Monday 6 December 2021

how much happy

 ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା   

ତୁମେ ଆଜି ଏତେ ପାଖରେ  

ମୋ ଖୁସିର ନ ରହେ ଠିକଣା [୧] 

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ତୋ ବିନା ଲାଗୁଥିଲା କେଡେ ଦୀନହୀନ

ସତେକି ତୁ ମୋର ଗଣ୍ଠି ଆଠଣା[୨]

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ଆଜି ପାଇଛି ମୁ ଏତେ ପାଖେରେ  

ପିନ୍ଧିବି ମୁଁ କରି ବେକ ଗହଣା [୩]

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ଆଖିରେ ଲୁଚାଇ ରଖିବି ତୋତେ 

ଯିଏ ଯେତେ ବଜାଉ ନିନ୍ଦା ବାଜଣା[୪] 

ଚାହିଁ ବସିଥିଲି ଆଖିକୁ  ବିଛେଇ

ଶୁଣି ସହି କେତେ ନିନ୍ଦା  ଗଞ୍ଜଣା

ଏମିତି ରଖିବି ହୃଦରେ ଲୁଚାଇ 

ଆଉ ହଜିବନି ତୁମ ଠିକଣା [୫] 







No comments:

Post a Comment