ବାହାରେ ମାଘର ହାଡଥରା ଶୀତ
ଚାରିଆଡେ ଗ୍ରୀଷ୍ମର ପ୍ରବଳ ଝାଞ୍ଜି
ଜରାୟୁର ଘନ ଅନ୍ଧାରର ଯେଉଁ ଶାନ୍ତି
ଆଲୋକ ତୁମେ ନ ପାରିବ ବୁଝି [୧]
ଉଠୁ ଖାଇବୁ ଉଠୁ ଖାଇବୁ ଧନ
ନିଦରେ ଆଖି ହେଉଥାଏ ମୁଜି
ବୋଉଲୋ ତୁ କେତେ ମନେ ପଡୁ
ଆଜି ପାଖେଥିଲେ ପାରନ୍ତୁ ବୁଝି [୨]
ଚାରିଆଡେ ଲୋକଙ୍କ କି ଭିଡ଼
ପୁଣି ବି ଆଖି ବୁଲୁଥାଏ ଖୋଜି
କାହିଁକି ଯେ ଏତେ ମନେ ପଡ
କେବେ ବି ପାରେନି ବୁଝି [୩]
ମନୋରଞ୍ଜନର ନାହିଁ ଅଭାବ
ତଥାପି ଫୁଟେ ଆତସ ବାଜି
ଆଉ କେତେ ପ୍ରଦୂଷଣ ଲୋଡ଼ା
ଲୋକ ପାରନ୍ତିନି ଜମା ବୁଝି [୪]
ଦିମୁଠା ଭାତରେ ପେଟ ପୁରେ
କିଛି ମଦରେ ଯାନ୍ତି ମଜ୍ଜି
ଵିଭାହିତ କାହିଁକି ଶାନ୍ତି ଖୋଜେ
ଅବିବାହିତ କଣ ପାରିବ ବୁଝି[୫]
କେବେ ହସି ହସି ପେଟ ବଥା
କେବେ ଆଖି ଲୁହରେ ଯାଏ ଭିଜି
କେବଳ ବଞ୍ଚିବାକୁ ଯେ ଭଲପାଏ
କେବେ ତ ନ ପାରେ ବୁଝି [୬]
No comments:
Post a Comment