Tuesday, 31 December 2024
ତୁହି ବିମଳ ଅତି ନିର୍ମଳ ଅଚଳ ଅତି ସୁଶାନ୍ତ ଗଗନ
ତୁହି ବିମଳ ଅତି ନିର୍ମଳ ଅଚଳ ଅତି ସୁଶାନ୍ତ ଗଗନ
ଗୋବିନ୍ଦ ହେ ମୁହିଁ ଚଳ ଚଞ୍ଚଳ ଭସା ବାଦଲ ଖଣ୍ଡେ
ତୁହି ଅଶେଷ କୃପା ପାରାବାର ଜୀବନ ଅମୃତ ପାତ୍ର
ହେ କୃଷ୍ଣ ଅତ୍ୟନ୍ତ ତୃଷା ତୋ ନାମ ଲାଗିଥାଉ ତୁଣ୍ଡେ
Happy New Year 2025
ଜନମ ହୋଇଲି ମୁହିଁ ଜଗନ୍ନାଥ ଦେଶରେ
ବାଇଶିପାହାଚ ଚଢ଼ିବି ଯୋଗ ଅଷ୍ଟାଙ୍ଗରେ
ଗରୁଡ ପଛରେ ଆପଣା ସ୍ୱରୂପକୁ ଦେଖିବି
ପୁଣ ପୁଣ ପ୍ରଣିପାତ କରୁଥିବି ସାଷ୍ଟାଙ୍ଗରେ
ସ୍ବଭାବରେ ନିର୍ମଳ ସୁଶୀତଳ ଝର ଜଳ
ସ୍ବଭାବରେ ନିର୍ମଳ ସୁଶୀତଳ ଝର ଜଳ
ପାଷାଣ ବନ୍ଧୁର ପଥରେ ବୀଣା ମୂର୍ଚ୍ଛନା
ଅଭାବରେ ବେନି ନୟନର ଉଷ୍ମ ଲୁହ
ମିଳନ ଆତୁରତାରେ ତୁଳସୀ ଅର୍ଚ୍ଚନା
ଫୁଲ ଝଡ଼ିପଡ଼େ ପାଚିଲା ମିଠା ଫଳଟିଏ ହୋଇ
ଫୁଲ ଝଡ଼ିପଡ଼େ ପାଚିଲା ମିଠା ଫଳଟିଏ ହୋଇ
ଫଳଟିଏ ଅତି ବାତ୍ସଲ୍ୟ ମମତାରେ ସଞ୍ଚେ ମଞ୍ଜି
ମଞ୍ଜି ବୁଲୁଥାଏ ନିରନ୍ତର ପାଞ୍ଚ ଭୁତ ଗହଣରେ
ତୁଳସୀ ହୋଇ ଜଗା ଟାହିଆରେ ହୁଅନ୍ତା ଗୁଞ୍ଜି
ଫୁଲ ଝଡ଼ିପଡ଼େ ଫଳଟିଏ ଦେଇ
ଫୁଲ ଝଡ଼ିପଡ଼େ ଫଳଟିଏ ଦେଇ
ଫଳ ଅତି ଯତନରେ ସଞ୍ଚେ ମଞ୍ଜି
ମଞ୍ଜି ବୁଲେ ପାଞ୍ଚ ଭୁତ ସାଥିରେ
ବୃକ୍ଷଟିଏ ଲାଗି ଦେଖୁଥାଏ ପାଞ୍ଜି
ବୈକୁଣ୍ଠରେ ନାହିଁ ଜନ୍ମ ମୂର୍ତ୍ୟୁ ଜରା
ବୈକୁଣ୍ଠରେ ନାହିଁ ଜନ୍ମ ମୂର୍ତ୍ୟୁ ଜରା
ବୈଷ୍ଣବ ଜୀବନ ଅନ୍ଧାରରେ ହୀରା
ଚକାଡୋଳାଙ୍କର ନାହିଁ ହାତ ପାଦ
ନିଷ୍କାମରେ କ୍ଷୁଦା ତୃଷା ହୁଏ ପୁରା
Monday, 30 December 2024
ତୁହି ଏମିତି ଏକ ରୂପ ଲୀଳା ହେ ଚକାଡୋଳା
ତୁହି ଏମିତି ଏକ ରୂପ ଲୀଳା ହେ ଚକାଡୋଳା
ଗତ ଆଗତ ବର୍ତ୍ତମାନ ପ୍ରସନ୍ନ ତୋ ଆଖିରେ
ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ବିଶ୍ଵରୂପ ବିଶ୍ଵବନ୍ଦ୍ୟ ପାହି
ବାଳଗୋପାଳ ଶରଣ ଗୋବର୍ଦ୍ଧନ ଟେକାରେ
ମାଟି ବଢ଼ାରେ କ୍ଷୀର ଫୁଟିଲେ ସର ପଡେ
ମାଟି ବଢ଼ାରେ କ୍ଷୀର ଫୁଟିଲେ ସର ପଡେ
ଆଖି ଆଗରେ ନାଚିଯାଏ ନନ୍ଦ ନନ୍ଦନ ମୁହଁ
ମାଟି ଖାଇଲା ତେନ୍ତୁଳି ଛାଟଟି ଉଠେଇଲି
ମଥୁରା ଗଲା ଛିଡା଼ଇ ସକଳ ମାୟା ମୋହ
Sunday, 29 December 2024
ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା
ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା
ସବୁରି ନୟନ ଲାଖିଲା ମୋହନ ବଂଶୀରେ
ଆବୃତ ଅନାବୃତ ଯୌବନ ସ୍ମରଣ ନୋହିଲା
କାତାୟନି ସେବିଥିଲେ ପାଇ ମନହଂସୀରେ
ମୋ ପ୍ରାରବ୍ଧ କର୍ମରୁ ଶୁଦ୍ରକୁଳରେ ଜନ୍ମ ହେଲି
ମୋ ପ୍ରାରବ୍ଧ କର୍ମରୁ ଶୁଦ୍ରକୁଳରେ ଜନ୍ମ ହେଲି
ନିରତ ଅଶୁଚି ଚିନ୍ତା ନିରତ ଅଶୁଚି କର୍ମ ପ୍ରାପ୍ତ
କେଡେ କ୍ଷମାସାଗର ମୋହନ ମଧୁର ବଂଶୀ
ସିଞ୍ଚିଣ କୃପାବାରି ଛନ୍ଦାପାଦରେ କଲେ ଲିପ୍ତ
ହେ ଆଦି ପୂଜ୍ୟ ହେ ଗଣନାୟକ ହେ ଗଜାନନ
ହେ ଆଦି ପୂଜ୍ୟ ହେ ଗଣନାୟକ ହେ ଗଜାନନ
ଅଯୋନି ସମ୍ଭୁତ ଯଜ୍ଞ କୁଣ୍ଡ ଅଗ୍ନି ଶୁଦ୍ଧ ଦେହୀ
ହେ ସକଳ ଜ୍ଞାନ ସିନ୍ଧୁ ହେ ସର୍ବ ବିଘ୍ନ ବିନାଶକ
ମହାନ ମୂର୍ଖ ଚରଣରେ ଶରଣ ପାହି ମାଂ ପାହି
ଆନନ୍ଦ ସାଗର ଶ୍ରୀପୁରୁଷୋତ୍ତମ ଜାନକୀ ଜୀବନ
ଆନନ୍ଦ ସାଗର ଶ୍ରୀପୁରୁଷୋତ୍ତମ ଜାନକୀ ଜୀବନ
ନାମୀରୁ ନାମ ହେଲେ ନାମରୁ ଅକ୍ଷର ପଥରରେ
ମୁନୀ ମାନସ ହୃଦୟ ଗଣ୍ଠିଧନ ପରମ ପୁରୁଷ ହରି
ଭକ୍ତ ହୃଦ କମଳେ ବିରାଜ ବିଭୀଷଣ ଉତ୍ତରରେ
ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା
ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା
ସବୁରି ନୟନ ଲାଖିଗଲା ଗୋବିନ୍ଦ ରୂପରେ
ଆବୃତ ଅନାବୃତ ସ୍ମରଣ ନ ରହିଲା ଚିତ୍ତରେ
ଏଡେ଼ ମଧୁର ରୂପ କାହାକୁ ପ୍ରାପ୍ତ କି ତପରେ
ସପ୍ନ ଅସୁମାରୀ କଢ଼ିଟିଏ ଆଖିରେ
ସପ୍ନ ଅସୁମାରୀ କଢ଼ିଟିଏ ଆଖିରେ
ହୃଦୟ ସହ କୃଷ୍ଣଙ୍କୁ ସମର୍ପଣ କଲି
ଆଶା ଅସୁମାରୀ ଫୁଲ ହୃଦୟରେ
ଆତ୍ମା ସହ ପାଣି ଛଡେଇ ଦେଲି
Saturday, 28 December 2024
ଯାହାର ଭାଇ ପିନ୍ଧେ ଗୁଣ୍ଡିଚା ନାକ ଚଣା
ଯାହାର ଭାଇ ପିନ୍ଧେ ଗୁଣ୍ଡିଚା ନାକ ଚଣା
ମାଆ ତାହାରି ଅଲିଅଳୀ ଭଉଣୀ ତୁହିତ
ଯାହାର ଭାଇ ଅଧର ଜବା ଫୁଲ ନାଲି
ମା ତାହାରି ରୂପରେ ଚିତ୍ତ ଗଲା ରହିତ
ବୈଷ୍ଣବ ହୃଦୟ ମହାଲକ୍ଷ୍ମୀ ବାସୁଦେଙ୍କର ନିବାସ
ବୈଷ୍ଣବ ହୃଦୟ ମହାଲକ୍ଷ୍ମୀ ବାସୁଦେଙ୍କର ନିବାସ
କେବଳ ଚିତା ଝୋଟି ଲକ୍ଷ୍ମୀ ପାଦ ଦୟଣା ତୁଳସୀ
ବୈଷ୍ଣବ ହୃଦୟରେ ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ
କେବଳ ସାମବେଦ ଲାଗିଥାଏ ଗୋବିନ୍ଦ କାଳିସୀ
ହଂସ ଆଉ ପରମ ହଂସର ଭାଗ ଦୁଇଟି ସମାନ
ହଂସ ଆଉ ପରମ ହଂସର ଭାଗ ଦୁଇଟି ସମାନ
ଉଦାର ଗୋବିନ୍ଦ ହେ ମୁହିଁଟି ଅଧିକ ଲୋଭ କଲି
ତୋର ତିନି ପାଦତଳେ ସୃଷ୍ଟି ସ୍ଥିତି ଲୟ ଉଲ୍ଲସିତ
କଳା ବାମନ ହେ ତୋର ଭୁଜତଳେ ଲୁଚେଇଲି
ଜଳ ବାୟୁର ନିର୍ମଳ ସ୍ଵଭାଵ ହିଁ ଜଗନ୍ନାଥ
ବାୟୁ ଜଳର ଅତି ନିର୍ମଳ ସ୍ଵଭାଵ ହିଁ ଜଗନ୍ନାଥ
ରବି କର ସୁଧାକର ଜୋତ୍ସନା ହିଁ ଚକାଡୋଳା
ଅଗ୍ନିର ସକଳ ଭକ୍ଷଣ ପଣ ସ୍ଵଭାଵ ନାରାୟଣ
ଅଧାଗଢା ହିଁ ଆକାଶ ପୃଥିବୀ କୈବଲ୍ୟ ଖଳା
ଓଁ ଶ୍ରୀ ସାଇରାମ ତୁମ୍ଭେ ଶଙ୍କର ତୁମ୍ଭେ ହିଁ କୃଷ୍ଣ
ଓଁ ଶ୍ରୀ ସାଇରାମ ତୁମ୍ଭେ ଶଙ୍କର ତୁମ୍ଭେ ହିଁ କୃଷ୍ଣ
ଅତୀବ ଉଦାର ଆଶୁ ବିପଦ ଭଞ୍ଜନ ଦୀନବନ୍ଧୁ
ଓଁ ଶ୍ରୀ ସାଇରାମ ଦିବ୍ୟ ବିଭୁତି ଦୃଢ଼ ପ୍ରତିଶୃତି
ଅତ୍ୟନ୍ତ ଆଶ୍ରିତ ବତ୍ସଳ ସୀମାହୀନ କ୍ଷମାସିନ୍ଧୁ
କୃଷ୍ଣ ହେ ହେ ବିଷ୍ଣୁ ହେ ରାମ ହେ ଅଖିଳ ଜୀବନ
କୃଷ୍ଣ ହେ ହେ ବିଷ୍ଣୁ ହେ ରାମ ହେ ଅଖିଳ ଜୀବନ
ମନ ଅମନ ଵିମନ କୁମନ ସୁମନ ମୋର ପାଞ୍ଚ ପତି
ସପ୍ତ ବିକାର ମିଳିତ ଆକ୍ରମଣକୁ କେହି ନୁହଁ ସମର୍ଥ
ପାଞ୍ଚାଳୀ ସମ ମୋତେ ସାହା ହେଲେ ପାଇବି ଗତି
Friday, 27 December 2024
ଆଗମ ନିଗମ କହେ କିଛି ହିଁ କୁହା ବୋଲା ନାହିଁ
ଆଗମ ନିଗମ କହେ କିଛି ହିଁ କୁହା ବୋଲା ନାହିଁ
ବିନା ନିମନ୍ତ୍ରଣରେ ଶ୍ରୀଗୋବିନ୍ଦ ଦ୍ୱାରେ ବସି ଅଛି
କେବଳ ପ୍ରେମରେ ଡାକିଲେ ହୃଦୟରେ ବସିବେ
ସଞ୍ଚିଥିଲେ ନିଷ୍କାମ କର୍ମ ଫଳ ଭୁଞ୍ଜନ୍ତି ବାଛି ବାଛି
ପତ୍ର ଶାଖା ଗଣ୍ଡି ଚେର କଢ଼ ଫୁଲ ଫଳ
ପତ୍ର ଶାଖା ଗଣ୍ଡି ଚେର କଢ଼ ଫୁଲ ଫଳ
ବ୍ରହ୍ମଦାରୁ ସକଳ ଅଂଶରେ ଅମୃତ ବସା
ନାମ ସଂକୀର୍ତ୍ତନରେ ବ୍ରହ୍ମଦାରୁ ଆସିବେ
ମନ ହୃଦୟ ମାଜି କେଡେ କରିଛି ଆଶା
ନବଧା ଭକ୍ତି ପ୍ରତ୍ୟେକ ଏକ ସଦ୍ୟ ପ୍ରସ୍ଫୁଟିତ ପଦ୍ମ
ନବଧା ଭକ୍ତି ପ୍ରତ୍ୟେକ ଏକ ସଦ୍ୟ ପ୍ରସ୍ଫୁଟିତ କମଳ
ଶାନ୍ତିକାମୀ ଜୀବ ଶ୍ରୀଗୋବିନ୍ଦଙ୍କ ପାଦରେ ଏକ ଦେବୁ
ମଧୁମକ୍ଷି ଦଳ ଏଗାର ଇନ୍ଦ୍ରିୟ ସଂସାରୁ ଉଡି ଆସିବେ
ହର ବ୍ରହ୍ମା ଶିବ ଗଣେଶ ଲକ୍ଷ୍ମୀ ପୂଜିତ ପାଦ ଚୁମୁଥିବୁ
ମୁହିଁ ଗୋଟିଏ ତୋତେ ଦେଇଥିବି କି ନାହିଁ ସ୍ୱାମୀ
ମୁହିଁ ଗୋଟିଏ ତୋତେ ଦେଇଥିବି କି ନାହିଁ ସ୍ୱାମୀ
ହେ ଅଧାଗଢା ତାହାକୁ କୋଟିଏ ଫେରାଇ ଦେଲୁ
ମୁହିଁ କେଉଁ ଜନମେ ତୋତେ ଡାକିଲି ମନେ ନାହିଁ
ହେ ଅଧାଗଢା ତୋର ଛନ୍ଦାପାଦରେ ନିର୍ଭୟ କଲୁ
କିଛି କିମିଆ ଜାଣେ ଜନ୍ମଦାତ୍ରୀ ମାଆ
କିଛି କିମିଆ ଜାଣେ ଜନ୍ମଦାତ୍ରୀ ମାଆ
କିଛି ବିଦ୍ୟା ସାଧିନ୍ତି ବୈଦ୍ୟ ଚିକିତ୍ସକ
ସବୁ ରୋଗ ଚିହ୍ନେ ମୁର୍ତ୍ତୃ ଯିଏ ଜିଣେ
ସେହି ଗୁଣିଆ ଚକାଡୋଳା ଅପଲକ
Thursday, 26 December 2024
ନାରାୟଣ ଇତି ଯେଉଁ ମହାପୁର୍ଣ୍ୟ ଚାରି ଅକ୍ଷର
ନାରାୟଣ ଇତି ଯେଉଁ ମହାପୁର୍ଣ୍ୟ ଚାରି ଅକ୍ଷର
ତହିଁରେ ବ୍ରହ୍ମା ଚାରିମୁଖ ବେଦ ମଣି ପଦ୍ମରାଗ
ନାରାୟଣ ଇତି ଯେଉଁ ମହାପୁର୍ଣ୍ୟ ଚାରି ଅକ୍ଷର
ତହିଁରେ କମଳା ଦାସୀ କମଳ ପାଦେ ଅନୁରାଗ
ଅଭିରାମ ତୋତେ ହୃଦୟ ପଦକ କରି ପିନ୍ଧିଲେ
ଅଭିରାମ ତୋତେ ହୃଦୟ ପଦକ କରି ପିନ୍ଧିଲେ
ଗୀତ ଗୋବିନ୍ଦରେ ବାନ୍ଧିଦେଲା ଭକ୍ତ ଜୟଦେବ
ସାଲବେଗ ନେଲେ ଭାଵ ଭକ୍ତି ରଥରେ ବସାଇ
ତୋତେ ଝୁରି ମଲି ମୋହନ ବୁଝିବୁ ମନୋଭାବ
ଏମିତି ଗୋଟିଏ ଅମୀୟ ଚିତ୍ର ପ୍ରତିମା ଭେଟିଲି
ଏମିତି ଗୋଟିଏ ଅମୀୟ ଚିତ୍ର ପ୍ରତିମା ଭେଟିଲି
ମାତା ପିତା ସମ ଅତି ପରିଚିତ୍ତ ତାର ଚାହାଣୀ
ଦ୍ଵନ୍ଦାତୀତ ବିମଳ ଅଚଳ ଭବ ବ୍ୟାଧିକୁ ବିଭୁତି
ଦର୍ଶନ ସ୍ପର୍ଶ ସମ୍ଭାଷଣରେ ଦିବ୍ୟ ସବୁ କାହାଣୀ
Mother is a word consisting of six letters
Mother is a word consisting of six letters
M =Master + O=Outstanding + T=Tender
H=Heaven +E-=Ecstasy +R=Real
Mother is a divine angel love vendor
🙏🙏🙏
n the Kaliyuga, people are classified
n the Kaliyuga, people are classified
Based on their talents and their thinking
Otherwise, they are being quite similar
Organs can be shared, when life is sinking
Wednesday, 25 December 2024
ଜରାଜୀର୍ଣ୍ଣ ଡାକଇ ବେସୁରିଆ କଣ୍ଠରେ
ଜରାଜୀର୍ଣ୍ଣ ଡାକଇ ବେସୁରିଆ କଣ୍ଠରେ
ମଧୁର କଣ୍ଠରେ ଡାକଇ ଯେ ଅତି ସୁସ୍ଥ
ସଭିଙ୍କୁ ନିଖାରୁ ତୁହି ପିତା ମାତା ସମାନ
ଅନାଥ ହୋଇବ କି ତୋ ଭାବେ ବ୍ୟସ୍ଥ
ସଦା ଜପୁଥିଲେ କେବଳ ଲୋକ ସମସ୍ତେ ସୁଖରେ ରୁହନ୍ତୁ
ସଦା ଜପୁଥିଲେ କେବଳ ଲୋକ ସମସ୍ତେ ସୁଖରେ ରୁହନ୍ତୁ
ଅତି ପ୍ରଶାନ୍ତ ଭାବ ମୁଖ ମଣ୍ଡଳ ଜଣେ ଦିବ୍ୟ ପୁରୁଷ ଗଲେ
ବାବାଜୀ ଚଲାପଥରେ ପଦ୍ମ ଫୁଟୁଥିଲା ମଙ୍ଗଳ ବେଦ ଧ୍ୱନି
ଯାତ୍ରା ମହତଙ୍କ ପାଇଁ ସ୍ୱକୃପାରେ ଏ ପତିତକୁ ଉଦ୍ଧରିଲେ
ନ ଥିଲେ ନ ଥାଉ ପାଦ ତୁମର ହେ ଆନନ୍ଦ କନ୍ଦ
ନ ଥିଲେ ନ ଥାଉ ପାଦ ତୁମର ହେ ଆନନ୍ଦ କନ୍ଦ
ହେ ବଳିଆର ଭୁଜ ନ ଥିଲେ ନ ଥାଉ ତୁମ କାନ
ସଂସାର ଅରଣ୍ୟରେ ଚକାଡୋଳା ପଥ ପ୍ରଦର୍ଶକ
ହେ ଦୁଃଖାର୍ତ୍ତି ଭଞ୍ଜନ ତୁମକୁ ପରା ବିକିଅଛି ମନ
Tuesday, 24 December 2024
ଭାବରେ ପଶିଲେ ଅବଶ୍ୟ ପୂଜାରେ ବସିବ
ଭାବରେ ପଶିଲେ ଅବଶ୍ୟ ପୂଜାରେ ବସିବ
ଜଗବନ୍ଧୁ ହେ କିଞ୍ଚିତ ବେନି ନୟନକୁ ଦିଶିବ
ଅଭାବେ ଆସିଲେ ଦଣ୍ଡେ ଅପେକ୍ଷା କରିବ
ଏ ଅଧମ ଭକ୍ତି ଲୁହ ଦେଇ ଚରଣ ସେବିବ
ବୈଷ୍ଣବ ହୃଦୟ କମଳ କେଶରରେ ମଧୁର ମୋହନ
ବୈଷ୍ଣବ ହୃଦୟ କମଳ କେଶରରେ ମଧୁର ମୋହନ
ଆନନ୍ଦ କନ୍ଦ ସରୋଜ ଛନ୍ଦା ପାଦରେ ମାନସ ଭ୍ରମର
ବୈଷ୍ଣବ ଭାବନା ସାଗର ପରମ ଦିବ୍ୟ ପରମ ହଂସ
ବ୍ରହ୍ମାନନ୍ଦ ନିତ୍ୟ ଦିବ୍ୟ ଲୀଳା ସଦନ ଶରଣ ପାମର
ବିବେକ ସାଥି ଦିଅରେ ମୋର ମୁମୁକ୍ଷୁ ମାନସ
ବିବେକ ସାଥି ଦିଅରେ ମୋର ମୁମୁକ୍ଷୁ ମାନସ
ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମକୁ ବାଣ୍ଟିବା
ସବୁ ଅବତାର ପ୍ରତି ହୃଦରେ ମଞ୍ଜି ପୋତିଛନ୍ତି
ବିଶୁଦ୍ଧ କର୍ମ ଜାହ୍ନବୀ ଉଦକ ଶ୍ରଦ୍ଧାରେ ସିଞ୍ଚିବା
ଯାହା ତୁମ୍ଭରି ଇଛା ଦେବାକୁ ଦିଅ ହେ ଗୋବିନ୍ଦ
ଯାହା ତୁମ୍ଭରି ଇଛା ଦେବାକୁ ଦିଅ ହେ ଗୋବିନ୍ଦ
ହେ ବାସୁଦେବ ମୋ ସଦା ପାଶେ ପାଶେ ଥାଅ
ଯାହା ତୁମ୍ଭରି ଇଛା ନେବାକୁ ନିଅ ହେ ମୋହନ
ହେ ବନମାଳୀ ବୈଷ୍ଣବ ବସାରେ ଆସରା ଦିଅ
My wild mind wanders like google search
My wild mind wanders like google search
Limitless spasm folder endless trash
Endless queries zero desire to perch
More I clean there is tireless new rush
ଯାହା ମୋତେ ଦିଅକି ନଦିଅ ହେ ଗୋବିନ୍ଦ
ଯାହା ମୋତେ ଦିଅକି ନଦିଅ ହେ ଗୋବିନ୍ଦ
ତୁମ୍ଭେଟି ସଦା ମୋର ପାଖେ ପାଖେ ଥାଅ
ଯାହା ଛଡାଇ ନେବାକୁ ଚାହଁ ନିଅ ପଛକେ
ମୋତେ ବୈଷ୍ଣବଙ୍କ ମେଳରେ ଛାଡି ଯାଅ
ଏତେ ପୁଣ୍ୟ ଅର୍ଜନ କରି ନ ପାରିବି ହେ ଚକାଡୋଳା
ଏତେ ପୁଣ୍ୟ ଅର୍ଜନ କରି ନ ପାରିବି ହେ ଚକାଡୋଳା
ତୁମ୍ଭଙ୍କୁ ନନ୍ଦିଘୋଷ ଉପରେ ମୁହିଁ ଦର୍ଶନ କରି ତରିବି
ସବୁବେଳେ ଶ୍ରୀକ୍ଷେତ୍ର ଆସି ନ ପାରିବି ହେ ଗୋବିନ୍ଦ
ତୁମ୍ଭରି ମଧୁର ମୋହନ ବଂଶୀ ରୂପକୁ ଝୁରି ମରିବି
You are honey in the flower
You are honey in the flower
In the flower you are the seed
In the seed you are tree
In the tree, shelter and feed
Monday, 23 December 2024
ଦୃଶ୍ୟ ଅଦୃଶ୍ୟରେ ଅଛିଦ୍ର ବ୍ରହ୍ମ
ଦୃଶ୍ୟ ଅଦୃଶ୍ୟରେ ଅଛିଦ୍ର ବ୍ରହ୍ମ ତୁମେ
ହେଲେ ଅବୁଝା ମନଟି କଣ ବୁଝୁଛି
ଗୋବିନ୍ଦ ରାମ କୃଷ୍ଣ ହରି ନାରାୟଣ
ସଦାବେଳେ ପାଗଳ ପରି ଖୋଜୁଛି
ଜରାତୁରା ରୋଗ ଭରା ଜନ୍ମଦାତ୍ରୀ ମାଟି ଘଟ
ଜରାତୁରା ରୋଗ ଭରା ଜନ୍ମଦାତ୍ରୀ ମାଟି ଘଟ
ନିଜେ ପୋତି ଦେଇ ଆସିଲି ବେକେ ଗାତରେ
ପାଞ୍ଚ ଭୂତରେ ସମ୍ପୂର୍ଣ ମିଳେଇ ଯିବା ବେଳକୁ
ମୋ କାଳ ସରିବ ପଶିବି ସେହି ଗାତ ଭିତରେ
Subscribe to:
Posts (Atom)