Saturday, 8 October 2022
ଫେରିବା ଠିକଣା
--ଫେରିବା ଠିକଣା--
ଅସାର ସଂସାରେ ଦେଖିଲା
ନରନାରୀ ସବୁ ପିନ୍ଧିଛନ୍ତି ବସ୍ତ୍ର
ଲଙ୍ଗଳା ମନରେ ଭୟ ପଶିଲା
ସରଳ ମନ ହେଲା ଅସ୍ତବ୍ୟସ୍ତ[୧]
ପାଦେ ପଦେରେ ଝୁଣ୍ଟି ପଡିଲା
ସଭିଏଁ କଲେ ତାକୁ ବଡ଼ ଥଟ୍ଟା
ଲଙ୍ଗଳା ଏଠି ଦି ଦିନ ଅତିଥି
ତାର ସଂସାର ନାହିଁ ପଟ୍ଟା [୨]
ନାରୀ ପୁରୁଷ ସଭିଏଁ ନାଚନ୍ତି
ଯେହ୍ନେ ମତ୍ତ ଶୁମ୍ଭ ନିଶୁମ୍ଭ
ଲଙ୍ଗଳା ହୋଇଲା ହାତବାକ
ତୁଟେ ଆଗକୁ ବଢିବା ଦମ୍ଭ [୩]
ସଂସାରେ ଅଛି ସତ ମିଛ କଥା
ପୁଣି ଅଛି ଆପଣା ପର ଭାବ
ଲଙ୍ଗଳା ଦେଖି କୁମ୍ଭାର ଚକ
ମନେ ଲଭିଲା ପରାଭବ [୪]
ମାଆ ପେଟ ତ ଘୋର ଅନ୍ଧାର
କିଛି ପଢିତ ନ ହେଲା ପାଠ
ଲଙ୍ଗଳା କେମିତି ଦିନ ବଞ୍ଚିବ
ସେ କିଛି ଜାଣେ ନାହିଁ ସାଠ [୫]
ଫେରିବା ବାଟ ବି ନ ଜାଣେ
ଆଖି ଦେଖେ ଅଭିମନ୍ୟୁ ବେଶ
ଲଙ୍ଗଳା ସଂସାରୁ ହେଲା ତଡା
ଏଠି ଯାତରା ହେଲା ଶେଷ [୬]
Subscribe to:
Post Comments (Atom)
No comments:
Post a Comment