Tuesday 4 October 2022

ଦଶହରା ଚିନ୍ତନ

--ଦଶହରା ଚିନ୍ତନ --- ଏତ ଅତି ସଙ୍କଟ ମୁହୂର୍ତ୍ତ ମା ଆସ ଆସ ଅବତରି ଏକଇ ମହିଷା ମାଇଲୁ ପୃଥିବୀ ଯାଇଛି ପୁରି [୧] ଶ୍ରମକୁ ପ୍ରଚଣ୍ଡ ଭୟ ମା ଯୋଜନାକୁ ମା ଆଖି କାମକୁ ଆସୁ ନାହାନ୍ତି ମରିଗଲି ଡାକି ଡାକି [୨] ଘରେ ଘରେ ଏବେ ମଦ ମୋବାଇଲି ଦେଲେ ଚିପି ଦେଶୀ ବିଦେଶୀ ମିଳୁଛି ବାକି ଖୋଲିବା ଠିପି [୩] ଗୁରୁ ହେଲେ ହାଲୁକା କୋଚିଂ ହୋଇଲା ଗୁରୁ ପଇସା ମା ଯୋଗ୍ୟତା ସରକ୍ଷଣ ପ୍ରାଣ ହାରୁ[୪] ସହର କହିଲେ ଗହଳି ସବୁ ଲୁଟେରାଙ୍କ ମେଳ ଦିନ ରାତି ଖାଲି ଲୁଣ୍ଠନ କଷାକଷି ହୁଏ ବଳ[୫] ବଳ କହିଲେ ଅର୍ଥ ମା କ୍ଷମତା କହିଲେ ଜ୍ଞାନ ଯିଏ କହେ ସତ କଥା ହୁଏ ବଡ଼ ହୀନିମାନ [୬] ନାୟାଳୟ ନୁହେଁ କାଳ ତାରିଖ ପରେ ତାରିଖ ଦୌଡ଼ି ଦୌଡ଼ି ଲଣ୍ଡା ଲୋଡ଼ା ନାହିଁ ବାରିକ[୭] ଲୋକକୁ ଗାଡି ଗୋଟେ ହାତକୁ ଗୋଟେ ଫୋନ କଳ୍ପବୃକ୍ଷ ମୋବାଇଲ ମା ଭେଟିବା ମୂଲ୍ୟହିନ [୮] ସ୍ୱାମୀ ସ୍ତ୍ରୀ ଦି ଚାକିରୀ ଘରୁ ବାହାରୁ ଶାନ୍ତି ଅସ୍ତ ଫେରୁ ଫେରୁ ବିଳମ୍ବ ମା ସମସ୍ତେ ପ୍ରବଳ ବେସ୍ତ [୯] ଯେ ପଢିଲା ଗାଁ ଛାଡିଲା ରହିଗଲେ କେବଳ ମୂର୍ଖ ଯୋଜନା ଚାଉଳ ଜୀବନ ହରନ୍ତି ନେତାଙ୍କ ଦୁଃଖ [୧୦] ଗାଈ ଶୋଇଲା ପଥରେ ଗୁହାଳ ହେଲା ଭଡା ଘର ଭଡାଟିଆ ସାଙ୍ଗେ ପ୍ରେମ ମା ଆପଣା ହେଲେ ପର [୧୧] ଚାକିରୀ ହେଲା ପରିଚୟ ସରକାରୀ ଚାକିରୀ ଅମୁଲ୍ୟ ଯିଏ କରିଅଛି ଖଣ୍ଡେ ମା ମଣିଷ ଭିତରେ କୈବଲ୍ୟ [୧୨] ମା ବାପା ଗଲେ ଚୁଳିକି ଶାଶୁ ଶଶୁର ସବୁ କିଛି କହିଲେ ସଂସାର ଲାଜ ଦିନ ଯାଏ ଲୁହ ପୋଛି [୧୩] ମା ଜଳ ସ୍ଥଳ ଆକାଶ ମଣିଷ ମଣିଷ ମଣିଷ ଜୀବନ କହିଲେ ବେସ୍ତତା ଔଷଧ କହିଲେ ଆୟୁଷ [୧୪] ସତ୍ୟ ରହିଲା ନଥିରେ ଜ୍ଞ୍ୟାନ ରହିଲା ପୋଥିରେ କ୍ଷମତା କହିଲେ ସବୁ ଶୁଭାଶୁଭ ସବୁ ତିଥିରେ [୧୫ ] ଗୃହ କହିଲେ ଫ୍ଲାଟ ନାଁ ଅଗଣା ନାଁ ତୁଳସୀ ଅତିଥି ପାଇଁ ଜାଗା ନାହିଁ କେଉଁଠି ଥୋଇବ କଳସି [୧୬ ] ପଇସା ଦେଲେ ମିଳେ ଧର୍ମ ଅର୍ଥ କାମ ମୋକ୍ଷ ଅର୍ଥ ନ ଥିଲେ ଅନର୍ଥ ତୁ ଅର୍ଥହିନ ସାହାପକ୍ଷ [୧୭ ] ବ୍ରାହ୍ମଣ ବୈଶ୍ୟ ଶୁଦ୍ର କ୍ଷେତ୍ରୀୟ ଜାଣିବା ଦରକାର ପଡୁ ନାହିଁ ସରକ୍ଷଣ ବର୍ଗ ହେଇ ନ ଥିଲେ ପଢିବା ଚାକିରୀ ମିଳଇ ନାହିଁ [୧୮ ] ନାଁ ଦେଖି ଦେଲେ ଉତ୍ତୀର୍ଣ ଗୁରୁଠୁଁ ଛାତ୍ର ବେଶୀ ଜ୍ଞାନୀ ଦେଇ ନେଇ ପାରିବ ଯିଏ ସଂସାରରେ ସବୁଠୁଁ ଧନୀ [୧୯ ] ବସିଲେ ବେଶୀ ପଇସା ଶାରୀରିକ ଶ୍ରମରେ ଅଳ୍ପ ପାର୍କରେ ନିତି ଚାଲୁଚି ଅଚିହ୍ନା ସାଙ୍ଗେ ଗଳ୍ପ [୨୦] କ୍ଷମତାକୁ ବଡ଼ ସମ୍ମାନ ତୋଷାମଦିଆର ଜିତାପଟ ମଲାପରେ ଶାନ୍ତି ଇଛନ୍ତି ହ୍ୱାଟସାପରେ କରି ଚାଟ[୨୧ ] କାହାକୁ କହିବି ଦୁଃଖ ସଭିଏଁ ମା ଲୋ ଦୁଃଖୀ ତୁ ଆସିଲେ ମା ଦେଖିବୁ ସଭିଙ୍କ ମୁଁହ ଛାଇଛି ଶୁଖି [୨୨ ] ଆଉ ବହୁ କଥା କହିବି ଧରାରେ ଅବତର ମାଆ ଅସଂଖ୍ୟ ଲୋ ମହିଷା ସର୍ବଦେବ ହୁଅନ୍ତୁ ସାହା[୨୩ ] ସୁଭଦ୍ରାରୁ ହେବୁ ତାରିଣୀ ସଙ୍ଗେ ଥିବେ ଜାଗା ବଳିଆ ବାଇଶିପାହାଚ ଦେଇ ଆସିବୁ ପାଦେ ନ ଲାଗିବ ଅଳିଆ [୨୪ ] ମା ଏ ଜୀବନ କରିବୁ ଧନ୍ୟ ପାଦସେବା ସୁଯୋଗ ଦେଇ ଚର୍ମନେତ୍ରେ ଦେଖି ଲୀଳା ମା ଧନ୍ୟ କର ଦୟାମୟି [୨୫]

No comments:

Post a Comment