Saturday 22 July 2023

କେତେ କୋମଳ ଗୋ ମାଆ କମଳା

କେତେ କୋମଳ ଗୋ ମାଆ କମଳା ଅଦୃଶ୍ୟ ପାଦ ଅବିରତେ ସେବୁ ତୁହି ଶ୍ରୀକରି କୃପା କରି ଦିଅ ମା ଅନୁମତି ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ [୧] କେତେ ଉଦାର ଗୋ ମାଆ କମଳା କାଳିଆର କାଳିଦଳା ସେ ପାଦ ଦୁଇ ଶ୍ରୀକରି କୃପା କରି ଦିଅ ମା ଅନୁମତି ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ [୨] କେତେ ଓଜନିଆ ଗୋ ମାଆ କମଳା ଭରତ ଶିରେ ବହିଲା କଠଉ ଥୋଇ ଶ୍ରୀକରି କୃପା କରି ଦିଅ ମା ଅନୁମତି ଛୁଇଁବାକୁ ବଡ଼ ଅଧୀର ଏ ହାତ ଦୁଇ[୩]

1 comment: