Sunday 1 October 2023

ଅବୁଝା ଝରଣାର କୁଳୁ କୁଳୁ ନାଦ

ଅବୁଝା ଝରଣାର କୁଳୁ କୁଳୁ ନାଦ ଅବୁଝା କୋଇଲି କୁହୁ କୁହୁ ତାନ ଅବୁଝା କଳା ଭଅଁରର ଗୁଣୁ ଗୁଣୁ ଅବୁଝା ବଂଶୀ ମୃଦ୍ୟୁ ମୃଦ୍ୟୁ ସ୍ବନ [୧] ଅଶୁଝା ମାତା ପିତାର ମମତା ଅଶୁଝା ସାହି ପଡ଼ିଶାର ଭାବ ଅଶୁଝା ପାଞ୍ଚ ଭୁତର ଅବଦାନ ଅଶୁଝା ଯେ ଚାଳେ ଭବ ନାବ[୨] ଅଶୁଣା ଦେବତା ଖାଏ ଖିରି ଅଶୁଣା ବୃକ୍ଷ ଲତାର କ୍ରନ୍ଦନ ଅଶୁଣା କଢି କି ଫୁଲର ହସ ଅଶୁଣା ଉଷୁମ ଲାଗେ ବନ୍ଦନ[୩] ଅଜଣା ନବଜାତ କିମ୍ପା ହସେ ଅଜଣା ମୃତ୍ୟୁ ନୁହେଁ ପଥ ବଣା ଅଜଣା ଈଶ୍ୱର ଘର କେଉଁଠି ଅଜଣା ମୋକ୍ଷ ଦ୍ୱାର ଠିକଣା [୪] ଅଦେଖା ପ୍ରାଣୀର ଅଦୃଷ୍ଟ ଅଦେଖା ମନର ଭାବନା ଅଦେଖା କାଳିଆର ପାଦ ଅଦେଖା ପୂରଣ ବାସନା [୫] ଅଲେଖା ସୃଷ୍ଟିର ରହସ୍ୟ ଅଲେଖା ଭାଗ୍ୟର ରେଖା ଅଲେଖା ପ୍ରାଣୀର ଅଦୃଷ୍ଟ ଅଲେଖା କିଏ ଅମୃତ ଚଖା[୬] ଅକୁହା ସବୁ ରାତ୍ରିର ସ୍ବପ୍ନ ଅକୁହା ଶ୍ରଦ୍ଧା ଭକ୍ତିର ମାପ ଅକୁହା ମାୟାର ସ୍ୱରୂପ ଅକୁହା ନିଜର ସବୁ ପାପ [୭] ଅଛପା ସତ୍ୟ ପୂର୍ଣ ଘଟଣା ଅଛପା ଲୁଚା ଛପା ପ୍ରେମ ଅଛପା ଗଳିଲା ମୁର୍ଦ୍ଦାର ଅଛପା ଯାହାକୁ ଖୋଜେ ଯମ[୮]

No comments:

Post a Comment