Saturday, 31 January 2026

ମାଆ ମୋର ବସିଲେ ପାଦ ପାଖରେ

ମାଆ ମୋର ବସିଲେ ପାଦ ପାଖରେ ହେ ନାରାୟଣ ଅଧମ ବସିବ କେଉଁଠି ପାପ ପଙ୍କରେ ଛିଟା ଏହି ମୋ ଶରୀର ସିଂହଦ୍ୱାରରେ ଅପେକ୍ଷା ଚକା ବଇଠି

ଆସିଥିଲି ମୁହିଁ କେବଳ କାଣିଚାଏ ପାଇଁକି

ଆସିଥିଲି ମୁହିଁ କେବଳ କାଣିଚାଏ ପାଇଁକି ହେ ଅଶରଣ ଶରଣ ପାଦ ବଢ଼େଇ ଦେଲୁ ମୋହ ପାଶରେ ଅଣ ନିଶ୍ୱାସୀ ହେଉଥିଲି ମୁକ୍ତ କରି ଚନ୍ଦନ ଅର୍ଗଳୀରେ ବାସ ଦେଲୁ

ଶରଣ ପଞ୍ଜର ବ୍ରହ୍ମଦାରୁ ସାଇ କୃଷ୍ଣ

ଶରଣ ପଞ୍ଜର ବ୍ରହ୍ମଦାରୁ ସାଇ କୃଷ୍ଣ ରୋଗକୁ ଭେଷଜ ଧନହୀନକୁ ଧନ ଅସୀମ କୃପା ଅସୀମ ପ୍ରେମ ସ୍ୱରୂପ ମା କମଳା ସେବିତ ପାଦରେ ମନ

ଶ୍ରୀଗୋବିନ୍ଦ ଲୀଳା ପୂର୍ଣିମା ସୁଧା ଜୁଆର

ଶ୍ରୀଗୋବିନ୍ଦ ଲୀଳା ପୂର୍ଣିମା ସୁଧା ଜୁଆର ପ୍ରାଣ ମିତଣୀରେ ଏହି ପ୍ରାଣ ଗଲା ଭାସି ବ୍ରହ୍ମଦାରୁ ଚକାଡୋଳା ମହାଲକ୍ଷ୍ମୀ ହୃଦୟ ସତେକି ପାଦ ବଢ଼େଇ ଉଦ୍ଧରିବେ ଆସି

ସେବକ ଜନ ଲାଗି ହୃଦୟ ମନ୍ଦାର

ସେବକ ଜନ ଲାଗି ହୃଦୟ ମନ୍ଦାର ବୈକୁଣ୍ଠ ଚନ୍ଦନ ଅର୍ଗଳୀ ଶ୍ରୀମନ୍ଦିର ଥରୁଟିଏ ଦର୍ଶନ ଦିଅ ହେ ବ୍ରହ୍ମଦାରୁ ଆଉ କେତେ ଶୋଇବ ନୀଳ କନ୍ଦର

ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ ଜଗନ୍ନାଥ

ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ ଜଗନ୍ନାଥ ଜଗନ୍ନାଥ ଜୀବତ୍ମା ଅଖଣ୍ଡ ବ୍ରହ୍ମ କୃଷ୍ଣ ଏକ ଦେହ ଦେହ ମାତା ପିତା ଦୁଇ ଖଣ୍ଡୁଆ ପାଟରେ ଖଚିତ ଶୀତ ଉଷ୍ମ

ଏହି ଦେହଟି ମୋର ପିତା ଅଧା ମାତା ଅଧା

ଏହି ଦେହଟି ମୋର ପିତା ଅଧା ମାତା ଅଧା ତୁମ୍ଭେଟି ମୋ ଆତ୍ମା ହେ ବ୍ରହ୍ମଦାରୁ ଅଧାଗଢା ପିତା ମାତା ଏହି ସଂସାର ଛାଡି ଚାଲି ଗଲେଣି ହେ ଚକାଡୋଳା ନିଆଶ୍ରିକୁ ଛନ୍ଦା ପାଦ ବଢ଼ା

ଏକ ଆତ୍ମା ସକଳ ଭୂତସ୍ଥ ବିଶ୍ବ ବିଷ୍ଣୁ କୁଟୁମ୍ବ

ଏକ ଆତ୍ମା ସକଳ ଭୂତସ୍ଥ ବିଶ୍ବ ବିଷ୍ଣୁ କୁଟୁମ୍ବ ଚାରି ବେଦ ମହାମନ୍ତ୍ର ପୁରୁଷ ସୁକ୍ତ କହିଲା ଏକା ବାସୁଦେବ ବ୍ରହ୍ମଦାରୁ ଚାରିଖଣ୍ଡ ହୋଇ ଅଧାଗଢା ଚକାଡୋଳା ଜୀଵାତ୍ମା ମୋହିଲା

କ୍ଷୁଦା ତୃଷା ନିଦ୍ରା ମୈଥୁନ ଆଶାରେ ସରି ହେଲି

କ୍ଷୁଦା ତୃଷା ନିଦ୍ରା ମୈଥୁନ ଆଶାରେ ସରି ହେଲି ହେ ଦୀନବନ୍ଧୁ ନିରନ୍ତର କରୁଛନ୍ତି ନିସ୍ତୁକ ପ୍ରହାର ଏଗାର ଇନ୍ଦ୍ରିୟ ନବ ଦ୍ୱାର ଷଢ଼ ରିପୁଙ୍କ ଚକ୍ର ବୁହ ତ୍ରାହି ତ୍ରାହି ତ୍ରାହି ହେ ବ୍ରହ୍ମଦାରୁ ଆତ୍ମାବନ୍ଧୁ ମୋର

ଗୋପୀଙ୍କର ପାଦ ରେଣୁ

ଗୋପୀଙ୍କର ପାଦ ରେଣୁ ମୋହନ ଅଧରେ ବେଣୁ ଆତ୍ମା ନ ଲଭିଲା ଯେଣୁ ବ୍ରହ୍ମଦାରୁଙ୍କୁ ଝୁରେ ତେଣୁ

ନାରାୟଣ ଜନକ ମହାଲକ୍ଷ୍ମୀ ଜନନୀ

ନାରାୟଣ ଜନକ ମହାଲକ୍ଷ୍ମୀ ଜନନୀ କଳା ଭ୍ରମର କମଳ କେଶର ରେଣୁ ମଥୁରାରେ ଜନ୍ମି ଗୋପରେ ବଢିଲେ ରାଧା ପ୍ରକୃତି ହୃଦାନନ୍ଦ ଅଧର ବେଣୁ

ସକଳ ଅବତାର ତୁମ୍ଭରି ସଙ୍କଳ୍ପ

ସକଳ ଅବତାର ତୁମ୍ଭରି ସଙ୍କଳ୍ପ ଚନ୍ଦ୍ର ସୂର୍ଯ୍ୟ ନୟନ ଚକାଡୋଳା ବ୍ରହ୍ମଦାରୁ ମହାବାହୁ ତୁମ୍ଭେ କୃଷ୍ଣ ବ୍ରହ୍ମା ବିଷ୍ଣୁ ଶିବ ଧର୍ମ ପୂଣ୍ୟ ଖଳା

ଓଁ ନମୋ ନାରାୟଣ ଶଙ୍ଖ

ଓଁ ନମୋ ନାରାୟଣ ଶଙ୍ଖ ଚକ୍ର ହସ୍ତ ଓଁ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ଓଁ ନମୋ ନାରାୟଣ ଗଦା ପଦ୍ମ ହସ୍ତ ଓଁ ଚତୃଭୁଜ ମହାବାହୁ ପାବନ ଅଳା

ଯିଏ ନିରନ୍ତର ହୃଦରେ ଚିନ୍ତେ ହରି

ଯିଏ ନିରନ୍ତର ହୃଦରେ ଚିନ୍ତେ ହରି ବ୍ରହ୍ମଦାରୁ ତାହା ପାଇଁକି ଚିନ୍ତାମଣୀ ଯିଏ ନିରନ୍ତର ଝୁରେ ଛନ୍ଦା ପାଦକୁ ଚକାଡୋଳା ତା ଲାଗି ବେଣୁ ପାଣି

ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ବାସୁଦେବ କୃଷ୍ଣ

ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ବାସୁଦେବ କୃଷ୍ଣ ଚିନ୍ତ ନିରତ ନିମିଷ ଦିନ ମାସ ବର୍ଷ ବ୍ରହ୍ମ ରେଣୁ ଛନ୍ଦା ପାଦରେ ଲାଗିବୁ ଲଭିବୁ ମାଆ କମଳା କରୁଣା ସ୍ପର୍ଶ

ତୁମ୍ଭ ଶ୍ରୀରଙ୍ଗା ଚରଣରେ ଥରେ ଲୋଟନ୍ତି

ତୁମ୍ଭ ଶ୍ରୀରଙ୍ଗା ଚରଣରେ ଥରେ ଲୋଟନ୍ତି ହେ ବଂଶୀଧାରୀ ଏହି କଥାରେ ମୋ ମନ କମଳା ଅଙ୍କରେ ନିରନ୍ତର ଚରଣ ସେବନ୍ତି ଚନ୍ଦନ ଅର୍ଗଳୀରେ ରାମ ଲଗାଇଛି ଧ୍ୟାନ

ବ୍ରହ୍ମଦାରୁ ଅଧାଗଢାଙ୍କର ବି ପଦ୍ମପାଦ ଅଛି

ବ୍ରହ୍ମଦାରୁ ଅଧାଗଢାଙ୍କର ବି ପଦ୍ମପାଦ ଅଛି ବାଇଶି ପାହାଚ ଚାଲି ଆସୁଛନ୍ତି ବନମାଳୀ ଚକାଡୋଳା କୃପା ପଡିଲେ ଆଖି ଦେଖିବ ସୁମତି ବୋଲେ ଭାଇ କରୁଥାଅ ନିତି ଅଳି

ଏକ ଏକ ଏକ ଏକ

ଏକ ଏକ ଏକ ଏକ ମିଶିଲେ ହୁଏ ଚାରି ବ୍ରହ୍ମଦାରୁ ଜଗନ୍ନାଥ ହୃଦର ବଂଶୀଧାରୀ

ସାଆନ୍ତେ କୁଆଡେ ଯାଉଛନ୍ତି

ସାଆନ୍ତେ କୁଆଡେ ଯାଉଛନ୍ତି ବଡ ସଜ ବାଜ ହୋଇଛନ୍ତି ମା ଠାକୁରାଣୀ ଯାହା କହନ୍ତୁ ଆପଣ ବିଶ୍ୱ ମନ ମୋହୁଛନ୍ତି

ମୁହିଁ ତୋର ନାତି ଅଜ୍ଞାନ ଲଙ୍ଗଳା

ମୁହିଁ ତୋର ନାତି ଅଜ୍ଞାନ ଲଙ୍ଗଳା ତୁହି ମୋହର ଆଇ ମାଆ ମଙ୍ଗଳା ଅଜା ମୋ ଦେବ ଦେବ ମହାଦେବ ତୁହି ଥାଉ ମନ ପକାଏ ବେଙ୍ଗଳା

Friday, 30 January 2026

ଗୋବିନ୍ଦ ଲୀଳା ସୁଧା ଭାଣ୍ଡ

ଗୋବିନ୍ଦ ଲୀଳା ସୁଧା ଭାଣ୍ଡ ସକଳ ଏଗାର ଇନ୍ଦ୍ରିୟ ରୁଣ୍ଡ ସ୍ନାନ ଭୋଜନ ଶୟନ ଏକ ହେ ହରି ହେ ହରି ଧର୍ମଦଣ୍ଡ

ନାରାୟଣ ଏହି ମୋ ଆତ୍ମା

ନାରାୟଣ ଏହି ମୋ ଆତ୍ମା ମାଆ କମଳା ଏହି ଶରୀର ଛନ୍ଦା ଚରଣରେ ସ୍ଥିର ମନ ମୋର ସର୍ବସ୍ବ ବ୍ରହ୍ମଦାରୁର

ଅହଙ୍କାର ବନ୍ଧ ସୋ ଅହଂ ମୁକ୍ତି

ଅହଙ୍କାର ବନ୍ଧ ସୋ ଅହଂ ମୁକ୍ତି ପ୍ରକୃତି ସେବିତ ପାଦରେ ମନ ଇଦଂ ଶରୀର ଈଶ୍ଵରା ଅର୍ପଣମ ବ୍ରହ୍ମଦାରୁରେ ଇଦଂ ଆତ୍ମା ଲୀନ

ତ୍ୟାଗ ଆଚରଣେ ଦୁଃସାଧ୍ୟ

ତ୍ୟାଗ ଆଚରଣେ ଦୁଃସାଧ୍ୟ ଅର୍ଜିତ ଫଳ ଅମୃତ ସମାନ ସତ୍ୟ ପଥରେ ଚାଲିବ କଷ୍ଟ ପରମ ପ୍ରାପ୍ତି ବୈକୁଣ୍ଠ ଆସନ

ଆଲୋକେ ଦର୍ଶନ

ଆଲୋକେ ଦର୍ଶନ ଅନ୍ଧାରେ ଅଦୃଶ୍ୟ ରାଧା ଚିତ୍ତ ଚୋର ଜୀବତ୍ମାର ସଦୃଶ

ଜୀବନ ହୁତାଶନ

ଜୀବନ ହୁତାଶନ ଦୁଇ ପାଖେ ନିଆଁ ଅତି ସୁଶୀତଳ ନାମ ରାମ ଗୋବିନ୍ଦ ଜନ୍ମ ମୃତ୍ୟୁ ମଝିରେ କେବଳ ଜଞ୍ଜାଳ ରାଧା କୃଷ୍ଣ ରୂପ ସବୁଠୁଁ ବଡ ଆନନ୍ଦ

ଆଖି ଦୁଇଟି ବହୁତ ବଡ ବଡ଼

ଆଖି ଦୁଇଟି ବହୁତ ବଡ ବଡ଼ ଚାରି ଆଖି ହେଲେ ବ୍ରହ୍ମାନନ୍ଦ ବିଗ୍ରହ ଚାରିଟି ନିମ୍ବ ବୃକ୍ଷ ପିତା ଅଷ୍ଟାଙ୍ଗ ଯୋଗରେ ଗୋବିନ୍ଦ

You are male

ତୁହି ନାରୀର ପୁରୁଷ ତୁହି ପୁରୁଷର ନାରୀ ବ୍ରହ୍ମଦାରୁ ଅଧାଗଢା ଜୀବତ୍ମା ଗିରିଧାରୀ

ତୁହି ହେଲୁ ମୋହର ଚିନ୍ତାମଣୀ

ତୁହି ହେଲୁ ମୋହର ଚିନ୍ତାମଣୀ ବ୍ରହ୍ମଦାରୁ ଅଧାଗଢା ବେଣୁପାଣି ପ୍ରାଣ ଅଛି ବୋଲି ସିନା ଡାକୁଛି ମୋ ଆତ୍ମା ନ ଚିହ୍ନିଲୁ ସବୁ ଜାଣି

ଗୋବିନ୍ଦ ନିଦରୁ ଉଠିଲେ ମାଆ ଗୋ

ଗୋବିନ୍ଦ ନିଦରୁ ଉଠିଲେ ମାଆ ଗୋ ବହୁତ କରି କହିବୁ ରାମ ଖୋଜୁଥିଲା ମାଆ ଗୋ ଛନ୍ଦାପାଦରେ ଲୋଟିଥାନ୍ତି ମା କମଳା ଆତ୍ମା ସିଂହଦ୍ୱାରେ ରହିଲା

ବ୍ରହ୍ମଦାରୁ ତୋର ତତ୍ତ୍ୱ କିଏ ସେ ବୁଝିବ

ବ୍ରହ୍ମଦାରୁ ତୋର ତତ୍ତ୍ୱ କିଏ ସେ ବୁଝିବ ପୂର୍ଣ୍ଣାଙ୍ଗର ଆତ୍ମା କେହିତ ବୁଝଇ ନାହିଁ ମୁଁ ମହା ଅଜ୍ଞାନ ଅନ୍ଧ ତୁହିତ ଅଧାଗଢା ବନ୍ଧୁ ହେଇଥିବା ଭବରୁ ତରିବା ପାଇଁ

ଏ ଜୀଵନ ନାଚୁଛି ପାଗଳ ପରିକା

ଏ ଜୀଵନ ନାଚୁଛି ପାଗଳ ପରିକା ଆତ୍ମାରେ ତୁହି ଏଡ଼େ କିମ୍ପା ନିରବ ତୁଣ୍ଡ ଖୋଲି କହିଦେ ଅନ୍ତର କଥା ଆଉ କିଛି କ୍ଷଣ ଭଵ ଯାତ୍ରା ସରିବ

କେବେ ଚିହ୍ନି ନ ପାରିଲେ ରଜ ତମ

କେବେ ଚିହ୍ନି ନ ପାରିଲେ ରଜ ତମ ଆହାଃ କିଏ କୃଷ୍ଣ କିଏ ସେ ଶ୍ରୀରାମ ଇନ୍ଦ୍ରିୟ ସଦା କଳ୍ପନା ପଛେ ପଛେ ତର ହୁଏ ନାହିଁ ବୁଝିବାକୁ ଦାରୁବ୍ରହ୍ମ

Thursday, 29 January 2026

ସେ ଚକାଡୋଳା ଗଭୀର ସୁଧା ସମୁଦ୍ର

ସେ ଚକାଡୋଳା ଗଭୀର ସୁଧା ସମୁଦ୍ର ଯେ ବୁନ୍ଦାଏ ଚାଖେ ସମ୍ପୂର୍ଣ ଯାଏ ବୁଡି ବ୍ରହ୍ମା ଶିବ ଗଣେଶ ମହାଲକ୍ଷ୍ମୀ ମାରୁତି ପଶୁ ପକ୍ଷୀ ଶିଶୁ ଯୁବକ ବୁଢା ବୁଢ଼ୀ

ସୂର୍ଯ୍ୟ ହେଲେଣି ମଥା ଉପରେ

ସୂର୍ଯ୍ୟ ହେଲେଣି ମଥା ଉପରେ କିଛି ଘଡି ପରେ ହୋଇବେ ଅସ୍ତ ବ୍ରହ୍ମଦାରୁ ଛନ୍ଦା ଚରଣ ନ ଛୁଇଁଲି ବ୍ୟର୍ଥ ଜୀବନ ମନଟି ଅସ୍ତ ବ୍ୟସ୍ତ

ବଡ ଭାଗ୍ୟ ପାଇଲି ପାଉଁଜି ପଟେ

ବଡ ଭାଗ୍ୟ ପାଇଲି ପାଉଁଜି ପଟେ ଖୋଜି ଖୋଜି ଆସିବେକି ଶ୍ରୀରାଧା ଶ୍ରୀରାଧା ପଛେ ବଂଶୀ ପଛେ କୃଷ୍ଣ ଦର୍ଶନରେ ଖଣ୍ଡିବକି ସଂସାର ବାଧା

ମାଆ ଗୌରୀ ପ୍ରଶ୍ନ କର୍ତ୍ତା

ବ୍ରାହ୍ମଣୀ ଗୌରୀ ପ୍ରଶ୍ନ କରତା ବ୍ରାହ୍ମଣ ଶଙ୍କର ଉତ୍ତର ଦାତା କଥା ଶ୍ରୀରାମ ଚରିତ ମାନସ ବ୍ରହ୍ମଦାରୁ ପାବନ ଗୁଣ ଗାଥା

ଶ୍ରୀଜଗନ୍ନାଥ ଓଁକାର ଗାୟତ୍ରୀ

ଶ୍ରୀଜଗନ୍ନାଥ ଓଁକାର ଗାୟତ୍ରୀ ମନ୍ତ୍ର ଚନ୍ଦନ ଅର୍ଗଳୀ ବ୍ରହ୍ମ ମୁହୂର୍ତ୍ତ ଚରଚା ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀ ପରମାତ୍ମା ଗରୁଡ ପଛରୁ ଦର୍ଶନ ଅତି ଫରଚା

ସାଇରାମ ସଙ୍ଗ କରି ହରି ଦର୍ଶନ

ସାଇରାମ ସଙ୍ଗ କରି ହରି ଦର୍ଶନ ଧନ୍ୟ ହୋଇଗଲା ପତିତ ପରାଣ ଆରତ୍ତ ନାଶନ ସୌଭାଗ୍ୟ ଦାୟୀ ଆତ୍ମା ଛୁଇଁ ପାରିଲା ଛନ୍ଦା ଚରଣ

ଜୟ ରାଧେ ରାଧେ ଜୟ ଶ୍ରୀରାଧେ

ଜୟ ରାଧେ ରାଧେ ଜୟ ଶ୍ରୀରାଧେ କୃଷ୍ଣ ଭେଟ ନ ହେବା ହ୍ରୁଦକୁ ବାଧେ ଜୟ ରାଧେ ରାଧେ ଜୟ ଶ୍ରୀରାଧେ ଛନ୍ଦା ଚରଣ ନ ଛୁଇଁ ଆତ୍ମା କାନ୍ଦେ

ମାଆ ବେନି ପାଦପଦ୍ମ ଧାରରେ ଜବା ଅଳତା ଗାର

ମାଆ ବେନି ପାଦପଦ୍ମ ଧାରରେ ଜବା ଅଳତା ଗାର ଅଳତା ଧାରକୁ ଲାଗି ସକଳ ନକ୍ଷତ୍ର ହଳେ ପାଉଁଜି ଗୋବିନ୍ଦ ସହୋଦରୀ କମଳା ନଣନ୍ଦ କୃପାକର ମା ଭାଉଜଙ୍କ ସେବିତ ଚରଣକୁ ପାରିବି ଥରେ ଆଉଜି

Wednesday, 28 January 2026

ଆତ୍ମା ମିଶିବାକୁ ଆତ୍ମାରେ

ଆତ୍ମା ମିଶିବାକୁ ଆତ୍ମାରେ ଲୋଡା ବ୍ରାହ୍ମଣଙ୍କ ମାଧ୍ୟମ ମୁହିଁ କି ସାହାଯ୍ୟ କରିବି ପାପି ଅଜ୍ଞାନ ମୂଢ଼ ଅଧମ

ଅତି ଦୟାଳୁ ସେହି କଳା କହ୍ନେଇ

ଅତି ଦୟାଳୁ ସେହି କଳା କହ୍ନେଇ କମଳ ଛନ୍ଦା ପାଦକୁ ଅଛି ଅନେଇ ଭେଟିଲେ ଝାଡିଦେବି ବ୍ରହ୍ମ ପାଦୁକା ସତେକି ନାଗ ନେବ ବାଟ କଢେଇ

ଶୁଦ୍ର ଯାଉଛି ବ୍ରାହ୍ମଣ ଘରକୁ

ଶୁଦ୍ର ଯାଉଛି ବ୍ରାହ୍ମଣ ଘରକୁ ମହା ଅଜ୍ଞାନୀ ନ ପାଏ ବାଟ ରାମ ଦୂରତି ସାହା ହୁଅନ୍ତନି ଭେଟିବାକୁ ଇଛା ନନ୍ଦ ଚାଟ

ଆମେ ଆଉ କେତେ ଖୋଜିବା ଆତ୍ମାକୁ

ଆମେ ଆଉ କେତେ ଖୋଜିବା ଆତ୍ମାକୁ ଶ୍ରୀଛନ୍ଦା ଚରଣରେ ପିଣ୍ଡ ପରାଣ ଥାଉ ବ୍ରହ୍ମ ମୁହୂର୍ତ୍ତରେ ପଚାରିବା ବ୍ରହ୍ମଦାରୁଙ୍କୁ ଗୋବିନ୍ଦ କୃପାରେ ଅଶୁଭ ରାତି ପାଉ

ହେ କୃଷ୍ଣ ତୋ ମାୟା ତୋତେ ଜଣା

ହେ କୃଷ୍ଣ ତୋ ମାୟା ତୋତେ ଜଣା କିବା ଜାଣିବା ଏହି ରାମ ଜ୍ଞାନ କଣା ସାରା ସଂସାର ବୁଲି ବୁଲି ହେ କୃଷ୍ଣ ଛନ୍ଦା ଚରଣରେ ଆତ୍ମା କଲା ଠଣା

ଓଁ ଜଗନ୍ନାଥ ତୁଭ୍ୟମ ନମଃ

ଓଁ ଜଗନ୍ନାଥ ତୁଭ୍ୟମ ନମଃ ବ୍ରହ୍ମ ବ୍ରାହ୍ମଣ ବୈଷ୍ଣବ ବେଦ ଓଁ ବ୍ରହ୍ମଦାରୁ ତୁଭ୍ୟମ ନମଃ ଅଶରଣ ଶରଣ ଛନ୍ଦା ପାଦ

ଉଷାକାଳଟି ବ୍ରହ୍ମ ମୁହୂର୍ତ୍ତ

ଉଷାକାଳଟି ବ୍ରହ୍ମ ମୁହୂର୍ତ୍ତ ବ୍ରହ୍ମଦାରୁଙ୍କୁ ଚିନ୍ତ ହୃଦରେ ରାଧା କାନ୍ତ ଭଵ ନାଉରୀ ଚିତ୍ତ ଥୁଅ ଛନ୍ଦାପାଦରେ

ଶ୍ରୀରାମ ରାମ ଶ୍ରୀରାମ ଜାନକୀ ପତି ଅତି ଦୟାଳୁ

ଶ୍ରୀରାମ ରାମ ଶ୍ରୀରାମ ଜାନକୀ ପତି ଅତି ଦୟାଳୁ ଅଭିନବ କାନ୍ତି ପାବନ ଗୁଣ ଚିନ୍ତ ଛାଡି ମୋହ କାମ ଶ୍ରୀରାମ ରାମ ଜୟ ଜୟ ରାମ ରାମ ଶରଣ ପଞ୍ଜର ଚିନ୍ତ ଜପ ନିରନ୍ତର ବାଇଶି ପାହାଚ ନ ଚଢ଼ିବ ଯମ

ସୁଚରିତା ଜନକ ରାଜା କନ୍ୟା

ସୁଚରିତା ଜନକ ରାଜା କନ୍ୟା କାନ୍ତି ନବ ଘନ ବିଦ୍ୟୁତ ଲତା ପତି ବଳଦେବ ପ୍ରାଣ ଅନୁଜ ଛନ୍ଦା ଚରଣରେ ଥୁଅ ମାତା