Saturday 30 September 2023

ଅସ୍ଥିର କାଳନ୍ଦୀ ହ୍ରଦର ଗଭୀର ଜଳ

ଅସ୍ଥିର କାଳନ୍ଦୀ ହ୍ରଦର ଗଭୀର ଜଳ ଅସ୍ଥିର ଗୋପୀ ଗୋପାଳ ମନ ବୀଣା କାଳୀୟ ଶିରରେ ପଦ୍ମ ପାଦ ନାଚଇ ଅସ୍ଥିର କାଳୀୟ ସମସ୍ତ ସାତ ଫଣା

Friday 29 September 2023

ବସୁଦେବ ଘରଣୀ ସ୍ତନରୁ କ୍ଷୀର ପାନ କରି

ବସୁଦେବ ଘରଣୀ ସ୍ତନରୁ କ୍ଷୀର ପାନ କରି ନନ୍ଦ ଘରଣୀ ପଣତ କାନିକୁ ଢାଙ୍କି ହେଲା ସୁଭଦ୍ରା ବର ରଥର ଦଉଡି଼କୁ ବଳେ ଭିଡି ଗୁଣ୍ଡିଚା ରାଣୀର ନାକ ଚଣା ପିନ୍ଧି ଦେଲା

ମୋର ପତି ଅଧା ଗଢା ମୁକ ବଧିର

ମୋର ପତି ଅଧା ଗଢା ମୁକ ବଧିର ରତ୍ନ ଭଣ୍ଡାର ଦାୟିତ୍ୱ ମୋ ହାତରେ ଦେହ ମନ ବୁଦ୍ଧି କଞ୍ଚି ଖୋଜୁ ଅଛନ୍ତି ଜାଣିବାକୁ କଣ ଅଛି ନିଜ ପାଖରେ

Thursday 28 September 2023

Use Heart Know Heart

ଡାଳିମ୍ବ ଭିତରେ ବହୁତ ଦାନା ସବୁ ଦେଖିବାକୁ ଏକ ପ୍ରକାର ଅକାର ଉକାର ମକାର ଆଦି ସବୁର ମୂଳ କେବଳ ଓଁକାର

ପୁଷ୍କରିଣୀରେ ଗୋଟିଏ କଇଁ

ପୁଷ୍କରିଣୀରେ ଗୋଟିଏ କଇଁ ତାକୁ କେତେ ଝୁରି ହୁଏ ଜହ୍ନ ଶ୍ରୀକ୍ଷେତ୍ରେ ଗୋଟିଏ କାଳିଆ ତାକୁ କେତେ ଝୁରି ହୁଏ ମନ

Wednesday 27 September 2023

ଗୋଟିଏ କିବା ଦୁଇଟା ଖାଇଦେଲେ

ଗୋଟିଏ କିବା ଦୁଇଟା ଖାଇଦେଲେ ରସଗୋଲା ମୁଁହ ବାନ୍ଧେ ମନ ଭରେ ଚାଖିଲେ ଚାଖୁଥିବୁ ଭୁଲି ଲାଜ ସରମ ରାମ ହରେ କୃଷ୍ଣ ହରେ ରାମ ହରେ

ଗୋଟିଏରୁ ଦୁଇଟା ହେଲେ

ଗୋଟିଏରୁ ଦୁଇଟା ହେଲେ ରସଗୋଲା ବାନ୍ଧି ଦିଏ ମୁଁହ ଜପିଲେ ସେତେ ମଧୁର ହରି ନାମ କାଟେ ମୋହ

Tuesday 26 September 2023

ଚନ୍ଦ୍ର ଜୋତ୍ସନାରେ ଧଳା ମଧୁ ମାଳତୀ

ଚନ୍ଦ୍ର ଜୋତ୍ସନାରେ ଧଳା ମଧୁ ମାଳତୀ ସୂର୍ଯ୍ୟ କିରଣରେ ନାଲି ମଧୁ ମାଳତୀ ସତ ସଙ୍ଗରେ ମନ ହୁଏ ପୂଜା ମନ୍ଦିର ତ୍ୟାଗ ସାଧନାରେ ମନ ହୁଏ ଆରତୀ

ରାତି ଅନ୍ଧାରରେ ଫୁଟେ ମଧୁ ମାଳତୀ

ରାତି ଅନ୍ଧାରରେ ଫୁଟେ ମଧୁ ମାଳତୀ ଲୋହିତ ହୁଏ ସ୍ପର୍ଶ କଲେ ରବି କିରଣ ଅଜ୍ଞ୍ୟାନ ଅନ୍ଧାରରେ ଫୁଟେ ଭକ୍ତି ଫୁଲ ମୁକ୍ତି ଯାଚିଦିଏ ସ୍ପର୍ଶ କଲେ ଗୁରୁ ଚରଣ

ସକଳ ପଦ୍ମ ପାଇଁ ଗୋଟିଏ ସୂର୍ଯ୍ୟ

ସକଳ ପଦ୍ମ ପାଇଁ ଗୋଟିଏ ସୂର୍ଯ୍ୟ ସକଳ କାର୍ଯ୍ୟ ପାଇଁ ଲୋଡ଼ା ଶକ୍ତି ସକଳ କୁମୁଦ ପାଇଁ ଗୋଟିଏ ଜହ୍ନ ସକଳ ପୂଜା ପାଇଁ ଲୋଡ଼ା ଭକ୍ତି

ଡାଳିମ୍ବର ଯେତେ ଦାନା

ଡାଳିମ୍ବର ଯେତେ ଦାନା ଦେଖିବାକୁ ଏକ ପ୍ରକାର ଦିଅଁଙ୍କର ଯେତେ ମନ୍ତ୍ର ସବୁ ଆରମ୍ଭରେ ଓଁକାର

Monday 25 September 2023

ମନ୍ତ୍ରର ଆରମ୍ଭ ପାଦଟି ଓଁକାର

ମନ୍ତ୍ରର ଆରମ୍ଭ ପାଦଟି ଓଁକାର ମନ୍ତ୍ରର ଦ୍ଵିତୀୟ ପାଦ ଗଣେଶ ଆଠଟି ପାହାଚ ଚଢିବା ପରେ ମନ୍ତ୍ର କଲ୍ୟାଣ କରେ ଅଶେଷ

ମନ୍ତ୍ର ମଧ୍ୟରେ ହେଲୁ ତୁ ଗାୟତ୍ରୀ

ମନ୍ତ୍ର ମଧ୍ୟରେ ହେଲୁ ତୁ ଗାୟତ୍ରୀ କୋଟି ସୂର୍ଯ୍ୟ ସମ ପ୍ରଭା ଶୋଭା ମୂର୍ତ୍ତି ମଧ୍ୟରେ ହେଲୁ ବେଣୁ ପାଣି କୋଟି ବସନ୍ତ ସମ ମନ ଲୋଭା

Sunday 24 September 2023

ସାଧୁ ମେଳରେ ଯେଉଁ ଶାନ୍ତି

ସାଧୁ ମେଳରେ ଯେଉଁ ଶାନ୍ତି ନ ଥାଏ ରୂପ ରସ ଗନ୍ଧରେ ସତ ସାଙ୍ଗରେ ଯେଉଁ ଶାନ୍ତି ନ ଥାଏ ମିଛ ନିନ୍ଦା ଛନ୍ଦରେ

ଏହି ଶରୀର ଅଗନା ଅଗନି ବନ

ଏହି ଶରୀର ଅଗନା ଅଗନି ବନ ତୁହି ଏକ ସୁଶୀତଳ ପାହାଡି ଝର ଚାରି ବେଦ ହୋଇଲେ ବେଦାନ୍ତ କି ଅବସ୍ଥା ହୋଇବ ଏ ପତିତର

ମନକୁ ମିଳଇ ପରମ ଆନନ୍ଦ

ମନକୁ ମିଳଇ ପରମ ଆନନ୍ଦ ନିଜେ ନିଜକୁ ପାଇଲେ ଖୋଜି ତ୍ରିପଣ୍ଡ କଳା ମୋ ମା ଶ୍ୟାମା ଘୋର ଅନ୍ଧାରରେ ଗଲି ହଜି

Saturday 23 September 2023

ପାଚିଲା କ୍ଷେତରେ ଯେତେ ଶଷ୍ୟ

ପାଚିଲା କ୍ଷେତରେ ଯେତେ ଶଷ୍ୟ ଜନନୀ ମନରେ ଯେତେ ମମତା ସଂସାର ଯାତ୍ରୀ ନିମନ୍ତେ ଖଞ୍ଜିଛୁ ଶରଣ ପାଦରେ ବରୁଣ ଜାମାତା

ହେ ବାଞ୍ଛାନିଧି ଅଖିଳ ପାଳକ

ହେ ବାଞ୍ଛାନିଧି ଅଖିଳ ପାଳକ କୂଳ ନ ଦିଶେ ଏ ମଝି ଦରିଆ ମନ ରାଧିକା ହୁଏ ଆକୁ ପାକୁ ବ୍ରହ୍ମଦାରୁରେ ଡଙ୍ଗା ଧରି ଆ

Friday 22 September 2023

ଦେହକୁ ଏକା ଛାଡି ପୂଜା ଘରେ

ଦେହକୁ ଏକା ଛାଡି ପୂଜା ଘରେ ମନ କହିଲା ଟିକେ ବୁଲି ଆସେ ଦୀପ ଧୂପ ଫୁଲ ଟୁପୁରୁ ଟାପୁରୁ ଚକାଆଖି ମୁରୁକି ମୁରୁକି ହସେ

Thursday 21 September 2023

ନ ଥାଏ ଚାକିରୀ ନ ଥାଏ ବେକାରି

ନ ଥାଏ ଚାକିରୀ ନ ଥାଏ ବେକାରି କୀଟ ପତଙ୍ଗ ପଶୁ ପକ୍ଷୀ ଲତା ବୃକ୍ଷ ନ ଥାଏ ଉପବାସ ସର୍ବେ ହସ ହସ ହରି ସହୋଦରୀ ତୁହିଁ ସାହା ପକ୍ଷ

ଓଁକାରରୁ ଅକ୍ଷର

ଓଁକାରରୁ ଅକ୍ଷର ଅକ୍ଷରରୁ ଅକାର ଅକାରରୁ ଆକାର ଆକାରରୁ ପ୍ରକାର

Wednesday 20 September 2023

ସତ୍ୟ ଧର୍ମ ଦୟା କ୍ଷମା ଚାରି ପାଦ

ସତ୍ୟ ଧର୍ମ ଦୟା କ୍ଷମା ଚାରି ପାଦ କୋଣ ଅନୁକୋଣରେ ଚଳେ ମହୀ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ତରେ ଚକାଡୋଳା ହେ ଦୀନ ଗଲା ରହି

ବରଷକୁ ଥରେ ଆସେ ନୂଆ ଖାଇ

ସପରିବାର ଆମେ ହେବା ଏକାଠି ଆମର ରାଗ ରୁଷ ଦୂରେ ଥୋଇ ପାଖେ ବସିବା ମନ ଖୋଲି ହସିବା ବରଷକୁ ଥରେ ଆସେ ନୂଆ ଖାଇ

The pilot of an airplane

The pilot of an airplane Doesn’t know passenger A letter in the envelope Doesn’t know messenger

Tuesday 19 September 2023

ପଦ୍ମଫୁଲ ତୋଳା ବାସନା ଜନ୍ମିଲେ

ପଦ୍ମଫୁଲ ତୋଳିବାକୁ ବାସନା ଜନ୍ମିଲେ ପଙ୍କରେ ଚାଲିବାକୁ ପଡେ ପଶି ପଶି ପଦ୍ମପାଦ ଛୁଇଁବାକୁ ବାସନା ଜନ୍ମିଲେ ସନ୍ୟାସ ବରିବାକୁ ହୁଏ ହସି ହସି

ବାନ୍ଧି ରଖିଛି ବସନ ଗେରୁଆରେ

ବୋଉ ପଣତରୁ ସ୍ନେହଁକୁ ସାଉଁଟି ଭରି ରଖିଅଛି ସ୍ମୃତି ଫରୁଆରେ ଆନନ୍ଦ ବଜାରୁ ଅବଢାକୁ ସାଉଁଟି ବାନ୍ଧି ରଖିଛି ବସନ ଗେରୁଆରେ

ବୋଉ ପଣତ ସ୍ନେହଁକୁ ସାଉଁଟି

ଭରି ରଖିଛି ସ୍ମୃତିର ଫରୁଆ ବଡ ମାଆ ମୋର ମା ଶ୍ୟାମା ପିନ୍ଧି ବୁଲୁଛି ବସନ ଗେରୁଆ

ବୃକ୍ଷରୁ ଛିଡା଼ଇଲି କଞ୍ଚା ଫଳ

ବୃକ୍ଷରୁ ଛିଡା଼ଇଲି କଞ୍ଚା ଫଳ ଡେମ୍ଫରୁ ବହିଲା କଞ୍ଚା କ୍ଷୀର ମନକୁ ବୁଝାଇଲି ଆଶା ଦୁଃଖ ଆଖିରୁ ବହିଲା ଲୁହ ଧାର

Monday 18 September 2023

ଜଳ ଘୁରି ଭରେ ନଦୀ ନାଳ ସମୁଦ୍ର

ଜଳ ଘୁରି ଭରେ ନଦୀ ନାଳ ସମୁଦ୍ର ଜଳ ଘୁରି ରହେ ଫଳ ପୁଷ୍ପ ପତରେ ଦୟଣା ଚୁଳିଆ ରେ ତୁଳସୀ ମାଳିଆ ଚକ୍ଷୁ ଘୁରି ଭରୁ ନୀଳଚକ୍ର ନେତରେ

Sunday 17 September 2023

ଗ୍ରୀଷ୍ମ ରୋଦ୍ରରେ ଶୁଷ୍କ ଧରା

ଗ୍ରୀଷ୍ମ ରୋଦ୍ରରେ ଶୁଷ୍କ ଧରା ପଲ୍ଲବିତ ଲଭି ବର୍ଷା ଧାରା ସନ୍ତାନ ପଣତ ଖୋଜେ ମା କୁଆଁ କୁଆଁକୁ କୋଳେ ପୁରା

ଆହାଃ କରିଥିଲି କେଉଁ ପାପ

ସାଇ ତୁହି ଆଖି ଆଗରେ ମଲୁ ଆଖି ଆଗରେ ମଲା ମୋ ବାପ ତୋତେ ଝୁରି ଝୁରି ଦିନ ବଞ୍ଚିଛି ଆହାଃ କରିଥିଲି କେଉଁ ପାପ

ଅନ୍ଧାରରେ ଫୁଟଇ ଅପୂର୍ବ ପାରିଜାତ ଫୁଲ

ଅନ୍ଧାରରେ ଫୁଟଇ ଅପୂର୍ବ ପାରିଜାତ ଫୁଲ ପାଖୁଡାରେ ସୁଗନ୍ଧ ରଙ୍ଗ କିଛି ହୁଏନି ଉଣା ହୃଦୟ ପଦ୍ମରେ ମନ ଭ୍ରମର କେତେ ଧ୍ୟାୟେ ଗଜ ଉଦ୍ଧାରଣ କଣ ଟିକେ ହୁଏନି ବି ଶୁଣା

Saturday 16 September 2023

ବୃକ୍ଷର ଚେର ଲଭିଲେ ମାଟିରେ ଜଳ

ବୃକ୍ଷର ଚେର ଲଭିଲେ ମାଟିରେ ଜଳ ଶାଖା ପ୍ରଶାଖା ଭରେ ଫୁଲ ଫଳରେ ଜୀବ ପାଦ ଲଭିଲେ ବାଇଶି ପାହାଚ ମନ ପ୍ରାଣ ଭରଇ ଚକାଡୋଳାରେ

ମାଛ ରଙ୍କା ଡେଣା ରଙ୍ଗ ବେରଙ୍ଗ

ମାଛ ରଙ୍କା ଡେଣା ରଙ୍ଗ ବେରଙ୍ଗ ଇନ୍ଦ୍ରଧନୁ ସାତ ରଙ୍ଗର ଏକ ଫିତା ଦେବକୀନନ୍ଦନ ମେଘ ପରି ଶ୍ୟାମ ଚମ୍ପା ଫୁଲ ଦେହ ବୃଷଭାନୁ ସୂତା

ଏକ ଲତାରେ ଦୁଇ ଫୁଲ

ତୁହି ଲୋହିତ ରବିର କର ତୁହି ଧବଳ ଚନ୍ଦ୍ରର ଆଭା ଏକ ଲତାରେ ଦୁଇ ଫୁଲ ତୁହି ଏକ ଅଖିଳ ଶୋଭା

ଭଲ ପାଇବା ଜାଣିବାକୁ ଚାହିଁଲେ

ଭଲ ପାଇବା ଜାଣିବାକୁ ଚାହିଁଲେ ମାଆର ଆଖି ଦୁଇ ଶ୍ରେଷ୍ଠ ସ୍ମୃତି ଭଲ ପାଇବା ଜାଣିବାକୁ ଚାହିଁଲେ ପିତାର ହାତ ଦୁଇ ଶ୍ରେଷ୍ଠ ସମ୍ପତି

ପକ୍ଷୀ ବସା କରେ ବୃକ୍ଷ ଶାଖାରେ

ପକ୍ଷୀ ବସା କରେ ବୃକ୍ଷ ଶାଖାରେ କେବଳ ଭରଷା ତାର ଦୁଇ ଡେଣା विष्नु ନାଭି ପଦ୍ମେ ଶୋଭା ଏ ବିଶ୍ୱ କେବଳ ଭରଷା ତାର ସପ୍ତ ଫଣା

The suffering of a patient becomes less

The suffering of a patient becomes less When a doctor takes regular round The ignorance of a mind becomes less When a heart repeats 🕉 sound

Friday 15 September 2023

ମାତା ଅଟଇ ଶକ୍ତି ସ୍ୱରୂପା

ମାତା ଅଟଇ ଶକ୍ତି ସ୍ୱରୂପା ପିତା ଅଟଇ ପରମ ହଂସ କୁଳଚନ୍ଦ୍ରମା ନିର୍ମଳ ହୃଦୟ ଅଖିଳ ନିଖିଳ ହରି ଅଂଶ

Thursday 14 September 2023

ପୁଷ୍ପ ସମ୍ପୂର୍ଣ୍ଣ ରୂପ ଗନ୍ଧ ମହୁରେ

ପୁଷ୍ପ ସମ୍ପୂର୍ଣ୍ଣ ରୂପ ଗନ୍ଧ ମହୁରେ ଭ୍ରମର ନିକଟେ ସମ୍ପୂର୍ଣ୍ଣ ବଧିର ବ୍ରହ୍ମ ଅଖଣ୍ଡ ସୃଷ୍ଟି ସ୍ଥିତି ଲୟରେ ମନ ନିକଟରେ ସମ୍ପୂର୍ଣ୍ଣ ପଥର

ପଞ୍ଚ ଭୁତକୁ ଅତ୍ୟନ୍ତ ସୂକ୍ଷ୍ମରେ ବାନ୍ଧିଣ

ପଞ୍ଚ ଭୁତକୁ ଅତ୍ୟନ୍ତ ସୂକ୍ଷ୍ମରେ ବାନ୍ଧିଣ ପୂର୍ଣ୍ଣବ୍ରହ୍ମ ହେଲୁ ହେ ଶ୍ରୀକ୍ଷେତ୍ର ବାସା ସାଧୁ ସନ୍ଥକୁ ନବଧା ଭକ୍ତିରେ ବାନ୍ଧିଣ ମହାପୂଣ୍ୟ ବ୍ରହ୍ମଦାରୁରେ କଲୁ ବସା

ହୃଦୟରେ ଭରିଲା ଅଜ୍ଞ୍ୟାନ ଅନ୍ଧାର

ହୃଦୟରେ ଭରିଲା ଅଜ୍ଞ୍ୟାନ ଅନ୍ଧାର କାୟା ମନ ବାକ୍ୟରେ ମୁଁ କଲି ପାପ ଦୁଆର ତୋ ଭିକ୍ଷୁ ଦିଅ ଜ୍ଞ୍ୟାନ ଚକ୍ଷୁ ମା ଗୋ ଚିହ୍ନା ଚିହ୍ନା କିଏ ମୋ ବାପ

Wednesday 13 September 2023

କୃଷ୍ଣ ନାମ ଗଣେଶ ରାଧା ନାମ ପାର୍ବତୀ କୃଷ୍ଣ ନାମ ତପସ୍ୟା ରାଧା ନାମ ଆରତୀ [୧] କୃଷ୍ଣ ନାମ ହୀରା ରାମ ନାମ ନୀଳା ରାଧା ନାମ ଗଣ୍ଠି ହରି ନାମ ମାଳା [୧] କୃଷ୍ଣ ନାମ ଜ୍ଞ୍ୟାନ କୃଷ୍ଣ ନାମ ଜ୍ୟୋତି ରାଧା ନାମ ପ୍ରଜ୍ଞ୍ୟା ରାଧା ନାମ ଗତି [୨] କୃଷ୍ଣ ନାମ ଗୁରୁ କୃଷ୍ଣ ନାମ ଦୀକ୍ଷା ରାଧା ନାମ ଶିଷ୍ୟ ରାଧା ନାମ ଶିକ୍ଷା [୩] କୃଷ୍ଣ ନାମ କଦମ୍ବ କୃଷ୍ଣ ନାମ ବଂଶୀ ରାଧା ନାମ କର୍ଣ୍ଣ ରାଧା ନାମ ହସି [୪] କୃଷ୍ଣ ନାମ ଚଉଁରା ରାଧା ନାମ ତୁଳସୀ କୃଷ୍ଣ ନାମ ଦୁବ ଘାସ ରାଧା ନାମ କଳସି [୫]

କୃଷ୍ଣ ନାମ ହୀରା

କୃଷ୍ଣ ନାମ ହୀରା ରାମ ନାମ ନୀଳା ରାଧା ନାମ ଗଣ୍ଠି ହରି ନାମ ମାଳା

ଦିବସ ନିଶି ଗହଳ ଚହଳ

ଦିବସ ନିଶି ଗହଳ ଚହଳ ଜୀବ ରମଇ ନବ ଦ୍ୱାରେ ମଶାଣି ଚଉଁରା ଜନ ଶୁନ୍ୟ ଶବ ଶୟନକୁ ଭାବି ଡରେ

Tuesday 12 September 2023

ବଂଶୀରେ ଧ୍ୱନି ସମ୍ବଳ

ବୃକ୍ଷରେ ସହିବା ସମ୍ବଳ ଝରଣାରେ ସମ୍ବଳ ଜଳ ଲୁଟି ଲୁଟି ବେଳ ଗଲା ସେବାକୁ ଅଭାବ ବେଳ [୧] ଭୂମିରେ ପାଦ ସମ୍ବଳ ସମ୍ବଳ ସାଗର କୋଳ ଲୁଟି ଲୁଟି ବେଳ ଗଲା ସେବାକୁ ଅଭାବ ବେଳ[୨] ମାଆରେ ସ୍ନେହ ସମ୍ବଳ ସମ୍ବଳ ପିତାରେ ବଳ ଲୁଟି ଲୁଟି ବେଳ ଗଲା ସେବାକୁ ଅଭାବ ବେଳ[୩] ଆକାଶ କୋଳ ସମ୍ବଳ ସମ୍ବଳ ଆଖିରେ ଜଳ ଲୁଟି ଲୁଟି ବେଳ ଗଲା ସେବାକୁ ଅଭାବ ବେଳ [୪] ହୃଦୟେ ଶ୍ରଦ୍ଧା ସମ୍ବଳ ସମ୍ବଳ ମନରେ ବଳ ଲୁଟି ଲୁଟି ବେଳ ଗଲା ସେବାକୁ ଅଭାବ ବେଳ[୫] ଡାଳରେ ପିନ୍ଧା ବସନ ସମ୍ବଳ କଦମ୍ବର ଡାଳ ଅରକ୍ଷିତ ସମ୍ବଳ ହରି ଦିଅ ଆଉ ନାହିଁ ବେଳ [୬]

ଶୀତଳ ବୃକ୍ଷ ଛାୟା

ଶୀତଳ ବୃକ୍ଷ ଛାୟା ଶୀତଳ ଝରଣା ଜଳ ଶୀତଳ ହରି କିର୍ତ୍ତନ ଶୀତଳ ଗଙ୍ଗା କୂଳ

ହରି ଯାହାର ସର୍ବସ୍ବ ହରେ

ହରି ଯାହାର ସର୍ବସ୍ବ ହରେ ଭୁଜର ଛାଇ ତଳେ ରଖେ ହରି ଯାହାର ଚିତ୍ତକୁ ହରେ ନିଜେ ରହେ ପାଖେ ପାଖେ

ଗୋଟିଏ ଗୋଟିଏ କରି ପାଞ୍ଚୋଟି ଭୁତକୁ

ଗୋଟିଏ ଗୋଟିଏ କରି ପାଞ୍ଚୋଟି ଭୁତକୁ କିଏ ସେ ମହାନ ଗୁଣିଆ ସୂକ୍ଷ୍ମରେ ଛନ୍ଦିଲା ଅଢେଇ ଦିନ ଲାଗି ଜୀବ ଆସେ ସଂସାର ଆହାଃ କେଡେ ଘୋର ମାୟାରେ ବାନ୍ଧିଲା

Monday 11 September 2023

ହେ ପୂଜ୍ୟ ଗଣପତି ସ୍ୱରସ୍ୱତୀ ଶ୍ରୀଗୁରୁ

ହେ ପୂଜ୍ୟ ଗଣପତି ସ୍ୱରସ୍ୱତୀ ଶ୍ରୀଗୁରୁ ତୁମ୍ଭମାନଙ୍କ ପାଦ ପଦ୍ମରେ ମୋ ଶିର ଲୋଭ ମୋହ କ୍ରୋଧ ମୋର ବାଧକ ଶ୍ରୀକ୍ଷେତ୍ର ଯାତ୍ରୀର ପାଦକୁ ରଖ ସ୍ଥିର

ଘୋର ଏ ଅଗନା ଅଗନୀ ବନ

ଘୋର ଏ ଅଗନା ଅଗନୀ ବନ ଶ୍ରୀକ୍ଷେତ୍ର ଏଠାରୁ ବହୁତ ବାଟ ଝୁରି ଝୁରି ମରେ କଳା ତୁଳସୀ ଆହାଃ ଆଉ କି ହେବ ଭେଟ

Sunday 10 September 2023

ହୃଦୟ ଅନ୍ଧାରରେ ଉଷା ଆକାଶ

ହୃଦୟ ଅନ୍ଧାରରେ ଉଷା ଆକାଶ ମନ ପଦ୍ମ ନୃତ୍ୟ କରେ ଉଲ୍ଲାସେ କାଳିଆର ମୁଁହଟି ଅରୁଣ ପ୍ରକାଶ ଚନ୍ଦନ କସ୍ତୁରୀ ମହ ମହ ବାସେ

ତୋତେ କଣ ଆଉ ମାଗିବି

ତୋତେ କଣ ଆଉ ମାଗିବି ତୁହି ମୋର ଏକଇ ସନ୍ତାନ ମୋର ଅଣୁ ପରମାଣୁରେ ନିଳକନ୍ଦର ରତ୍ନ ସିଂହାସନ

ଭକତ ପାଦରେ ନନ୍ଦୀଘୋଷ ଚଢ଼ୁ

ଭକତ ପାଦରେ ନନ୍ଦୀଘୋଷ ଚଢ଼ୁ ତୋର ଉଦାର ପଣକୁ କିଏ ସରିକି ଭକତ ହାତରେ ଅବଢ଼ା ତୁହି ଭୁଞ୍ଜୁ ତୋର ଦାତା ପଣକୁ କିଏ ବହେକି

ପ୍ରାୟତଃ ସମସ୍ତେ ଜନ ସାଧାରଣ

ପ୍ରାୟତଃ ସମସ୍ତେ ଜନ ସାଧାରଣ ଭଲ ଆଡେଇ ଖୋଜିଲି ଉତ୍ତମ ଉତ୍ତମ ନିରତେ ଉତ୍ତମ ଖୋଜଇ ବିରଳ ସଂସାରେ ହେବା ପ୍ରଥମ

A RAT came across a CAT

RAT(RATIONAL ARTERY THERAPIST ) CAT (CALCIFICATION AIR THROMBUS) While walking in a coronary A RAT came across a CAT CAT’s bowling was good RAT handled nicely that

Saturday 9 September 2023

ତୁହି ମାଆ ଲୋ ଗୋ ଏତେ ଦୟା ମୟୀ

ତୁହି ମାଆ ଲୋ ଗୋ ଏତେ ଦୟା ମୟୀ ଅଣୁ ରେଣୁରେ ବସିଅଛୁ ହୋଇ ରାଧିକା ମଥାରେ ରଖିଥା ତୋର ଅଭୟ ହସ୍ତ ମା ମନ କୃଷ୍ଣ ଆଉ କିଛି ଚାହେଁ ନାହିଁ ଅଧିକା

ଭାବିଥିଲି ତୋ ସେବା କରିଥାନ୍ତି

ଭାବିଥିଲି ତୋ ସେବା କରିଥାନ୍ତି ତୋ ନିଜ ସେବା ତୁ ନିଜେ କରୁ ମନ ରଖିଲି ତୋ ପାଦ ପଦ୍ମରେ ହରି ହେ ନିଷ୍କାମରେ ଦିନ ସରୁ