Monday 3 October 2022

ସ୍ୱାଧ୍ୟାୟ

ନିଦ୍ରା ସ୍ବପ୍ନ ଜାଗ୍ରତେ ନିଦ୍ରା ମୈଥୁନ କ୍ଷୁଦା ସ୍ୱର୍ଗ ମର୍ତ୍ୟ ପାତାଳ ତ୍ରିଗୁଣ ରଜୁରେ ବନ୍ଧା [୧] ତରିବାକୁ ନାହିଁ ଚେଷ୍ଟା ମର୍ତୁକୁ ପ୍ରାଣରେ ଭୟ ଉଦ୍ୟମ ରହିତ ପ୍ରାଣୀ ବାଞ୍ଛା ଲଭିବାକୁ ଜୟ[୨] ସୁଖକୁ ଆପଣା ମଣି ଦୁଃଖକୁ ମଣଇ ପର ମୁର୍ତ୍ତୃ ଅଟଇ ଧ୍ରୁବ କମ୍ପ ଆଣଇ ଜ୍ୱର [୩] କିଛି ଯିବ ନାହିଁ ସଙ୍ଗେ ସଞ୍ଚୟରେ ସଦା ମନ କେହି ଜଣେ ଯିବେ ନାହିଁ ଭାବେ ଏ ଆପଣା ଜନ[୪] ଦେହୀର ନାହିଁ ଜ୍ଞ୍ୟାନ ଦେହକୁ ସେବୁ ଥାଇ ଅପରୂପା ସେ ନିଜେ ଚକ୍ଷୁରେ ହୁଏ ବାଇ [୫] ଅଧୟନ ସରିଗଲା ଜ୍ଞ୍ୟାନ ଛାଡି କରି ଦେହୀକୁ ନାହିଁ ଭେଟ ଆୟୁ ଶେଷ ବୃତ୍ତି ବରି[୭] ଅଖଣ୍ଡ ଆତ୍ମା ଦୀପ ଅନ୍ଧାରକୁ ଭାରି ଭୟ ଚକ୍ଷୁର ପ୍ରିୟ ଜଗତ ଭିତରକୁ ନାହିଁ ଲୟ[୮] ମନ ଇନ୍ଦ୍ରିୟଙ୍କ ଗୋଳ ବିବେକ ନ ଥିଲା ଖୁସି ରାମ ନାମ ସତ୍ୟ ହେଲା ମଡ଼ା ହେବା ପରେ ବାସି [୯]

No comments:

Post a Comment