Saturday, 2 September 2023
ପୁଷ୍ପାଞ୍ଜଳି
ଛାମୁରେ କରୁଛି ବିନତି ହରି ହେ
ତୋହର ଭୁଜ ଛାଇରେ ବସିଥିବି
ବହୁ ଜନମ ଚାଲି ଆସନ୍ତି ଭକତେ
ଭକ୍ତି ଜଳେ ପାଦ ଦୁଇ ସେବୁଥିବି [୧]
ଛାମୁରେ କରୁଛି ବିନତି ହରି ହେ
ତୋହର ଭୁଜ ଛାଇରେ ବସିଥିବି
ଭକ୍ତ ଭଗବାନଙ୍କ ଲୀଳାକୁ ଦେଖି
ହରି ହେ ଭକ୍ତି ଜଳରେ ଭାସୁଥିବି [୨]
ଛାମୁରେ କରୁଛି ବିନତି ହରି ହେ
ତୋହର ଭୁଜ ଛାଇରେ ବସିଥିବି
ପତ୍ର ଫଳ ଯାହା ଆଣେ ଭକତେ
ହରି ହେ ତହିଁ ଉଦର ପୋଷୁଥିବି [୩]
ଛାମୁରେ କରୁଛି ବିନତି ହରି ହେ
ତୋହର ଭୁଜ ଛାଇରେ ବସିଥିବି
ତୋ ଛଡା ତୁଳସୀ ଦୟାଣା ଫୁଲ
ଦୁଇ କାନରେ ଖୋସି ନାଚୁଥିବି [4]
ଛାମୁରେ କରୁଛି ବିନତି ହରି ହେ
ତୋହର ଭୁଜ ଛାଇରେ ବସିଥିବି
ଯେଉଁ ନାମରେ ଡାକିବେ ଭକତ
ହରି ହେ ସେ ନାମକୁ ଘୋଷୁଥିବି [5]
ଛାମୁରେ କରୁଛି ବିନତି ହରି ହେ
ତୋହର ଭୁଜ ଛାଇରେ ବସିଥିବି
ଅଖିଳ ବ୍ରହ୍ମାଣ୍ଡ ଆସରା ମାଗଇ
ହରି ହେ କହ କେଉଁ ସ୍ଥାନେ ଥିବି[6]
Subscribe to:
Post Comments (Atom)
No comments:
Post a Comment