Sunday 1 October 2023

ଅଭୁଲା ଶ୍ରୀଗୁରୁ ସ୍ପର୍ଶ

ଅବୁଝା ଝରଣାର ନାଦ ଅବୁଝା କୋଇଲି ତାନ ଅବୁଝା ଭଅଁର ବୋଲି ଅବୁଝା ବଂଶୀର ସ୍ବନ [୧] ଅଶୁଝା ମାଆର ସ୍ନେହ ଅଶୁଝା ପଡ଼ିଶାର ଭାବ ଅଶୁଝା ପ୍ରକୁତିର ଦାନ ଅଶୁଝା ସଂସାର ନାବ[୨] ଅଶୁଣା ଦେବତା ଭୋଜନ ଅଶୁଣା ବୃକ୍ଷ ଲତା କ୍ରନ୍ଦନ ଅଶୁଣା ପାଖୁଡାର ହସ ଅଶୁଣା ମୂର୍ତ୍ତିର ସ୍ପନ୍ଦନ [୩] ଅଜଣା ନବଜାତ ହସ ଅଜଣା ଆମ ଠିକଣା ଅଜଣା ପ୍ରକୃତି ପାଉଣା ଅଜଣା ବାୟୁ ମାଗଣା [୪] ଅଦେଖା ପ୍ରାଣୀର ଅଦୃଷ୍ଟ ଅଦେଖା ମନର ଭାବନା ଅଦେଖା କାଳିଆର ପାଦ ଅଦେଖା ପୂରଣ ବାସନା [୫] ଅଲେଖା ସୃଷ୍ଟିର ରହସ୍ୟ ଅଲେଖା ଭବିଷ୍ୟ ରେଖା ଅଲେଖା ପ୍ରାଣୀର ଅଦୃଷ୍ଟ ଅଲେଖା କିଏ ଅମୃତ ଚଖା[୬] ଅକୁହା ସବୁ ରାତ୍ରିର ସ୍ବପ୍ନ ଅକୁହା ଶ୍ରଦ୍ଧା ଭକ୍ତିର ମାପ ଅକୁହା ମାୟାର ସ୍ୱରୂପ ଅକୁହା ନିଜର ସବୁ ପାପ [୭] ଅଛପା ସମ୍ପୂର୍ଣ ସତ କଥା ଅଛପା ସତରେ ପ୍ରେମ ଅଛପା ଗଳିଲା ମୁର୍ଦ୍ଦାର ଅଛପା ଖୋଜିଲେ ଯମ [୮] ଅଲିଭା କରିବା କର୍ମ ଅଲିଭା ଅତୀତ ସ୍ମୃତି ଅଲିଭା ଜହ୍ନର ଦାଗ ଅଲିଭା ଆତ୍ମା ଜ୍ୟୋତି [୯] ଅଭୁଲା ପ୍ରଥମ ପ୍ରେମ ଅଭୁଲା ନିସ୍ଵାର୍ଥ ସେବା ଅଭୁଲା ଶ୍ରୀଗୁରୁ ସ୍ପର୍ଶ ଅଭୁଲା ଗୁରୁଙ୍କ ଦେବା [୧୦]

No comments:

Post a Comment