Tuesday 5 September 2023

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ ଦେବକୀ ତୋତେ ଗର୍ଭରେ ଧରିଲେ ବସୁଦେବ ତୋତେ ଭରିଲେ ଡଲାରେ ଏ ପତିତ ଲାଗି କିଆଁ ପହଡ଼ ଉଛୁର ପତିତପାବନ ଉଡେ ମନ୍ଦିର ଚୁଡାରେ [୧] ଯଶୋଦା ତୋତେ ଧରିଲେ କୋଳରେ ରାଧିକା ତୋତେ ଭରିଲେ ଗଳାରେ ଏ ପତିତ ଲାଗି କିଆଁ ପହଡ଼ ଉଛୁର ପତିତପାବନ ଉଡେ ମନ୍ଦିର ଚୁଡାରେ[୨] ଅକୃର ତୋତେ ବାହିନେଲା ରଥରେ କପିଧ୍ୱଜରେ ବସିଲ କର୍ତବ୍ୟ ଆଳରେ ଏ ପତିତ ଲାଗି କିଆଁ ପହଡ଼ ଉଛୁର ପତିତପାବନ ଉଡେ ମନ୍ଦିର ଚୁଡାରେ [୩] ଦୀନ ସୁଦାମା ଧରିଲା ଖୁଦର ଭଜାରେ ବାସୁକୀ କାଳୀୟ ଧଇଲା ଶିରରେ ମୋର ଲାଗି କିଆଁ ପହଡ଼ ପଡିଲା ମୁଁ ଜନ୍ମ ହେଲି କେଉଁ ବେଳାରେ[୪] ଦାସ ବଳରାମ ଧରିଲା ବାଲିରେ ଦଇତା ଭରିଲେ ନନ୍ଦୀଘୋଷରେ ଏ ପତିତ ଲାଗି କିଆଁ ପହଡ଼ ଉଛୁର ପତିତପାବନ ଉଡେ ମନ୍ଦିର ଚୁଡାରେ [୫] ଯମୁନା ତୋତେ ଧରିଲା କୂଳରେ କଦମ୍ବ ତୋତେ ଧରିଲା ଡାଳରେ ଏ ପତିତ ଲାଗି କିଆଁ ପହଡ଼ ଉଛୁର ପତିତପାବନ ଉଡେ ମନ୍ଦିର ଚୁଡାରେ[୬] ବଂଶୀ ତୋତେ ସ୍ୱରରେ ଭରିଲା ଯଶୋଦା ତୋତେ ଧରିଲା ସରରେ ଏ ପତିତ ଲାଗି କିଆଁ ପହଡ଼ ଉଛୁର ପତିତପାବନ ଉଡେ ମନ୍ଦିର ଚୁଡାରେ[୭]

No comments:

Post a Comment