ

ମଣିଷ ଜୀବନ ଖସରା

ମଣିଷ ଜୀବନ ଖସରା କିଏ ବା ଦେଖିଛି କାଲି ଆଜି ସାଙ୍ଗରେ ରହିଥା କାଲି ପଛେ ଯିବୁ ଭୁଲି

Saturday 29 October 2022

ନିରାଶରୁ ନୀରବତା

ନିରାଶରୁ ନୀରବତା ନୀରବତାରୁ ସ୍ୱାଧ୍ୟାୟ ସ୍ୱାଧ୍ୟାୟରୁ ନିବୃତି ନିବୃତ୍ତିରୁ ପ୍ରଶାନ୍ତି

Thursday 27 October 2022

ତା ପେଟ ବଥାହୁଏ ଦେଲେ ହସି

କୁକୁର କେବେ ପଡ଼େନି ବେମାର ଖାଇଲେ ତିନି ଚାରି ଦିନର ବାସି ସୃଷ୍ଟିରେ ସବୁଠୁଁ ଶ୍ରେଷ୍ଠ ମଣିଷ ତା ପେଟ ବଥାହୁଏ ଦେଲେ ହସି

କ୍ଷୁଦା ନିଦ୍ରା ମୈଥୁନ

କ୍ଷୁଦା ନିଦ୍ରା ମୈଥୁନ ବାଲ୍ୟ ଯୌବନ ଜରା ଜୀବ ପାଇଁ ମାଗଣା ଭୂମି ଜଳ ଖରା

Tuesday 25 October 2022

କେବେ କନ୍ୟା ଘର ଗଲେ ପିତା

କେବେ କନ୍ୟା ଘର ଗଲେ ପିତା ନିଶ୍ଚୟ ଫଳପୁଷ୍ପ କିଛି ଥାଏ ଧରି ସ୍ଥାନ କାଳ ପାତ୍ର କି କରିବେ ତାର ଭକ୍ତ ହୃଦୟ ସଦା ଜପୁ ଥାଏ ହରି

Monday 24 October 2022

ଅଦ୍ଭୁତ ଅକପଟ ପ୍ରକୃତି

ଅଦ୍ଭୁତ ଅକପଟ ପ୍ରକୃତି ଆହାଃ କି ସୁନ୍ଦର ଲୀଳା ସଭିଁକୁ ସମାନ ଆଦର କାରେ ନାହିଁ ଅବହେଳା

ଦର୍ଶନ ମୋହ ଭରେ

ଦର୍ଶନ ମୋହ ଭରେ ଶ୍ରବଣେ ମନ ବଳେ ଅସ୍ଥିର ହୁଏ ହୃଦୟ ସ୍ପର୍ଶରେ ଦେହ ଚଳେ

Sunday 23 October 2022

ହିତ କଥା ପଦେ ଶୁଣ

ହିତ କଥା ପଦେ ଶୁଣ ଜମାରୁ ନ ଫୁଟା ବାଣ ପରିବେଶ ହେବ ଦୂଷିତ ଖରା ହେବ ଭାରି ଟାଣ

ତ୍ରିପଣ୍ଡ କାଳିଆ ଅଟେ ମୁଗୁନି ପଥର

ତ୍ରିପଣ୍ଡ କାଳିଆ ଅଟେ ମୁଗୁନି ପଥର ଯେଉଁଥିରୁ ଶ୍ୟାମା ଶ୍ୟାମ ଶିବ ଗଢା ଭେଟ ପାଇଁ ଲୋଡ଼ା ଅଚଳା ଭକତି ତୁଳସୀ ମନ୍ଦାର ଧୁଦୁରା ଫୁଲ ଚଢା

Saturday 22 October 2022

ଲୁହ ଧୋଇଦିଏ ଆଖି

ଲୁହ ଧୋଇଦିଏ ଆଖି ସ୍ନାନ ଧୋଇଦିଏ ମଳି ବର୍ଷା ଧୋଇଦିଏ ଧୂଳି ମନ ଧୋଇଦିଏ ଗାଳି

ମାଈ ଓ ଅଣ୍ଡିରା ଉଭୟ ଫୁଲ

ମାଈ ଓ ଅଣ୍ଡିରା ଉଭୟ ଫୁଲ ଏକ କଖାରୁ ଗଛରେ ଫୁଟେ ସୁଖ ଓ ଦୁଃଖ ଉଭୟ ଅବସ୍ଥା ଏହି ସଂସାରେ ଜୀବ ଭେଟେ

ଘନ ଅନ୍ଧାରରେ ଫୁଟେ ଅତିବ ଧବଳ କଇଁ

ଘନ ଅନ୍ଧାରରେ ଫୁଟେ ଅତିବ ଧବଳ କଇଁ ସୂର୍ଯ୍ୟ ମଥାରେ ହେଲେ ଫୁଟେ କଳା ଦୁର୍ଦୁରା ହରି ତୁ ଜାଣୁ କାହାକୁ ଛନ୍ଦୁ କାହା ସାଙ୍ଗରେ ଲଗା ଜୀବନଡ଼ଙ୍ଗା କୂଳେ ସେ ଅତି ଦର୍ଦରା

Wednesday 19 October 2022

କେଣ୍ଡାରେ ପାଚିଲେ ଧାନ

ଧାନ ଯେତେ ଯାଉଥାଏ ପାଚି କେଣ୍ଡା ସେତେ ପଡୁଥାଏ ନଇଁ ପ୍ରକୁତ ଜ୍ଞ୍ୟାନର ଲକ୍ଷଣ ନମ୍ରତା ନମ୍ରତାଠାରୁ ବଳି ସଂଯମ ନାହିଁ

ନିଜ ଆଗେ ଯିଏ ଯାଚି ମନ

ନିଜ ଆଗେ ଯିଏ ଯାଚି ମନ ସେ ତ ସରଳ ମଣିଷ ଟିଏ ଭଲ ପାଇବାରେ ହଁ ଶୁଣି ଚିଠି ଉପନ୍ୟାସ ଲେଖିଦିଏ

ପ୍ରାଣୀର ପ୍ରାଣ ଶ୍ୱାସ

ପ୍ରାଣୀର ପ୍ରାଣ ଶ୍ୱାସ ଦଳର ବଳ ବିଶ୍ୱାସ ଆହାଃ ଶୁଣିଦେଲେ ଯନ୍ତ୍ରଣା ହୁଏ ଉଶ୍ୱାସ

Breath is vital

Breath is vital Trust is team Truth is God life is dream

ଗୁରୁ ଅଇଁଠା ଖାଇ

ଗୁରୁ ଅଇଁଠା ଖାଇ ଶିଷ୍ୟ ଗଲେ ଫସି ଗୁରୁ ମନରେ ଖୁସି ଅଳ୍ପକେ ଗଲେ ଖସି

Tuesday 18 October 2022

ଭଲ କାମ କଲେ ଅଳପ କହିଲ

ଭଲ କାମ କଲେ ଅଳପ କହିଲ ମନ୍ଦ କାମ କଲେ ସବୁଠି ଗାଇଲ କାମ ବିନା କେହି ବଞ୍ଚି ନ ପାରେ ନିରବ ମୁଁ ବସିବି କେମିତି କହିଲ

ମୁଁହିଁ ତ ବସିଥିଲି ତୁହି ତ ଚାଲୁଥିଲୁ

ମୁଁହିଁ ତ ବସିଥିଲି ତୁହି ତ ଚାଲୁଥିଲୁ ମୋ ଅପରାଧ କେବେ ଦେଖିଦେଲୁ କେତେ ଚେଷ୍ଟା ମୁଁ କଲି ଲୁଚାଇବାକୁ ସମୟ ମୋତେ ତୁ ଲୋକହସା କଲୁ

Monday 17 October 2022

ଅଭାବକୁ କରି ସ୍ଵଭାଵ ନିଜର

ଅଭାବକୁ କରି ସ୍ଵଭାଵ ନିଜର ସର୍ବଦା ହରି ହରି ହୃଦେ ରଟ ଭୋକିଲା ବାଘୁଣୀ ବଟ ଛାଡେ ଅଥଳ ସମୁଦ୍ରେ ଫିଟେ ବାଟ

ଭଲ ପାଇବାରେ ବାସନା ଥିଲେ

ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଜୀବନରେ ଅମୃତ ହୁଏ ବରଷା ଭଲ ପାଇବାରେ ବାସ୍ନା ଥିଲେ ସେ ପ୍ରେମକୁ କରନି ଭରଷା

Sunday 16 October 2022

ଜୀବ ଭିତରେ ଶବ ଭିତରେ

ଜୀବ ଭିତରେ ଶବ ଭିତରେ ହରି ସ୍ଥୂଳ ସୁକ୍ଷ୍ମ ରୂପେ ବସେ ନିଶ୍ଚୟ ହେଲି ସେ ବି ମୋର ମନ ଆନନ୍ଦ ସାଗରେ ଭାସେ

ନ ଶୁଣିଲେ ପ୍ରାଥନା ଏ ମହାପାପୀର

ନ ଶୁଣିଲେ ପ୍ରାଥନା ଏ ମହାପାପୀର ଭାବୁଛୁ କି ତୁ ଘରକୁ ମୁଁ ଯିବି ଫେରି ତୁ ପତିତପାବନ ନାମେ ଜଗତ ପ୍ରିୟ ଆଖି ନ ହେଉ ହୃଦେ ଧରି ଯିବି ତରି

Saturday 15 October 2022

ବୃକ୍ଷରେ ଥିଲେ ଶାଖା ପତ୍ର

ବୃକ୍ଷରେ ଥିଲେ ଶାଖା ପତ୍ର ଅତି ଶୀତଳ ବୃକ୍ଷର ଛାୟା ଗୋବିନ୍ଦ ନାମ ଭଜୁ ଥିଲେ ନ ଲାଗେ ସଂସାର ମାୟା

ଅନ୍ଧାର ପାଳେ ରଜନୀ

ଅନ୍ଧାର ପାଳେ ରଜନୀ ଆଲୋକ ପାଳେ ଦିବସ ଶୃଙ୍ଖଳା ଧର୍ଯ୍ୟ କରି ବ୍ରତ ଜଗତ ପାଳନ୍ତି ସରସ

Friday 14 October 2022

As, I am always busy screwing others

As, I am always busy screwing others As, they have so many so many faults As, I cannot see a single fault with me As, I do not know my own knot & bolts

Wednesday 12 October 2022

ଅମୃତ ଝର

ଭକ୍ତର ହୃଦୟ ତା ଲାଗି ଆନନ୍ଦ ବିଶ୍ରାମ ପ୍ରତି ଭକ୍ତର ଗାଥା ଅଟେ ଅମୃତ ବିନ୍ଦୁ ଯେଣୁ ଭଗବାନ ନବଧା ଭକ୍ତିରେ ବନ୍ଧା ତେଣୁ ଭକ୍ତ ଲାଗି ଅସୀମ କରୁଣା ସିନ୍ଧୁ

ଯତ୍ନ ପାଇଲେ ବିକାଶେ

ଯତ୍ନ ପାଇଲେ ବିକାଶେ ଜୀବନ ଥାଏ ମଞ୍ଜିରେ ଧର୍ମ ହିଁ ପିତା ମାତା ଧ୍ୟାନରେ ହୁଏ ବୁଝି

କେଉଁ ପୁଷ୍ପର ଅଛି ରଙ୍ଗ

କେଉଁ ପୁଷ୍ପର ଅଛି ରଙ୍ଗ କେଉଁ ପୁଷ୍ପର ଅଛି ଗନ୍ଧ ପ୍ରକୁତି ଗଭାର ଶୋଭା ପୁଷ୍ପର ସ୍ୱରୂପ ଆନନ୍ଦ

Tuesday 11 October 2022

ସଂସାରେ ସବୁଠୁଁ ସୁନ୍ଦର

ସଂସାରେ ସବୁଠୁଁ ସୁନ୍ଦର ଆଖି ତ ନ ପାରେ ଦେଖି ସଂସାରେ ସବୁଠୁଁ ମିଠା ଜିଭ ତ ନ ପାରେ ଚାଖି

ଛୋଟ ଛୋଟ ଖଣ୍ଡ କରି

ଛୋଟ ଛୋଟ ଖଣ୍ଡ କରି କାଉକୁ ଦେଲି ଲୋ ରୁଟି ଖଣ୍ଡିଆ ହାତ ଜଗନ୍ନାଥ ଭାବରେ ଗଲି ଲୋଟି

Monday 10 October 2022

ଗଛ ମୂଳରେ ଅଳିଆ

ଡାଳରେ ଫୁଲ ମୂଳେ ଅଳିଆ ମନ ମୋହନ ହାଣ୍ଡି କାଳିଆ

Sunday 9 October 2022

Avoid going in the lift

Avoid going in the lift For you there is a gift Fast come is first served The formation in the gist

ଅମୃତ ଝର

ସେ ନିରାକାର ସେହି ଓଁକାର ଭଜେ ଗାୟତ୍ରୀ ସର୍ବ ଆକାର [୧] ଜାମୁ ଡାଳିଆ ବାଙ୍କ ଚୂଳିଆ ଦେଖିବାକୁ ସେ ଘନ କାଳିଆ [୨ ] ଚକା ଆଖିଆ ଭକ୍ତ ପାଖିଆ ଡାକୁଥା ଢାଙ୍କି ଭକ୍ତି ପଖିଆ[୩] ମୁଁହ ସୁନ୍ଦର ବଂଶୀ ମଧୁର ନ ଥାଉ କାନ ନୁହେଁ ବଧିର[୪ ] ମୁଁହ କାଳିଆ ଓଠ ନାଲିଆ ଭଉଣୀ ସୁଭଦ୍ରା ଭାଇ ବଳିଆ [୫ ] ହାତେ ବଇଁଶୀ କପାଳେ ଚିତା ଦୁଃଖୀ ରଙ୍କିର ମାତା ଓ ପିତା [୬ ] ଦୂରରେ ଳକ୍ଷ୍ମୀ ପାଶେ ଭଗତ ସଂସାର କରି ମନ ମୁକତ[୭ ] ଜନ୍ମ ମଥୁରା ଗୋପରେ ଲୀଳା ରାଧାର ଜୀବନ ସେ କାଳିଦଳା [୮] ଦେବକୀ ପୁଅ ଯଶୋଦା ଧନ ବଣ ମାଳରେ କି ଶୋଭବନ [୧୦ ] ଅଗଣାରେ ତା ଶରଧା ବାଲି ପାପ ଛାଡଇ ଦେହରେ ବୋଳି[୧୧] ଆନନ୍ଦବଜାର ଅବଢ଼ା ହାଟ ଚାଖିଲେ ମୁକ୍ତି ପୂରଇ ପେଟ [୧୨] ଭାବରେ ବନ୍ଧା ଅଭାବେ ଦୂର ଅତି ପାଖରେ ପକା ନଜର [୧୩ ] ଯେଉଁଠି ବୈଷ୍ଣବ ସେଠି ତା ଘର ଶ୍ରୀମନ୍ଦିରେ ଖାଲି ମୂର୍ତ୍ତି ତାହାର [୧୪ ] ନ ଥାଉ ହାତ ନ ଥାଉ ଗୋଡ଼ ସମ୍ପର୍କ ଯୋଡ଼ିଲେ ହୁଅଇ ଦୃଢ଼ [୧୫ ] ଦାସ ନଡ଼ିଆ ଗୀତ ଗୋବିନ୍ଦ ସେଥିରେ ତାର ପରମା ନନ୍ଦ [୧୬] କାଠରେ ଗଢା ଭକ୍ତିରେ ଯୋଡ଼ା ଭକ୍ତ ଜୀବନ ତାର ଅବଢା[୧୭] ଡାଳରେ ଫୁଲ ମୂଳେ ଅଳିଆ ମନ ମୋହନ ହାଣ୍ଡି କାଳିଆ [୧୯] ବଡ ଦାଣ୍ଡରେ ରଖିଲେ ପାଦ ମନରେ ଭରେ ବଡ ଆନନ୍ଦ [୨୦] ରଥେ ଦେଖିଲେ କଳା ବାମନ ଲଭିବୁ ନାହିଁ ଆଉ ଜନମ[୨୧] ହାତ ବାଜିଲେ ଅରୁଣ ଖମ୍ବେ ଭକ୍ତିର ଧାର ଆଖିରୁ ଲମ୍ବେ[୨୨] ବାଇଶି ପାବଛେ ରଖିଲେ ପାଦ ଦିବ୍ୟ ଆନନ୍ଦେ ମହା ଆନନ୍ଦ [୨୩] କଳପ ବାଟ ଅବଢା ହାଟ ବାଞ୍ଛା ପୂରଇ ଭରଇ ପେଟ [୨୪] ବରଷେ ଥରେ ରଥ ଯାତରା ଟାକେ ଭକତ ହୋଇ ଆତୁରା[୨୫ ] ହାତରେ ଭିଡି ରଥ ଦଉଡ଼ି ଜୟ ଜଗନ୍ନାଥ ଦିଅଇ ରଡି [୨୬ ] ପିଇ ନ ସରେ ଏତେ ରସରେ ତେଣୁ ରହିଲି ହରି ବାସରେ [27 ] କଦମ୍ବ ବୃକ୍ଷ ମୂଳେ କାଳିଆ ରହରେ ମନ ପାଦ ତଳିଆ[28]

Saturday 8 October 2022

What if I do not practice TAVI

What if I do not practice TAVI Did I commit a serious crime All whom I referred to surgeon They are happily enjoying time

ଫେରିବା ଠିକଣା

--ଫେରିବା ଠିକଣା-- ଅସାର ସଂସାରେ ଦେଖିଲା ନରନାରୀ ସବୁ ପିନ୍ଧିଛନ୍ତି ବସ୍ତ୍ର ଲଙ୍ଗଳା ମନରେ ଭୟ ପଶିଲା ସରଳ ମନ ହେଲା ଅସ୍ତବ୍ୟସ୍ତ[୧] ପାଦେ ପଦେରେ ଝୁଣ୍ଟି ପଡିଲା ସଭିଏଁ କଲେ ତାକୁ ବଡ଼ ଥଟ୍ଟା ଲଙ୍ଗଳା ଏଠି ଦି ଦିନ ଅତିଥି ତାର ସଂସାର ନାହିଁ ପଟ୍ଟା [୨] ନାରୀ ପୁରୁଷ ସଭିଏଁ ନାଚନ୍ତି ଯେହ୍ନେ ମତ୍ତ ଶୁମ୍ଭ ନିଶୁମ୍ଭ ଲଙ୍ଗଳା ହୋଇଲା ହାତବାକ ତୁଟେ ଆଗକୁ ବଢିବା ଦମ୍ଭ [୩] ସଂସାରେ ଅଛି ସତ ମିଛ କଥା ପୁଣି ଅଛି ଆପଣା ପର ଭାବ ଲଙ୍ଗଳା ଦେଖି କୁମ୍ଭାର ଚକ ମନେ ଲଭିଲା ପରାଭବ [୪] ମାଆ ପେଟ ତ ଘୋର ଅନ୍ଧାର କିଛି ପଢିତ ନ ହେଲା ପାଠ ଲଙ୍ଗଳା କେମିତି ଦିନ ବଞ୍ଚିବ ସେ କିଛି ଜାଣେ ନାହିଁ ସାଠ [୫] ଫେରିବା ବାଟ ବି ନ ଜାଣେ ଆଖି ଦେଖେ ଅଭିମନ୍ୟୁ ବେଶ ଲଙ୍ଗଳା ସଂସାରୁ ହେଲା ତଡା ଏଠି ଯାତରା ହେଲା ଶେଷ [୬]

Thursday 6 October 2022

ମା ପେଟରେ ଜାଗା ହେଲାନି

ମା ପେଟରେ ଜାଗା ହେଲାନି ଅଖିଳ ବ୍ରହ୍ମାଣ୍ଡେ ରଖିଲି ପାଦ ଏବେ ସଂସାର ହେଲା ନିଅଣ୍ଟ ବିଶ୍ୱାସ ଆଶ୍ରୟ ଗୋବିନ୍ଦ ପଦ

ସବୁ କଥା କହିଦେଲେ

ସବୁକଥା କହିଦେଲେ ଲୋକେ ପାରନ୍ତି ହସି ଯାହା କହି ନ ପାରିଲି ମନ ରେ ଦିଏ ଖୁସି

ହରିନାମ ରସ ଥରେ ଚାଖିଦେଲେ

ହରିନାମ ରସ ଥରେ ଚାଖିଦେଲେ ସର୍ବଦା ଚାଖିବାକୁ ମନ ହେଉଥାଏ ଚକାଆଖିକୁ ଥରେ ଚାହିଁଦେଲେ ପାଖକୁ ପାଖକୁ ଟାଣି ନେଉଥାଏ

ଭକ୍ତି ଜାଣେ ବଢିବା

ପଦ୍ମ ଅନ୍ତରର ଅନନ୍ତ ଖୁସି କିଏ ଅବା କଳ୍ପିବ ରାତି ଯେତେ ପାହି ପାହି ପାହି ଯାଉଥାଏ ଭକ୍ତ ମନର ଅପାର ଖୁସି କିଏ ଅବା କଳ୍ପିବ ବାଇଶିପାହାଚ ଯେତେ ଚଢି ଚଢି ଯାଉଥାଏ

ଅକୁହା କଥା

ସବୁ କଥା କହିଦେଲେ ଲୋକେ କହିବେ ପଶୁ ଅକୁହା କିଛି ରହିଗଲା ଆଖିରେ ଆଣେ ଆଶୁ [୧] ଯିଏ ଜାଣେ ସବୁ କିଛି ସେ ଅତି ନିକଟ ବନ୍ଧୁ ଦରଦ ସେ ବୁଝେନା ଯଦି ବା କରୁଣାସିନ୍ଧୁ [୨]

Wednesday 5 October 2022

ନିର୍ଦ୍ଦୋଷ

- ଗଭାରେ କି ଗଳାରେ ସର୍ବଦା ଫୁଲ ହସୁଥାଏ ମନ୍ଦିର କି ଶେଯରେ ସର୍ବଦା ଫୁଲ ଵାସୁଥାଏ [୧] ପୁର୍ଣିମା କି ଅମାବାସ୍ୟା ସର୍ବଦା ରାତି ଅନ୍ଧାରିଆ ସନ୍ଧ୍ୟା ହେଉ କି ପ୍ରଭାତ ସର୍ବଦା ଆକାଶ ସିନ୍ଦୁରିଆ [୨] ଶିଶୁ ହେଉ କି ବୁଢା ସର୍ବଦା ହସ ମଧୁରିଆ ସନ୍ତାନ କଳା କି ଗୋରା ସର୍ବଦା ମୁଁହ ସୁନ୍ଦରିଆ [୩] ପୋଡା ହେଉ କି ରନ୍ଧା ସର୍ବଦା ମା ହାତ ସୁଆଦିଆ ପୁଅ ହେଉ କି ଝିଅ ସର୍ବଦା ମା ମଧୁରିଆ[୪] ପ୍ରେମରେ କି ଭକ୍ତିରେ ସର୍ବଦା ସଙ୍ଗୀତ ସୁନ୍ଦର ବଂଶୀର କି ମୃଦଙ୍ଗ ସର୍ବଦା ବାଦ୍ୟ ମଧୁର [୫]

Tuesday 4 October 2022

ଦଶହରା ଚିନ୍ତନ

--ଦଶହରା ଚିନ୍ତନ --- ଏତ ଅତି ସଙ୍କଟ ମୁହୂର୍ତ୍ତ ମା ଆସ ଆସ ଅବତରି ଏକଇ ମହିଷା ମାଇଲୁ ପୃଥିବୀ ଯାଇଛି ପୁରି [୧] ଶ୍ରମକୁ ପ୍ରଚଣ୍ଡ ଭୟ ମା ଯୋଜନାକୁ ମା ଆଖି କାମକୁ ଆସୁ ନାହାନ୍ତି ମରିଗଲି ଡାକି ଡାକି [୨] ଘରେ ଘରେ ଏବେ ମଦ ମୋବାଇଲି ଦେଲେ ଚିପି ଦେଶୀ ବିଦେଶୀ ମିଳୁଛି ବାକି ଖୋଲିବା ଠିପି [୩] ଗୁରୁ ହେଲେ ହାଲୁକା କୋଚିଂ ହୋଇଲା ଗୁରୁ ପଇସା ମା ଯୋଗ୍ୟତା ସରକ୍ଷଣ ପ୍ରାଣ ହାରୁ[୪] ସହର କହିଲେ ଗହଳି ସବୁ ଲୁଟେରାଙ୍କ ମେଳ ଦିନ ରାତି ଖାଲି ଲୁଣ୍ଠନ କଷାକଷି ହୁଏ ବଳ[୫] ବଳ କହିଲେ ଅର୍ଥ ମା କ୍ଷମତା କହିଲେ ଜ୍ଞାନ ଯିଏ କହେ ସତ କଥା ହୁଏ ବଡ଼ ହୀନିମାନ [୬] ନାୟାଳୟ ନୁହେଁ କାଳ ତାରିଖ ପରେ ତାରିଖ ଦୌଡ଼ି ଦୌଡ଼ି ଲଣ୍ଡା ଲୋଡ଼ା ନାହିଁ ବାରିକ[୭] ଲୋକକୁ ଗାଡି ଗୋଟେ ହାତକୁ ଗୋଟେ ଫୋନ କଳ୍ପବୃକ୍ଷ ମୋବାଇଲ ମା ଭେଟିବା ମୂଲ୍ୟହିନ [୮] ସ୍ୱାମୀ ସ୍ତ୍ରୀ ଦି ଚାକିରୀ ଘରୁ ବାହାରୁ ଶାନ୍ତି ଅସ୍ତ ଫେରୁ ଫେରୁ ବିଳମ୍ବ ମା ସମସ୍ତେ ପ୍ରବଳ ବେସ୍ତ [୯] ଯେ ପଢିଲା ଗାଁ ଛାଡିଲା ରହିଗଲେ କେବଳ ମୂର୍ଖ ଯୋଜନା ଚାଉଳ ଜୀବନ ହରନ୍ତି ନେତାଙ୍କ ଦୁଃଖ [୧୦] ଗାଈ ଶୋଇଲା ପଥରେ ଗୁହାଳ ହେଲା ଭଡା ଘର ଭଡାଟିଆ ସାଙ୍ଗେ ପ୍ରେମ ମା ଆପଣା ହେଲେ ପର [୧୧] ଚାକିରୀ ହେଲା ପରିଚୟ ସରକାରୀ ଚାକିରୀ ଅମୁଲ୍ୟ ଯିଏ କରିଅଛି ଖଣ୍ଡେ ମା ମଣିଷ ଭିତରେ କୈବଲ୍ୟ [୧୨] ମା ବାପା ଗଲେ ଚୁଳିକି ଶାଶୁ ଶଶୁର ସବୁ କିଛି କହିଲେ ସଂସାର ଲାଜ ଦିନ ଯାଏ ଲୁହ ପୋଛି [୧୩] ମା ଜଳ ସ୍ଥଳ ଆକାଶ ମଣିଷ ମଣିଷ ମଣିଷ ଜୀବନ କହିଲେ ବେସ୍ତତା ଔଷଧ କହିଲେ ଆୟୁଷ [୧୪] ସତ୍ୟ ରହିଲା ନଥିରେ ଜ୍ଞ୍ୟାନ ରହିଲା ପୋଥିରେ କ୍ଷମତା କହିଲେ ସବୁ ଶୁଭାଶୁଭ ସବୁ ତିଥିରେ [୧୫ ] ଗୃହ କହିଲେ ଫ୍ଲାଟ ନାଁ ଅଗଣା ନାଁ ତୁଳସୀ ଅତିଥି ପାଇଁ ଜାଗା ନାହିଁ କେଉଁଠି ଥୋଇବ କଳସି [୧୬ ] ପଇସା ଦେଲେ ମିଳେ ଧର୍ମ ଅର୍ଥ କାମ ମୋକ୍ଷ ଅର୍ଥ ନ ଥିଲେ ଅନର୍ଥ ତୁ ଅର୍ଥହିନ ସାହାପକ୍ଷ [୧୭ ] ବ୍ରାହ୍ମଣ ବୈଶ୍ୟ ଶୁଦ୍ର କ୍ଷେତ୍ରୀୟ ଜାଣିବା ଦରକାର ପଡୁ ନାହିଁ ସରକ୍ଷଣ ବର୍ଗ ହେଇ ନ ଥିଲେ ପଢିବା ଚାକିରୀ ମିଳଇ ନାହିଁ [୧୮ ] ନାଁ ଦେଖି ଦେଲେ ଉତ୍ତୀର୍ଣ ଗୁରୁଠୁଁ ଛାତ୍ର ବେଶୀ ଜ୍ଞାନୀ ଦେଇ ନେଇ ପାରିବ ଯିଏ ସଂସାରରେ ସବୁଠୁଁ ଧନୀ [୧୯ ] ବସିଲେ ବେଶୀ ପଇସା ଶାରୀରିକ ଶ୍ରମରେ ଅଳ୍ପ ପାର୍କରେ ନିତି ଚାଲୁଚି ଅଚିହ୍ନା ସାଙ୍ଗେ ଗଳ୍ପ [୨୦] କ୍ଷମତାକୁ ବଡ଼ ସମ୍ମାନ ତୋଷାମଦିଆର ଜିତାପଟ ମଲାପରେ ଶାନ୍ତି ଇଛନ୍ତି ହ୍ୱାଟସାପରେ କରି ଚାଟ[୨୧ ] କାହାକୁ କହିବି ଦୁଃଖ ସଭିଏଁ ମା ଲୋ ଦୁଃଖୀ ତୁ ଆସିଲେ ମା ଦେଖିବୁ ସଭିଙ୍କ ମୁଁହ ଛାଇଛି ଶୁଖି [୨୨ ] ଆଉ ବହୁ କଥା କହିବି ଧରାରେ ଅବତର ମାଆ ଅସଂଖ୍ୟ ଲୋ ମହିଷା ସର୍ବଦେବ ହୁଅନ୍ତୁ ସାହା[୨୩ ] ସୁଭଦ୍ରାରୁ ହେବୁ ତାରିଣୀ ସଙ୍ଗେ ଥିବେ ଜାଗା ବଳିଆ ବାଇଶିପାହାଚ ଦେଇ ଆସିବୁ ପାଦେ ନ ଲାଗିବ ଅଳିଆ [୨୪ ] ମା ଏ ଜୀବନ କରିବୁ ଧନ୍ୟ ପାଦସେବା ସୁଯୋଗ ଦେଇ ଚର୍ମନେତ୍ରେ ଦେଖି ଲୀଳା ମା ଧନ୍ୟ କର ଦୟାମୟି [୨୫]

Monday 3 October 2022

ସ୍ୱାଧ୍ୟାୟ

ନିଦ୍ରା ସ୍ବପ୍ନ ଜାଗ୍ରତେ ନିଦ୍ରା ମୈଥୁନ କ୍ଷୁଦା ସ୍ୱର୍ଗ ମର୍ତ୍ୟ ପାତାଳ ତ୍ରିଗୁଣ ରଜୁରେ ବନ୍ଧା [୧] ତରିବାକୁ ନାହିଁ ଚେଷ୍ଟା ମର୍ତୁକୁ ପ୍ରାଣରେ ଭୟ ଉଦ୍ୟମ ରହିତ ପ୍ରାଣୀ ବାଞ୍ଛା ଲଭିବାକୁ ଜୟ[୨] ସୁଖକୁ ଆପଣା ମଣି ଦୁଃଖକୁ ମଣଇ ପର ମୁର୍ତ୍ତୃ ଅଟଇ ଧ୍ରୁବ କମ୍ପ ଆଣଇ ଜ୍ୱର [୩] କିଛି ଯିବ ନାହିଁ ସଙ୍ଗେ ସଞ୍ଚୟରେ ସଦା ମନ କେହି ଜଣେ ଯିବେ ନାହିଁ ଭାବେ ଏ ଆପଣା ଜନ[୪] ଦେହୀର ନାହିଁ ଜ୍ଞ୍ୟାନ ଦେହକୁ ସେବୁ ଥାଇ ଅପରୂପା ସେ ନିଜେ ଚକ୍ଷୁରେ ହୁଏ ବାଇ [୫] ଅଧୟନ ସରିଗଲା ଜ୍ଞ୍ୟାନ ଛାଡି କରି ଦେହୀକୁ ନାହିଁ ଭେଟ ଆୟୁ ଶେଷ ବୃତ୍ତି ବରି[୭] ଅଖଣ୍ଡ ଆତ୍ମା ଦୀପ ଅନ୍ଧାରକୁ ଭାରି ଭୟ ଚକ୍ଷୁର ପ୍ରିୟ ଜଗତ ଭିତରକୁ ନାହିଁ ଲୟ[୮] ମନ ଇନ୍ଦ୍ରିୟଙ୍କ ଗୋଳ ବିବେକ ନ ଥିଲା ଖୁସି ରାମ ନାମ ସତ୍ୟ ହେଲା ମଡ଼ା ହେବା ପରେ ବାସି [୯]

Sunday 2 October 2022

ବହୁ ଦୂରରୁ ପତିତ ପାବନ

ବହୁ ଦୂରରୁ ପତିତ ପାବନ ପାଖରୁ ସୁନ୍ଦର ଚକାଆଖି ସବୁ ଖାଇବା ଲାଗେ ତୁଛ ଜଗା ଅବଢ଼ା ଦେଲେ ଚାଖି

ଗାନ୍ଧୀ ବୋଲି ଜଣେ ଜନନେତା ଥିଲା

ଗାନ୍ଧୀ ବୋଲି ଜଣେ ଜନନେତା ଥିଲା ଯେ କୁଟୀ ଖାଉଥିଲା କାଟି ପିନ୍ଧୁଥିଲା ମାଉଁସ ଖାଇଲେ ଯା ଆତ୍ମା କାନ୍ଦୁଥିଲା ଖଣ୍ଡେ ଧୋତି ଚଦରରେ ଦିନ ବଞ୍ଚୁଥିଲା [1] ଗାନ୍ଧୀ ବୋଲି ଜଣେ ଜନନେତା ଥିଲା ଯିଏ ପାଠ କରୁଥିଲା ସର୍ବ ଧର୍ମ ଶାସ୍ତ୍ର ଯାହାର ଭଗତ ନର୍ସି ଥିଲେ ନିଜ ଗୁରୁ ଅହିଂସାକୁ ଯେ କରିଥିଲା ମନ୍ତ୍ର [୨]

Saturday 1 October 2022

ନଦୀ ମିଶିଲେ ସମୁଦ୍ରରେ

ନଦୀ ମିଶିଲେ ସମୁଦ୍ରରେ ଦେହ ତା ଦିଶେ ନେଳିଆ ଆତୁରେ ଡାକିଲେ ଭକତ କୋଳେଇ ନିଅଇ କାଳିଆ

Radial is first

Radial is first Radial is right choose Ulnar If radial is tight

ଭଲ ଖବର ଆସିବା ଥିଲେ

ଭଲ ଖବର ଆସିବା ଥିଲେ ସେମସ୍ତେ କରନ୍ତି ଅପେକ୍ଷା ଭଲ ଲୋକ ଜଣେ ଆସୁ ସମସ୍ତଙ୍କର ବଡ଼ ଆଙ୍କାକ୍ଷା

ନଦୀ ଜଳ ହୁଏ ନୀଳ ନିର୍ମଳ

ନଦୀ ଜଳ ହୁଏ ନୀଳ ନିର୍ମଳ ଦେଇ ସମୁଦ୍ରକୁ ସବୁ ଅଳିଆ ହଳଦୀମୁଖୀର ମୁଁହରେ ହସ ସାଥେ ଯେଣୁ ଜଗା ବଳିଆ

ବାଳଦାଢ଼ି ନାକଟିଲେ ପୁରଷ

ବାଳଦାଢ଼ି ନକଟିଲେ ପୁରଷ ଦିଶେ ଯେମିତି ମହାଯୋଗୀ ଅନ୍ତରେ ନ ଥିଲେ ବୈରାଗ୍ୟ ସେ ସଂସାରର ବଡ଼ ଭୋଗି