Tuesday 31 October 2023

ସଂସାରୀ ମଣିଷର କଂସାରୀ ମନଟି

ସଂସାରୀ ମଣିଷର କଂସାରୀ ମନଟି କାଟି ଖାଉ କାଟି ଖାଉ ଯାଏଟି ସରି ଅଜାଣତରେ କାଟିଲେ ନିଜ ଆୟୁଷ ବ୍ରହ୍ମଦାରୁକୁ ହୁଡ଼ି ଯାଏ ଆତ୍ମା ଶାରୀ

Monday 30 October 2023

ସତ୍ୟ ଧର୍ମ ବଦଳରେ ନିଅ ବଂଶୀଧର

ସତ୍ୟ ଧର୍ମ ବଦଳରେ ନିଅ ବଂଶୀଧର ବ୍ରାହ୍ମଣ ଚିତ୍ତବାସା ନବ ଦୁର୍ବାଦଳ କାନ୍ତି ଦୁଆରେ ତୁମର ଭାଗ୍ୟ ବଦଳ ଵାଲା ନିଷ୍କାମ ବଦଳରେ ନିଅ ଅଶେଷ ଶାନ୍ତି

ଯାହାକୁ ମାଗିଲେ କିଛି ବି ଦେବ

ଯେଉଁ ସମ୍ପର୍କକୁ ନିଜର ଭାବିଲି ପଡି ଭାଙ୍ଗି ଗଲା ଯେମିତି କାଚ ଯାହାକୁ ମାଗିଲେ କିଛି ବି ଦେବ ଯେତେ ଯାଚିଲେ ନ ନିଏ ଲାଞ୍ଚ

Sunday 29 October 2023

ଦୁଇ ହାତକୁ ଉର୍ଦ୍ଧକୁ କରନ୍ତେ

ଦୁଇ ହାତକୁ ଉର୍ଦ୍ଧକୁ କରନ୍ତେ ଝଡି ପଡିଲା ମୋ ଅହଂକାର ନିଷ୍କାମ ହୋଇଲା ମୋ ମନ ସ୍ମିତ ସ୍ମିତ ହସିଲେ ବେଣୁଧର

କରି କରାଉ ବୋଲି ତୁ ସକଳ

କରି କରାଉ ବୋଲି ତୁ ସକଳ ମନରେ କାହିଁ କରୁ ଅଂହକାର ନିଜକୁ ଜାଣିବାକୁ ଚେଷ୍ଟା କର ସେ ଯାଏ ରହିଥିବି ନିରାହାର

Saturday 28 October 2023

ମୁଁହି ଗୋଟିଏ ମୁଦଦିଆ ଲଫାପା

ଜୀବନ ଏକ ମୁଦଦିଆ ଲଫାପା ମାଣବସା ଗୁରୁବାର ଚିତା ଝୋଟି ଜୀବନ ଏକ ଆଶାର ବୈତରଣୀ ସ୍ୱର୍ଗଦ୍ୱାରର ପବିତ୍ର ମୁଠାଏ ମାଟି

ମୋତେ ନ ପଚାର ମୋର ବୟସ

ମୋତେ ନ ପଚାର ମୋର ବୟସ ମୁଁହି ଏ ଜନ୍ମରେ ନ ହୋଇବି ବୁଢା ହୃଦୟରେ ମୋର କାଳିଆ ଠାକୁର ମୁରୁକି ମୁରୁକି ହସୁଛନ୍ତି ଅଧା ଗଢା

Friday 27 October 2023

ସମତା ମମତା ହୃଷ୍ଟ ପୁଷ୍ଟ

ସମତା ମମତା ହୃଷ୍ଟ ପୁଷ୍ଟ ବାତ୍ସଲ୍ୟରେ ପାଳଇ ସୃଷ୍ଟି କାହାକୁ ଦେଇ ପାଦ ସ୍ପର୍ଶ କାହାକୁ ଦେଇ କୃପା ଦୃଷ୍ଟି

ଚାଲିଲେ ଫୁଟେ ପଦ୍ମ

ଚାଲିଲେ ଫୁଟେ ପଦ୍ମ ସତ୍ୟ ଧର୍ମ ଦୁଇ ପାଦ ମଧୁକର ଝୁରି ମରେ ଲଭିବାକୁ ତାର ସ୍ୱାଦ

ଥରେ ଚାହିଁ ଦେଲେ ନ ଭୁଲିବୁ

ଥରେ ଚାହିଁ ଦେଲେ ନ ଭୁଲିବୁ ସଖି କି ମୋହନୀ ଚାହାଁଣୀରେ ଥରେ ଛୁଇଁ ଦେଇ ଝୁରି ମରୁଛି ସେ ଅନୁଭୂତି ଏକ କାହାଣୀରେ

Thursday 26 October 2023

ଅବଢ଼ା ଅଗ୍ନି ଆକାଶ ମାଟି

ଅବଢ଼ା ଅଗ୍ନି ଆକାଶ ମାଟି ବାୟୁ ଅବଢ଼ା ଜଳ ଅବଢ଼ା ସେବକ ହେଲେ ଯଥେଷ୍ଟ ମାଲିକ ହେଲେ ଝଗଡା

ହାତ ଗୋଡ ଦେଇ ଭଲ କଲ ମଣିମା

ହାତ ଗୋଡ ଦେଇ ଭଲ କଲ ମଣିମା ତୁମ୍ଭଙ୍କୁ ମୁଁ ବୋହି ନେବି ଖୋଇ ଦେବି ଆପଣ ଚାହିଁଥିବେ ଅପଲକ ନୟନେ ତୁମ୍ଭର ଚକାଆଖିରେ ମୁଁହି ହଜି ଯିବି

Wednesday 25 October 2023

କପା ତୁଳାରୁ ଭିଣା ସୂତା

କପା ତୁଳାରୁ ଭିଣା ସୂତା ସୁକ୍ଷ୍ମ ସୂତାରୁ ଭିଣା ଲୁଗା ଜ୍ଞାନ ଚକ୍ଷୁକୁ ଛାଡି ଦେଇ ମା ଢାଙ୍କି ଦେ ସବୁ ଜାଗା

ଘର ଦୁଆର ପର୍ଯନ୍ତ ଆସିକି ଅଦୃଶ୍ୟ ହେଲା

ଘଘର ଦୁଆର ପର୍ଯନ୍ତ ଆସିକି ଅଦୃଶ୍ୟ ହେଲା ତା ଅତ୍ୟନ୍ତ ମଧୁର ପାଦପଦ୍ମକୁ ଆଖି ଝୁରେ ବୋଝ ମୁଣ୍ଡରୁ ଓହ୍ଲାଇ ଦେଇ ଅଦୃଶ୍ୟ ହେଲା ତା ଅତ୍ୟନ୍ତ ଦରଦୀ ପଣକୁ ମନ ଝୁରି ମରେ

ଦୁଃଖକୁ ଆଡେଇ ସୁଖ ସାଉଁଟିଲି

ଦୁଃଖକୁ ଆଡେଇ ସୁଖ ସାଉଁଟିଲି ମନରେ ନ ପୁରିଲା ମୋର ଥାଳ ସୁଖକୁ ଆଡେଇ ଦୁଃଖ ସାଉଁଟିଲି କାଳିଆକୁ ଚାହିଁ ଚାହିଁ ଗଲା ବେଳ

Tuesday 24 October 2023

ଆଶା ଫାସରେ ବନ୍ଧା ହୋଇ ମନ

ଆଶା ଫାସରେ ବନ୍ଧା ହୋଇ ମନ ଆଉ କେତେ ସାଉଁଟିବୁ ଦୁଃଖ ସୁଖ ଛାନ୍ଦ ପାଦରେ ଶରଣ ପଶିବାରେ ଚାଲ ମନ ଦେଖି ଯିବା ପଦ୍ମ ମୁଖ

ମାଆ ହେଉଥାଉ ପଛେ ଘଟଗାଁ ତାରିଣୀ

ମାଆ ହେଉଥାଉ ପଛେ ଘଟଗାଁ ତାରିଣୀ ମାଆ ହେଉ ଥାଉ କାକଟପୁରେ ମଙ୍ଗଳା କେବେ ହେବ ଦୟା ତୁଟାଇବୁ ବନ୍ଧନ ମା ସନ୍ତାନ ମା ବଳଦ ଭଳି ବୁଲୁଛି ବେଙ୍ଗଳା

Monday 23 October 2023

ହେ ଦୁର୍ଗତି ନାଶିନୀ ହେ ମହିଷାମର୍ଦ୍ଧିନୀ

ହେ ଦୁର୍ଗତି ନାଶିନୀ ହେ ମହିଷାମର୍ଦ୍ଧିନୀ ହେ ପତିତ ପାବନୀ ହେ ରାମ ତାରିଣୀ ହେ ଆଦି ମାତା ହେ ଶ୍ରୀକ୍ଷେତ୍ର କମଳା ହେ ଗଡଚଣ୍ଡୀ ହେ ମା ମୋକ୍ଷ ସରଣୀ

ରାବଣ ଭଳି ମୋର ଦଶଟି ଇନ୍ଦ୍ରିୟ

ରାବଣ ଭଳି ମୋର ଦଶଟି ଇନ୍ଦ୍ରିୟ ସର୍ବେ ମନ କଥାରେ ଥେଇ ଥେଇ ନିଷ୍କାମ କହିଲେ ଝୁଣି ଦିଅନ୍ତି ଦେହ ଚକାଆଖିକୁ ଚାହିଁ ଚାହିଁ କାନ୍ଦୁ ଥାଇ

ଦେହ ଘରେ ଏଗାର ଜଣ ମୁଲିଆ

ଦେହ ଘରେ ଏଗାର ଜଣ ମୁଲିଆ ସମସ୍ତେ ଜାଣନ୍ତି ମା ଆଜି ଦଶରା ଛୁଟି ଦେଇଛି ହୁଅନ୍ତି କାମ କାମ ମହାମାୟା ତୁ ଗୋ ଏକ ଆସରା

ତୁହି ଜନନୀ ତୁହି ଭଗିନୀ ତୁହି ଜାୟା

ତୁହି ଜନନୀ ତୁହି ଭଗିନୀ ତୁହି ଜାୟା ତୁହି କୋଳ ତୁହି ରାକ୍ଷୀ ତୁହି ପ୍ରଣୟୀ ଯା ଦେବୀ ସର୍ବ ଭୂତେଷୁ ମା ଚିନ୍ମୟୀ ଶରଣ ଶରଣ ଶରଣ ଦୁର୍ଗା ମୃଣ୍ମୟୀ

କେବଳ ସ୍ଵଚ୍ଛ ନିର୍ମଳ ରହିଣ ଜଳ

କେବଳ ସ୍ଵଚ୍ଛ ନିର୍ମଳ ରହିଣ ଜଳ ପୂରଣ କରେ ସକଳ ଜୀବ ତୃଷା କେବଳ ଶୁଦ୍ଧ ନିର୍ମଳ ରହିଣ ବାୟୁ ପୂରଣ କରେ ଜୀବ ବଞ୍ଚିବା ଆଶା

Sunday 22 October 2023

ମାଆ ଗୋ ବେଢା କାଳୀ ମା ଭଦ୍ର କାଳୀ

ମାଆ ଗୋ ବେଢା କାଳୀ ମା ଭଦ୍ର କାଳୀ ମାଆ ଗୋ ତୁ ଯାହା ଶ୍ରୀମନ୍ଦିର ଅଛୁ ଜଗି ତାକୁ ଥରେ ଭେଟ କରି ଦେ ମାଆ ଗୋ ପାଦପଦ୍ମରେ ବାଡ଼ି ମନ୍ଦାର କରିବି ଲାଗି

ଯାଜପୁର ଡାକେ ମା ବିରଜା ମା ବିରଜା

ଯାଜପୁର ଡାକେ ମା ବିରଜା ମା ବିରଜା କଟକ ଡାକେ ମା ଚଣ୍ଡୀ ମା କଟକ ଚଣ୍ଡୀ ପରିଚୟ ଲାଗି ବାରଦୁଆର ହୁଏ ମାଆ ମଥାରେ ବୋହି ତୋର ମାୟାର ହାଣ୍ଡି

ଦେହ ଚାଲି ଚାଲି ଅବଶ ହେଲା

ଦେହ ଚାଲି ଚାଲି ଅବଶ ହେଲା ରସନା ଫେରିଗଲେ ଯେଝା ଘର ମନ ନ ପଶିଲା ଭକ୍ତି ପଞ୍ଜୁରୀରେ ହେ ଭାବ ବିନୋଦିଆ କିଛି କର

Saturday 21 October 2023

ମୋହରି ଅନ୍ତେ ଅଧା ଗଢା ଦିଅଁରେ

ମୋହରି ଅନ୍ତେ ଅଧା ଗଢା ଦିଅଁରେ କହିଲୁ ତୋ କଥା ଆଉ ବୁଝିବ କିଏ ସଦ୍ୟଜାତ ଶିଶୁଠାରୁ ବେଶି ନିରୀହ କହିଲୁ ହୃଦୟରେ ଧରି ବୁଲିବ ଯିଏ

ମନ ଯଦି ମୋର କଥା ମାନୁ ଥାଆନ୍ତା

ମନ ଯଦି ମୋର କଥା ମାନୁ ଥାଆନ୍ତା ତୋ ଖଣ୍ଡିଆ ହାତକୁ କି କରନ୍ତି ଭରଷା ଅବଢ଼ା କୁଡୁଆରେ ବାଢି ମୁଁ ଭୁଞ୍ଜାନ୍ତି ନିଷ୍କାମରେ ରାନ୍ଧି ଖିରି ପୁରି ଆରିଷା

ଆହାଃ ମାଆ ଯାହାର ଜ୍ଞାନ ବାହିନୀ

ଆହାଃ ମାଆ ଯାହାର ଜ୍ଞାନ ବାହିନୀ ସଂସାର ବୁଲେ ସନ୍ତାନ ଜ୍ଞାନ ଶୁନ୍ୟ ଜାଗୋ ଜାଗୋ ମା କୁଳ କୁଣ୍ଡଳିନୀ ମାଆ ଗୋ ଏ ପତିତକୁ କର ଧନ୍ୟ

ତୁମ୍ଭର ନାହିଁଟି ହାତ କିବା ଗୋଡ

ତୁମ୍ଭର ନାହିଁଟି ହାତ କିବା ଗୋଡ ମୁହିଁଟି ମୁଁହିଟି ସମ୍ପୂର୍ଣ ଜ୍ଞାନ ଶୁନ୍ୟ ହରି ହେ ଥରେ କୁହ ବନ୍ଧୁ ବୋଲି ଦୁହିଁଙ୍କ ଜୀବନ ହେଉଯାଉ ଧନ୍ୟ

ଶ୍ରୀଫଳରେ ଭରି ଅତି ମଧୁର ପାଣି

ଶ୍ରୀଫଳରେ ଭରି ଅତି ମଧୁର ପାଣି ଶ୍ରୀପତି ହେ କାହିଁ ଲୁଚାଇଲ ହାତ ଶ୍ରୀଫଳଟେ ତୋ ଲାଗି ଆଣିଥିଲି ଶ୍ରୀଧର ହେ ଆସିଥିଲି ରଥ ଯାତ

Friday 20 October 2023

କଜଳପାତିର କିଚିରି ମିଚିରି

କଜଳପାତିର କିଚିରି ମିଚିରି ଅତି ମଧୁର ହେଲେ ଅବୁଝା ମନ୍ତ୍ର ତନ୍ତ୍ର କିଛି ନ ଜାଣେ ମା ତୋର ଋଣ ରହିଲା ଅସୁଝା

ଶିଶୁଠାରୁ ଆହୁରି ସରଳ ତୋ ସ୍ଵଭାଵ

ଶାକ୍ତ ଶିବ ବୈଷ୍ଣବ ତିନି ଧର୍ମର ଭକତ ତ୍ରିକୁଟରେ ବୁଲୁଛନ୍ତି ତୋତେ ମୁଣ୍ଡେଇ ଶିଶୁଠାରୁ ଆହୁରି ସରଳ ତୋ ସ୍ଵଭାଵ ଯେ ଦେଖୁଛି ପକାଏ ତୋତେ କୁଣ୍ଢେଇ

Thursday 19 October 2023

ପାଷାଣରେ ବସି ପାଷାଣୀ ହେଲୁ ମାଆ

ପାଷାଣରେ ବସି ପାଷାଣୀ ହେଲୁ ମାଆ ତୁହି କଣ ଜାଣିବୁ ମାଆ ଗୋ ଦୁଃଖ ସୁଖ ମାନବର ଲାଗି ସିନା ମାଆ ବଢ଼ା ଅବଢା ମାଆ ଗୋ ଇତରେ ପାଆନ୍ତି ବଡ଼ ଦୁଃଖ

Wednesday 18 October 2023

ସଞ୍ଜ ନଇଁଲେ ହେନା ଫୁଲ ଫୁଟେ

ସଞ୍ଜ ନଇଁଲେ ହେନା ଫୁଲ ଫୁଟେ ମୁରୁକି ମୁରୁକି ସେ କେତେ ହସେ ପହଡ଼ ପଡିଲେ ଆସିବେ ଶ୍ରୀହରି କେଡେ ଆଶାରେ ପାଖୁଡା ବାସେ

Tuesday 17 October 2023

ଦେହ ମନ ବୁଦ୍ଧିକୁ ନେଇ ସଂସାର

ଦେହ ମନ ବୁଦ୍ଧିକୁ ନେଇ ସଂସାର ଜୀବକୁ କେବେ ନ ଛାଡେ ଅଭାବ ଧୂପ ଦୀପ ଫୁଲକୁ ନେଇ ପ୍ରାର୍ଥନା ପୂଜାରେ ପରିଚୟ ନୁହେଁ ସ୍ଵଭାଵ

ମନଟି ଭରିଛି ସ୍ନେହଁରେ ମା

ମନଟି ଭରିଛି ସ୍ନେହଁରେ ମା ହାତରେ ତୋ ଖଡଗ ଧାର ଯା ଦେବୀ ସର୍ବ ଭୂତେଷୁ ମା ତୁହି ଥିଲେ ମା କାହାକୁ ଡର

Monday 16 October 2023

କାଠରେ କିଏ ସେ ଗଢିଲା କାଳିଆ

କାଠରେ କିଏ ସେ ଗଢିଲା ତୋତେ ଘଣ୍ଟ ଘଣ୍ଟାରେ ନ ଭାଙ୍ଗେ ତୋ ନିଦ କେଉଁଠି ଛାଡି ଯିବି ମୋ ପାପ ପୁଣ୍ୟ ଖୋଜି ଖୋଜି ନ ପାଇଲି ତୋ ପାଦ

ମାଆ ମୋ ଝୁରେ ତୋତେ ଗୋ ମା

ମାଆ ମୋ ଝୁରେ ତୋତେ ଗୋ ମା ଆତୁରେ ପୂଜୁଥାଏ କେତେ ତୋତେ ମୋର ମା ମୁଁହ ଏକ ସ୍ନେହଁର ସିନ୍ଦୁକ ତୋ ପାଖେ ସ୍ନେହଁ ନ ଥିବ କେତେ !

Sunday 15 October 2023

ହେ ମାଆ ହେ ମାଆ ହେ ମାଆ

ହେ ମାଆ ହେ ମାଆ ହେ ମାଆ ମାୟା ବନ୍ଧନ ଖୋଲି ଦିଅ ମାଆ କେତେ ଦେଖିବୁ ତୁ ମାଙ୍କଡ ନାଚ ମାଆ ନ ଆସେ କି ମନେ ଦୟା

ଶ୍ରୀ ଗୁରୁ ପାଦପଦ୍ମକୁ ଛୁଇଁଦେଲେ ଭକ୍ତି

ଶ୍ରୀ ଗୁରୁ ପାଦପଦ୍ମକୁ ଛୁଇଁଦେଲେ ଭକ୍ତି ଶ୍ରୀ ଗୋବିନ୍ଦ ହୃଦୟରେ କରନ୍ତି ବିରାଜ ଶ୍ରୀ ଗୁରୁ ଶ୍ରୀ ଗୋବିନ୍ଦ କୃପା ବର୍ଷା କଲେ ଧର୍ମ ଦୟା କ୍ଷମା ଶାନ୍ତିରେ ଭରେ ସ୍ୱରାଜ

ମନ ଆକାଶରେ ସଞ୍ଜ ନଇଁଲେ

ମନ ଆକାଶରେ ସଞ୍ଜ ନଇଁଲେ ହୃଦୟ ଅନ୍ଧାରରେ ଜଳେ ଦୀପ ଦୋଷ ନ ଧରିବ କ୍ଷମା ଆଚରିବ ହରି ହେ ତୁମେ ପରା ମା ବାପ

Saturday 14 October 2023

ସରିବ ଆୟୁଷ ନ ପୁରିବ ମନ ବାଞ୍ଛା

ସରିବ ଆୟୁଷ ନ ପୁରିବ ମନ ବାଞ୍ଛା ଆଶା ବୈତରଣୀ ଅନେକ ଭଉଁରୀ ବ୍ରାହ୍ମଣରୁ ଚଣ୍ଡାଳ ହେଲୁଣି କର୍ମରେ ବେଳ ଥାଉଁ ଚିନ୍ତ ମହାଶ୍ରୟ ଗୌରୀ

ଯେଉଁ ଶାନ୍ତ ରୂପ ତୋର ଦର୍ଶନ କରି ମାଆ ଗୋ

ଯେଉଁ ଶାନ୍ତ ରୂପ ତୋର ଦର୍ଶନ କରି ମାଆ ଗୋ ଆଦି ଶଙ୍କର ଆନନ୍ଦେ ଭଣିଲେ ଅନ୍ନପୂର୍ଣା ସ୍ତୋତ୍ର ସେହି ଶାନ୍ତ ରୂପେ ଦର୍ଶନ ଦିଅ ଗୋ ସର୍ବ ଜନନୀ ପରମ ଭୈରବୀ ମା ପବିତ୍ର ହେଉ ଏ ପାପି ଗାତ୍ର

ମୋ କଥା ନ ଶୁଣି ବାଇଆ ମନରେ

ମୋ କଥା ନ ଶୁଣି ବାଇଆ ମନରେ ବୁଲୁଛୁ ସଂସାର ଅଗନା ଅଗନି ବନ ଯେତେ ସମ୍ଭବ ସତ୍ୟ ପଥରେ ଥିବୁ ମନ ରଥରେ ବସାଇ କଳା ବଦନ

ଜହ୍ନି ଫୁଲଟେ ଜାଣେ ସଞ୍ଜର ଠିକଣା

ଜହ୍ନି ଫୁଲଟେ ଜାଣେ ସଞ୍ଜର ଠିକଣା ପକ୍ଷୀ ଜାଣେ ବସାକୁ ଫେରିବା ବାଟ ଥାଉଁ ବେଳ ଆମର ଠିକଣା ବୁଝିବା ବାଇଆ ମନ ଅଚିର ସଂସାର ହାଟ

ଅଧା ପଡ଼ିଥିଲେ ଅତି ଭଲ କାମଟିଏ

ଅଧା ପଡ଼ିଥିଲେ ଅତି ଭଲ କାମଟିଏ ନିଶ୍ଚୟ କେହି ସାରିବାକୁ ଇଛା କରେ ଅଧା ଗଢା ମୋହର ହୃଦୟ ଦେବତା ପ୍ରାଣ ପକ୍ଷୀ ଛନ୍ଦା ପାଦକୁ ଝୁରି ମରେ

Friday 13 October 2023

କ୍ଷେତରେ କିଏ ସେ ବୁଣିଲା ବାଳୁଙ୍ଗା

କ୍ଷେତରେ କିଏ ସେ ବୁଣିଲା ବାଳୁଙ୍ଗା ଆହାଃ କେଡେ ଯତ୍ନେ ବୁଣିଥିଲି ଧାନ କ୍ଷେତରୁ କିଏ ସେ ଫସଲ ଚୋରି କଲା ପାଳଭୁତ ଅପଲକରେ କରୁଛି ଧ୍ୟାନ

ତୁହି ପରା ବୋଲାଉ ସକଳ ଜନନୀ

ତୁହି ପରା ବୋଲାଉ ସକଳ ଜନନୀ ତୋ ପଣତରେ ବନ୍ଧା ସକଳ ସ୍ନେହଁ ଦିଅ ଦିଅ ମାଆ ଗୋ ମୋର ଭାଗ ତୋ ସନ୍ତାନ ପରିଚୟ ମୋ ସୋହଁ

Thursday 12 October 2023

କାଳିଆ ବସିଥିଲା ରତନ ବେଦିରେ

କାଳିଆ ବସିଥିଲା ରତନ ବେଦିରେ ସଜନୀରେ ଚାହିଁ ଦେଲି କିଞ୍ଚିତରେ ହାତ ନାହିଁ ଛନ୍ଦିଲା ନବଧା ଭକତିରେ ଆଲୋ କି ମୋହନୀ ସେ ଚାହାଣିରେ

ହାତ ଗୋଡ ଯୋଡି ଜନମ କଲୁ ମାଆ ଗୋ

ହାତ ଗୋଡ ଯୋଡି ଜନମ କଲୁ ମାଆ ଗୋ ରସନା ବାସନା ଖଟାଇ ଖଟାଇ କଲେ ମଢ଼ା ଅଧା ଗଢା କରିଥିଲେ ଶୀକ୍ଷେତ୍ରେ ରହିଥାନ୍ତି ମାଆ ଗୋ ମୁହିଁ ନେଇ ଗୋଟେ ଘର ଭଡା

Wednesday 11 October 2023

ହେବୁ କି ଅଭାଗାର କନ୍ୟା

ହେବୁ କି ଅଭାଗାର କନ୍ୟା ମାଆ କରିବୁ କି ଲୋ ଏ ଜୀବନ ଧନ୍ୟା ହୃଦୟେ ବହିବ ଅଦିନରେ ବସନ୍ତ ମାଆ ଲୋ ବହିବ ଖୁସିର ବନ୍ୟା

ସଂସାର ସାଗରରେ ମନ ବୁଡି ଯାଉଥିଲୁ

ସଂସାର ସାଗରରେ ମନ ବୁଡି ଯାଉଥିଲୁ ଯେଉଁ ପରମ ବୈରାଗୀଟି ଆଣିଲା ଛାଣି ବେଦଙ୍କୁ ଉଦ୍ଧରି ସିଏ ମନୁଙ୍କୁ ସମର୍ପିଥିଲା କାଳୀୟ ଶିରରେ କି ଶୋଭା ବଂଶୀପାଣି