Friday, 30 September 2022
Thursday, 29 September 2022
କଂସ ଚଢି ବସିଲା ଉଚ୍ଚ ମଞ୍ଚ
ପାଣ୍ଡଵଙ୍କ ବିନାଶ ପାଇଁ
କୌରଵ ପାଞ୍ଚିଲେ ପଶା
ଧର୍ମ ହେଲା ରକ୍ଷା କବଚ
ପୁରଣ ନ ହେଲା ଆଶା [୧]
ଶ୍ରୀରାମେ ବିବାଦ ପାଇଁ
ରାବଣ ହରିଲା ସୀତା
ଦୁର୍ଗା କଲେ ପରିତ୍ୟାଗ
ଛାଡି ଚାଲିଗଲା ଭ୍ରାତା [୨]
କଂସ ଚଢି ବସିଲା ଉଚ୍ଚ ମଞ୍ଚ
ଦେଖିବାକୁ ଗୋବିନ୍ଦ ବିନାଶ
ଶ୍ରୀହରିକୁ କି କୁବଳୟା ସମ
ଧରଣୀ ହୋଇଲା ଉଶ୍ୱାସ [୩]
When no one needs you
When no one needs you
Enough time you have
Listen to yourself
The closest true love
This love story is very true
This love story is very true
The song is from the heart
The lyric music and Arudeep
All are at the best in this art
Wednesday, 28 September 2022
ବିଶ୍ବ ହୃଦୟ ଦିବସ
ନିଜକୁ ନିଜଠୁଁ ଦୁରେଇ ରଖନ୍ତେ
ଶୁଭିଲା ହୃଦୟ ମୃଦ୍ୟୁ ମଧୁର ସ୍ୱର
ସକଳ ଛାତି ଭିତରେ ହରି ବୋଲ
ଦିଶୁ ଥାଉ ସୁନ୍ଦର କି ଅସୁନ୍ଦର
ଦୁରେଇ ପାରିଲେ ନିଜକୁ ନିଜଠୁଁ
ଦୁରେଇ ପାରିଲେ ନିଜକୁ ନିଜଠୁଁ
ଦୂର ହୋଇଯାଏ ସକଳ ଭ୍ରମ
ଦିଶଇ ବିଶ୍ୱ କେବଳ ବ୍ରହ୍ମମୟ
ଦେଉଳଠୁଁ ମକ୍କା ଦୂର ହୁଏ କମ
Tuesday, 27 September 2022
If you got unexpected blessings
If you got unexpected blessings
Which you don't deserve
You are already blessed
Research where did you preserve
Sunday, 25 September 2022
Saturday, 24 September 2022
ତୁ ତ ସ୍ନେହର ଅସରା ଭାଣ୍ଡ
ତୁ ତ ସ୍ନେହର ଅସରା ଭାଣ୍ଡ ଲୋ ବୋଉ
ତୁ ତ ମୋ ଲାଗି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ
ତୋ ଋଣ ତ ସୁଝି ମୁଁ କେବେ ପାରିବିନି
ଦୂରରୁ ତୋ ପାଦ ପଦ୍ମରେ ରଖୁଛି ମୁଣ୍ଡ
ବାହା ହେବା ନର ନାରୀକୁ ବୁଝେ
ବାହା ହେବା ନର ନାରୀକୁ ବୁଝେ
ପୁଅ ହେବା ପରେ ପୁଅ ବାପକୁ
ଅନୁତାପ ଛାଡି ଆଉ କିଛି ନ ଥାଏ
ଵନରେ ଶୁଆ କହୁଥିଲା ଶାରୀକୁ
ବେଳ ଗଡିଗଲେ ଭୋକ ମରିଯାଏ
ବେଳ ଗଡିଗଲେ ଭୋକ ମରେ
ଅପେକ୍ଷାକୁ ହତାଦର କଲେ ମନ
ଗାଡ଼ିଆ ଶୁଖିଲେ ମୀନ ମରେ
ସେବାକୁ ଅନାଦର କଲେ ଜନ୍ମ
Friday, 23 September 2022
When mind sinks in devotion
When mind sinks in devotion
Eye lids cannot stop tear
When oneself loves truth
Mind does not know fear
Tuesday, 20 September 2022
Monday, 19 September 2022
Sunday, 18 September 2022
Mother
ଦୁଆର ନ ଥିଲା ଝରକା ନ ଥିଲା
ଘନ ଅନ୍ଧାର ଦିଶୁ ନ ଥିଲା କିଛି
ଚୋରକୁ ସିନା ଅନ୍ଧାର ସହାୟ
ମୋତେ କେମିତି ପାରିଲୁ ବାଛି [୧]
ଅଙ୍ଗ ନ ଥିଲା ଲିଙ୍ଗ ନ ଥିଲା
ଦେହରେ ନ ଥିଲା ବସନ
କ୍ଷୀର ନିର ଯେଣୁ ମନା
ରୁଧିରେ ଭରିଲୁ ଜୀବନ [୨]
ଜଣା ନ ଥିଲା ଚିହ୍ନା ନ ଥିଲା
ଅଚିହ୍ନାକୁ ଦେଲୁ ତୋ ମନ
କେଡେ ନିଷ୍କପଟ ହିଆ ତୋ
ତୁ ଦେବୀ ହେଲେ ମୁ ଦୀନ [୩]
ଅକ୍ଷର ନ ଥିଲା ଭାଷା ନ ଥିଲା
ପୃଥିବୀରେ ଥାପିଲି ପାଦ
ହୃଦୟ ନିଗାଡ଼ି ପ୍ରାଣ ଭରିଲୁ
ପଣତେ ଢାଙ୍କି ମୋ ଅପରାଧ [୪]
ବୈଦ୍ୟ ନ ଥିଲା ଔଷଧ ନ ଥିଲା
ଶଙ୍ଖା ସମ୍ବଳ ତୋ ଦୁଇ ହାତ
କେତେ ବିପଦରୁ ରଖିଛୁ ଜନନୀ
ଭୟ ପାଇଅଛି କଫ ବାତ ପିତ୍ତ [୫]
ଅର୍ଥ ନ ଥିଲା ଉପାୟ ନ ଥିଲା
ଠାରି କହିଦେଲୁ କିଏ ମୋ ପିତା
ତୋ ଋଣ କେବେ ଶୁଝି ନ ପାରେ
ଶତ କୋଟି ପ୍ରଣାମ ଗୋ ମାତା[୬ ]
Saturday, 17 September 2022
ପାଇବା ହରାଇବା ଭିତରେ ଯେଉଁ ନୀରବତା
ପାଇବା ହରାଇବା ଭିତରେ ଯେଉଁ ନୀରବତା
ବାସ୍ତବରେ ତାର ତ ଅବଧି ବହୁତ ବହୁତ ଅଳ୍ପ
ପ୍ରକୁତରେ ଯେଉଁ ଜିନିଷ ପାଇଁ ଘରୁ ଆସିଥିଲି
ତାହା ସମ୍ପୂର୍ଣ ଭୁଲି ଗଲି ମୁଁ ଶୁଣି ଅନ୍ୟର ଗଳ୍ପ
Thursday, 15 September 2022
Tuesday, 13 September 2022
ଏ ଭଲ ପାଇବା ଭାରି ବିରଳ
ଏ ଭଲ ପାଇବା ଭାରି ବିରଳ
ଗୋଟିଏ ଫୁଲର ଦୁଇ ପାଖୁଡା
ଅରୁ ଆଉ ପବନର ଯୋଡି
ମୁଆଁର ଭିତରେ ଖଇ ଉଖୁଡା
Wednesday, 7 September 2022
ଅଦେଖା ଦେଖିଲି ଅବଢା ଖାଇଲି
ଅଦେଖା ଦେଖିଲି ଅବଢା ଖାଇଲି
ଅମନପୁରରେ ବଞ୍ଚିଲି ମୁଁ ଦିନ
ଅଲେଖର ପାଶେ ଅବନା ପଢ଼ିଲି
ଗୁରୁ ଦେଲେ ପ୍ରେମ ଭକ୍ତି ଜ୍ଞ୍ୟାନ
Tuesday, 6 September 2022
କେ ଦେଲା ତୁଳସୀ
କେ ଦେଲା ତୁଳସୀ କେ ଦେଲା ଦୟାଣା
ମୁଁ ପଠାଉଛି ମୋ ବାଡ଼ି ଗୋଲାପ ଫୁଲ
ତୁମ ପ୍ରେମ ପାଗଳିନୀ ମୀରାକୁ ଦେବ
କୃଷ୍ଣ ହେ ତୋତେ ନ ଲାଗିଲେ ଭଲ
Monday, 5 September 2022
In place of two stents
In place of two stents
Forgot the second one
Qaulity life costed more
I did not loss my fan
Sunday, 4 September 2022
If the lesion gives in
If the lesion gives in
You be kind to share
I have a similair case
I want to take care
ଦିବ୍ୟ ଶରୀର ଲଭି ଈଶ୍ୱର ଅର୍ପଣେ
ଦିବ୍ୟ ଶରୀର ଲଭି ଈଶ୍ୱର ଅର୍ପଣେ
ଘୋର ମାୟାକୂପରେ ଝାସ ଦେଲି
କୃପା ବହି ଗୁରୁ ଉଦ୍ଧାର ବାଟ କୁହ
ବ୍ୟର୍ଥ ଏ ସନ୍ତରଣେ ଅବଶ ହେଲି
ଘରୁ ତଡିଦେଲୁ ଯେଣୁ ଲୋ ଜନନୀ
ଘରୁ ତଡିଦେଲୁ ଯେଣୁ ଲୋ ଜନନୀ
ସଂସାର ହାଟକୁ ଲୋ ଭରସା କଲି
ଶାଶୂ ନଣନ୍ଦ ହେଲେ ଲୋ ବଇରୀ
ମୁଁ ଲୋ ସ୍ୱାମୀ ସୁଖରୁ ବଞ୍ଚିତ ହେଲି
Saturday, 3 September 2022
ନଦୀ ମିଶିଗଲେ ସମୁଦ୍ରରେ
ନଦୀ ମିଶିଗଲେ ସମୁଦ୍ରରେ
ହରାଏ ରୂପ ଗୁଣ ସ୍ୱାଦ ଗନ୍ଧ
ବୈଷ୍ଣବ ପଦରଜ ସ୍ପର୍ଶରେ
ଅତି ଅତି ଉତ୍ତମ ହୁଏ ମନ୍ଦ
ସେ ଯେଉଁ ଭକ୍ତିରେ ବୈଷ୍ଣବ ବୁଡ଼େ
ସେ ଯେଉଁ ଆତୁରେ ତଟିନୀ ଧାଏଁ
ମହୋଦଧିରେ ମିଶି ଯିବା ପାଇଁ
ସେ ଭାବେ ଆତୁର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୧]
ସେ ଯେଉଁ ଅଧିରେ କୋଇଲି ଗାଏ
ବସନ୍ତ ସଂଗୀତମୟ କରିବା ପାଇଁ
ସେ ଭାବେ ଅଧିରେ ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୨]
ସେ ଯେଉଁ ମମତାରେ ଜନନୀ ଚାହେଁ
ପ୍ରାଣଠୁଁ ବଳି ସନ୍ତାନ ମୁଖକୁ ଚାହିଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି[୩]
ସେ ଯେଉଁ ଅପେକ୍ଷା କରେ ନଳିନୀ
ଉଷାରେ ସୂର୍ଯ୍ୟଙ୍କୁ ଭେଟିବା ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି[4]
ସେ ଯେଉଁ ଅପେକ୍ଷା କରେ କୁମୁଦ
ଦିନାନ୍ତେ ଚନ୍ଦ୍ରକୁ ଭେଟିବା ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୫ ]
ସେ ଯେଉଁ ଝୁରିବା ଝୁରେ ପତିପ୍ରାଣା
ପତି ତାର ବିଦେଶେ ରହିଲେ ଯାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୬ ]
ସେ ଯେଉଁ ହମ୍ବା ରଡି କରେ ବତ୍ସା
ଗୋଧୂଳୀରେ ଗାଈ ବାଟକୁ ଚାହିଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୭ ]
ସେ ଯେଉଁ ବିକଳ ଶ୍ୱାସରୋଗୀ
ମୁକ୍ତ ପବନକୁ ଭେଟିବା ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୮]
ସେ ଯେଉଁ ଭରଷା ପାଏ ଅନ୍ଧ
ହାତେ ବାଡ଼ି ଖଣ୍ଡେ ଦେଲେ ଦେଇ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [9]
ସେ ଯେଉଁ ତୃଷା ଲାଗେ ତୃଷାର୍ତ୍ତେ
ଶୀତଳ ଜଳ ଆଞ୍ଜୁଳାଏ ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି[୧୦]
ସେ ଯେଉଁ ପ୍ରତୀକ୍ଷା କରେ ଜନନୀ
ଉଦରସ୍ତ ସନ୍ତାନ ମୁଖ ଦର୍ଶନ ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି[11]
ସେ ଯେଉଁ ପାଗଳାମି ପ୍ରେମିକର
ପ୍ରଥମ ପ୍ରେମକୁ ଭେଟିବା ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି[୧୨ ]
ସେ ଯେଉଁ ଭକ୍ତିରେ ବୈଷ୍ଣବ ବୁଡ଼େ
ନଗର ସଂକୀର୍ତ୍ତନେ ନାଚିବା ପାଇଁ
ସେ ଭାବେ ଅଧୀର ହେଲେ ପ୍ରାଣ
ଭାବ ବିନୋଦିଆ ନ ପାରେ ରହି [୧୩ ]
Thursday, 1 September 2022
Subscribe to:
Posts (Atom)