Sunday 30 July 2023

ଭଡାଟିଆ ଯେବେ ଘର ଛାଡେ

ଭଡାଟିଆ ଯେବେ ଘର ଛାଡେ ଉପାର୍ଜନ ସ୍ୱଜନ ସାଥିରେ ନିଏ ମାଲିକ ଛାଡିଲେ ଆପଣା ଘର ଅର୍ଜନ ସ୍ୱଜନ ବର୍ଜନ କରିଥାଏ

ପ୍ରବଳ ହେଲାଣି ଝଡର ବେଗ

ପ୍ରବଳ ହେଲାଣି ଝଡର ବେଗ ବୃକ୍ଷର ଡାଳ କଲାଣି କଟ କଟ ଅନାଥକୁ ରଖ ମନ୍ଦର ଟେକା କିଳୁଛି ଭୟେ ଝରକା କବାଟ

ହାତରୁ ହାତକୁ ପଇସା

ହାତରୁ ହାତକୁ ପଇସା ଡେଇଁ ଡେଇଁ ବୁଲୁଥାଏ ଭିଡା ଭିଡି କେହି କଲେ ମୁହଁ ମୋଡି ଚାଲିଯାଏ

ଜନମ ମରଣ ଦୁହେଁ ନିଜର

ଜନମ ମରଣ ଦୁହେଁ ନିଜର କାହାକୁ କହିବି ମୋ ଦୁଃଖ ଜନମ କହେ ବୁଢା ହେଲୁ ତୋର ପାଇଁ ମରଣ ସୁଖ

Saturday 29 July 2023

ଗୃହ ଦେବୀ ଦେବତା ଠିକଣା

ଗୃହ ଦେବୀ ଦେବତା ଠିକଣା ଜୀବ ଅଖିଳ ସ୍ରଷ୍ଠାର ପ୍ରତିବିମ୍ଵ ଅନ୍ତର ପରିପୂର୍ଣ ଈଶ୍ୱର ପ୍ରୀତି ଦ୍ୱାର ଶୋଭିତ ଶୁଭ ପୂର୍ଣକୁମ୍ଭ

ଘଟର ଆକାରେ ଜଳ

ଘଟର ଆକାରେ ଜଳ ସ୍ବୟମ ଆୟତନ ମୁକ୍ତ ସେବା ଦେଖି ପାଉଣା ପାଦପଦ୍ମେ କର ଯୁକ୍ତ

କଣ୍ଠରେ ଉଭୟ ବୀଣା ବଂଶୀର ସ୍ୱର

ନଦିଆ ଦାଣ୍ଡରେ ଗୌରା ନାଚି ଯାଏ ପାହାଡ଼ କୋଳରେ ନାଚେ ଏକ ଝର ଅଙ୍କା ବଙ୍କା ପଡେ ଉଭୟଙ୍କର ପାଦ କଣ୍ଠରେ ଉଭୟ ବୀଣା ବଂଶୀର ସ୍ୱର

Friday 28 July 2023

ସାରା ବିଶ୍ୱ ଏକଇ ପରିବାର

ସୂର୍ଯ୍ୟ ଜାଲୁଅଛି ପତ୍ରର ଚୁଲ୍ଲା ବାୟୁରେ ଅମ୍ଳଜାନ ହୁଏ ରନ୍ଧା ଦୀର୍ଘ ନାକିଆ ଜୀବନ ଶୁଂଘେ ଥାଉ ନ ଥାଉ କିଛି କାମ ଧନ୍ଦା

ଅନୁରକ୍ତିର ପ୍ରସାଦ ଅନୁଭୂତି

ଅନୁରକ୍ତିର ପ୍ରସାଦ ଅନୁଭୂତି ଅନୁଭୁତିର ପ୍ରସାଦ ଅତ୍ମୀୟତା ଆତ୍ମୀୟତାର ପ୍ରସାଦ ପ୍ରଶାନ୍ତି ପ୍ରଶାନ୍ତିର ପ୍ରସାଦ ପ୍ରସନ୍ନତା

ଯେଉଁ ବୃକ୍ଷ ଫୁଲ ମନକୁ ମୋହିଲା

ଯେଉଁ ବୃକ୍ଷ ଫୁଲ ମନକୁ ମୋହିଲା ତାର ଚେର ଗୋଟାଉଥିଲା ଅଳିଆ ନ ଥାଉ ନ ଥାଉ ପାଦ ପାଣି ତୋର ତୁ ମୋ ପାଇଁ ସବୁଠୁଁ ସୁନ୍ଦର କାଳିଆ

Thursday 27 July 2023

ସ୍ୱରୂପରେ ତନ୍ମାତ୍ରଠାରୁ କ୍ଷୁଦ୍ର

ସ୍ୱରୂପରେ ତନ୍ମାତ୍ରଠାରୁ କ୍ଷୁଦ୍ର ସ୍ୱଭାବରେ ସଦା ସର୍ବଦା ମୁକ୍ତ ଅଭାବ ହେଲା ବେଣୁର ଧ୍ୱନି ନବଧା ଭକ୍ତିରେ ହେଲି ଯୁକ୍ତ

କଥା କହେ ଆଖି ବେନି

କଥା କହେ ଆଖି ବେନି କେଡେ ଉଦାର ଚାହାଣି ରସ ବୈ ସେ ଗୋବିନ୍ଦ କେତେ ଲୋ କାହାଣୀ

ତୁ ତାରା ଗୋ ହେଲେ ଏ ଅଖିଳ ନିଖିଳ

ତୁ ତାରା ଗୋ ହେଲେ ଏ ଅଖିଳ ନିଖିଳ ଜନନୀ ଗୋ ଏ ଅଭାଗା ଏକ ଟିକି ତରା ତୋର ପଣତ କାନିରେ ଢାଙ୍କି ଦେ ମାଆ କୋଳେ ତୋ ନିଦ୍ରା ଯିବ ଏକ ପଥ ହରା

ପ୍ରବଳ ହେଲେ ଝଡର ବେଗ

ପ୍ରବଳ ହେଲେ ଝଡର ବେଗ ଭୂମିରେ ଲୋଟଇ ବୃକ୍ଷ ଡାଳ ଧର୍ମ ଧାରଣେ ସୃଷ୍ଟି ସ୍ଥିତି ଲୟ ତିଳେ ନ ଚଳଇ ବୃକ୍ଷର ମୂଳ

Wednesday 26 July 2023

ନବଧା ଭକ୍ତିମାନଙ୍କ ମଧ୍ୟରେ ବାତ୍ସଲ୍ୟ

ନବଧା ଭକ୍ତିମାନଙ୍କ ମଧ୍ୟରେ ବାତ୍ସଲ୍ୟ ଦଶ ଅବତାରକୁ ଦେଲୁ ପଣତେ ଛାଇ କରୁଣା ସମ୍ପୂ୍ର୍ଣା ଅନ୍ନପୂର୍ଣ୍ଣା ଅମୃତ ହସ୍ତା ଚିର ଶୁଭାଙ୍କାକ୍ଷୀ ଅଖିଳ ଆଶ୍ରୟ ତୁହି

Tuesday 25 July 2023

ଅଗଣାରେ ଫୁଟିଲେ ଚମ୍ପା

ଅଗଣାରେ ଫୁଟିଲେ ଚମ୍ପା ଘର ବାସେ ବେଣୀ ହସେ ହୃଦୟେ ଧାଇଲେ କାଳିଆ ମନ ତୁଳସୀ ତୁଳସୀ ବାସେ

ଜୀବ କହଇ ଖାଇବି ଖାଇବି

ଜୀବ କହଇ ଖାଇବି ଖାଇବି ଶବ କହେ ଶୋଇବି ଶୋଇବି ଯୋଡ଼ା ଭାରିଜାରେ ଘର କରି କେତେବେଳେ ଶିବ ମୁଁ ଧାଇବି

ଏ ଫୁଲରୁ ସେ ଫୁଲକୁ ଉଡି

ଏ ଫୁଲରୁ ସେ ଫୁଲକୁ ଉଡି ବଜାଉଥାଏ ମୋହନ ବେଣୁ ଭାରିଜା ନାମ ମୋ କମଳା କାଳିଆ ବିକେ ଫୁଲ ରେଣୁ

Monday 24 July 2023

ଗୁରୁ କୃପା ବରଷି ଗଲେ

ଗୁରୁ କୃପା ବରଷି ଗଲେ ଖୁସିରେ ନାଚଇ ଜୀବନ ଜୀବନ ଭଜେ କୃଷ୍ଣ ହରି ଖଣ୍ଡ ମଣ୍ଡଳ ହୁଏ ପାବନ

ଯେ ଯାଏ ନ ଜନମିଛି ବିଭୁରେ ବିଶ୍ୱାସ

ଯେ ଯାଏ ନ ଜନମିଛି ବିଭୁରେ ବିଶ୍ୱାସ କାହାର ମନ୍ଦ ନ ପାଞ୍ଚରେ ଭଉଣୀ ଭାଇ ଭଲ ଆପଣେ ବଞ୍ଚିଣ ବଞ୍ଚାଏ ସଂସାରେ ମନ୍ଦ କର୍ତ୍ତା କର୍ମ କର୍ମକ୍ଷେତ୍ରକୁ ଯାଏ ଖାଇ

ଯାନ ଭିତରେ ଭିଡ଼ ବଢିଲେ

ଯାନ ଭିତରେ ଭିଡ଼ ବଢିଲେ ଦେହକୁ ଦେହ ହୁଏ ଆସରା ହୃଦୟରେ ଭକତି ବଢିଲେ ନାମ ନାମୀକୁ ସୁଖ ପଶରା

Sunday 23 July 2023

ବସୁଦେବ ମଥାରେ ପସରା

ବସୁଦେବ ମଥାରେ ପସରା ପସରା ଭିତରେ ନିଜେ ହରି ଭକ୍ତ ପାଇଁକି ବାଳ ଗୋପାଳ ଦର୍ଶନ କରି ପତିତ ଗଲା ତରି

ବୋଳି ବୋଳି ହେବୁ ବଡଦାଣ୍ଡ ଧୂଳି

ବୋଳି ବୋଳି ହେବୁ ବଡଦାଣ୍ଡ ଧୂଳି ଚଢି ଚଢି ଯିବୁ ମନ ବାଇଶିପାହାଚ କରି କରି ଯିବୁ ଦୁଃଖୀ ରଙ୍କି ସେବା ନିକଟୁ ନିକଟ ହେବ କଳା କାଇଞ୍ଚ

ହରିର କଥା ଅସରା

ହରିର କଥା ଅସରା ଅମୃତ ଭରା ପସରା ବକ୍ତା ଶ୍ରୋତା ତାରେ ଭକତ ଜନ ଆସରା

ଅସଳାଏ ବରଷି ଗଲେ

ଅସଳାଏ ବରଷି ଗଲେ ଫୁଲ ହସେ ବୃକ୍ଷ ବାସେ ନୀଳକନ୍ଦରରେ ପଶିଲେ ମନ ହସେ ଦେହ ବାସେ

Saturday 22 July 2023

ଅର୍ଦ୍ଧ ନାରୀଶ୍ୱର ଫୁଲ କେଶର

ଅର୍ଦ୍ଧ ନାରୀଶ୍ୱର ଫୁଲ କେଶର ଅତି ସନ୍ନିକଟ ପୁଂ ସ୍ତ୍ରୀ କେଶର କାଳିଆ ଭ୍ରମର ବିନ୍ଧିଲା ତୀର ସୃଷ୍ଟି ସ୍ଥିତି ଲୟ ହେଲା ଅମର

କେତେ କୋମଳ ଗୋ ମାଆ କମଳା

କେତେ କୋମଳ ଗୋ ମାଆ କମଳା ଅଦୃଶ୍ୟ ପାଦ ଅବିରତେ ସେବୁ ତୁହି ଶ୍ରୀକରି କୃପା କରି ଦିଅ ମା ଅନୁମତି ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ [୧] କେତେ ଉଦାର ଗୋ ମାଆ କମଳା କାଳିଆର କାଳିଦଳା ସେ ପାଦ ଦୁଇ ଶ୍ରୀକରି କୃପା କରି ଦିଅ ମା ଅନୁମତି ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ [୨] କେତେ ଓଜନିଆ ଗୋ ମାଆ କମଳା ଭରତ ଶିରେ ବହିଲା କଠଉ ଥୋଇ ଶ୍ରୀକରି କୃପା କରି ଦିଅ ମା ଅନୁମତି ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ[୩]

ନୀଳ ନିର୍ମଳ ଆକାଶରେ ମେଘ

ନୀଳ ନିର୍ମଳ ଆକାଶରେ ମେଘ ଜଳରେ ପଦ୍ମ ପତ୍ର ପରି ଭାସଇ ନିବୃତ୍ତି ମାର୍ଗ ଆଵୃତ୍ତି କରି ଜୀବ ଦୁଃଖେ କଇଁ ଫୁଲ ପରି ହସଇ

ନିଦ୍ରା ମୈଥୁନ୍ୟ ଆହାର ବିହାର

ନିଦ୍ରା ମୈଥୁନ୍ୟ ଆହାର ବିହାର ସଦା ପ୍ରବୃତ୍ତ ଜୀବ ହେଲା ଶବ ଆଗମ ନିଗମ ବୁଝି ନ ପାରନ୍ତି ସଦା ନିବୃତ୍ତ ଆତ୍ମା ହେଲା ଶିବ

Friday 21 July 2023

କେତେ ସଞ୍ଚିଥିଲି ପାପ ପୁଣ୍ୟ

କେତେ ସଞ୍ଚିଥିଲି ପାପ ପୁଣ୍ୟ ତୋର ଦର୍ଶନରେ କ୍ଷୟ ଗଲା କେତେ ଚିନ୍ତିଥିଲି ପଦ କମଳ ତୋର କୃପାରେ ଛୁଇଁ ହେଲା

ଚାରି କୋଠରିକୁ ତେରଟି ଦ୍ୱାର

ଚାରି କୋଠରିକୁ ତେରଟି ଦ୍ୱାର ଏକ ଦୁଇ ତିନି ତେରଟି କବାଟ ଦ୍ୱାରପାଳ ସ୍ୱୟଂ ଲକ୍ଷ୍ମୀଙ୍କ ପତି ସ୍ଥାନ ନାହିଁ ରଖିବୁ ଛନ୍ଦ କପଟ

ଶବ୍ଦ ଖୋଜିଲି ରୂପ ଖୋଜିଲି

ଶବ୍ଦ ଖୋଜିଲି ରୂପ ଖୋଜିଲି ଖୋଜିଲି ରସ ଖୋଜିଲି ଗନ୍ଧ ଭେଟିବାକୁ ଆକୁଳ ବ୍ୟାକୁଳ ସକାମ କର୍ମ ହୋଇଲା ବନ୍ଧ

Thursday 20 July 2023

ଜୀବ ଚାଲିଲେ ପ୍ରବୃତି ପଥରେ

ଜୀବ ଚାଲିଲେ ପ୍ରବୃତି ପଥରେ ଶବକୁ ପଞ୍ଚଭୂତ ଲଗାଏ ଭାଵ ଜୀବ ଚାଲିଲେ ନିବୃତି ପଥରେ ଶବକୁ ସାଜୁଯ୍ୟ ହୁଅଇ ଲାଭ

Wednesday 19 July 2023

ସୃଷ୍ଟି ସ୍ଥିତି ଲୟ ତୋ କାନ୍ଧରେ

ସୃଷ୍ଟି ସ୍ଥିତି ଲୟ ତୋ କାନ୍ଧରେ ନାହିଁ ତୋ ଉପେକ୍ଷା ଅପେକ୍ଷା ଅପଲକ କୃପା ଅଖିଳ ଜନନୀ ତୋ ବିନା କିଏ ଦେବ ସୁରକ୍ଷା

ବଗିଚାରେ ଯେତେ ଫୁଲ ଫୁଟେ

ବଗିଚାରେ ଯେତେ ଫୁଲ ଫୁଟେ ସେ ସବୁ ଗୁଡିକ ପୂଜାର ଯୋଗ୍ୟ ଯେଉଁ ଫୁଲ ଯାଏ ଟାହିଆ ଲାଗି ସତରେ ତା କେଡେ ବଡ଼ ଭାଗ୍ୟ

Looking so cute !

Looking so cute ! Being in my heart Feeling so good ! Heart is full dirt

Tuesday 18 July 2023

ଚିକିତ୍ସା ଚାଲିବା ପରେ ବହୁତ ଦିନ

ଚିକିତ୍ସା ଚାଲିବା ପରେ ବହୁତ ଦିନ ରୋଗୀ ଡାକ୍ତରଙ୍କର ଦିନେ ଭେଟ ବୃକ୍ଷର ଛାୟା ଥିଲା ଅତି ସୁଶୀତଳ ସ୍ଥାନଟି ଥିଲା ଶୀକ୍ଷେତ୍ରର କଳ୍ପବଟ

ଉଚ୍ଚ ପ୍ରାସାଦରୁ ତଳକୁ ଚାହିଁଲେ

ଉଚ୍ଚ ପ୍ରାସାଦରୁ ତଳକୁ ଚାହିଁଲେ କାହାକୁ ଜଣକୁ ବି ହୁଏନା ଚିହ୍ନି ବାହାଘର ଭୋଜି ମାଉଁସ ଭାତ ଘରେ ଖାଇଲେ ପୋଡା ଜହ୍ନି

Monday 17 July 2023

ରଥ ସୁନ୍ଦର ଭକତ ସୁନ୍ଦର

ରଥ ସୁନ୍ଦର ଭକତ ସୁନ୍ଦର ସୁନ୍ଦର ତୁଳସୀର ଟାହିଆ ସବୁଠୁଁ ସୁନ୍ଦର ଚକାଆଖି ଥରେ ଚାଁହ ମନ ବାଇଆ

Sunday 16 July 2023

ରସନା ବାସନା ଦରଦ ନ ଜାଣନ୍ତି

ରସନା ବାସନା ଦରଦ ନ ଜାଣନ୍ତି ସମ୍ପୂର୍ଣ ଦେହକୁ ରଖିଲେ ଗୋଲାମ ଦେଖି ଏହି ଦଶା ଭାରି ମନ ବ୍ୟଥା କାଳିଆ ଲଗା ତୋର ଭାବ ମଲମ

ତୋତେ କେଉଁ କଥା ଅଛପା

ତୋତେ କେଉଁ କଥା ଅଛପା ଲୋଡ଼େ ମନ ସର୍ବଦା ବିଷୟ ଅନାଥ ରକ୍ଷଣ କେଡେ କୃପା ଅଭୟ ପଦେ ଦେଲୁ ଆଶ୍ରୟ

କାଁହୁ ଆସି କାହିଁ ଯାଏ

କାଁହୁ ଆସି କାହିଁ ଯାଏ ଜୀବ ଚଢିଣ ଶବ କାନ୍ଧ ଅତି ଘନିଷ୍ଠ ଶବ ଶିବ ଚକ୍ଷୁ ଥାଇ ହେଲି ଅନ୍ଧ

କାଳିଆର ଆଖି ସୂର୍ଯ୍ୟ ଚନ୍ଦ୍ର

କାଳିଆର ଆଖି ସୂର୍ଯ୍ୟ ଚନ୍ଦ୍ର ପାଖୁଡା ଖୋଲି କହେ କଢ଼ କଇଁ ଅତି ଭଲ ପାଏ ଚନ୍ଦ୍ରକୁ ପଦ୍ମ ସୂର୍ଯ୍ୟ ପ୍ରେମ ଅତି ଦୃଢ଼

Saturday 15 July 2023

ଭକ୍ତି ଭୟକୁ ମିଶାଇ

ଭକ୍ତି ଭୟକୁ ମିଶାଇ ସୁଦାମା ବାଢ଼ିଲା ଖୁଦ ଶ୍ରୀଧର ଅଧର ଲାଗି ଅମୃତ ହେଲା ବୋଧ

ଅଦେଖା ଅଶୁଣା ଅଚିନ୍ତ୍ୟ

ଅଚିନ୍ତ୍ୟ ଅଛିଦ୍ର ଅନାଦି ଅମୃତ ଅମାପ ଅସରା ଅଜଣା ଅଶୁଣା ଅଦୃଶ୍ୟ ଅପାଦ ଅଭୟ ଆଶରା

କାନ୍ଧରେ ବହି ସୃଷ୍ଟି ସ୍ଥିତି ଲୟ

କାନ୍ଧରେ ବହି ସୃଷ୍ଟି ସ୍ଥିତି ଲୟ କୃପା ସାଗର ହେଲୁ ଅପଲକ କର୍ଣ୍ଣ ଖଞ୍ଜିଲୁ ଦୁଃଖ ଶୁଣିବାକୁ ଦୃଷ୍ଟି ପାଇଁ ଖଞ୍ଜିଲୁ ଆଲୋକ

କିଏ ସେ ପାରିଲା ବାନ୍ଧି

କିଏ ସେ ପାରିଲା ବାନ୍ଧି ତୋର ନାହିଁ ପାଦ ପାଣି ଶୁଖିଲା ପୂଜାର ତୁଳସୀ ବଧିର ହେଲୁ ଡାକ ଶୁଣି

Friday 14 July 2023

ଆଖିରୁ ନେଇ ମନରେ ଥୋଇଲି

ଆଖିରୁ ନେଇ ମନରେ ଥୋଇଲି ମନ ହୋଇଗଲା ମୋ ବୃନ୍ଦାବନ ମଧୁର ମଧୁର ମୃଦ୍ୟୁ ବଂଶୀ ଧ୍ୱନି ସଖିରେ ଭରିଦେଲା ମନ ପ୍ରାଣ

କେଡେ ସୁନ୍ଦର ଲୋ କାଳିଆର ଆଖି

କେଡେ ସୁନ୍ଦର ଲୋ କାଳିଆର ଆଖି ଦୁଇ ଆଖି ବୁଜି ଦେଲେ ବି ଦିଶୁଥାଏ କେଡେ ମଧୁର ଲୋ ତା ବଂଶୀ ସୁର ଦୁଇ କାନ ବନ୍ଦ କଲେ ବି ଶୁଭୁଥାଏ

Thursday 13 July 2023

ରାଜା ଗୋଟେକୁ ଶାଶନ ଗୋଟେ

ରାଜା ଗୋଟେକୁ ଶାଶନ ଗୋଟେ ନ୍ୟାୟ ଅନ୍ୟାୟ ନ ଜାଣିଲେ ପ୍ରଜା ତ୍ରିରଙ୍ଗ ପତାକା ଆଗ ଭଳି ଉଡେ କେତେ ଯେ ଗଲେଣି ରାଣୀ ରାଜା

ଆଗୋ କାଳୀ ଗୋରୀ ହଳଦୀ ମୁଖି

ଆଗୋ କାଳୀ ଗୋରୀ ହଳଦୀ ମୁଖି ଶ୍ୟାମାନନ୍ଦ ପାଇଛି ଗୋଟେ ପାଉଁଜି ପାଦ ଦେଖାଇଲେ ମୁଁ ପିନ୍ଧାଇ ଦେବି ହୃଦୟ କମଳରେ ରଖିଅଛି ଆଉଜି

ପର ଧନରେ ଘର ଭରିଦେଲେ

ପର ଧନରେ ଘର ଭରିଦେଲେ ପରିବାରର ନ ରହେ କିଛି ମାନ ଟିଙ୍କୁ କହୁଛି ଆଉ ମିଲୀ କହୁଛି ଏ ଛୋଟିଆ କଥାକୁ ଦେବ ଧ୍ୟାନ

Wednesday 12 July 2023

କୃଷ୍ଣଙ୍କ ଅଧରରେ ବଂଶୀ

କୃଷ୍ଣଙ୍କ ଅଧରରେ ବଂଶୀ ବଂଶୀ ଗାଏ ରାଧା ରାଧା ଥରେ ଶୁଣିଲେ ଶୁଣୁ ଥିବୁ ସେ ଡାକେ ଭରିଛି ସୁଧା

Tuesday 11 July 2023

ଯିଏ ଥରୁଥାଏ ଶୀତରେ

ଯିଏ ଥରୁଥାଏ ଶୀତରେ ତାହା ପାଇଁ ହେଉ ଖରା ଅଜ୍ଞାନ ପୁଟୁଳି ଆଖିରେ ଦେବୁ କି ମୋତେ ଧରା

ଯାହାର ନାହିଁ ପାଦ ପାଣି

ଯାହାର ନାହିଁ ପାଦ ପାଣି ତୁହି ସଭିଙ୍କ ବାପା ମାଆ ବଞ୍ଚନ୍ତି ତୋ ଅବଢ଼ା ଭକ୍ଷି କୃପାସାଗର ଚୋଉବାହା

Monday 10 July 2023

ଆକାଶରେ ଘୋଟିଲେ କଳା ମେଘ

ଆକାଶରେ ଘୋଟିଲେ କଳା ମେଘ ଇନ୍ଦ୍ରଧନୁ ବୁଣେ ସାତରଙ୍ଗର ଝୋଟି ଅଧର୍ମ ନ ସହି ମା ବସୁଧା କାନ୍ଦିଲେ ସିଂହଦ୍ୱାର କଂସା କବାଟ ଯାଏ ଫିଟି

Sunday 9 July 2023

ମାଗି ମୁଁ ନଥିଲି

ମାଗି ମୁଁ ନଥିଲି ଯାଚି ଯାହା ଦେଲୁ ହେ ଦୟା ସାଗର ଆପଣାର କଲୁ

ମିସିରି ଖଣ୍ଡେ ପାଇଲେ କଳା ପିମ୍ପୁଡି

ମିସିରି ଖଣ୍ଡେ ପାଇଲେ କଳା ପିମ୍ପୁଡି ଆନନ୍ଦେ ଚାରିପାଖରୁ ଯାଆନ୍ତି ବେଢ଼ି କାଳିଆକୁ ଦେଖିଲେ ନନ୍ଦୀଘୋଷରେ ଭକତେ ମହାଭାବରେ ଯାଆନ୍ତି ବୁଡି

କେବଳ ରାତିକ ଜୀବନ ପାଇ

କେବଳ ରାତିକ ଜୀବନ ପାଇ ହେନା ମହାକାଏ ବାଡ଼ି ଅଗଣା କାଳିଆର ସୃଷ୍ଟି ବହୁତ ସୁନ୍ଦର ମାଟି ଜଳ ବାୟୁ ଅଗ୍ନି ମାଗଣା