Friday, 17 January 2025

ବଞ୍ଚିଥିଲା ବେଳେ କେତେ ଯେ ରାଗ ଅଭିମାନ

ବଞ୍ଚିଥିଲା ବେଳେ କେତେ ଯେ ରାଗ ଅଭିମାନ ଶବ ହେଲେ ତୁଣ୍ଡରେ ଗୁଞ୍ଜିଦେବେ ବାସି ଭାତ ବେଳ ଥାଉଁ ହେଜରେ ଆପଣା ସ୍ୱରୂପ ଶକତି ସାହାଯ୍ୟ ମାଗିଲେ ଅଧାଗଢା ବଢ଼ାଇବେ ହାତ

ତୋ ପତି ମୋ ପତି ଦେଖିବାକୁ ଏକା ପରି

ତୋ ପତି ମୋ ପତି ଦେଖିବାକୁ ଏକା ପରି ଦେହ କଜଳ କଳା ଆଖି ଚନ୍ଦ୍ର ସୂର୍ଯ୍ୟ ପରି କିକି ନାମରେ ଡାକିବା ଅଷ୍ଟସିଦ୍ଧି ଦାତାଙ୍କୁ ଦେହ ପିଞ୍ଜରା ଖୋଲିବେ ଯିବା ଉଡିକରି

ବାପ ଘରୁ ଯେଉଁ ଗହଣା ଆଣିଥିଲି

ବାପ ଘରୁ ଯେଉଁ ଗହଣା ଆଣିଥିଲି ଶାଶୁଘରେ ସେ ଘୋରି ହୋଇଗଲା ଶଶ୍ମାନ ଗାତରେ ଅବଶେଷ ପୋତିଲି ପଞ୍ଚଭୂତରେ ସେ ସବୁ ମିଳେଇଗଲା

ମୋତି ମାଣିକ୍ୟ ହୀରା ଲୀଳା ଗୁନ୍ଥି ମାଳ ପିନ୍ଧିଲି

ମୋତି ମାଣିକ୍ୟ ହୀରା ଲୀଳା ଗୁନ୍ଥି ମାଳ ପିନ୍ଧିଲି ଭୋଜନ ନିମନ୍ତେ ସୁସ୍ୱାଦୁ ଅନ୍ନ ବ୍ୟଞ୍ଜନରୁ ମୁଠେ ରତ୍ନ ପଲଙ୍କରେ ଗୋଲାପ ବିଛାଇ ନିଦ୍ରା ଗଲି ହେଲେ ନିତ୍ୟ କର୍ମ ନିମନ୍ତେ ପ୍ରଭାତରୁ ଉଠେ

ଯେଉଁବି ଦେବୀ ଦେବତାକୁ ମୋ ଇପ୍ସିତ ବର ମାଗିଲି

ଯେଉଁବି ଦେବୀ ଦେବତାକୁ ମୋ ଇପ୍ସିତ ବର ମାଗିଲି ସକଳେ କହିଲେ ଏକା କଥା ହେବାକୁ ପଡିବ ନିର୍ଗୁଣ ଧ୍ୟାନରେ ବସି ଦେଖିଲି ତିଳେ ନାହିଁ ସତ୍ୟ ଧର୍ମ ଶାନ୍ତି ନାହିଁ ବୈରାଗ୍ୟ ହୃଦୟରେ ପରିପୂର୍ଣ୍ଣ କେବଳ ଦୁର୍ଗୁଣ

Thursday, 16 January 2025

ହୃଦୟ ଅଗଣାରେ ଅନେକ କଳା ତୁଳସୀ

ହୃଦୟ ଅଗଣାରେ ଅନେକ କଳା ତୁଳସୀ ଦୟଣା ସେବତୀ ହେନା ଜବା ଜୁଇ ଜାଇ ତୋତେ ଭେଟିବା ପାଇଁ କଇଁର କାମନା ଶ୍ରାବଣରେ ଭିଜି ଭିଜିକ ପାଣି ଢାଳୁଥାଇ

ଯମୁନା ଯିବାଟା କେବଳ ଏକ ବାହାନା

ଯମୁନା ଯିବାଟା କେବଳ ଏକ ବାହାନା କୁଟିଳାର ଅଗଣାରେ ଅଛି ଭରା କୂଅ ମୋହନ ବଂଶୀ ମଧୁର କିମିଆଁ କଲା ଚିତ୍ତକୁ ଚୋରି କରିଲା ଯଶୋଦା ପୁଅ