Sunday 3 September 2023

----------ଚିନ୍ତନ----------------

ମାତା ପିତାଙ୍କୁ ଦିନେ ସେବି ନାହିଁ ପତିତଟି ଦିନେ ସେବି ନାହିଁ ଗୁରୁ ହରି ହେ ଇଚ୍ଛା କରି ଧରା ଦେବୁ ବୁଦ୍ଧି ମୋ ଦିନେ ନ ହୁଅଇ ସରୁ [୧] ଅଭାବ ପୂରଣ କରୁ ଦିନ ସରିଲା ପତିତଟି ଦିନେ ସେବି ନାହିଁ ଦୁଃଖି ହରି ହେ ଇଛା କରି ଧରା ଦେବୁ ତୁମେ ହିଁ ସର୍ବଜ୍ଞ ହେ ଚକାଆଖି [୨] ଘର କି ପର କାହାର ନୋହିଲି ପତିତଟି ଦିନେ ନ ଗମେ ତୀର୍ଥ ହରି ହେ ଇଚ୍ଛା କରି ଧରା ଦେବୁ ଦୁର୍ଲଭ ଜୀବନ ହୋଇଲା ବ୍ୟର୍ଥ [୩] ପଚାରି ନାହିଁ ନିଜ ଠିକଣା ନିଜକୁ ପତିତଟି ନ ଭେଟେ ମୁକ୍ତ ପୁରୁଷ ହରି ହେ ଇଛା କରି ଧରା ଦେବୁ ଚିର ବନ୍ଧନରେ କେଉଁ ପୌରୁଷ [୪] ମନ୍ତ୍ର କି ତନ୍ତ୍ର ଦିନେ ସାଧି ନାହିଁ ସେବି ନାହିଁ ଦିନେ ଶାକ୍ତ ଗୋପୀ ହରି ହେ ଇଛା କରି ଧରା ଦେବୁ କୃପା କଲେ ନାମଟିକୁ ଥିବି ଜପି [୫]

No comments:

Post a Comment