Sunday 9 October 2022

ଅମୃତ ଝର

ସେ ନିରାକାର ସେହି ଓଁକାର ଭଜେ ଗାୟତ୍ରୀ ସର୍ବ ଆକାର [୧] ଜାମୁ ଡାଳିଆ ବାଙ୍କ ଚୂଳିଆ ଦେଖିବାକୁ ସେ ଘନ କାଳିଆ [୨ ] ଚକା ଆଖିଆ ଭକ୍ତ ପାଖିଆ ଡାକୁଥା ଢାଙ୍କି ଭକ୍ତି ପଖିଆ[୩] ମୁଁହ ସୁନ୍ଦର ବଂଶୀ ମଧୁର ନ ଥାଉ କାନ ନୁହେଁ ବଧିର[୪ ] ମୁଁହ କାଳିଆ ଓଠ ନାଲିଆ ଭଉଣୀ ସୁଭଦ୍ରା ଭାଇ ବଳିଆ [୫ ] ହାତେ ବଇଁଶୀ କପାଳେ ଚିତା ଦୁଃଖୀ ରଙ୍କିର ମାତା ଓ ପିତା [୬ ] ଦୂରରେ ଳକ୍ଷ୍ମୀ ପାଶେ ଭଗତ ସଂସାର କରି ମନ ମୁକତ[୭ ] ଜନ୍ମ ମଥୁରା ଗୋପରେ ଲୀଳା ରାଧାର ଜୀବନ ସେ କାଳିଦଳା [୮] ଦେବକୀ ପୁଅ ଯଶୋଦା ଧନ ବଣ ମାଳରେ କି ଶୋଭବନ [୧୦ ] ଅଗଣାରେ ତା ଶରଧା ବାଲି ପାପ ଛାଡଇ ଦେହରେ ବୋଳି[୧୧] ଆନନ୍ଦବଜାର ଅବଢ଼ା ହାଟ ଚାଖିଲେ ମୁକ୍ତି ପୂରଇ ପେଟ [୧୨] ଭାବରେ ବନ୍ଧା ଅଭାବେ ଦୂର ଅତି ପାଖରେ ପକା ନଜର [୧୩ ] ଯେଉଁଠି ବୈଷ୍ଣବ ସେଠି ତା ଘର ଶ୍ରୀମନ୍ଦିରେ ଖାଲି ମୂର୍ତ୍ତି ତାହାର [୧୪ ] ନ ଥାଉ ହାତ ନ ଥାଉ ଗୋଡ଼ ସମ୍ପର୍କ ଯୋଡ଼ିଲେ ହୁଅଇ ଦୃଢ଼ [୧୫ ] ଦାସ ନଡ଼ିଆ ଗୀତ ଗୋବିନ୍ଦ ସେଥିରେ ତାର ପରମା ନନ୍ଦ [୧୬] କାଠରେ ଗଢା ଭକ୍ତିରେ ଯୋଡ଼ା ଭକ୍ତ ଜୀବନ ତାର ଅବଢା[୧୭] ଡାଳରେ ଫୁଲ ମୂଳେ ଅଳିଆ ମନ ମୋହନ ହାଣ୍ଡି କାଳିଆ [୧୯] ବଡ ଦାଣ୍ଡରେ ରଖିଲେ ପାଦ ମନରେ ଭରେ ବଡ ଆନନ୍ଦ [୨୦] ରଥେ ଦେଖିଲେ କଳା ବାମନ ଲଭିବୁ ନାହିଁ ଆଉ ଜନମ[୨୧] ହାତ ବାଜିଲେ ଅରୁଣ ଖମ୍ବେ ଭକ୍ତିର ଧାର ଆଖିରୁ ଲମ୍ବେ[୨୨] ବାଇଶି ପାବଛେ ରଖିଲେ ପାଦ ଦିବ୍ୟ ଆନନ୍ଦେ ମହା ଆନନ୍ଦ [୨୩] କଳପ ବାଟ ଅବଢା ହାଟ ବାଞ୍ଛା ପୂରଇ ଭରଇ ପେଟ [୨୪] ବରଷେ ଥରେ ରଥ ଯାତରା ଟାକେ ଭକତ ହୋଇ ଆତୁରା[୨୫ ] ହାତରେ ଭିଡି ରଥ ଦଉଡ଼ି ଜୟ ଜଗନ୍ନାଥ ଦିଅଇ ରଡି [୨୬ ] ପିଇ ନ ସରେ ଏତେ ରସରେ ତେଣୁ ରହିଲି ହରି ବାସରେ [27 ] କଦମ୍ବ ବୃକ୍ଷ ମୂଳେ କାଳିଆ ରହରେ ମନ ପାଦ ତଳିଆ[28]

No comments:

Post a Comment