Sunday 18 September 2022

Mother

ଦୁଆର ନ ଥିଲା ଝରକା ନ ଥିଲା ଘନ ଅନ୍ଧାର ଦିଶୁ ନ ଥିଲା କିଛି ଚୋରକୁ ସିନା ଅନ୍ଧାର ସହାୟ ମୋତେ କେମିତି ପାରିଲୁ ବାଛି [୧] ଅଙ୍ଗ ନ ଥିଲା ଲିଙ୍ଗ ନ ଥିଲା ଦେହରେ ନ ଥିଲା ବସନ କ୍ଷୀର ନିର ଯେଣୁ ମନା ରୁଧିରେ ଭରିଲୁ ଜୀବନ [୨] ଜଣା ନ ଥିଲା ଚିହ୍ନା ନ ଥିଲା ଅଚିହ୍ନାକୁ ଦେଲୁ ତୋ ମନ କେଡେ ନିଷ୍କପଟ ହିଆ ତୋ ତୁ ଦେବୀ ହେଲେ ମୁ ଦୀନ [୩] ଅକ୍ଷର ନ ଥିଲା ଭାଷା ନ ଥିଲା ପୃଥିବୀରେ ଥାପିଲି ପାଦ ହୃଦୟ ନିଗାଡ଼ି ପ୍ରାଣ ଭରିଲୁ ପଣତେ ଢାଙ୍କି ମୋ ଅପରାଧ [୪] ବୈଦ୍ୟ ନ ଥିଲା ଔଷଧ ନ ଥିଲା ଶଙ୍ଖା ସମ୍ବଳ ତୋ ଦୁଇ ହାତ କେତେ ବିପଦରୁ ରଖିଛୁ ଜନନୀ ଭୟ ପାଇଅଛି କଫ ବାତ ପିତ୍ତ [୫] ଅର୍ଥ ନ ଥିଲା ଉପାୟ ନ ଥିଲା ଠାରି କହିଦେଲୁ କିଏ ମୋ ପିତା ତୋ ଋଣ କେବେ ଶୁଝି ନ ପାରେ ଶତ କୋଟି ପ୍ରଣାମ ଗୋ ମାତା[୬ ]

No comments:

Post a Comment