Wednesday 5 October 2022

ନିର୍ଦ୍ଦୋଷ

- ଗଭାରେ କି ଗଳାରେ ସର୍ବଦା ଫୁଲ ହସୁଥାଏ ମନ୍ଦିର କି ଶେଯରେ ସର୍ବଦା ଫୁଲ ଵାସୁଥାଏ [୧] ପୁର୍ଣିମା କି ଅମାବାସ୍ୟା ସର୍ବଦା ରାତି ଅନ୍ଧାରିଆ ସନ୍ଧ୍ୟା ହେଉ କି ପ୍ରଭାତ ସର୍ବଦା ଆକାଶ ସିନ୍ଦୁରିଆ [୨] ଶିଶୁ ହେଉ କି ବୁଢା ସର୍ବଦା ହସ ମଧୁରିଆ ସନ୍ତାନ କଳା କି ଗୋରା ସର୍ବଦା ମୁଁହ ସୁନ୍ଦରିଆ [୩] ପୋଡା ହେଉ କି ରନ୍ଧା ସର୍ବଦା ମା ହାତ ସୁଆଦିଆ ପୁଅ ହେଉ କି ଝିଅ ସର୍ବଦା ମା ମଧୁରିଆ[୪] ପ୍ରେମରେ କି ଭକ୍ତିରେ ସର୍ବଦା ସଙ୍ଗୀତ ସୁନ୍ଦର ବଂଶୀର କି ମୃଦଙ୍ଗ ସର୍ବଦା ବାଦ୍ୟ ମଧୁର [୫]

No comments:

Post a Comment