Tuesday, 31 December 2024

ପଇସା ଭଳି ଆମର ଧାଁ ଧପଡା

ପଇସା ଭଳି ଆମର ଧାଁ ଧପଡା ଘଟରୁ ଘଟକୁ ଜୀବ ଡେଉଁଥାଏ ନାରୀ ପୁରୁଷ ବସନ ଭୁଷଣରେ ଆପଣାକୁ କଳାକାର ମଣିଥାଏ

ତୁହି ବିମଳ ଅତି ନିର୍ମଳ ଅଚଳ ଅତି ସୁଶାନ୍ତ ଗଗନ

ତୁହି ବିମଳ ଅତି ନିର୍ମଳ ଅଚଳ ଅତି ସୁଶାନ୍ତ ଗଗନ ଗୋବିନ୍ଦ ହେ ମୁହିଁ ଚଳ ଚଞ୍ଚଳ ଭସା ବାଦଲ ଖଣ୍ଡେ ତୁହି ଅଶେଷ କୃପା ପାରାବାର ଜୀବନ ଅମୃତ ପାତ୍ର ହେ କୃଷ୍ଣ ଅତ୍ୟନ୍ତ ତୃଷା ତୋ ନାମ ଲାଗିଥାଉ ତୁଣ୍ଡେ

Happy New Year 2025

ଜନମ ହୋଇଲି ମୁହିଁ ଜଗନ୍ନାଥ ଦେଶରେ ବାଇଶିପାହାଚ ଚଢ଼ିବି ଯୋଗ ଅଷ୍ଟାଙ୍ଗରେ ଗରୁଡ ପଛରେ ଆପଣା ସ୍ୱରୂପକୁ ଦେଖିବି ପୁଣ ପୁଣ ପ୍ରଣିପାତ କରୁଥିବି ସାଷ୍ଟାଙ୍ଗରେ

ସ୍ବଭାବରେ ନିର୍ମଳ ସୁଶୀତଳ ଝର ଜଳ

ସ୍ବଭାବରେ ନିର୍ମଳ ସୁଶୀତଳ ଝର ଜଳ ପାଷାଣ ବନ୍ଧୁର ପଥରେ ବୀଣା ମୂର୍ଚ୍ଛନା ଅଭାବରେ ବେନି ନୟନର ଉଷ୍ମ ଲୁହ ମିଳନ ଆତୁରତାରେ ତୁଳସୀ ଅର୍ଚ୍ଚନା

Year after Year goes

Year after Year goes I am waiting for you Everyone else you met You kept me in the que

ଫୁଲ ଝଡ଼ିପଡ଼େ ପାଚିଲା ମିଠା ଫଳଟିଏ ହୋଇ

ଫୁଲ ଝଡ଼ିପଡ଼େ ପାଚିଲା ମିଠା ଫଳଟିଏ ହୋଇ ଫଳଟିଏ ଅତି ବାତ୍ସଲ୍ୟ ମମତାରେ ସଞ୍ଚେ ମଞ୍ଜି ମଞ୍ଜି ବୁଲୁଥାଏ ନିରନ୍ତର ପାଞ୍ଚ ଭୁତ ଗହଣରେ ତୁଳସୀ ହୋଇ ଜଗା ଟାହିଆରେ ହୁଅନ୍ତା ଗୁଞ୍ଜି

ଫୁଲ ଝଡ଼ିପଡ଼େ ଫଳଟିଏ ଦେଇ

ଫୁଲ ଝଡ଼ିପଡ଼େ ଫଳଟିଏ ଦେଇ ଫଳ ଅତି ଯତନରେ ସଞ୍ଚେ ମଞ୍ଜି ମଞ୍ଜି ବୁଲେ ପାଞ୍ଚ ଭୁତ ସାଥିରେ ବୃକ୍ଷଟିଏ ଲାଗି ଦେଖୁଥାଏ ପାଞ୍ଜି

ବୈକୁଣ୍ଠରେ ନାହିଁ ଜନ୍ମ ମୂର୍ତ୍ୟୁ ଜରା

ବୈକୁଣ୍ଠରେ ନାହିଁ ଜନ୍ମ ମୂର୍ତ୍ୟୁ ଜରା ବୈଷ୍ଣବ ଜୀବନ ଅନ୍ଧାରରେ ହୀରା ଚକାଡୋଳାଙ୍କର ନାହିଁ ହାତ ପାଦ ନିଷ୍କାମରେ କ୍ଷୁଦା ତୃଷା ହୁଏ ପୁରା

ପ୍ରବେଶ କାଳରେ ସ୍ବପ୍ନ

ପ୍ରବେଶ କାଳରେ ସ୍ବପ୍ନ ଚାକିରୀ କାଳରେ ଯଶ ପ୍ରସ୍ଥାନ କାଳେ ଶୋଭା ଓଠରେ ଚେନାଏ ହସ

Monday, 30 December 2024

କେବଳ ମିଳଇ ବଡଦାଣ୍ଡରେ

କେବଳ ମିଳଇ ବଡଦାଣ୍ଡରେ ଯଦି ଖୋଜୁଅଛୁ ପରମ ସୁଖ ନାମ ରୂପ ଲୀଳାରେ ଅମୃତ ଜଗତ ଜୀବନ ପୁଣ୍ଡରୀକାକ୍ଷ

ତୁହି ଏମିତି ଏକ ରୂପ ଲୀଳା ହେ ଚକାଡୋଳା

ତୁହି ଏମିତି ଏକ ରୂପ ଲୀଳା ହେ ଚକାଡୋଳା ଗତ ଆଗତ ବର୍ତ୍ତମାନ ପ୍ରସନ୍ନ ତୋ ଆଖିରେ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ବିଶ୍ଵରୂପ ବିଶ୍ଵବନ୍ଦ୍ୟ ପାହି ବାଳଗୋପାଳ ଶରଣ ଗୋବର୍ଦ୍ଧନ ଟେକାରେ

ମାଟି ବଢ଼ାରେ କ୍ଷୀର ଫୁଟିଲେ ସର ପଡେ

ମାଟି ବଢ଼ାରେ କ୍ଷୀର ଫୁଟିଲେ ସର ପଡେ ଆଖି ଆଗରେ ନାଚିଯାଏ ନନ୍ଦ ନନ୍ଦନ ମୁହଁ ମାଟି ଖାଇଲା ତେନ୍ତୁଳି ଛାଟଟି ଉଠେଇଲି ମଥୁରା ଗଲା ଛିଡା଼ଇ ସକଳ ମାୟା ମୋହ

ସାଇ ଗଲେ ବାପା ଗଲେ

ସାଇ ଗଲେ ବାପା ଗଲେ ପଛେ ପଛେ ଗଲା ମାଆ ବୁଲି ଆସୁଥିବୁ ଚକାଡୋଳା ଆଉ କିଏ ଅଛି ମୋ ସାହା

Sunday, 29 December 2024

ଶିଶୁ ସମ ସରଳ

ଶିଶୁ ସମ ସରଳ ମହୁ ପରିକା ମିଠା ମଳୟ ସମ ମୃଦ୍ୟୁ ଭାବ ପ୍ରେମ ଚିଠା

ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା

ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା ସବୁରି ନୟନ ଲାଖିଲା ମୋହନ ବଂଶୀରେ ଆବୃତ ଅନାବୃତ ଯୌବନ ସ୍ମରଣ ନୋହିଲା କାତାୟନି ସେବିଥିଲେ ପାଇ ମନହଂସୀରେ

ମୋ ପ୍ରାରବ୍ଧ କର୍ମରୁ ଶୁଦ୍ରକୁଳରେ ଜନ୍ମ ହେଲି

ମୋ ପ୍ରାରବ୍ଧ କର୍ମରୁ ଶୁଦ୍ରକୁଳରେ ଜନ୍ମ ହେଲି ନିରତ ଅଶୁଚି ଚିନ୍ତା ନିରତ ଅଶୁଚି କର୍ମ ପ୍ରାପ୍ତ କେଡେ କ୍ଷମାସାଗର ମୋହନ ମଧୁର ବଂଶୀ ସିଞ୍ଚିଣ କୃପାବାରି ଛନ୍ଦାପାଦରେ କଲେ ଲିପ୍ତ

ହେ ଆଦି ପୂଜ୍ୟ ହେ ଗଣନାୟକ ହେ ଗଜାନନ

ହେ ଆଦି ପୂଜ୍ୟ ହେ ଗଣନାୟକ ହେ ଗଜାନନ ଅଯୋନି ସମ୍ଭୁତ ଯଜ୍ଞ କୁଣ୍ଡ ଅଗ୍ନି ଶୁଦ୍ଧ ଦେହୀ ହେ ସକଳ ଜ୍ଞାନ ସିନ୍ଧୁ ହେ ସର୍ବ ବିଘ୍ନ ବିନାଶକ ମହାନ ମୂର୍ଖ ଚରଣରେ ଶରଣ ପାହି ମାଂ ପାହି

ଆନନ୍ଦ ସାଗର ଶ୍ରୀପୁରୁଷୋତ୍ତମ ଜାନକୀ ଜୀବନ

ଆନନ୍ଦ ସାଗର ଶ୍ରୀପୁରୁଷୋତ୍ତମ ଜାନକୀ ଜୀବନ ନାମୀରୁ ନାମ ହେଲେ ନାମରୁ ଅକ୍ଷର ପଥରରେ ମୁନୀ ମାନସ ହୃଦୟ ଗଣ୍ଠିଧନ ପରମ ପୁରୁଷ ହରି ଭକ୍ତ ହୃଦ କମଳେ ବିରାଜ ବିଭୀଷଣ ଉତ୍ତରରେ

ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା

ଯମୁନା ଜଳରେ ଷୋଳ ସହଶ୍ର ଗୋପାଙ୍ଗନା ସବୁରି ନୟନ ଲାଖିଗଲା ଗୋବିନ୍ଦ ରୂପରେ ଆବୃତ ଅନାବୃତ ସ୍ମରଣ ନ ରହିଲା ଚିତ୍ତରେ ଏଡେ଼ ମଧୁର ରୂପ କାହାକୁ ପ୍ରାପ୍ତ କି ତପରେ

ସପ୍ନ ଅସୁମାରୀ କଢ଼ିଟିଏ ଆଖିରେ

ସପ୍ନ ଅସୁମାରୀ କଢ଼ିଟିଏ ଆଖିରେ ହୃଦୟ ସହ କୃଷ୍ଣଙ୍କୁ ସମର୍ପଣ କଲି ଆଶା ଅସୁମାରୀ ଫୁଲ ହୃଦୟରେ ଆତ୍ମା ସହ ପାଣି ଛଡେଇ ଦେଲି

ଯାହା ନ ରୂଚିଲା ଜୋଇଁକୁ

ଯାହା ନ ରୂଚିଲା ଜୋଇଁକୁ ତାକୁ ଝିଅ ପତରରେ ଦିଅ ଝିଅ ପଞ୍ଚଭୁତ ସବୁ ସୁଆଦ ଝିଅ ଏକ ମଣେ ହସ ଲୁହ

We are so much alike

We are so much alike Like the droplets of a sea We would all evaporate Heat of sun makes us free

Saturday, 28 December 2024

ଯାହାର ଭାଇ ପିନ୍ଧେ ଗୁଣ୍ଡିଚା ନାକ ଚଣା

ଯାହାର ଭାଇ ପିନ୍ଧେ ଗୁଣ୍ଡିଚା ନାକ ଚଣା ମାଆ ତାହାରି ଅଲିଅଳୀ ଭଉଣୀ ତୁହିତ ଯାହାର ଭାଇ ଅଧର ଜବା ଫୁଲ ନାଲି ମା ତାହାରି ରୂପରେ ଚିତ୍ତ ଗଲା ରହିତ

ବୈଷ୍ଣବ ହୃଦୟ ମହାଲକ୍ଷ୍ମୀ ବାସୁଦେଙ୍କର ନିବାସ

ବୈଷ୍ଣବ ହୃଦୟ ମହାଲକ୍ଷ୍ମୀ ବାସୁଦେଙ୍କର ନିବାସ କେବଳ ଚିତା ଝୋଟି ଲକ୍ଷ୍ମୀ ପାଦ ଦୟଣା ତୁଳସୀ ବୈଷ୍ଣବ ହୃଦୟରେ ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ କେବଳ ସାମବେଦ ଲାଗିଥାଏ ଗୋବିନ୍ଦ କାଳିସୀ

ହଂସ ଆଉ ପରମ ହଂସର ଭାଗ ଦୁଇଟି ସମାନ

ହଂସ ଆଉ ପରମ ହଂସର ଭାଗ ଦୁଇଟି ସମାନ ଉଦାର ଗୋବିନ୍ଦ ହେ ମୁହିଁଟି ଅଧିକ ଲୋଭ କଲି ତୋର ତିନି ପାଦତଳେ ସୃଷ୍ଟି ସ୍ଥିତି ଲୟ ଉଲ୍ଲସିତ କଳା ବାମନ ହେ ତୋର ଭୁଜତଳେ ଲୁଚେଇଲି

ଜଳ ବାୟୁର ନିର୍ମଳ ସ୍ଵଭାଵ ହିଁ ଜଗନ୍ନାଥ

ବାୟୁ ଜଳର ଅତି ନିର୍ମଳ ସ୍ଵଭାଵ ହିଁ ଜଗନ୍ନାଥ ରବି କର ସୁଧାକର ଜୋତ୍ସନା ହିଁ ଚକାଡୋଳା ଅଗ୍ନିର ସକଳ ଭକ୍ଷଣ ପଣ ସ୍ଵଭାଵ ନାରାୟଣ ଅଧାଗଢା ହିଁ ଆକାଶ ପୃଥିବୀ କୈବଲ୍ୟ ଖଳା

ଓଁ ଶ୍ରୀ ସାଇରାମ ତୁମ୍ଭେ ଶଙ୍କର ତୁମ୍ଭେ ହିଁ କୃଷ୍ଣ

ଓଁ ଶ୍ରୀ ସାଇରାମ ତୁମ୍ଭେ ଶଙ୍କର ତୁମ୍ଭେ ହିଁ କୃଷ୍ଣ ଅତୀବ ଉଦାର ଆଶୁ ବିପଦ ଭଞ୍ଜନ ଦୀନବନ୍ଧୁ ଓଁ ଶ୍ରୀ ସାଇରାମ ଦିବ୍ୟ ବିଭୁତି ଦୃଢ଼ ପ୍ରତିଶୃତି ଅତ୍ୟନ୍ତ ଆଶ୍ରିତ ବତ୍ସଳ ସୀମାହୀନ କ୍ଷମାସିନ୍ଧୁ

କୃଷ୍ଣ ହେ ହେ ବିଷ୍ଣୁ ହେ ରାମ ହେ ଅଖିଳ ଜୀବନ

କୃଷ୍ଣ ହେ ହେ ବିଷ୍ଣୁ ହେ ରାମ ହେ ଅଖିଳ ଜୀବନ ମନ ଅମନ ଵିମନ କୁମନ ସୁମନ ମୋର ପାଞ୍ଚ ପତି ସପ୍ତ ବିକାର ମିଳିତ ଆକ୍ରମଣକୁ କେହି ନୁହଁ ସମର୍ଥ ପାଞ୍ଚାଳୀ ସମ ମୋତେ ସାହା ହେଲେ ପାଇବି ଗତି

Friday, 27 December 2024

ଆଗମ ନିଗମ କହେ କିଛି ହିଁ କୁହା ବୋଲା ନାହିଁ

ଆଗମ ନିଗମ କହେ କିଛି ହିଁ କୁହା ବୋଲା ନାହିଁ ବିନା ନିମନ୍ତ୍ରଣରେ ଶ୍ରୀଗୋବିନ୍ଦ ଦ୍ୱାରେ ବସି ଅଛି କେବଳ ପ୍ରେମରେ ଡାକିଲେ ହୃଦୟରେ ବସିବେ ସଞ୍ଚିଥିଲେ ନିଷ୍କାମ କର୍ମ ଫଳ ଭୁଞ୍ଜନ୍ତି ବାଛି ବାଛି

ପତ୍ର ଶାଖା ଗଣ୍ଡି ଚେର କଢ଼ ଫୁଲ ଫଳ

ପତ୍ର ଶାଖା ଗଣ୍ଡି ଚେର କଢ଼ ଫୁଲ ଫଳ ବ୍ରହ୍ମଦାରୁ ସକଳ ଅଂଶରେ ଅମୃତ ବସା ନାମ ସଂକୀର୍ତ୍ତନରେ ବ୍ରହ୍ମଦାରୁ ଆସିବେ ମନ ହୃଦୟ ମାଜି କେଡେ କରିଛି ଆଶା

ନବଧା ଭକ୍ତି ପ୍ରତ୍ୟେକ ଏକ ସଦ୍ୟ ପ୍ରସ୍ଫୁଟିତ ପଦ୍ମ

ନବଧା ଭକ୍ତି ପ୍ରତ୍ୟେକ ଏକ ସଦ୍ୟ ପ୍ରସ୍ଫୁଟିତ କମଳ ଶାନ୍ତିକାମୀ ଜୀବ ଶ୍ରୀଗୋବିନ୍ଦଙ୍କ ପାଦରେ ଏକ ଦେବୁ ମଧୁମକ୍ଷି ଦଳ ଏଗାର ଇନ୍ଦ୍ରିୟ ସଂସାରୁ ଉଡି ଆସିବେ ହର ବ୍ରହ୍ମା ଶିବ ଗଣେଶ ଲକ୍ଷ୍ମୀ ପୂଜିତ ପାଦ ଚୁମୁଥିବୁ

ମୁହିଁ ଗୋଟିଏ ତୋତେ ଦେଇଥିବି କି ନାହିଁ ସ୍ୱାମୀ

ମୁହିଁ ଗୋଟିଏ ତୋତେ ଦେଇଥିବି କି ନାହିଁ ସ୍ୱାମୀ ହେ ଅଧାଗଢା ତାହାକୁ କୋଟିଏ ଫେରାଇ ଦେଲୁ ମୁହିଁ କେଉଁ ଜନମେ ତୋତେ ଡାକିଲି ମନେ ନାହିଁ ହେ ଅଧାଗଢା ତୋର ଛନ୍ଦାପାଦରେ ନିର୍ଭୟ କଲୁ

କିଛି କିମିଆ ଜାଣେ ଜନ୍ମଦାତ୍ରୀ ମାଆ

କିଛି କିମିଆ ଜାଣେ ଜନ୍ମଦାତ୍ରୀ ମାଆ କିଛି ବିଦ୍ୟା ସାଧିନ୍ତି ବୈଦ୍ୟ ଚିକିତ୍ସକ ସବୁ ରୋଗ ଚିହ୍ନେ ମୁର୍ତ୍ତୃ ଯିଏ ଜିଣେ ସେହି ଗୁଣିଆ ଚକାଡୋଳା ଅପଲକ

Thursday, 26 December 2024

ନାରାୟଣ ଇତି ଯେଉଁ ମହାପୁର୍ଣ୍ୟ ଚାରି ଅକ୍ଷର

ନାରାୟଣ ଇତି ଯେଉଁ ମହାପୁର୍ଣ୍ୟ ଚାରି ଅକ୍ଷର ତହିଁରେ ବ୍ରହ୍ମା ଚାରିମୁଖ ବେଦ ମଣି ପଦ୍ମରାଗ ନାରାୟଣ ଇତି ଯେଉଁ ମହାପୁର୍ଣ୍ୟ ଚାରି ଅକ୍ଷର ତହିଁରେ କମଳା ଦାସୀ କମଳ ପାଦେ ଅନୁରାଗ

ଅଭିରାମ ତୋତେ ହୃଦୟ ପଦକ କରି ପିନ୍ଧିଲେ

ଅଭିରାମ ତୋତେ ହୃଦୟ ପଦକ କରି ପିନ୍ଧିଲେ ଗୀତ ଗୋବିନ୍ଦରେ ବାନ୍ଧିଦେଲା ଭକ୍ତ ଜୟଦେବ ସାଲବେଗ ନେଲେ ଭାଵ ଭକ୍ତି ରଥରେ ବସାଇ ତୋତେ ଝୁରି ମଲି ମୋହନ ବୁଝିବୁ ମନୋଭାବ

ଏମିତି ଗୋଟିଏ ଅମୀୟ ଚିତ୍ର ପ୍ରତିମା ଭେଟିଲି

ଏମିତି ଗୋଟିଏ ଅମୀୟ ଚିତ୍ର ପ୍ରତିମା ଭେଟିଲି ମାତା ପିତା ସମ ଅତି ପରିଚିତ୍ତ ତାର ଚାହାଣୀ ଦ୍ଵନ୍ଦାତୀତ ବିମଳ ଅଚଳ ଭବ ବ୍ୟାଧିକୁ ବିଭୁତି ଦର୍ଶନ ସ୍ପର୍ଶ ସମ୍ଭାଷଣରେ ଦିବ୍ୟ ସବୁ କାହାଣୀ

Mother is a word consisting of six letters

Mother is a word consisting of six letters M =Master + O=Outstanding + T=Tender H=Heaven +E-=Ecstasy +R=Real Mother is a divine angel love vendor 🙏🙏🙏

Whatever I know

Whatever I know Is possibly the least Whatever I see a forest I’m a wandering beast

n the Kaliyuga, people are classified

n the Kaliyuga, people are classified Based on their talents and their thinking Otherwise, they are being quite similar Organs can be shared, when life is sinking

Wednesday, 25 December 2024

ଜରାଜୀର୍ଣ୍ଣ ଡାକଇ ବେସୁରିଆ କଣ୍ଠରେ

ଜରାଜୀର୍ଣ୍ଣ ଡାକଇ ବେସୁରିଆ କଣ୍ଠରେ ମଧୁର କଣ୍ଠରେ ଡାକଇ ଯେ ଅତି ସୁସ୍ଥ ସଭିଙ୍କୁ ନିଖାରୁ ତୁହି ପିତା ମାତା ସମାନ ଅନାଥ ହୋଇବ କି ତୋ ଭାବେ ବ୍ୟସ୍ଥ

ସଦା ଜପୁଥିଲେ କେବଳ ଲୋକ ସମସ୍ତେ ସୁଖରେ ରୁହନ୍ତୁ

ସଦା ଜପୁଥିଲେ କେବଳ ଲୋକ ସମସ୍ତେ ସୁଖରେ ରୁହନ୍ତୁ ଅତି ପ୍ରଶାନ୍ତ ଭାବ ମୁଖ ମଣ୍ଡଳ ଜଣେ ଦିବ୍ୟ ପୁରୁଷ ଗଲେ ବାବାଜୀ ଚଲାପଥରେ ପଦ୍ମ ଫୁଟୁଥିଲା ମଙ୍ଗଳ ବେଦ ଧ୍ୱନି ଯାତ୍ରା ମହତଙ୍କ ପାଇଁ ସ୍ୱକୃପାରେ ଏ ପତିତକୁ ଉଦ୍ଧରିଲେ

ନ ଥିଲେ ନ ଥାଉ ପାଦ ତୁମର ହେ ଆନନ୍ଦ କନ୍ଦ

ନ ଥିଲେ ନ ଥାଉ ପାଦ ତୁମର ହେ ଆନନ୍ଦ କନ୍ଦ ହେ ବଳିଆର ଭୁଜ ନ ଥିଲେ ନ ଥାଉ ତୁମ କାନ ସଂସାର ଅରଣ୍ୟରେ ଚକାଡୋଳା ପଥ ପ୍ରଦର୍ଶକ ହେ ଦୁଃଖାର୍ତ୍ତି ଭଞ୍ଜନ ତୁମକୁ ପରା ବିକିଅଛି ମନ

Tuesday, 24 December 2024

ଭାବରେ ପଶିଲେ ଅବଶ୍ୟ ପୂଜାରେ ବସିବ

ଭାବରେ ପଶିଲେ ଅବଶ୍ୟ ପୂଜାରେ ବସିବ ଜଗବନ୍ଧୁ ହେ କିଞ୍ଚିତ ବେନି ନୟନକୁ ଦିଶିବ ଅଭାବେ ଆସିଲେ ଦଣ୍ଡେ ଅପେକ୍ଷା କରିବ ଏ ଅଧମ ଭକ୍ତି ଲୁହ ଦେଇ ଚରଣ ସେବିବ

ବୈଷ୍ଣବ ହୃଦୟ କମଳ କେଶରରେ ମଧୁର ମୋହନ

ବୈଷ୍ଣବ ହୃଦୟ କମଳ କେଶରରେ ମଧୁର ମୋହନ ଆନନ୍ଦ କନ୍ଦ ସରୋଜ ଛନ୍ଦା ପାଦରେ ମାନସ ଭ୍ରମର ବୈଷ୍ଣବ ଭାବନା ସାଗର ପରମ ଦିବ୍ୟ ପରମ ହଂସ ବ୍ରହ୍ମାନନ୍ଦ ନିତ୍ୟ ଦିବ୍ୟ ଲୀଳା ସଦନ ଶରଣ ପାମର

ବିବେକ ସାଥି ଦିଅରେ ମୋର ମୁମୁକ୍ଷୁ ମାନସ

ବିବେକ ସାଥି ଦିଅରେ ମୋର ମୁମୁକ୍ଷୁ ମାନସ ସତ୍ୟ ଧର୍ମ ଶାନ୍ତି ଦୟା କ୍ଷମା ପ୍ରେମକୁ ବାଣ୍ଟିବା ସବୁ ଅବତାର ପ୍ରତି ହୃଦରେ ମଞ୍ଜି ପୋତିଛନ୍ତି ବିଶୁଦ୍ଧ କର୍ମ ଜାହ୍ନବୀ ଉଦକ ଶ୍ରଦ୍ଧାରେ ସିଞ୍ଚିବା

ଯାହା ତୁମ୍ଭରି ଇଛା ଦେବାକୁ ଦିଅ ହେ ଗୋବିନ୍ଦ

ଯାହା ତୁମ୍ଭରି ଇଛା ଦେବାକୁ ଦିଅ ହେ ଗୋବିନ୍ଦ ହେ ବାସୁଦେବ ମୋ ସଦା ପାଶେ ପାଶେ ଥାଅ ଯାହା ତୁମ୍ଭରି ଇଛା ନେବାକୁ ନିଅ ହେ ମୋହନ ହେ ବନମାଳୀ ବୈଷ୍ଣବ ବସାରେ ଆସରା ଦିଅ

My wild mind wanders like google search

My wild mind wanders like google search Limitless spasm folder endless trash Endless queries zero desire to perch More I clean there is tireless new rush

ଯାହା ମୋତେ ଦିଅକି ନଦିଅ ହେ ଗୋବିନ୍ଦ

ଯାହା ମୋତେ ଦିଅକି ନଦିଅ ହେ ଗୋବିନ୍ଦ ତୁମ୍ଭେଟି ସଦା ମୋର ପାଖେ ପାଖେ ଥାଅ ଯାହା ଛଡାଇ ନେବାକୁ ଚାହଁ ନିଅ ପଛକେ ମୋତେ ବୈଷ୍ଣବଙ୍କ ମେଳରେ ଛାଡି ଯାଅ

ଏତେ ପୁଣ୍ୟ ଅର୍ଜନ କରି ନ ପାରିବି ହେ ଚକାଡୋଳା

ଏତେ ପୁଣ୍ୟ ଅର୍ଜନ କରି ନ ପାରିବି ହେ ଚକାଡୋଳା ତୁମ୍ଭଙ୍କୁ ନନ୍ଦିଘୋଷ ଉପରେ ମୁହିଁ ଦର୍ଶନ କରି ତରିବି ସବୁବେଳେ ଶ୍ରୀକ୍ଷେତ୍ର ଆସି ନ ପାରିବି ହେ ଗୋବିନ୍ଦ ତୁମ୍ଭରି ମଧୁର ମୋହନ ବଂଶୀ ରୂପକୁ ଝୁରି ମରିବି

You are honey in the flower

You are honey in the flower In the flower you are the seed In the seed you are tree In the tree, shelter and feed

Monday, 23 December 2024

ଦୃଶ୍ୟ ଅଦୃଶ୍ୟରେ ଅଛିଦ୍ର ବ୍ରହ୍ମ

ଦୃଶ୍ୟ ଅଦୃଶ୍ୟରେ ଅଛିଦ୍ର ବ୍ରହ୍ମ ତୁମେ ହେଲେ ଅବୁଝା ମନଟି କଣ ବୁଝୁଛି ଗୋବିନ୍ଦ ରାମ କୃଷ୍ଣ ହରି ନାରାୟଣ ସଦାବେଳେ ପାଗଳ ପରି ଖୋଜୁଛି

ଜରାତୁରା ରୋଗ ଭରା ଜନ୍ମଦାତ୍ରୀ ମାଟି ଘଟ

ଜରାତୁରା ରୋଗ ଭରା ଜନ୍ମଦାତ୍ରୀ ମାଟି ଘଟ ନିଜେ ପୋତି ଦେଇ ଆସିଲି ବେକେ ଗାତରେ ପାଞ୍ଚ ଭୂତରେ ସମ୍ପୂର୍ଣ ମିଳେଇ ଯିବା ବେଳକୁ ମୋ କାଳ ସରିବ ପଶିବି ସେହି ଗାତ ଭିତରେ